ଶ୍ରୀନଗର: କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀ ସଫେଇ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ତ୍ରାଲ ଅଞ୍ଚଳରେ ଭୋରରୁ ସର୍ଚ୍ଚ ଅପରେସନ୍ କରିଥିଲେ। ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସ୍ର ମିଳିତ ଟିମ୍ ସେଠାକୁ ଯାଇ ଅପରେସନ୍ କରିଛନ୍ତି। […]
ଲକ୍ଷ୍ନୌ: ଚଳିତବର୍ଷର ଅର୍ଦ୍ଧକୁମ୍ଭ ମେଳା ଉଦ୍ଯାପିତ ହୋଇଛି। ତୀର୍ଥକ୍ଷେତ୍ର ପ୍ରୟାଗରାଜରେ ଜାନୁଆରୀ ୧୪ରୁ ଆରମ୍ଭ ହୋଇଥିବା ବୁଡ଼ ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି। କୁମ୍ଭମେଳାରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ବିଶ୍ୱାସର ଏହି ବୁଡ଼ ପକାଇବା ପାଇଁ କାହିଁ କେତେ ବାଟରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା। ଏଥରର କୁମ୍ଭମେଳା ବିଭିନ୍ନ କ୍ଷେତ୍ରରେ ରେକର୍ଡର ଅଧିକାରୀ ହୋଇଛି। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିଶ୍ୱର ସବୁଠାରୁ […]
କର୍ଣ୍ଣାଟକ : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ କର୍ଣ୍ଣାଟକ। କର୍ଣ୍ଣାଟକରେ ଉପକୂଳ ଜିଲ୍ଲା ସହ ଦକ୍ଷିଣାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ, ହାସାନ, ଶିଭମୋଗା ଅାଦି ଅଞ୍ଚଳରେ ଅାଗାମୀ ୨୪ ଘଣ୍ଟା ମଧ୍ୟରେ ଅାହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଫଳରେ ଲୋକେ ଏକପ୍ରକାର ଅାତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ସକଲେଶପୁର ସହ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଫଳରେ […]
ଟିଟିଲାଗଡ଼: ମଝି ନଦୀରେ ଫସି ରହିଛି ୧୭ ଜୀବନ। ଟିଟିଲାଗଡ଼ ତେଲ ନଦୀରେ ହଠାତ୍ ବନ୍ୟା ଆସିବାରୁ ୧୭ ଜଣ ଫେରିପାରି ନଥିଲେ। ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି। ଏହି ଲୋକମାନେ ବାଞ୍ଜିପଦର ଦୀପରେ ଫସି ରହିଛନ୍ତି। ବିଦ୍ୟୁତ ବିଭାଗର ୧୩ ଜଣ ଓ ଜଳ ଯୋଗଣ ବିଭାଗର ୪ ଜଣ କର୍ମଚାରୀ ପ୍ରକଳ୍ପ କାମ ପାଇଁ ଯାଇଥିଲେ।
ମାଲକାନଗିରି : ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ବେହାଲ। ଜିଲ୍ଲାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଁ ତଳିଅା ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି। ସପ୍ତଧାରା ନଦୀରେ ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ଚାଲିଛି। ସେହିଭଳି କୋରକୋଣ୍ଡା, ଏମଭି ୩୭, ପାଙ୍ଗାମ, ବଣ୍ଡାଘାଟି, ମାଙ୍କଡ଼ ଝୋଲା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଥିବାରୁ କାଲିମେଳା, ଖଇରପୁଟ ଅାଦି ଅନେକ […]
ଭୁବନେଶ୍ୱର : ଅବପାତର ରୂପ ନେଲା ୱେଲମାର୍କ ଲୋ ପ୍ରେସର। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓଡ଼ିଶାର ବି କିଛି ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି। ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ ।
ନୂଆଦିଲ୍ଲୀ: ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ ହେବ। ଗୁଜରାଟ ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିବେ। ଅଣସଙ୍ଗଠିତ ଶ୍ରମିକ ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ପେନ୍ସନ୍ ମିଳିବ। ଏହି ଯୋଜନାରେ ମାସିକ ୩ ହଜାର ଟଙ୍କା ଲେଖାଏ ପେନ୍ସନ୍ ମିଳିବାର ବ୍ୟବସ୍ଥା ରହିଛି। ଅଣ ସଙ୍ଗଠିତ ଶ୍ରମିକ ଯେପରିକି ରିକ୍ସା ଚାଳକ, ଫେରିବାଲା, ଘରୋଇ ଶ୍ରମିକ, ପାନବାଲା ଓ ଚା’ ଦୋକାନୀ ଏହି ଯୋଜନାରେ […]
ନୂଆଦିଲ୍ଲୀ: ସମ୍ବାଦିକତାରୁ ରାଜନୀତିକୁ ଆସିଥିବା ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ଆଶୁତୋଷ ଗୁପ୍ତା ଦଳ ଛାଡ଼ିଛନ୍ତି। ଟ୍ୱିଟ୍ କରି ଆଶୁତୋଷ ଏହି ସୂଚନା ଦେଇଛନ୍ତି। ନିଜ ଇସ୍ତଫାର କାରଣ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି ସେ ଟ୍ୱିଟ୍ ଯୋଗେ କହିଛନ୍ତି। ତେବେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଶୁତୋଷଙ୍କ ଏହି ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ଆପ୍’ରୁ ଇସ୍ତଫା ସଂପର୍କରେ ୫୩ ବର୍ଷିୟ ଆଶୁତୋଷ ତାଙ୍କ ଟ୍ୱିଟ୍ରେ କହିଛନ୍ତି, ‘‘ପ୍ରତ୍ୟେକ ଯାତ୍ରାର ଶେଷ ଥାଏ। […]
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ବୌଦ୍ଧ, କଟକ ଓ ଜଗତସିଂହପୁର। ସମ୍ଭାବ୍ୟ ବର୍ଷା ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। […]
ଭୁବନେଶ୍ୱର: ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ୭୨ତମ #ସ୍ଵାଧୀନତାଦିବସ ର ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଶାନ୍ତି, ମୈତ୍ରୀ ଓ […]
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପାଇଁ ଦେଶର ସବୁଠୁ ବଡ ଜନ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ । ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି। […]