• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

iic4
ଲାଞ୍ଚ ନେଇ ଜଟଣୀ ଥାନା IIC ଗିରଫ

ଖୋର୍ଦ୍ଧା :  ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅାଇଅାଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ  ସ୍ଥାନୀୟ କୁଦିଆରୀ ଗ୍ରାମର  ଜଣେ  ଯୁବକଙ୍କୁ ଏକ ଜମିଜମା  ମାମଲା ସମାଧାନ  ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଉକ୍ତ ଯୁବକ ତାଙ୍କୁ ଏହି ଟଙ୍କା  ଦେବା […]

  • Tuesday, 20 July 2021
police
ଆଇପିଏସ୍‌ ଝିଅକୁ ସାଲ୍ୟୁଟ୍‌ କଲେ ଡିସିପି ବାପା

ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ତ୍ତବ୍ୟ ଆଗରେ ସମ୍ପର୍କ ବି ସଜ୍ଞା  ହୀନ ହୋଇପଡ଼େ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ସାଧାରଣ ସଭାସ୍ଥଳରେ। ଗୋଟିଏ ବିଭାଗରେ ବାପା କନିଷ୍ଠ ଅଫିସର ଥିବାବେଳେ ସେହି ବିଭାଗରେ ତାଙ୍କ ଝିଅ ଉଚ୍ଚ ଅଫିସରେ ଭାବେ ଡ୍ୟୁଟି କରୁଥିଲେ। ଘଟଣା ଅନୁଯାୟୀ ସଂଯୋଗବଶତଃ ତେଲେଙ୍ଗାନାର ଏକ ସାଧାରଣ ସଭାରେ ଉଭୟଙ୍କ ଭେଟ ହୋଇଯାଇଥିଲା। ଏଠାରେ ବାପା ଜଣଙ୍କ ନିଜ କର୍ତ୍ତବ୍ୟକୁ ଭୁଲିନଯାଇ  ପ୍ରୋଟୋକଲ ଦୃଷ୍ଟିରୁ ଝିଅକୁ ସାଲ୍ୟୁଟ୍ କରିଥିଲେ। […]

  • Tuesday, 20 July 2021
rain-3-up
ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। ଏଭଳି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉତ୍ତର ଓଡିଶା ଓ ଉତ୍ତର ଅାଭ୍ୟନ୍ତରୀଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ଅାସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଅଧିକାଂଶ […]

  • Tuesday, 20 July 2021
hadrik-up
ନବମ ଦିନରେ ହାର୍ଦ୍ଦିକଙ୍କ ଅାମରଣ ଅନଶନ

ନୂଆଦିଲ୍ଲୀ : ଦାବି ପୂରଣ ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅାମରଣ ଅନଶନ ନବମ ଦିନରେ ପହଞ୍ଚିଛି।  ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ଯାଇଥିଲେ ମଧ୍ୟ ସେଥିପାଇଁ ସେ ଅନୁମତି ଦେଇ ନଥିଲେ। ଏପରିକି ଅନଶନ ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅାଶଙ୍କା କରି ସେ ଇଚ୍ଛାପତ୍ର ଘୋଷଣା କରିଛନ୍ତି।  ଏଥିରେ ତାଙ୍କର ବାପା, ମାଆ ଓ ୧୪ ଜଣ ପଟିଦାର ଯୁବକଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।  ତିନି ବର୍ଷ ତଳେ […]

  • Tuesday, 20 July 2021
ganjam
ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଏସ.ଡୁଣ୍ଡୁରିବାଡ଼ି ନିକଟ ଡିହପଦର ଗାଁରେ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ବାଞ୍ଛାନିଧି ଗୌଡ଼। ଛେଳି ଚୋରିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ବାଞ୍ଚାନିଧିଙ୍କୁ ସେହି ଗ୍ରାମର ଗଙ୍ଗା ସେଠୀ ଓ ଅଙ୍ଗାର ମଳିକ ହତ୍ୟା କରିଥିବା ନେଇ ସୋରଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଏକ ଧାରୁଅା ଅସ୍ତ୍ରରେ ବାଞ୍ଛାନିଧିକୁ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ […]

  • Tuesday, 20 July 2021
pilot
ଚଳନ୍ତା ବିମାନ ଛାଡ଼ି କିକି ଡ୍ୟାନ୍ସ କଲେ ପାଇଲଟ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଥମେ ବାଇକ୍‌ ତା’ ପରେ କାର୍‌, ଆଉ ଏବେ ଏହା ସିଧା ଯାଇ ପହଞ୍ଚିଛି ଉଡ଼ାଜାହାଜରେ। ନିକଟରେ ସାରା ବିଶ୍ୱର ନିଦ ହଜାଇଦେଇଥିବା କିକି ଚ୍ୟାଲେଞ୍ଜ କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବପିଢ଼ି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବି ନିଆଯାଉଛି। କିନ୍ତୁ ଲୋକମାନଙ୍କର ଏହି ପାଗଳାମୀ ରୋକି ହେଉନାହିଁ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଏଥର ଜଣେ ପାଇଲଟ୍‌ ଏହି ଚ୍ୟାଲେଞ୍ଜକୁ […]

