ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇସାରିଛି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ୩୪ ବର୍ଷୀୟ ଯୁବ କଳାକାର, ଜଣେ ଜିନ୍ଦା ଦିଲ୍ ଲୋକ ଯେ ଏପରି ଆତ୍ମହତ୍ୟା କରିପାରେ, ଏକଥାକୁ କେହି ବିଶ୍ୱାସ କରିପାରୁ ନାହିଁନ୍ତି। ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଏହି […]
ଭୁବନେଶ୍ୱର: ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ସଂଗ୍ରହ କେନ୍ଦ୍ର ସୃଷ୍ଟି କରିବା ସହ ପାଣି ପାଉଚ୍ ବନ୍ଦ ପାଇଁ ଅାଲୋଚନା ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଜି ସଚିବାଳୟରେ ଏକ […]
delhi-minister-satyendra-jain-admitted-in-hospital-after-difficulty-in-breathing-1
ନୂଆଦିଲ୍ଲୀ: ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି। ଜେଡିୟୁର ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ଭୋଟିଂରେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେହିପରି ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍ ମିଳିଥିଲା। ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ଜିତିବା […]
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣଙ୍କୁ ବିଜେଡି ସମର୍ଥନ କରିବ। ଗତକାଲି ମୁମ୍ବାଇରୁ ଫେରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି। ରାଜ୍ୟସଭା ଉପାଧ୍ୟାକ୍ଷ ନିର୍ବାଚନରେ ବିଜେଡି କାହିଁକି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲା, ତାକୁ ନେଇ ଦଳ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ସେ ନେଇ ଆଜି ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଏଥିରେ କୁହାଯାଇଛି, ସଂସଦୀୟ ଗଣତନ୍ତ୍ରରେ […]
ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଏସିଡ୍ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଖବର ଅନୁଯାୟୀ, ୫୬ ବର୍ଷୀୟ ଶିବରାଜଙ୍କର ଗତ […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ ଆସୁଛି ତେବେ ସରକାରୀ ନିୟମ ଅନୁସରଣ କରିବାକୁ ପଡିଥାଏ। ଖବର ଅନୁଯାୟୀ, ଗତକାଲି ୩୪ବର୍ଷୀୟ ସୁଶାନ୍ତ ମୁମ୍ୱାଇର ବାନ୍ଦ୍ରାସ୍ଥିତ ନିଜ […]
ବ୍ରହ୍ମପୁର: ପୁଣି ଗଞ୍ଜାମରେ ଏନ୍କାଉଣ୍ଟର। ଆସିକା ଚାରିମାଳ ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଆସିକା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଳିଆପଲ୍ଲୀ ଗାଁର କାଳୁ ଗତକାଲି ରାତିରେ ଏକ ନମ୍ବର ବିହୀନ ବାଇକ୍ରେ ବାଲିପଦର ଯାଉଥିଲା। ଏନେଇ କୌଣସି […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗତକାଲି ସୁଶାନ୍ତଙ୍କର ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନ ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର ଜୁହୁ ଠାରେ ଥିବା କପୁର୍ ହସ୍ପିଟାଲରେ କରାଯାଇଥିଲା। […]
ମୁମ୍ୱାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ କ୍ରିକେଟର୍ଙ୍କ ସହିତ ତାଙ୍କର ଉତ୍ତମ ପରିଚୟ ମଧ୍ୟ ଥିଲା। ଆଜି ହଠାତ୍ ଆତ୍ମହତ୍ୟା ଖବର କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଛି। ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର […]