• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm
ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଅଗ୍ନିକାଣ୍ଡ। ୯ ଲୋକ କଲ୍ୟାଣ ମାର୍ଗରେ ଥିବା SPG ରିସେପ୍ସନ ଅଞ୍ଚଳରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ନିଆଁଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ତେବେ ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା ଏବଂ ବିଦ୍ୟୁତ୍‌ ସଟ୍‌ ସର୍କିଟ୍‌ରୁ ନିଆଁ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଟ୍ୱିଟ୍‌ରେ ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ […]

  • Monday, 19 July 2021
train
ଟ୍ରେନ୍‌ ଧରିବାରେ ବିଫଳ ହେବାରୁ...

ନୂଆଦିଲ୍ଲୀ: ହାୱଡ଼ା ରାଜଧାନୀ (ନୂଆଦିଲ୍ଲୀ-ହାୱଡ଼ା) ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍ କଲ୍। ଟ୍ରେନ୍‌ରେ ବୋମା ଥିବା ନେଇ ଫୋନ୍‌ କଲ୍ ମିଳିବା ପରେ ଗାଜିଆବାଦ ଷ୍ଟେସନରେ ଟ୍ରେନ୍‌ଟି କିଛି ଘଣ୍ଟା ପାଇଁ ଅଟକି ରହିଥିଲା। ତେବେ ଯାଞ୍ଚ କରାଯିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଅନୁସାରେ, ହାୱଡ଼ା ରାଜଧାନୀ ଟ୍ରେନ୍‌ରେ ବୋମା ଥିବା ଖବର ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ମିଳିବା ପରେ ତତ୍‌କ୍ଷଣାତ ଏନେଇ ଆଲର୍ଟ କରାଯାଇଥିଲା। ଟ୍ରେନ୍‌କୁ ଗାଜିଆବାଦ ଷ୍ଟେସନରେ […]

  • Monday, 19 July 2021
bombing
କାର୍‌ ଉପରକୁ ବୋମାମାଡ଼; ୪ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ଏକ କାର୍‌ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନେ ହେଉଛନ୍ତି ସୁଶାନ୍ତ ବିଶୋୟୀ, ଗୋପି ପାତ୍ର ଓ ରାଜେଶ ବିଶୋୟୀ।  ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଏକ କାର୍‌ରେ ଥାନାକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍‌ ଉପରକୁ ବୋମାମାଡ କରିଥିଲେ। […]

  • Monday, 19 July 2021
hemanta
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ […]

  • Monday, 19 July 2021
a
ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ । The legend Amitabh Bachchan who […]

  • Monday, 19 July 2021
ss
ଆକାଶରେ ଚାଲିଲା ଛାଇ ଆଲୁଅ ଖେଳ

ଭୁବନେଶ୍ୱର : ଆକାଶରେ ଚାଲିଲା ଛାଇ ଆଲୁଅ ଖେଳ । ତିନି ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଆଜି ଦେଖିବାକୁ ମିଳିଛି ବିରଳ ସୂର୍ଯ୍ୟୋପରାଗ । ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ୍, ମୁମ୍ବାଇ, ବେଙ୍ଗାଲୁରୁ, କୋଏମ୍ବାଟୁର୍, ଚେନ୍ନାଇ ସମେତ ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି ଏହି ମହାଜାଗତିକ ଦୃଶ୍ୟ । ମୁଖ୍ୟତଃ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁରେ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ସକାଳ ୧୦ଟା ୪୭ ମିନିଟ୍‌ରେ ବଳୟ ସୂର୍ଯ୍ୟୋପରାଗକୁ ଦେଖିଥିଲେ ଲୋକେ। […]

  • Monday, 19 July 2021
ganga-vimal
ସଡ଼କ ଦୁର୍ଘଟଣାରେ ଭାରତୀୟ ଲେଖକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସ୍ୱନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ। […]

  • Monday, 19 July 2021
pak
ଓଡ଼ିଶାକୁ ଖ୍ରୀଷ୍ଟମାସ ଅଭିନନ୍ଦନ ଜଣାଇ ବିବାଦର ମଞ୍ଜି ପୋତିଲା ପାକିସ୍ତାନ

