ନୂଆଦିଲ୍ଲୀ/ଭୁବନେଶ୍ୱର: ବ୍ୟାଙ୍କ୍ ବନ୍ଦ ହେବା ଖବର ନେଇ ଗତ କିଛିଦିନ ହେଲା ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟିଦିନ ଓ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା ଯୋଗୁଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ତଥା ୬ ଦିନ କାଳ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ସୋଶାଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ଏପରିକି ଏସମ୍ପର୍କିତ ଖବରକୁ ନେଇ ସୋଶାଲ୍ ମିଡିଆରେ ଏକ ମେସେଜ୍ ମଧ୍ୟ ଘୁରି ବୁଲୁଛି। ଖାଲି ସେତିକି ନୁହେଁ ବ୍ୟାଙ୍କ୍ ବନ୍ଦ […]
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରେ ଉଦ୍ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରର ଉଦ୍ଘାଟନ କରିବେ। ବିମାନବନ୍ଦରର ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ । ଝାରସୁଗୁଡା ବିମାନବନ୍ଦରକୁ 4-C Category ଲାଇସେନ୍ସ ମିଳି ସାରିଥିବା ବେଳେ ଏଠାରୁ Airbus-320 ଓ Boeing 747 ବିମାନ ସେବା ଉପଲ୍ଲବ୍ଧ ହେବ। ଦେଶର ବିଭିନ୍ନ ସହରକୁ […]
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ୍ ଅଫିସରଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀମାନେ ପୁଲିସ୍ କର୍ମଚାରୀଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୁଲୱାମା, ଅନନ୍ତନାଗ ଓ କୁଲ୍ଗାମ୍ ଜିଲ୍ଲାରେ ରହୁଥିବା ପୁଲିସ୍ କର୍ମଚାରୀଙ୍କ ଘର ଭିତରକୁ ପ୍ରବେଶ କରି ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରିଥିଲେ। ଅପହରଣ ହୋଇଥିବା ପରିବାର ଲୋକଙ୍କ ମଧ୍ୟରେ ଜଣେ ପୁଲିସ୍ ଅଫିସରଙ୍କ ଭାଇ ଓ ଅନ୍ୟ ଜଣେ […]
ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ପୁରୀ ଜିଲ୍ଲା କାକଟପୁରର ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ। ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୫ ଜଣ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଭୁବନ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ଭୁବନେଶ୍ୱର: ବଜ୍ରପାତ ଓ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସକାଳ ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍କୁ ୨୦୧୧ ମସିହା ଟେରର୍ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏନ୍ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍ରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। […]