ଇସ୍ଲାମାବାଦ୍: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଇସ୍ଲାମାବାଦ୍ରେ ଆଜି ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍ ହୁସେନ୍ ତାଙ୍କୁ ଶପଥ ପାଠ କରାଇଥିଲେ। ଶପଥଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ଯୋଗ ଦେଇଥିଲେ। ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ଗ୍ରହଣ କରି ପାରିନାହାନ୍ତି। ଏଥିପାଇଁ ସୋଶାଲ୍ […]
କେରଳ : କେରଳରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଅାଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍ଡିଅାରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି […]
ଭୁବନେଶ୍ୱର : ଅଟଳଙ୍କ ବିୟୋଗରେ କେବଳ ଭାରତ ନୁହଁ ଅନ୍ୟ ଦେଶରେ ବି ପାଳନ ହେଉଛି ଶୋକ । ମରିସସ୍ ସରକାର ଅଟଳଙ୍କ ବିୟୋଗକୁ ରାଷ୍ଟ୍ରୀୟ ଶୋକ ଭାବେ ପାଳନ କରୁଛନ୍ତି। ମରିସସ୍ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। Joining us in our moment of grief! In an unprecedented gesture, the Government of #Mauritius has decided that both Indian and Mauritian flag will fly half-mast on […]
ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଭାରତୀୟ ରାଜନୀତିର ଅଜାତଶତ୍ରୁ ତଥା ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମସ୍ତ ବୈଦିକ ରୀତୀନିତି ସହ ଶେଷ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା। PM Narendra Modi pays last respects to former PM #AtalBihariVajpayee at Smriti […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଏବେ ଏକ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଯାହାର ଶିରୋନାମାରେ କୁହାଯାଇଛି ଯେ, AIIMS ଡାକ୍ତରମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଫଟୋରେ ଏକ ଡାକ୍ତରୀ ଦଳ ମୃତଦେହ ଚାରିପଟେ ଦଣ୍ଡାୟମାନ ଅବସ୍ଥାରେ ନତମସ୍ତକ ହୋଇ ମୃତଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସତ୍ୟ। କିନ୍ତୁ ପ୍ରକୃତରେ ମୃତଦେହ ବାଜେପୟୀଙ୍କର ନୁହେଁ କି ଡାକ୍ତରମାନେ ମଧ୍ୟ ଦିଲ୍ଲୀ ଏମ୍ସର ନୁହଁନ୍ତି। ଏହି ଫଟୋଟି ହେଉଛି ୨୦୧୨ ମସିହାର ଆଉ ଚୀନ୍ ଦେଶର। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା। ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୧୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ତେବେ୨୦ ତାରିଖ ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ କାଲି ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।