ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଭୟଙ୍କର ପ୍ରଦୂଷଣ ସହ ବାୟୁର ମାନ ସର୍ବାଧିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ଆନନ୍ଦବିହାର ଓ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଅଞ୍ଚଳରେ ପ୍ରଦୂଷଣ ସ୍ତର ସର୍ବାଧିକ ୯୯୯ ରେକର୍ଡ କରାଯାଇଛି। ଗତକାଲି ରାତି ୯ଟା ପରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଥିଲା। ପ୍ରଦୂଷଣ ଯୋଗୁ ନିଶ୍ୱାସ ନେବା କଷ୍ଟକର ହୋଇଯାଇଛି। ଦୀପାବଳିରେ ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଏଥିଯୋଗୁ […]
ରାୟପୁର: ନିର୍ବାଚନର ଠିକ୍ ପୂର୍ବରୁ ପୁଣି ଥରିଲା ଛତିଶଗଡ଼ର ଦନ୍ତେୱାଡ଼ା। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ପ୍ରାଣ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ୩ ଜଣ ସାଧାରଣ ଲୋକ ଅଛନ୍ତି। ଦନ୍ତେୱାଡ଼ାର ଏନ୍ଏମ୍ଡିସି ପ୍ଲାଣ୍ଟ ନିକଟରେ ଏହି ଆକ୍ରମଣ ହୋଇଛି। ଲାଲବାହିନୀ ବିସ୍ଫୋରଣ କରି ଏକ ଗାଡ଼ି ମଧ୍ୟ ଉଡ଼ାଇ ଦେଇଛନ୍ତି। ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଏସ୍ପି ଡି. ରବି ଶଙ୍କରଙ୍କ କହିବା ଅନୁସାରେ, ଏକ ମିନି ବସ୍ରେ ଜଣେ ଯବାନଙ୍କ ସମେତ […]
ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଆଉଟ୍ଡୋର୍ ନିକଟସ୍ଥ ଆଶା ଗୃହରେ ନିଆଁ ଲାଗିଯାଇଥିଲା। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ସର୍ଟ ସର୍କିଟ୍ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି। ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେଶନର ଆଜି ଶେଷ ଦିନ। ଆଜି ଅଧିବେଶନରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦି ନିଜର କର୍ମକର୍ତ୍ତାମାନଙ୍କୁ ଆଜି କେଉଁ ଗୁରୁମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଅଧିବେଶନରେ ରଣନୀତି ପ୍ରସ୍ତୁତ କରାଯାଉଛି। ତେଣୁ ଏହି ବୈଠକ ବିଜେପି ପାଇଁ ବହୁ ଗୁରୁତ୍ୱବହନ କରୁଛି। ଏହି ଅଧିବେଶନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ନେଇ […]
ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ନିଖୋଜ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅହତେଶାମ୍ ବିଲାଲ୍ ସୋଫି, ଗତ ସପ୍ତାହରୁ ଗ୍ରେଟର୍ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରୁ ନିଖୋଜ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି। ଶ୍ରୀନଗରରେ ରହୁଥିବା ୧୭ ବର୍ଷୀୟ ଅହତେଶାମ୍ ବିଲାଲ୍ ସୋଫି ଗ୍ରାଜୁଏସନ୍ ପ୍ରଥମ ବର୍ଷର ଛାତ୍ର। ସେ ଗ୍ରେଟର୍ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଗତ ଅକ୍ଟୋବର ୨୮ ରୁ ସେ […]
ନୂଆଦିଲ୍ଲୀ: ଆସାମର ତିନ୍ସୁକିଆ ଜିଲ୍ଲାରେ ୫ ଜଣ ବଙ୍ଗଳାଭାଷୀ ଲୋକଙ୍କୁ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ୍ (ଉଲ୍ଫା) ଉଗ୍ରବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ହେଲେ ଶ୍ୟାମଲାଲ ବିଶ୍ୱାସ, ଅନନ୍ତ ବିଶ୍ୱାସ, ଅବିନାଶ ବିଶ୍ୱାସ, ସୁବଲ ବିଶ୍ୱାସ, ଧନଞ୍ଜୟ ନାମସୁଦ୍ରା। ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଭିନ୍ନ ବଙ୍ଗାଳୀ ସଂଗଠନ ପକ୍ଷରୁ ତିନ୍ସୁକିଆ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା […]
