ନୂଆଦିଲ୍ଲୀ: ବୁଧବାର ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ବହୁ ଚର୍ଚ୍ଚିତ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାର ଶୁଣାଣି କରି ସ୍ୱାମୀ ଅସୀମାନନ୍ଦଙ୍କ ସମେତ ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ଲୋକେଶ ଶର୍ମା, କମଲ ଚୌହାନ ଏବଂ ରାଜିନ୍ଦର ଚୌଧୁରୀ। ଏହା ପୂର୍ବରୁ ପାକିସ୍ତାନୀ ନାଗରିକ ରାହିଲା ୱକିଲ୍ଙ୍କ ଆବେଦନକୁ କୋର୍ଟ ନାକଚ କରିଥିଲେ। ଏହି ଆବେଦନ କାରଣରୁ ହିଁ ମାମଲାର ଶୁଣାଣି ଗତ ୧୧ ତାରିଖରୁ ଆଜି ତାରିଖକୁ ଘୁଞ୍ଚିଥିଲା। […]
ନୂଆଦିଲ୍ଲୀ: ଭାରତ ସୀମା ଉପରେ କଡ଼ା ନଜର ରଖିବା ପାଇଁ ପାକିସ୍ତାନ ଚାଇନା ପାଖରୁ ଅତ୍ୟାଧୁନିକ ଡ୍ରୋନ କିଣିବ। ଚାଇନା ଦ୍ବାରା ନିର୍ମିତ ଅନମ୍ୟାନଡ ଏରିଆଲ ଭେଇକିଲ(ୟୁଏଭି) କିଣିବ। ଏହି ଡ୍ରୋନର ନାମ ରେନବୋ ସିଏଚ-୪ ଏବଂ ସିଏଚ-୫ ରହିଛି। ଜାତିସଂଘରେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ଦାବିକୁ ଚାଇନା ଗ୍ରହଣ କରି ନଥିଲା। ଏବେ ଭାରତ ଉପରେ ନଜର ରଖିବା ପାଇଁ ଏପରି ଡ୍ରୋନ ପାକିସ୍ତାନକୁ ବିକ୍ରି କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। […]
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହୋଇଛନ୍ତି। ଅଡିଓ ବ୍ରିଜ୍ ମାଧ୍ୟମରେ ଦେଶର ଚୌକିଦାରମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ହୋଲି ଅବସରରେ ଦେଶର ସମସ୍ତ ଚୌକିଦାରଙ୍କୁ ଶୁଭେଚ୍ଛା ଦେବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ବିରୋଧୀଙ୍କ ‘ଚୌକିଦାର ଚୋର ହେ’ ଉକ୍ତି ଦେଶ ପାଇଁ କ୍ଷତିକାରକ ବୋଲି କହିଛନ୍ତି ମୋଦି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ […]
ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଫେରାର ହୀରା ବ୍ୟବସାୟୀ ନିରବ ମୋଦି। ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବଙ୍କୁ ଲଣ୍ଡନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କୁ ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯିବ। ଗିରଫ ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ମାମଲା ଚାଲିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ ୧୮ ତାରିଖରେ ଲଣ୍ଡନ କୋର୍ଟ ନିରବଙ୍କ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରିଥିଲା। […]
ପାଣାଜି: ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ଦେହାନ୍ତ ପରେ ଯୁବ ନେତା ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କ ସପକ୍ଷରେ ବହୁମତ ଥିବା ଆସନ୍ତାକାଲି ସେ ପ୍ରମାଣ ଦେବେ। ଏପଟେ ଏବେ ବି ରାଜ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଲାଗି ରହିଛି। କାରଣ ଉଭୟ ବିଜେପି ଓ କଂଗ୍ରେସ୍ ପାଖରେ ବହୁମତ ନାହିଁ। ଏପରି ସ୍ଥିତିରେ ୩ ଜଣ ସ୍ୱାଧୀନ ବିଧାୟକ ଓ ଜଣେ ଏନ୍ସିପି ବିଧାୟକଙ୍କ ଉପରେ […]