  • Tuesday, 20 July 2021
dkl-up
ଘରେ ପଶି ଯୁବକଙ୍କ ଗଳାକାଟି ହତ୍ୟା

ଢେଙ୍କାନାଳ  : ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ । ଏଭଳି  ଘଟଣା ଘଟିଛି ଢେଙ୍କାନାଳ ସହରରେ।  ଢେଙ୍କାନାଳ ସହର ମୀନାବଜାରରେ ମଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି।  ମଣ୍ଟୁ ଏକ ସୁନା ଦୋକାନ କରିଥିଲେ। ଘରେ ଶୋଇଥିବା ବେଳେ ତାଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା, ଏହା କିଛି ସ୍ପଷ୍ଟ ହୋଇନାହିଁ।  ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ […]

  • Tuesday, 20 July 2021
CM Naveen Patnaik
ଉଦ୍‌ଘାଟିତ ହେଲା ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ

ବାଲେଶ୍ୱର: ବାଲେଶ୍ୱରରେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୪ମସିହା ଅକ୍ଟୋବର ୨୮ ତାରିଖରେ ଏହି ମେଡିକାଲ୍ କଲେଜ ପାଇଁ ଶିଳ୍ୟାନାସ କରାଯାଇଥିଲା। ସୂଚନାଥାଉ କି, ଗତବର୍ଷ […]

  • Tuesday, 20 July 2021
cat
ନ୍ୟୁଜିଲାଣ୍ଡର ଏହି ଅଞ୍ଚଳରେ ବିଲେଇ ହେବେ ବ୍ୟାନ୍‌; ଜାଣନ୍ତୁ କାହିଁକି

ୱେଲିଂଟନ୍‌ (ନିଉଜିଲାଣ୍ଡ୍): କୁକୁର ଓ ବିଲେଇ ହେଉଛନ୍ତି ଗୃହପାଳିତ ପଶୁ। ଏମାନଙ୍କୁ ଆମେ ଘରେ ରଖିବାକୁ ପସନ୍ଦ କରିଥାଉ। କିନ୍ତୁ ନ୍ୟୁଜିଲାଣ୍ଡରେ ଏକ ଅଞ୍ଚଳ ଅଛି ଯେଉଁଠାରେ ବିଲେଇ ବ୍ୟାନ୍‌ ହେବାକୁ ଯାଉଛନ୍ତି। ଏହା ପଛର କାରଣ ଜାଣି ମଧ୍ୟ ଆପଣ ଚକିତ ହୋଇଯିବେ। ନ୍ୟୁଜିଲାଣ୍ଡର ଓମାଉଇ ଅଞ୍ଚଳରେ ବିଲେଇମାନଙ୍କୁ ବ୍ୟାନ୍‌ କରିବା ପାଇଁ ଯୋଜନା କରାଯାଉଛି। ଯେଉଁମାନଙ୍କ ପାଖରେ ବିଲେଇ ରହିଛି ସେହିମାନଙ୍କ ପାଖରେ ବିଲେଇ ରହିବ। କିନ୍ତୁ ସେମାନେ ମରିବା ପରେ ନୂଆ ବିଲେଇ […]

  • Tuesday, 20 July 2021
Einstein1
ନିଲାମ ହେବ ଆଇନଷ୍ଟାଇନ୍‌ଙ୍କ ୯୦ ବର୍ଷର ପୁରୁଣା ଚିଠି

ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଏହି ବୈଜ୍ଞାନିକଙ୍କ ୯୦ବର୍ଷର ପୁରୁଣା ଚିଠି ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଏଥିପାଇଁ ନିଲାମର ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଜର୍ମାନୀର ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ତାଙ୍କ ସହଯୋଗୀଙ୍କ ଚା’ ପିଇବାକୁ ଏହି ଚିଠିରେ ଆମନ୍ତ୍ରଣ କରିଛନ୍ତି। ଅନ୍‌ଲାଇନ୍‌ରେ ନିଲାମ କରିବାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୋଲି ଲଗାଇ ପାରିବେ। ଚିଠିରେ ଆଇନ୍‌ଷ୍ଟାଇନ୍‌ଙ୍କ ନିଜର ହସ୍ତାକ୍ଷର ରହିଛି। ସୂଚନା ମୁତାବକ, ସେହି ଚିଠିରେ ସେ ରିସାଇନ୍‌ବାଚ ଆଉ […]

  • Tuesday, 20 July 2021
dead body
ଗଞ୍ଜେଇ ବେପାରକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ନରସିଂହପୁର: ଗଞ୍ଜେଇ ବେପାରକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକାଶ ସାହୁ। ଆହତ ଇନ୍ଦ୍ରମଣି ସିଠଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୂଆପାଟଣାରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାଣିଆବନ୍ଧରେ ମୁହାଁମୁହିଁ […]

  • Tuesday, 20 July 2021
minister vehicle attack
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଗାଡ଼ି ଉପରକୁ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସିଦ୍ଧି ଜିଲ୍ଲାର ଚୁରହାଟ୍‌ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ କଳାପତାକା ଦେଖାଇଥିଲେ। ତେବେ ଏହି ଘଟଣାରେ ତାଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଆକ୍ରମଣ ପରେ ଶିବରାଜ ସିଂ ବିରୋଧୀ ଦଳ ନେତା ଅଜୟ ସିଂଙ୍କୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି।  ସେପଟେ କଂଗ୍ରେସକୁ ବଦ୍‌ନାମ କରିବା ପାଇଁ […]

  • Tuesday, 20 July 2021