ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର […]
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍ ସ୍ଥିତ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଖାଲି ଜଣେ ସାମ୍ବାଦିକ ନଥିଲେ ପ୍ରସିଦ୍ଧ ଲେଖକ ମଧ୍ୟ […]
କେନ୍ଦୁଝର: ସୋଶାଲ୍ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍ ହୋଇଯାଇଛି। ଏବେ ସେହି ଭିଡିଓ ମୋବାଇଲ୍ରୁ ମୋବାଇଲକୁ ଘୂରି […]