ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାରରେ ଅାସି ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲା। ଗୁଳିମାଡ଼ରେ ଗୁରୁତର ଅାହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଅାହତ ଜଣକ ହେଲେ ସୁଶାନ୍ତ ଭୋଇ।
ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଅାତଙ୍କବାଦୀମାନେ ଲସ୍କର –ଇ-ତୋଇବା ସଂଗଠନର ବୋଲି ଜଣାପଡିଛି। ସେମାନେ ପାକିସ୍ତାନର ବାସିନ୍ଦା ବୋଲି ପ୍ରମାଣ ମିଳିଛି। ସେପଟେ […]
ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍କା। ଇଲେକ୍ଟୋରାଲ ବଣ୍ଡ୍ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]
ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍ମେଲିଂ। ଭଦ୍ରକ ଜେଲର୍ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟ ତାଙ୍କ ସହ ଫେସ୍ବୁକ୍ରେ ଫ୍ରେଣ୍ଡ୍ ହୋଇ ପ୍ରେମ ଜାଲରେ […]
ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। […]