ନୂଆଦିଲ୍ଲୀ: ଜିଏସ୍ଟି କାଉନସିଲର ୩୨ତମ ବୈଠକରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ରିହାତି ମିଳିଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜିଏସ୍ଟି ସୀମା ବାର୍ଷିକ ୪୦ ଲକ୍ଷକୁ ବଢ଼ାଯାଇଛି। ସେହିପରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ଏହି ସୀମା ୧୦ରୁ ୨୦ ଲକ୍ଷକୁ ବଢ଼ାଯାଇଛି। କ୍ଷୁଦ୍ର କମ୍ପାନୀଗୁଡ଼ିକୁ ଜିଏସ୍ଟି ପରିଧି ଭିତରକୁ ଆଣିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବାର୍ଷିକ ୫୦ ଲକ୍ଷ ଟଙ୍କାର କାରବାର କରୁଥିବା କମ୍ପାନୀ ୬ ପ୍ରତିଶତ […]
ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଆଲୋକ ବର୍ମା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ସିଲେକ୍ସନ୍ କମିଟି ୨-୧ ଭୋଟରେ ବର୍ମାଙ୍କୁ ପଦଚ୍ୟୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସିଲେକ୍ସନ କମିଟିରେ ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଦସ୍ୟ ଅଛନ୍ତି। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏହି ମାମଲାର ଶୁଣାଣି କରୁଥିବାରୁ ଜଷ୍ଟିସ ଏ୍.କେ. ସିକ୍ରୀ ତାଙ୍କ ପ୍ରତିନିଧିତ୍ୱ କରିଥିଲେ। ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ବର୍ମାଙ୍କ ସପକ୍ଷରେ […]
ଶ୍ରୀନଗର: ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା। ଗତକାଲି ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ବିଜେପି ନେତା ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ୍ ପରିହାରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଜମ୍ମୁ ଓ କାଶ୍ମୀରର ବିଜେପି ସମ୍ପାଦକ ଅନୀଲ ପରିହାର ଓ ତାଙ୍କ ଭାଇ ଅଜିତ୍ ପରିହାର ଗତକାଲି ଦୋକାନରୁ ଘରକୁ ଫେରୁଥିଲେ। ପାଖାପାଖି ରାତି ୮ଟା ସମୟରେ ସେମାନେ ଘରକୁ ଯିବା ରାସ୍ତାରେ ଏକ ଅନ୍ଧାର ସ୍ଥାନରେ ସେମାନଙ୍କ […]
ନୂଆଦିଲ୍ଲୀ: ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିବା ସଂରକ୍ଷଣ ବିଲ୍କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସମ୍ବିଧାନର ଦୁଇଟି ବ୍ୟବସ୍ଥାକୁ ଏଡ଼ାଇ ଯାଇ ତରବରିଆ ଭାବେ ଅତି କମ୍ ବିତର୍କରେ ବିଲ୍କୁ ପାରିତ କରାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଟପିଥିବା ଏହି ବିଲ୍କୁ ବିରୋଧୀଙ୍କ ସହଯୋଗରେ ଗତକାଲି ସଂସଦରେ ଗୃହୀତ କରାଯାଇଥିଲା। ସମ୍ବିଧାନର ଧାରା ୧୫ ଓ ୧୬ରେ କିଛି ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଜି […]
ନୂଆଦିଲ୍ଲୀ/ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛି। ଝାରସୁଗୁଡ଼ା ବିମାନ ବନ୍ଦର ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଜୁଏଲ ଓରାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ ମଧ୍ୟ କରିଛନ୍ତି। I thank Hon PM Shri @narendramodi Ji for giving […]
ନୂଆଦିଲ୍ଲୀ: ଭାରତୀୟ ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ସେନାଧ୍ୟକ୍ଷ ବିପିନ୍ ରାୱତ୍। ସମଲିଙ୍ଗୀ ଯୌନକ୍ରିୟା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ସୁପ୍ରିମ୍କୋର୍ଟ ଦେଥିବା ରାୟ ବାବଦରେ ତାଙ୍କ ପଚରାଯିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମଲିଙ୍ଗୀ ଯୌନ ସମ୍ପର୍କକୁ ନେଇ ସେନାର ନିଜସ୍ୱ ଆଇନ ଅଛି। ତେଣୁ ଆମେ ଏହାକୁ ପ୍ରଶୟ ଦେବୁନି। ଆମେ ଦେଶର ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, […]