ଇସ୍‌ଲାମାବାଦ୍‌: ସାରା ବିଶ୍ୱ ଖ୍ରୀଷ୍ଟମାସ ପାଳୁଥିବାବେଳେ ପାକିସ୍ତାନ ସେନା ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାର ଅଭ୍ୟାସ ବନ୍ଦ କରିନି। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପବିତ୍ର ଅବସରରେ ହିନ୍ଦୁତ୍ୱ କଥା ଉଠାଇ ସେ ବିବାଦ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଟ୍ୱିଟ୍‌ କରି କହିଛନ୍ତି, “ପାକିସ୍ତାନ ଏବଂ ବିଶ୍ୱର […]

  • Monday, 19 July 2021
amit sha
NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ ଅମିତ ଶାହ

ନୂଆଦିଲ୍ଲୀ  : NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି।  ଗୁଜରାଟରେ ଓଡ଼ିଶା, ଦିଲ୍ଲୀ, ୟୁପିରୁ ଆସି ବହୁ ଲୋକ ରହୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ତ କିଛି କରିହେବ । ଓଡ଼ିଆ ଲୋକଙ୍କ ସଂଖ୍ୟା ଜାଣିଲେ ସେମାନଙ୍କ ଭାଷା ପଢ଼ାଇହେବ ଏବଂ ସ୍କୁଲରେ ପଢ଼ାଇବା ବ୍ୟବସ୍ଥା କରିହେବ ବୋଲି ଅମିତ ଶାହା କହିଛନ୍ତି । […]

  • Monday, 19 July 2021
barsha
ବର୍ଷା ପ୍ରିୟଦର୍ଶିନୀଙ୍କ ଆତ୍ମହତ୍ୟା ! ସାନ ଭଉଣୀଙ୍କୁ ଥିଲା ଶେଷ କଲ୍‌...

ବେଙ୍ଗାଲୁରୁ : ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।  ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ।  କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ […]

  • Monday, 19 July 2021
bjp
ଝାଡ଼ଖଣ୍ଡରେ ବିଜେପିକୁ ଝଟକା

ରାଞ୍ଚି: ମହାରାଷ୍ଟ୍ର ପରେ ବିଜେପି ହାତରୁ ଗଲା ଝାଡ଼ଖଣ୍ଡ । ପୂର୍ବତନ ସହଯୋଗୀଙ୍କ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏମିତିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏପଟେ କଂପୁଛି ଜେଏମ୍ଏମ୍, କଂଗ୍ରେସ ଓ ଆର୍‌ଜେଡି ଶିବିର। ବାଜା, ବାଣ ଓ ମିଠା ବଣ୍ଟନ ଭିତରେ ବିଜୟ ଉତ୍ସବ ପାଳିଛନ୍ତି ଦଳୀୟ କର୍ମୀ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ ହେବାକୁ […]

  • Monday, 19 July 2021
dog
କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର

ବେଙ୍ଗାଲୁର : କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର। ଘଟଣାଟି ବେଙ୍ଗାଲୁରର। ସହରର ଜଣେ ଡଗ୍ ବ୍ରିଡର, ତାଙ୍କ ହଜିଯାଇଥିବା କୁକୁର ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ ମାଲାମ୍ୟୁଟେ ପ୍ରଜାତିର। ଚୀନ୍‌ରୁ ଆସିଥିବା ଏହି ମାଇ କୁକୁରକୁ ଡଗ୍ ବ୍ରିଡର ଜଣଙ୍କ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ସର୍ତ୍ତଥିଲା କୁକୁରଟି ଯେତେଥର ଜନ୍ମ କରିବ, ମହିଳାଜଣଙ୍କ ପ୍ରତିଥର ତା ଛୁଆରୁ ଗୋଟିଏ ଲେଖାଏଁ ଡଗ୍ ବ୍ରିଡରଙ୍କୁ ଦେବେ। ହେଲେ ୧୫ […]

  • Monday, 19 July 2021