ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଶେଷ ଅଧିବେଶନର ଶେଷ ଦିନରେ ବିଦାୟୀ ଭାଷଣ ଦେଇ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତାଙ୍କ ଶେଷ ଭାଷଣରେ ଚଳିତ ସରକାରଙ୍କ ସଫଳତା ବଖାଣିବା ସହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନଥିଲେ ମୋଦି। ସରକାରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଷୋଡ଼ଶ ଲୋକସଭାରେ ଶହେ ପ୍ରତିଶତରୁ ଅଧିକ କାମ ହୋଇଛି। ଏଥିଲାଗି ସେ ନିଜ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ପୁଲ୍ଓ୍ୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ଆହତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଦକ୍ଷିଣ କଶ୍ମୀର ପୁଲୱାମା ଜିଲ୍ଲାର ସିର୍ନୋ ଗାଁରେ କର୍ଡନ ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଯାହାର ପାଲଟା ଜବାବରେ ଏନ୍କାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ନୂଆଦିଲ୍ଲୀ: ଏନ୍ଡିଏ ସରକାରଙ୍କ ରାଫେଲ ଡିଲ୍ ୟୁପିଏ ଠାରୁ ୨.୮୬% ଶସ୍ତା। ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ରାଫେଲ ଡିଲ୍ ସମ୍ପର୍କିତ ସିଏଜି ରିପୋର୍ଟରେ ଏଭଳି ଉଲ୍ଲେଖ ରହିଛି। ରାଫେଲ୍ କ୍ରୟ ଏବଂ ପୂର୍ବ ଡିଲ୍ ସଂପର୍କରେ ରିପୋର୍ଟରେ ବିସ୍ତୃତ ତଥ୍ୟ ଦିଆଯାଇଛି। ୟୁପିଏ ସରକାର ଅମଳଠାରୁ ୯ ପ୍ରତିଶତ ଶସ୍ତାରେ ଏହି ଚୁକ୍ତି ହୋଇଥିବା ଦାବି କରୁଥିଲେ ଏନ୍ଡିଏ ସରକାର। ହେଲେ ତାହା ମାତ୍ର ୨.୮୬% ଶସ୍ତା ବୋଲି ଆଜି ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେବେ […]
ନୂଅଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି । ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆଯାଇଛି ବୋଲି ମାନେକା ଚିଠିରେ ଲେଖିଛନ୍ତି । ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଅର୍ଥ ଓଡ଼ିଶାକୁ ଦିଆଯାଇଛି । ଏ ବାବଦରେ ୧୬ ହଜାର ୬ଶହ ୯୪. ୩୮ […]