• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

online admission
ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ।  ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ। ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ […]

  • Monday, 19 July 2021
monsoon
ପୁଣି ଉଭାନ୍‌ ହେଲା ମୌସୁମୀ!

ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଲଘୁଚାପ ସୃଷ୍ଟି ହୁଏ, ତେବେ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, […]

  • Monday, 19 July 2021
baijayanta
ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କି ଇଡି ତଦନ୍ତ ଦରକାର : ବୈଜୟନ୍ତ

ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ। ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ। ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା […]

  • Monday, 19 July 2021
love
ପ୍ରେମିକକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର : ରାଜଧାନୀରେ ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି। ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକା । ମୃତକ ହେଲେ କଟକର ବୈଜୟନ୍ତ ମହାନ୍ତି। ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କଟି ଯାଇଥିଲା। ଏହି ସମୟରେ  ଅନ୍ୟ ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଗତକାଲି ବୈଜୟନ୍ତ, ବୁଦ୍ଧନଗର ଅଞ୍ଚଳରେ […]

  • Monday, 19 July 2021
talcher
ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ

ତାଳଚେର :  ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ। ଅନୁଗୁଳ ଜିଲ୍ଲା ତାଳଚେର ITI କଲେଜରୁ ଆସିଛି ଏଭଳି ଅଭିଯୋଗ। ଆଜି ପୂର୍ବାହ୍ନରେ କିଛି ଛାତ୍ର ବସି କଥା ହେଉଥିବା ବେଳେ ଶିକ୍ଷକ ବାଡିରେ ପିଟିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ କଲେଜ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛି ତାଳଚେର ଯୁବ ଛାତ୍ର ସଂଗଠନ। ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅନଲାଇନ ପରୀକ୍ଷା ପରିବର୍ତ୍ତେ ପୂର୍ବପରି ପରୀକ୍ଷା କରିବାକୁ ସଂଗଠନ […]

  • Monday, 19 July 2021
bbsr
ଭୁବନେଶ୍ୱର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଛି। ଘଣ୍ଟଘଣ୍ଟା ନାଦରେ ପ୍ରଥମେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ବେଦିରେ ପହଣ୍ଡି ବିଜେ କରାଯାଇଥିଲା। ଏହାପରେ ଶ୍ରୀଜିଉଙ୍କର ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତୀ।  ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ […]

  • Monday, 19 July 2021
sugical
ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକ୍ ଭିଜୁଆଲ୍

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ଲୋକ ଲୋଚନକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  LoC ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ […]

  • Monday, 19 July 2021
sujat
କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରି ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା । କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ […]

  • Monday, 19 July 2021
bata puja
ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇଁ ବଟବୃକ୍ଷ ପୂଜା କଲେ ପୀଡ଼ିତ ପୁରୁଷ

ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା  I ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ I ଆଜି ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଅାୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତିI କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଂଚଳରେ ଘଟିଛି ଓଲଟା ଘଟଣା I ସ୍ଵାମୀମାନେ ସ୍ତ୍ରୀମାନଙ୍କ ଜୀବନ ଶୈଳୀରେ ଅତିଷ୍ଠ ହୋଇ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି I […]

  • Monday, 19 July 2021
sana
ବିଧାୟକ ସନାତନ ମହାକୁଡ଼ଙ୍କୁ ଇଡିର ପଚରାଉଚରା

ଚମ୍ପୁଆ  : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବଢିଲା ଅଡୁଆ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ହାଜର ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସର ପରିବହନ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ନେଇ ତାଙ୍କୁ ଜେରା କରୁଛି ଇଡି। କମ୍ପାନୀର ପରିବହନ କାର୍ଯ୍ୟ ସମ୍ପର୍କରେ ପଚରାଉଚରା ହେଉଥିବା ସୂଚନା ମିଳିଛି।

  • Monday, 19 July 2021
president ram nath kovind with his wife
ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ଚିଠି ଆସିନି

ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି  ଆସିନାହିଁ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ […]

  • Monday, 19 July 2021
plane crash
ହୁତୁହୁତୁ ହୋଇ ଜଳିଗଲା ବିମାନ, ଚାଲିଗଲା ୫ ଜୀବନ

ମୁମ୍ବାଇ: ମୁମ୍ବାଇରେ ଚାର୍ଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘାଟକୋପରର ଏକ ନିର୍ମାଣଧୀନ ବିଲ୍ଡିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନଟି  ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଏବଂ କିପରି ବିମାନଟି ଦୁର୍ଘଟଣା […]

  • Monday, 19 July 2021
sherya
ମନ ମୋହିଲା ଶିଶୁ କଳାକାରଙ୍କ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର: ଭଞ୍ଜ କଳା ମଣ୍ଡପରେ ତିନିଦିନ ଧରି ଆୟୋଜିତ ତୃତୀୟ ନୃତ୍ୟ ନୈବେଦ୍ୟ ଓଡିଶୀ ଉତ୍ସବ ଉଦଯାପିତ ହୋଇଛି I ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଶିଶୁ କଳାକାରମାନଙ୍କ ନୃତ୍ୟ I ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା I ପ୍ରତିଭା ଅନ୍ୱେଷଣରେ ଭାଗ ନେଇଥିବା ଶହେରୁ ଅଧିକ ଶିଳ୍ପୀଙ୍କ ମଧ୍ୟରୁ କୋଡିଏ ଜଣଙ୍କୁ ନୃତ୍ୟ ନୈବେଦ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା I ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ I […]

  • Monday, 19 July 2021