ନୂଆଦିଲ୍ଲୀ: ରେଲୱେ ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକି ନା ଭାରତୀୟ ରେଳବାଇ ପୁଣି ଥରେ ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପାଖାପାଖି୨.୩ ଲକ୍ଷ ଲୋକଙ୍କୁ ରେଲୱେ ନିଯୁକ୍ତି ଦେବ। ଏଥିସହ ଏଥିରେ ଆର୍ଥିକ ଅନଗ୍ରସର ବର୍ଗ (EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ […]
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ଦିଲ୍ଲୀ ବିଜ୍ଞାନ ଭବନରେ ଆଜି କମିଶନଙ୍କ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବାରୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆସନ୍ତା ସାଧାରଣ ନିର୍ବାଚନରେ ୫୪୩ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ପ୍ରାୟ ୯୦ କୋଟି ଭୋଟର ଅଂଶଗ୍ରହଣ କରିବେ। ଲୋକସଭା ନିର୍ବାଚନ ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏହି ଦଳଗୁଡ଼ିକ ମଧ୍ୟରେ ତାମିଲ୍ ଷ୍ଟାର୍ କମଲ ହାସନ୍ଙ୍କ ଦଳ ଏମ୍ଏନ୍ଏମ୍ର ଚିହ୍ନ ଟର୍ଚ୍ଚ ବ୍ୟାଟେରୀକୁ […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏଥିରେ ସାଉଥ୍ ଷ୍ଟାର୍ କମଲ୍ ହାସନଙ୍କ ପାର୍ଟିର ବ୍ୟାଟେରୀ ଟର୍ଚ ଚିହ୍ନ ମଧ୍ୟ ସାମିଲ୍ ଅଛି। […]
ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଯବାନଙ୍କ ଫଟୋକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରି ପାରିବେନି। ଏନେଇ ସମସ୍ତ ଜାତୀୟ, ଆଞ୍ଚଳିକ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଇସି(ଇଲେକ୍ସନ କମିଶନ୍)। ଆସନ୍ତା ନିର୍ବାଚନ ପୂର୍ବରୁ କିଛି ରାଜନୈତିକ ଦଳ ନିଜ ପ୍ରଚାର ପାଇଁ ସେନାର ଯବାନଙ୍କ ଫଟୋକୁ ବ୍ୟବହାର କରିଛନ୍ତି। ତେବେ ଏଥିରୁ ନିବୃତ ରହିବା ସହ ଆଗାମୀ ଦିନରେ ଏପରି ନ କରିବାକୁ ତାଗିଦ୍ କରିଛନ୍ତି କମିଶନ୍। ଏପରିକି ସ୍ୱାଧୀନ ପ୍ରାର୍ଥୀଙ୍କୁ ବି ଏନେଇ […]
ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି। ଏହାସହ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ। Many congratulations to Shri K C Venugopal, Smt. Priyanka Gandhi Vadra and […]
ଭୁବନେଶ୍ୱର : ଓଟିଭିକୁ ନବୀନ ନିବାସ ବାରଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ(NBA)। ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲୁ ରଖିବା ଓ ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ମିଡିଆର ଭୂମିକା ଅପରିହାର୍ଯ୍ୟ ବୋଲି ଏଥିରେ କୁହାଯାଇଛି। ସେ ଦୃଷ୍ଟିରୁ ଗଣମାଧ୍ୟମର ଅଧିକାର ସୁରକ୍ଷିତ ରଖାଯିବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମକୁ ଖବର ସଂଗ୍ରହରୁ ବଞ୍ଚିତ କରିବା ଅର୍ଥ ସ୍ୱାଧୀନ ମତବ୍ୟକ୍ତ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ କୁଠାରଘାତ […]
