ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍ବିଜୟ ସିଂ ଖାତି ଏହି ଭିଡିଓକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓଟି ରାଜସ୍ଥାନର ଏକ ପୁରୁଣା ଭିଡ଼ିଓ। ଏହି ଭିଡିଓରେ କୁକୁରଟି ଚିତାବାଘକୁ […]
ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ମହାପ୍ରଭୁ […]
ବିହାର : ବିହାର ମୁଜାଫରପୁର ମାମଲାକୁ ନେଇ ସିବିଅାଇର ଖୋଲତାଡ଼। ଅାଜି ସିବିଅାଇର ଏକ ଟିମ୍ ମୁଜାଫରପୁର ଅାଶ୍ରୟ ସ୍ଥଳିକୁ ଯାଇ ଯାଞ୍ଚ ଅାରମ୍ଭ କରିଛି। ଫରେନ୍ସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛି ସିବିଅାଇ। ଏହାସହ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କ ଘରକୁ ଯାଇ ଖୋଲତାଡ଼ ମଧ୍ୟ ହୋଇଛି। ମିିଳିଥିବା ସୂଚନା ମୁତାବକ ବ୍ରିଜେଶର ଖବରକାଗଜ ଅଫିସ୍ ଏବଂ ଅନ୍ୟ ଠିକଣାରେ ମଧ୍ୟ ଯାଇ ଯାଞ୍ଚ କରାଯିବ। ତେବେ ଘଟଣାକୁ ନେଇ ଦୁଇ ସପ୍ତାହ ମଧ୍ୟରେ […]
ରାଜସ୍ଥାନ : ରାଫେଲ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜସ୍ଥାନ ଜୟପୁରରେ ଅାୟୋଜିତ ରାଲିରେ ଜନତାଙ୍କୁ ସମ୍ବୋଧିତ କରି ବିଜେପି ନେତୃତ୍ୱାଧିନ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦେଶବାସୀଙ୍କୁ ଏହି ସରକାର ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସରକାର ପୂରଣ କରିପାରିନାହାନ୍ତି। ୨ କୋଟି ବେକାର ଯୁବକଙ୍କୁ ଚାକିରି ଦେବା ପ୍ରତିଶ୍ରୁତି […]
ମାଲକାନଗିରି: ଥମୁନି ଲଜ୍ଜା। ଗୋଟିଏ ପରେ ଗୋଟିଏ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ମାଲକାନଗିରି ଜିଲ୍ଲାରେ ମାମୁଁ ଘରକୁ ଯାଇଥିବା ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଯୁବକ ଘରୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ପୁଲିସ ଘଟଣାର ଖୋଳତାଡ଼ କରୁଛି।
କଟକ: କଟକ ବଡ଼ ଡାକ୍ତରଖାନା ପରିସରେ ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍ ଓ ଏକ ମଦ ବୋତଲ ଜବତ କରାଯାଇଛି। ମଙ୍ଗଳାବାଗ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଭୁବନେଶ୍ୱର: ସ୍କୁଲ ଛାତର ବିମ୍ରୁ ଖସିଲା ସିମେଣ୍ଟ ଖଣ୍ଡ। ଏହି ଅଘଟଣ କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ ଘଟିଛି ରାଜଧାନୀରେ। ଖଣ୍ଡଗିରି ଅଞ୍ଚଳର ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ଛାତର ବିମ୍ରୁ ସିମେଣ୍ଡ ଖଣ୍ଡ ଖସି ପଡ଼ିଛି। ଆଜି ସକାଳେ କ୍ଲାସ୍ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ।। ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀଙ୍କ କିଛି କ୍ଷତି ହୋଇ ନାହିଁ। ଏହି ସ୍କୁଲ ଛାତରୁ ଏମିତି ସିମେଣ୍ଟ ଖସିବା […]
ଭୁବନେଶ୍ୱର: ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୩ଟି ଜିଲ୍ଲାକୁ ସତର୍କ ସୂଚନା। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଡେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ଯୁକ୍ତ ଦୁଇ ଫାଇନାଲ୍ ପରୀକ୍ଷାକୁ ମାତ୍ର ୬ ମାସ ବାକି ଅଛି। କିନ୍ତୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବ ନିର୍ଦ୍ଧାରିତ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇବାକୁ ଚିନ୍ତା କରୁଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ କିଛି ଅଭିଭାବକ ପରିଷଦର ଏଭଳି ଯୋଜନାକୁ ଚ୍ୟାଲେଞ୍ଜ କରି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କମିଟି ସଦସ୍ୟ ତଥା ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କୁ ଦାବି ପତ୍ର ଦେଇଛନ୍ତି। ୨୦୧୭ରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀ ୨୦୧୯ […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ବୀରନରସିଂହପୁର ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ପଛପଟୁ କାର୍ ଧକ୍କା ଦେବାରୁ ୨ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସକାଳ ସ୍କୁଲ ପାଇଁ ଏକ୍ ବାଇକ୍ରେ ଅଜିମ୍ ଖାନ୍ ଓ ଜ୍ୟୋତିର୍ମୟୀ ପ୍ରଧାନ ଉଭୟେ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ସମୟରେ କାର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସକାଳ ପ୍ରାୟ ୬ଟା […]
କେନ୍ଦ୍ରାପଡ଼ା: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଯାହର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ଗାଁରେ। ଯେଉଁଠି ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ପୂଜାର୍ଚ୍ଚନା। ସୂଚନା ଅନୁସାରେ, ବଳିପାଳ ଗାଁରେ ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶ ସାଗରଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା […]
ପୁରୀ: ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଏହାକୁ ଚିତଉ ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ପରମ୍ପରା ଅନୁସାରେ ଆଜି ମହାପ୍ରଭୁଙ୍କର ଚିତାଲାଗି ପର୍ବ ଅନୁଷ୍ଠିତ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ଶ୍ରୀମୁଖରେ ବର୍ଷ ତମାମ ଲାଗି ରହୁଥିବା ରତ୍ନଚିତା ଓ ରାହୁରେଖା ଅପସାରଣ କରି ନିଆଯାଇଥାଏ। ରଥଯାତ୍ରା ସମୟରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଶ୍ରୀମୁଖରେ ଏ ଦୁର୍ଲଭ ଅଳଙ୍କାର ଦେଖିବାକୁ ମିଳି ନ ଥାଏ। ପ୍ରତୀକାତ୍ମକ ଭାବେ ଶ୍ରୀ ବିଗ୍ରହମାନଙ୍କ ମଥାରେ କେବଳ ସୋଲଚିତା […]