ନୂଆଦିଲ୍ଲୀ: ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ, ଏନେଇ ସୁପ୍ରିମ୍କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ଏ ସମ୍ପର୍କରେ ପାର୍ଲାମେଣ୍ଟ ନିଷ୍ପତ୍ତି ନେଉ ବୋଲି କୋର୍ଟ ଜଣାଇଛନ୍ତି। ନିର୍ବାଚନ ଲଢ଼ିବାକୁଥିବା ପ୍ରାର୍ଥୀ ତାଙ୍କ ନାଁରେ ବିଚାରାଧିନ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳକୁ ଦେବା ସହ ଏହା ଦଳୀୟ ୱେବ୍ସାଇଟ୍ରେ ମଧ୍ୟ ରହିବ। […]
ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଦେଶ ଛାଡ଼ି ଫେରାର ହେଲେ ଆଉ ଜଣେ ବ୍ୟବସାୟୀ। ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ନିତିନ୍ ସନ୍ଦେସରାଙ୍କ ନାଁ ସାମିଲ୍ ହୋଇଛି। ସେ ଷ୍ଟର୍ଲିଂ ବାୟୋଟିକ୍ର ମାଲିକ। ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ନିତିନ୍ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ତେବେ ନିତିନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ନାଇଜେରିଆ ପଳାଇଥିବା […]
ଭୁବନେଶ୍ୱର: ପୁରୀରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। କିଛି ସମୟ ତଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଯାଇଥିଲେ ଶାହ। ଅଠରନଳାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୁରୀ ଶରଧାବାଲିରେ ଅାଜିଠାରୁ ଅାରମ୍ଭ ହେଉଥିବା ଦୁଇ ଦିନିଅା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଓଡ଼ିଶାରେ ମିଶନ୍ ୧୨୦ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଟିପ୍ସ ଦେବେ। ଏହା ପୂର୍ବରୁ […]
ନୁଆଦିଲ୍ଲୀ: ପୁଣି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି। ମହାରାଷ୍ଟ୍ରର କିଛି ସହରରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ଟଙ୍କାରେ ପହଞ୍ଚି ଥିବାବେଳେ ମୁମ୍ବାଇରେ ୯୦ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ୪ଟି ସହରରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୮୨ ଟଙ୍କା ୭୨ ପଇସା ଏବଂ ଡିଜେଲ ୭୪ ଟଙ୍କା ୨ ପଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ ୯୦ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ଗଜ’ ଆସନ୍ତାକାଲି ତାମିଲନାଡୁର କଡାଳୁର ଓ ପାମ୍ବନ୍ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ତେବେ ପରିସ୍ଥିତିର ମୁକାବିଲା ଲାଗି ତାମିଲନାଡୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି। ପଡ଼ୋଶୀ ପୁଡୁଚେରୀରେ […]
ଅତ୍ୟାଧୁନିକ ସାଟେଲାଇଟ୍ ଜି-ସାଟ୍ ୨୯କୁ ସଫଳତାର ସହ ମହାକାଶରେ ଅବସ୍ଥାପିତ କରିଛି ଇସ୍ରୋର ବାହୁବଳୀ କୁହାଯାଉଥିବା ସବୁଠୁ ଓଜନିଆ ରକେଟ୍ ଜିଏସ୍ଏଲ୍ଭି ମାର୍କ ଥ୍ରୀ ଡି-ଟୁ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱାନ ଉତ୍କ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୫ଟା ୮ ମିନିଟରେ ଏହି ଉତ୍କ୍ଷେପଣ କରାଯାଇଥିଲା। ଜି ସାଟ୍- ୨୯ ଏକ ମଲ୍ଟି ବ୍ୟାଣ୍ଡ୍ ଓ ମଲ୍ଟି ବିମ୍ ଯୋଗାଯୋଗ ଉପଗ୍ରହ। ଏହା ସାହାଯ୍ୟରେ ଜାମ୍ମୁ ଓ କାଶ୍ମୀର ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳର ପାହାଡ଼ିଆ ଓ ଅଗମ୍ୟ […]
ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍ରେ କେହି ଲୋକ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଟୁରିଷ୍ଟ୍ ବସ୍ଟି ବିସ୍ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବସ୍ରେ କେହି ଲୋକ ନଥିଲେ। ବସ୍ଟି ପୂରା ଖାଲି ଥିଲା। ପ୍ରକୃତରେ ବସ୍ଟି ଭାସି ଯିବା ସମୟରେ ବସ୍ ମଧ୍ୟରେ କେହି ଲୋକ ଥିଲେ କି ନାହିଁ […]