ଜମ୍ମୁ: ଯେତେ ଯାହା କଲେ ବି ପାକିସ୍ତାନ ସୁଧୁରିବ ନାହିଁ। ପୁଲୱାମା ଆକ୍ରମଣର ଭାରତ ପ୍ରତିଶୋଧ ନେବା ସହ ବିଶ୍ୱବାସୀଙ୍କୁ ପାକିସ୍ତାନର ଅସଲ ଚେହେରା ଦେଖାଇବା ପରେ ଆଶା କରାଯାଉଥିଲା କିଛିଟା ପରିବର୍ତ୍ତନ ଘଟିବ। ହେଲେ ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ନୀତିରେ ଚାଲିଛି ପାକିସ୍ତାନ। ଆଜି ମଧ୍ୟ ପାକିସ୍ତାନ ସୀମାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ମାଡ଼ କରିବାରୁ ଆମର ଜଣେ ଯବାନ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି କରିଥିବା ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏବେ ନୂଆ ଗୋଟି ଚାଳନା ଆରମ୍ଭ କରିଛି। ଉତ୍ତର ପ୍ରଦେଶ ମହାମେଣ୍ଟରୁ ବାଦ୍ ପଡ଼ିଥିଲେ ହେଁ କଂଗ୍ରେସ ସପା ଓ ବିଏସ୍ପି ପାଇଁ ୭ଟି ଆସନ ଛାଡ଼ିବାକୁ ଘୋଷଣା କରିଛି। ହେଲେ କଂଗ୍ରେସର ଏଭଳି ଚାଲକୁ ବିଏସ୍ପି ସୁପ୍ରିମୋ ମାୟାବତୀ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମହାଗଠବନ୍ଧନ ପାଇଁ ୭ଟି ସିଟ ଛାଡ଼ିଦେବାର ଘୋଷଣା କରି ଲୋକଙ୍କ […]
ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ପରେ ଦେଶରେ ରାଜନୀତି ସରଗରମ ହେବାକୁ ଲାଗିଛି। ଆଉ ଏହାସହ ତାଳ ଦେଇ ବଢ଼ିବାରେ ଲାଗିଛି ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପ। ଗତକାଲି ମୋଦିଙ୍କୁ ତାତ୍ସଲ୍ୟ କରିଥିବା କଂଗ୍ରେସ୍କୁ ବିଜେପି ଦୃଢ଼ ଜବାବ ଦେଇଛି। ମୋଦିଙ୍କୁ ଯେତେ କଟୁ ଭାଷାରେ ଗାଳି ଦେଲେ ତାଙ୍କ ଲୋକପ୍ରିୟତା କମିବ ନାହିଁ ବରଂ ବଢ଼ିବ ବୋଲି ବିଜେପି କହିଛି। ଗତକାଲି ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେଇ କଂଗ୍ରେସ ମୁଖପାତ୍ର ପୱନ ଖେରା ମୋଦିଙ୍କୁ […]
ୱେଲିଙ୍ଗଟନ୍: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ ନରସଂହାର ଘଟଣାରେ ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି ଖବର ପାଇଛନ୍ତି କିନ୍ତୁ ସରକାରୀ ସୂତ୍ରରୁ ଏବେଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୂଚନା ଦେଇ କହିଛନ୍ତି, ମସଜିଦ ମଧ୍ୟରେ ଅହମ୍ମଦ […]
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିବ। ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ହେବ। ଯେଉଁଥିରେ ମୋଟ ୯୧ ଲୋକସଭା ଆସନ ପାଇଁ ମତଦାନ ହେବ। ସୂଚନାଯୋଗ୍ୟ, ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ କରାଯିବ। ବିଜେପିର କେନ୍ଦ୍ରୀୟ ପ୍ରଚାର […]
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାହର ବିରୋଧରେ ଫ୍ରାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫ୍ରାନ୍ସ ସରକାର ନିଜ ଦେଶରେ ଥିବା ମାସୁଦର ସମସ୍ତ ସମ୍ପତ୍ତି ଫ୍ରିଜ କରିବା ସହ ତା’ ଆକାଉଣ୍ଟ ଅଚଳ କରିବାକୁ ନିଷ୍ପତ୍ତି ନେଇଛଇ। ଏନେଇ ଫ୍ରାନ୍ସର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଏହାସହ ମାସୁଦକୁ ୟୁରୋପିୟାନ ୟୁନିୟନ ଆତଙ୍କବାଦୀ ତାଲିକାରେ ରଖିବାକୁ ଫ୍ରାନ୍ସ ଦାବି କରିବ ବୋଲି ମଧ୍ୟ ଏଥିରେ କୁହାଯାଇଛି। ମାସୁଦକୁ […]