ନୂଆଦିଲ୍ଲୀ: ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବିଚ୍ଛିନ୍ନତାବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍। ସେ କହିଛନ୍ତି, ଯଦି ସେମାନେ ହିଂସା ଛାଡ଼ିବେ ତେବେ ସେମାନଙ୍କ ସହ ଆଲୋଚନା କରାଯିବ। ସେନାର ବାର୍ଷିକ ସମ୍ବାଦିକ ସମ୍ମିଳନୀରେ ଜେନେରାର୍ ରାୱତ୍ ଏହି କଥା କହିଛନ୍ତି। ପ୍ରାୟ ୩ ଶହ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ ଲାଗି ନିୟନ୍ତ୍ରଣ ରେଖା ସୀମା ଆରପଟେ ଅପେକ୍ଷା କରି ରହିଛନ୍ତି। କାଶ୍ମୀରରେ ସ୍ଥିତି ବହୁ ପରିମାଣରେ ସୁଧିରିଛି। […]
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ୍। ଏହି ବିଲ୍ ଉପରେ ଆଜି ଗୃହରେ ସରଗରମ ବିତର୍କ ପରେ ଏହି ଐତିହାସିକ ବିଲ୍ ପାରିତ ହୋଇଛି। ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍ ସପକ୍ଷରେ ୧୬୫ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୭ଟି ଭୋଟ୍ ପଡ଼ିଥିଲା। ସେହିଭଳି ବିଲକୁ ସଂସଦର ସିଲେକ୍ଟ କମିଟି ପାଖକୁ ପଠାଇବା ଲାଗି ଦାବି ଉପରେ ମଧ୍ୟ ଭୋଟିଂ ହୋଇଥିଲା। ତେବେ […]
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା #MeToo ଅଭିଯୋଗ। ଟାଟା ସନ୍ସ୍ର ବ୍ରାଣ୍ଡ୍ କନ୍ସଲ୍ଟାଣ୍ଟ୍ ସୁହେଲ୍ ସେଠ୍ଙ୍କ ବିରୋଧରେ #MeToo କ୍ୟାମ୍ପେନ୍ରେ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଟାଟା ସନ୍ସ୍ ତାଙ୍କ ସହ ସହ ସମ୍ପର୍କ ଛିନ୍ନ କରିଥିବା ସୂଚନା ମିଳିଛି। ଆସନ୍ତା ମାସରେ ସୁହେଲ୍ଙ୍କ ଟାଟା ଗ୍ରୁପ୍ ସହ କଣ୍ଟ୍ରାକ୍ଟ୍ ଶେଷ ହେଉଛି। କଣ୍ଟ୍ରାକ୍ଟ୍ ଶେଷ ହେବା ପରେ କମ୍ପାନୀ ତାଙ୍କ ସହ କୌଣସି ସମ୍ପର୍କ ନରଖିବାକୁ ନିଷ୍ପତ୍ତି ନେଇଛି। ଟାଟା ସନ୍ସ୍ ସହ ସୁହେଲ୍ଙ୍କ […]
କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ଝଟ୍କା ଲାଗିଛି। ଟିଏମସି ସାଂସଦ ସୌମିତ୍ର ଖାନ୍ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ସୌମିତ୍ର ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୁକୁଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଜାକର୍ତ୍ତା: ସମୁଦ୍ରରେ ଖସି ପଡ଼ିଲା ବିମାନ। ଇଣ୍ଡୋନେସିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଆଜି ସକାଳେ ଲାୟନ୍ ଏୟାର୍ ଫ୍ଲାଇଟ୍ର ଏକ ବିମାନ ଜାକର୍ତ୍ତାରୁ ଉଡାଣ ଆରମ୍ଭ କରିବାର ମାତ୍ର ଅଳ୍ପ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିଲା। ବିମାନରେ ୧୮୯ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଆଗତ ହେବ। ଏନେଇ ସଂସଦୀୟ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ନିଷ୍ପତ୍ତି ନେଇଛି। ଚଳିତବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଚଳିତବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ।
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ୍ ଖୁରାନା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ଖୁରାନା ଛାତି ସଂକ୍ରମଣ ଓ ଜ୍ୱରରେ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ପୁଅ ହରିଶ୍ କହିଛନ୍ତି। ମଦନ ଲାଲ୍ […]