ଭୁବନେଶ୍ୱର: ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ କୁମ୍ଭ ମେଳା। ୧୨ ବର୍ଷରେ ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା ଏଥିରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ ଏହା ଆରମ୍ଭ ହୋଇ ମହା ଶିବରାତ୍ରୀରେ ଶେଷ ହୁଏ। ଚଳିତ ବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା କୁମ୍ଭମେଳାରେ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ହେଲେ ଜଣେ ବିଜ୍ଞାପନଦାତା […]
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ସଙ୍ଗମ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିଛି। କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଥର ପାଇଁ ସାହି ସ୍ନାନ ହୋଇଛି। ୮ଟି ସାହି ସ୍ନାନରୁ ଦ୍ୱିତୀୟ ସାହି ସ୍ନାନରେ ବିଭିନ୍ନ ମଠର ମହନ୍ତ ଓ ଆଖାଡ଼ାରୁ ସାଧୁ, ସନ୍ୟାସୀଙ୍କ ସମାଗମ ଦେଖିବାକୁ ମିଳିଛି। ଆଜି ଭୋରରୁ ଲମ୍ବା ଧାଡ଼ିରେ ସାଧୁ ମାନେ ବୁଡ଼ ପକାଇଛନ୍ତି। ଆଜିର […]
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଏମ୍ସ୍ରୁ ଡିସ୍ଚାର୍ଜ କରାଯାଇଛି। ସ୍ୱାଇନ୍ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଶାହଙ୍କୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ୍ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ତାଙ୍କୁ ଆଜି ସକାଳ ୧୦ଟା ୨୦ମିନିଟ୍ ରେ ସେ ଏମ୍ସ୍ରୁ ଡିସ୍ଚାର୍ଜ କରାଯାଇଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେ ପୂରାପୂରି ସୁସ୍ଥ ଅଛନ୍ତି ଓ ଘରକୁ ଫେରିଛନ୍ତି ବୋଲି […]
ଶ୍ରୀନଗର: ପୁଲୱାମା ପରେ ଏବେ ଗ୍ରେନେଡ୍ର ଭୟଙ୍କର ବିସ୍ଫୋରଣରେ ଥରିଲା ଜମ୍ମୁ। ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ମୁ ସହରର ମଧ୍ୟସ୍ଥଳରେ ଥିବା ମୁଖ୍ୟ ବସ୍ଷ୍ଟାଣ୍ଡରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି। ଏକ ବସ୍ ଭିତରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ର ସୂଚନା ଅନୁସାରେ,ଏହି ବିସ୍ଫୋରଣରେ ଅଧିକାଂଶ […]
ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଉମେଶ ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ କିଛି ଦିନ ତଳେ ଉଭୟ କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲବର୍ଗିରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇଛନ୍ତି। ଏହାପୂର୍ବରୁ ଉମେଶ ଯାଦବ କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍ ୟେଦ୍ଦୁରାପ୍ପାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ସେ ବିଜେପିରେ ଯୋଗଦେଇ ଖୁସି ବୋଲି କହିଛନ୍ତି। ଶ୍ରୀ ଯାଦବ ଆସନ୍ତା ସାଧାରଣ […]
ନୂଆଦିଲ୍ଲୀ: ବାଲାକୋଟା ଏୟାର୍ ଷ୍ଟ୍ରାଇକ୍ରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଦାବି କରିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ। ଏ ନେଇ ଗଣମାଧ୍ୟମ ସଂସ୍ଥା ତାର ରିପୋର୍ଟରେ ସ୍ୟାଟେଲାଇଟ୍ ଇମେଜ୍ ମଧ୍ୟ ସାର୍ବଜନୀନ କରିଛି। ଏଥିରେ ଉତ୍ତର ପାକିସ୍ତାନରେ ଥିବା ଜୈଶର କ୍ୟାମ୍ପ ପୂର୍ବପରି ଛିଡ଼ା ହୋଇଛି ବୋଲି ରୟଟର୍ସ ରିପୋର୍ଟରେ ଉଲ୍ଲେଖ କରିଛି। ରୟଟର୍ସ ପକ୍ଷରୁ ଏକ ଘରୋଇ ସ୍ୟାଟେଲାଇଟ୍ ଅପରେଟର କମ୍ପାନୀ ‘ପ୍ଲାନେଟ୍ ଲ୍ୟାବ୍ସ’ ଉଠାଇଥିବା ଛବିକୁ ନେଇ ଭାରତର […]
