• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hindustan-times
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଝଟକା ଲାଗିଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୋର୍ଟରେ ଆତ୍ମ ସମର୍ପଣ ହେବା ଲାଗି ମାଗିଥିବା ୩୦ ଦିନର ସମୟକୁ ଆଜି ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଫଳରେ ଆସନ୍ତା ୩୧ ତାରିଖ ସୁଦ୍ଧା ତାଙ୍କୁ କୋର୍ଟଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିବାକୁ ପଡ଼ିବ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଅଦାଲତରେ ଆସନ୍ତା ୩୧ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଥିଲା। […]

  • Tuesday, 20 July 2021
nobel
ଭେଷଜ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା

ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨ ଜଣ ଭେଷଜ ବିଜ୍ଞାନୀ ଜେମ୍‌ସ ପି.ଅାଲିସନ ଓ ତାସୁକୁ ହୋଞ୍ଜୋ ମିଳିତ ଭାବେ ଏହି ପୁରସ୍କାର ପାଇବେ। କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଏଇ ଦୁଇ ଭେଷଜ ବିଜ୍ଞାନୀ ନୋବେଲ ପାଇବେ ବୋଲି ସୂଚନା ମିଳିଛି । ଅାମେରିକାର ପ୍ରଫେସର ଅାଲିସନ୍ ଟେକ୍ସାଲ ୟୁନିଭର୍ସିଟିର ଅାଣ୍ଡରସନ୍ କ୍ୟାନସର ସେଣ୍ଟରରେ ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ତାସୁକୁ ହାଞ୍ଜୋ କ୍ୟୋଟୋ ବିଶ୍ୱ ବିଦ୍ୟାଳୟରେ ଗତ […]

  • Tuesday, 20 July 2021
jogi-up
ଯୁବ ଇଞ୍ଜିନିୟର ବିବେକ ତିୱାରୀ ହତ୍ୟା ମାମଲା

ଲକ୍ଷ୍ନୌ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଇଂଜିନିୟର ବିବେକ ତିୱାରୀଙ୍କ ପରିବାର।  ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ତାଙ୍କ ଦୁଇ ଝିଅଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଛନ୍ତି । ଦାବି କରିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅାଯାଉ। ଗତକାଲି ରାଜ୍ୟର ଅାଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବା କଳ୍ପନା ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅାଗକୁ ଅାସୁଥିବା କଠିନ ପରିସ୍ଥିତିକୁ ସାମ୍ନା […]

  • Tuesday, 20 July 2021
sbi
SBI ଏଟିଏମ୍‌ରୁ ଉଠି ପାରିବ ନାହିଁ ଆଉ ଅଧିକ ଟଙ୍କା

ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ)ର ଏଟିଏମ୍‌ରୁ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ। କାହିଁକି ନା ଏଟିଏମ୍‌ରୁ ଟଙ୍କା ଉଠାଣ ପରିମାଣକୁ ଏସ୍‌ବିଆଇ ହ୍ରାସ କରି ଦେଇଛି। ଏଣିକି ଏସ୍‌ବିଆଇ ଏଟିଏମ୍‌ରୁ ଗୋଟିଏ ଦିନରେ କେବଳ ୨୦ ହଜାର ଟଙ୍କା ଉଠାଇ ହେବ। ଏହି ନୂଆ ନିୟମ ଅକ୍ଟୋବର ମାସ ୩୧ ତାରିଖରୁ ଲାଗୁ ହେବ। ଡିଜିଟାଲ୍‌ ବା କ୍ୟାସ୍‌ଲେସ୍‌ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି […]

  • Tuesday, 20 July 2021
khuswaha
ବିଜେପି ଛାଡ଼ି ମହାମେଣ୍ଟରେ ସାମିଲ୍ ହେଲେ ଉପେନ୍ଦ୍ର କୁଶଓ୍ୱାହା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ବିରୋଧୀ ମହାମେଣ୍ଟକୁ ଆଉ ଏକ ଫାଇଦା ହୋଇଛି। କାରଣ ଆଜି ବିହାରରେ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି ନିକଟରେ ଏନ୍‌ଡିଏରୁ ଇସ୍ତଫା ଦେଇଥିବା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ବା RLSPର ମୁଖ୍ୟ ଉପେନ୍ଦ୍ର କୁଶଓ୍ୱାହା। ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ କଂଗ୍ରେସ, ଆରଜେଡି ଓ ଲୋକ ତାନ୍ତ୍ରିକ ଜନତା ଦଳର ନେତାଙ୍କ ଉପସ୍ଥିତିରେ ସେ ମହାଗଠନବନ୍ଧନରେ ଯୋଗ ଦେଇଛନ୍ତି। ଏଥିସହ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ବିହାରରେ ଏକ […]

  • Tuesday, 20 July 2021
sc
ଦେଶରେ ବିଚାର ନହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା

ନୂଆଦିଲ୍ଲୀ: ନ୍ୟାୟପାଳିକା ଉପରେ ବଢ଼ିଚାଲିଛି ମାମଲା ବୋଝ। ଦେଶରେ ବିଭିନ୍ନ କୋର୍ଟରେ ବିଚାର ନ ହୋଇ ପଡ଼ି ରହିଛି ୨ କୋଟି ୯୧ ଲକ୍ଷ ମାମଲା। ଲୋକସଭାରେ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି। ମନ୍ତ୍ରୀଙ୍କ ଉତ୍ତର, ଦେଶର ନ୍ୟାୟପାଳିକାର ଦେବାଳିଆ ଚିତ୍ରକୁ ଉଜାଗର କରିଛି। ଉତ୍ତର ପ୍ରଦେଶ ବିଚାରଧୀନ ମାମଲା କ୍ଷେତ୍ରରେ ସବୁଠୁ ଆଗରେ ଥିବା ବେଳେ ଓଡ଼ିଶା ଷଷ୍ଠ ସ୍ଥାନରେ […]

  • Tuesday, 20 July 2021
accident
ରାଜଧାନୀରେ ଚାଞ୍ଚଲ୍ୟ: କାର୍ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି।  ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରୁ ମହିଳାଙ୍କ ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର […]

  • Tuesday, 20 July 2021
lpg cylindar
ଏବେ ରୋଷେଇ ଘରେ ପ୍ରହାର, ମହଙ୍ଗା ହେଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍‌ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ଏଲ୍‌ପିଜି ସିଲିଣ୍ଡର ପିଛା ୨ ଟଙ୍କା ୮୯ ପଇସା ଅଧିକ ଦେବାକୁ ପଡ଼ିବ। ଫଳରେ ସବ୍‌ସିଡି ଏଲ୍‌ପିଜି ଦର ସିଲିଣ୍ଡର ଫିଛା ୫୦୨ଟଙ୍କା ୪ ପଇସା ହୋଇଛି। ସେହିପରି ଦିଲ୍ଲୀରେ ଅଣ ସବ୍‌ସିଡ଼ି ଏଲ୍‌ପିଜି  ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି। ତେବେ ଗ୍ରାହକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଯାଉଥିବା ସବ୍‌ସିଡି […]

  • Tuesday, 20 July 2021