• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cuttack
ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ୍‌ କରିଛନ୍ତି। ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲ୍‌ଦାର ପି.କେ ବେହେରା,  କନଷ୍ଟେବଲ ଡିକେ ସାମଲ ଓ ୟୁକେ ଭୂୟାଁ। ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ମାସକ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, କଟକ ନୂଆବଜାର […]

  • Tuesday, 20 July 2021
petrol
ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଆଜି ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ଆଜି ୭୮ ଟଙ୍କା ୩୦ ପଇସା ଥିବାବେଳେ ଡିଜେଲ ଦର ୬୯ ଟଙ୍କା ୯୩ ପାଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।  ପେଟ୍ରୋଲ ଦର ଲିଟର ପ୍ରତି ୮୫ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି […]

  • Tuesday, 20 July 2021
express train
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍

ବ୍ରହ୍ମପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲ୍ଲୁପୁରମ୍‌-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନ୍‌। ସୂଚନା ଅନୁସାରେ, ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ  ଷ୍ଟେସନ୍‌ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ। ଷ୍ଟେସନ୍‌ରେ ପ୍ରାୟ ୪୦ ମିନିଟ୍‌ ଅଟକି ରହିବା ପରେ ଟ୍ରେନ୍‌ ଛାଡ଼ିଥିଲା।

  • Tuesday, 20 July 2021
modi
୧୧ରେ ରିଲିଜ୍‌ ହେବ ‘ପିଏମ୍‌ ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍‌ ନରେନ୍ଦ୍ର ମୋଦି’ ରିଲିଜ୍‌ ହେବ। ପୂର୍ବରୁ ୫ ତାରିଖରେ ଫିଲ୍ମର ରିଲିଜ୍‌ କରାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମର ରିଲିଜ୍‌ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ ହୋଇଥିଲା। ଏସମ୍ପର୍କିତ ମାମଲାର ଶୁଣାଣି ଏପ୍ରିଲ ୮ରେ ହେବ। ତେବେ ଶୁଣାଣି ପୂର୍ବରୁ ଫିଲ୍ମ ନିର୍ମାତା ପୁଣି ଥରେ ରିଲିଜ୍‌ ତାରିଖ […]

  • Tuesday, 20 July 2021
brown sugar
୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ; ୨ ଗିରଫ

ଜଳେଶ୍ୱର: ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା  ଯାଇ ସେଠାରୁ ଟ୍ରେନ୍‌ରେ […]

  • Tuesday, 20 July 2021
congress
କଂଗ୍ରେସରେ ମିଶିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ସେ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନଙ୍କୁ ଦଳ ବିହାରର ପାଟନା ସାହିବ ଲୋକସଭା ଆସନ ପାଇଁ ଟିକେଟ୍ ଦେଇପାରେ। ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ରାହୁଲ ଗାନ୍ଧିଙ୍କୁ ଭେଟି ଶତ୍ରୁଘ୍ନ ଆଲୋଚନା କରିଥିଲେ। ବହୁ ଦିନ ଧରି ବିଦ୍ରୋହୀ ସାଜିଥିବା ଶତ୍ରୁଘ୍ନଙ୍କୁ ଚଳିତବର୍ଷ […]

  • Tuesday, 20 July 2021
ganesh puja prep in cuttack
ପାଖେଇ ଆସୁଛି ଗଣେଶ ପୂଜା, କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି

କଟକ: ଗଣେଶ ପୂଜା ପାଇଁ କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି ତିଆରି କରି ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ତେଣୁ ମୂର୍ତ୍ତି ନିର୍ମାଣର ଏନ୍ତୁଡ଼ିଶାଳ କୁହାଯାଉଥିବା କୁମ୍ଭାରସାହି ଏବେ ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ବାହୁବଳୀ, ମତ୍ସ ଅବତାର ଓ ବାଲ୍‌ ଗଣେଶ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି କାରିଗର। କଟକ […]

  • Tuesday, 20 July 2021
representational image
ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଧୁମାତ ମଠସାହି ଗାଁର ସନ୍ତୋଷ ମଲ୍ଲିକ (୨୦)ଙ୍କୁ ସେହି ଗାଁର ସୁନାକର, ତାଙ୍କ ଝିଅ ଜନ୍ମଦିନରେ ଭୋଜି ଖାଇବାକୁ ଘରକୁ ଡାକିଥିଲେ। ପରେ ତାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଯାହାର ସୁଯୋଗ ନେଇ ସନ୍ତୋଷ ଖାଇ ସାରିବା ପରେ ଏକ ଠେଙ୍ଗାରେ ସୁନାକର […]

  • Tuesday, 20 July 2021
advocate strike
ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]

  • Tuesday, 20 July 2021
water
ଆଜି ରାଜଧାନୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍‌ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଡୁମ୍‌ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା, ଶୈଳଶ୍ରୀ ବିହାର, ପୋଖରୀପୁଟ, ନୀଳାଦ୍ରି ବିହାର, ସହିଦ ନଗରର ସେକ୍ଟର ୧, ୨ ଓ ୩ କୁ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। […]

  • Tuesday, 20 July 2021
bhadrak-6
ପୂର୍ବ ଶତ୍ରୁତାରୁ ଅାକ୍ରମଣ

ଭଦ୍ରକ : ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ। ଝିଅ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ। ଏକ କାଠ ଫାଳିଅାରେ ତ୍ରିଲୋଚନ ସୁଧାକର, ତାଙ୍କ ପତ୍ନୀ ସର ବିଶ୍ୱାଳ ଓ ଝିଅକୁ ଅାକ୍ରମଣ କରିଥିଲା।  ଘଟଣାସ୍ଥଳରେ ସର ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ସୁଧାକରଙ୍କୁ ଚାନ୍ଦବାଲି ମେଡିକାଲ ନିଅାଯିବା […]

  • Tuesday, 20 July 2021
rafel---up
ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ : ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛି। ରାଫେଲ ଡିଲ୍‌ରେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସ୍ୱଚ୍ଛତା ଅବଲମ୍ବନ କରିଛି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଅା ଗାନ୍ଧୀ ଦେଶର ସୁରକ୍ଷା ନେଇ ସାଲିସ୍‌ କରୁଛନ୍ତି। ଏଏନଅାଇକୁ ସାକ୍ଷାତକାରରେ ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।  ଏମିତିକି ୨୦୦୭ ମସିହାରେ ଉପା ସରକାର ଡିଲ୍‌ ଠାରୁ ଅାହୁରି ୨୦ ପ୍ରତିଶତ କମ୍‌ରେ ରାଫେଲ ଡିଲ୍ […]

  • Tuesday, 20 July 2021
jm-up
ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ପୁଲିସ କର୍ମଚାରୀ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରର ସୋଫିଅାନ୍ ଜିଲ୍ଲାରେ ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଅାତଙ୍କବାଦୀଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳରେ ଖାନତଲାସୀ ଜାରି ରହିଛି। ପାଟ୍ରୋଲିଂ ବେଳେ ପୁଲିସ ଗାଡ଼ି ଖରାପ ହୋଇଯାଇଥିବା ବେଳେ ତାକୁ ମରାମତି କରୁଥିଲେ ପୁଲିସ କର୍ମଚାରୀ। ଏହି ସମୟରେ ଅତର୍କିତ ଭାବେ ଅାତଙ୍କବାଦୀମାନେ ଘେରି ଯାଇ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଅାତଙ୍କବାଦୀ। ଫଳରେ ଘଟଣାସ୍ଥଳରେ ପୁଲିସ କର୍ମଚାରୀଙ୍କ […]

  • Tuesday, 20 July 2021