ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ଅବସାଦରେ ଥିଲେ ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ଅାତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ଟାଉନ୍ ପୁଲିସ ତଦନ୍ତ […]
ଭୁବନେଶ୍ୱର: ଦିନକୁ ଦିନ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଆସନ୍ତା ୭, ୮, ୯ ତାରିଖ ୩ ଦିନ ଧରି ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ […]
ଲକ୍ଷ୍ନୌ: ଆଡ୍ମିଟ୍ କାର୍ଡରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍ମିଟ୍ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍ମିଟ୍ କାର୍ଡ ଜାରି କରିଛି। ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ ବର୍ଷର ଛାତ୍ର ଅମିତ୍ ଦ୍ୱିବେଦୀଙ୍କ ଆଡମିଟ୍ କାର୍ଡରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ଅମିତ୍ ସମ୍ବାଦ ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ‘ଦ୍ୱିତୀୟ ବର୍ଷ […]
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ସାଢ଼େ ଗୋଟାଏ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୩ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, […]
ପେଗାସସ୍ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍ରୁ ଜଣେ କଏଦୀର ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Condemnable!I've been pressing for reforms in our criminal justice system, of which the jail system is a crucial bit.It's well known that undertrials & even convicts freely operate criminal activities in the outside world from inside jail.This…Must…Be…Stopped ? […]
ଜୟପୁର: ବାୟୁସେନାର ଲଢୁଆ ବିମାନ MiG-27 ଦୁର୍ଘଟଣାଗ୍ରସ୍ତ। ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଏଥିରେ ଲଢୁଆ ବିମାନଟି ପୁରା ଜଳି ଯାଇଛି। ତେବେ ପାଇଲଟ ଓ କୋ-ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି। ସେମାନେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ଘଟଣାସ୍ଥଳରେ ବାୟୁ ସେନାର ଅଧିକାରୀ ପହଞ୍ଚିଛନ୍ତି। ବିମାନଟି ବାୟୁସେନାର ଯୋଧପୁର ଏୟାର୍ବେସ୍ରୁ ଉଡାଣ ଭରି ଥିଲା। ରୁଟିନ୍ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାର କୋର୍ଟ ଅଫ୍ ଇନ୍କ୍ୱାରି ନିର୍ଦ୍ଦେଶ […]
ହାଇଦ୍ରାବାଦ: ହାଇଦ୍ରାବାଦ ନିଜାମ୍ ମ୍ୟୁଜିଅମ୍ରୁ ଚୋରି। ହାଇଦ୍ରାବଦ ପୁରୁଣା ହାଭେଲି ସ୍ଥିତ ଏହି ମ୍ୟୁଜିଅମ୍ରୁ ସୁନା ଟିଫିନ୍ ବାକ୍ସ (ଯାହାର ଓଜନ ୨ କି.ଗ୍ରା.), ହୀରା ଖଚିତ କପ୍, ପ୍ଲେଟ୍ ଓ ଚାମଚ୍ ସମେତ ଅନେକ କଳାକୃତି ଯାହାକି ନିଜାମ୍ ଯୁଗର ବୋଲି କୁହାଯାଉଛି ସବୁ ଚୋରି ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଆକଳନ କରାଯାଉଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ମ୍ୟୁଜିୟମ୍ର […]
ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ରିଙ୍କୁ ସଦର ଥାନା ଅନ୍ତର୍ଗତ ଗୌଡପଡ଼ାରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ମାଆଙ୍କ କହିବା ଅନୁସାରେ, ‘ଦେବେନ୍ଦ୍ର ତାଙ୍କ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ। ଛତିଶଗଡ଼ ବିଳାସପୁର ଜେଲ୍ରେ ସଜା କାଟୁଥିବା ଜଣେ କଏଦୀର ଏମିତି ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି। ଏକ ଚିଠିରେ ଜେଲରେ ସଜା କାଟୁଥିବା ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଥିଲେ। ଏନେଇ ବିଳାସପୁର ଏସ୍ପି ଅରିଫ୍ ଶେଖ୍ […]