ନୂଆଦିଲ୍ଲୀ: ଏତେ ତର୍କ ବିତର୍କ ପରେ ଭାରତୀୟ ବାୟୁସେନା ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେଇଛି। ପାକିସ୍ତାନର ମିଛକୁ ପଦାରେ ପକାଇବା ପାଇଁ ସେନା ପକ୍ଷରୁ ଏକ ପ୍ରମାଣ ସମ୍ବଳିତ ଦସ୍ତାବିଜ୍ ସରକାରଙ୍କୁ ଦିଆଯାଇଛି। ଫେବୃଆରୀ ୨୬ରେ ବାୟୁସେନା ମିରାଜ୍-୨୦୦୦ ଦ୍ୱାରା ଜୈଶ-ଏ-ମହମ୍ମଦର ସବୁଠାରୁ ବଡ଼ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ମିରାଜ୍ରୁ ବାହାରିଥିବା ବୋମାଗୁଡ଼ିକ ମଧ୍ୟରୁ ୮୦% ଟାର୍ଗେଟକୁ ଧ୍ୱଂସ କରିଦେଇଥିବା ବାୟୁସେନା କେନ୍ଦ୍ର ସରକାରଙ୍କୁ ଦେଇଥିବା ଦସ୍ତାବିଜ୍ରେ ଉଲ୍ଲେଖ କରିଥିବା […]
ବାଙ୍ଗାଲୁରୁ: କର୍ଣ୍ଣାଟକରେ ଆସନ ବୁଝାମଣା ନେଇ ଜନତାଦଳ ସେକୁଲାର ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବ ଗୌଡ଼ା ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ମଧ୍ୟରେ ଏନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି। ଏହି ଆଲୋଚନା ପରେ କର୍ଣ୍ଣାଟକାର ୨୮ଟି ଆସନରୁ ଜେଡିଏସ୍ ୧୦ ଟି ଆସନରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେବ ଗୌଡ଼ା। ତେବେ ପୂର୍ବରୁ ୧୨ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ଜେଡିଏସ୍ […]
ନୂଆଦିଲ୍ଲୀ: ରାଫେଲ୍ ବିବାଦ ଥମିବାର ନାଁ ନେଉନି। ଆଜି ଏ ପ୍ରସଙ୍ଗକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା। ମୁଖ୍ୟତଃ ୩ଟି ପ୍ରସଙ୍ଗକୁ ନେଇ ମୋଦିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ରଣଦୀପ। ରାଫେଲ୍କୁ ନେଇ ରଣଦୀପ କହିଛନ୍ତି, ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟକୁ ଫାଇଦା ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ବ୍ୟବହାର କରାଯାଇଛି। ତେଣୁ ଦୁର୍ନୀତି ନିରୋଧୀ ଆଇନ ବଳରେ ମୋଦିଙ୍କ ନାମରେ ମାମଲା ରୁଜୁ କରାଯିବାକୁ […]
ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦରେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା କେବଳ ଏକ ଜମି ବିବାଦ ନୁହେଁ ଏହା ସହିତ ଜଡ଼ିତ ଅଛି ଲୋକଙ୍କ ଆସ୍ଥା ଓ ଭାବପ୍ରବଣତା। ସେହି ଦୃଷ୍ଟିରେ ଏହାକୁ ଦେଖିବା ଉଚିତ୍ ବୋଲି ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ଜଷ୍ଟିସ୍ ଏସ୍.ଏ ବୋବ୍ଡେ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅତୀତ ଉପରେ ଆମର ନିୟନ୍ତ୍ରଣ ନାହିଁ। ବିବାଦୀୟ ସ୍ଥଳରେ ମନ୍ଦିର ଥିଲା କି ମସ୍ଜିଦ୍ ଥିଲା, […]
ନୂଆଦିଲ୍ଲୀ: ରାଫେଲ୍ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ନେଇ ସୁପ୍ରିକୋର୍ଟରେ ଅଭିଯୋଗ ଆଣିଲେ ସରକାର। କୌଣସି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଏହି ତଥ୍ୟ ଚୋରି ହୋଇଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ବୁଧବାର ସୁପ୍ରିମ୍କୋର୍ଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଫେଲ୍ ବିମାନର ମୂଲ୍ୟ ନେଇ ଥିବା ତଥ୍ୟକୁ କେହି ଜଣେ ସରକାରୀ ଫାଇଲ୍ରୁ ଚୋରି କରି ନେଇଛନ୍ତି। ଏଥିସହିତ ତଥ୍ୟକୁ ପବ୍ଲିସ୍ କରିବା ପାଇଁ ‘ଦ ହିନ୍ଦୁ’ ଖବରକାଗଜକୁ ଦେଇଛନ୍ତି। ଏଥିରେ […]