• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rain
ଆଇଏମଡିର ପୂର୍ବାନୁମାନ: ୫ ଦିନ ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍‌ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ ସମୟର ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି କହିଛି। ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ […]

  • Wednesday, 21 July 2021
t-3 (1)
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଜେପି ନେତ୍ରୀଙ୍କୁ କାହିଁକି ଡେରିରେ ଛାଡ଼ିଲା ପ୍ରଶାସନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁଙ୍କୁ ବିକୃତ ଭାବେ ଉପସ୍ଥାପନ କରି ଗିରଫ ହୋଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କ ଜେଲରୁ ମୁକ୍ତ କରିବା ଘଟଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ଜେଲ୍‌ରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଆଜି ୯.୨୦ରେ ପଶ୍ଚିମବଙ୍ଗ ପ୍ରଶାସନ ତାଙ୍କୁ ଜେଲ୍‌ରୁ ଖଲାସ କରିଥିଲା। ଏଭଳି ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ […]

  • Wednesday, 21 July 2021
10
ଫେସବୁକ୍‌ରେ ଆଉ କରି ହେବନି ଅଶ୍ଳୀଳ ଭିଡିଓର ଲାଇଭ୍‌ !

ସାନ୍ ଫ୍ରାନସିସ୍କୋ: ବର୍ତ୍ତମାନ ଯିଏ ଯେତେବେଳେ ଯାହା ଚାହିଁଲା ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଲାଇଭ୍ କରିଦେଇ ପାରୁଛି। ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣା ହେଉ ଅବା ଆଉ କିଛି। ଏବେ ଏବେ ଶେଷ ହୋଇଥିବା ନିର୍ବାଚନରେ ହଜାର ହଜାର ଫେସ୍‌ବୁକ୍ ଲାଇଭ୍ ଭିଡ଼ିଓ ଆମେ ଦେଖିଛେ। ହେଲେ ଆଉ ଏଣିକି ଏହି ଫେସ୍‌ବୁକ୍‌ ଲାଇଭ୍( Facebook Live) ସୁବିଧାଟି ସହଜରେ ମିଳିବ ନାହିଁ। ଆମେ ଚାହିଁଲେ ନିଜ ଆକାଉଣ୍ଟରେ ଲାଇଭ୍ କରି ପାରିବା ନାହିଁ। ଫେସ୍‌ବୁକ୍ ଚାହିଁଲେ ଆମେ […]

  • Wednesday, 21 July 2021
prahalad-modi-1
ପୁଲିସ ଏସ୍‌କର୍ଟ ନ ମିଳିବାରୁ ଧାରଣାରେ ବସିଲେ ନରେନ୍ଦ୍ର ମୋଦିଙ୍କ ଭାଇ

ଜୟପୁର: ପୁଲିସ ଏସକର୍ଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଗତକାଲି ରାଜସ୍ଥାନ ଜୟପୁରର ବଗୁରା ଥାନାରେ ଧାରଣାରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ସେ ଜୟପୁର ଯିବା ପାଇଁ ଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ଥାନାରୁ ଦୁଇ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ଭାଇକୁ ଯୋଗାଇ ଦେବାର ନିୟମ ରହିଥିଲା। ହେଲେ ପ୍ରହ୍ଲାଦ ମୋଦି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବଦଳରେ ପୁଲିସ ଏସକର୍ଟ ମାଗିଥିଲେ। ତେବେ ବୁଝାସୁଝା କରିବା ପରେ ଧାରଣାରୁ ଓହରି […]

  • Wednesday, 21 July 2021
demonetisation-kYgF--621x414@LiveMint
ରାଜ୍ୟସଭା ପାଇଁ ପୁଣି ଥରେ ପ୍ରାର୍ଥୀ ହେବେ କି ମନମୋହନ ?

ନୂଆଦିଲ୍ଲୀ: ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ।  ୨୦୧୩ରେ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୧୪ ତାରିଖରେ ଶେଷ ହେଉଛି। ସେ ବି ଆସାମରୁ ନିର୍ବାଚିତ ହୋଇଯାଇଥିଲେ। ଏହି ଦୁଇ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହେଲେ ମେ’ ୨୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି […]

  • Wednesday, 21 July 2021
Petrol Price
ଏକ ବର୍ଷରେ ୨୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ୍ : ୧୯ ରାଜ୍ୟରେ ଦର ୧୦୦ ଟପିଲା

କରୋନା କାଳରେ ରୋଜଗାର ନଥିବା ବେଳେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲାଗି ଏହା ବେଡି ଉପରେ କୋରଡା ଭଳି ହୋଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋତ୍ତମ ରେକର୍ଡ଼ କରିଛି ।

lady teacher
ଟ୍ୟୁସନ ଆସିବାରେ ବିଳମ୍ବ ହେବାରୁ ଲହୁଲୁହାଣ କରିଦେଲେ ଦିଦି

ବାଲେଶ୍ୱର : ଟ୍ୟୁସନକୁ ଆସିବାରେ ବିଳମ୍ବ ହୋଇଗଲା। କୁନି ଝିଅଟିର ଏତିକି ଥିଲା ଅପରାଧ। ୪ର୍ଥ ଶ୍ରେଣୀ ପିଲାଟିକୁ ପିଟି ଲହୁଲୁହାଣ କରିଦେଲେ ଦିଦି। ଏବେ ଝିଅଟି ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୋଡ଼ାସୁଳ ଗାଁରେ ଘଟିଛି ଏପରି ଘଟଣା। ପରିବାର ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ଟ୍ୟୁସନ ଦିଦି ଝିଅକୁ ଖୁବ୍‌ ପିଟିଥିଲେ। ପରିବାର ଲୋକେ ମାଡ଼ ନ ମାରିବାକୁ ଦିଦି ଶଶିକଳା ଜେନାଙ୍କୁ କହିଥିଲେ। […]

  • Wednesday, 21 July 2021
s-11
ବାହାରୁ ତାଲା ପଡ଼ିଥିଲା, ଘର ଭିତରେ ଜଳିଗଲେ ଝିଅ

ମୁମ୍ବାଇ:  ବାପାମା’ ବାହାର ପଟୁ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଗଲା।  ଜୀବନ୍ତ ଜଳିଗଲେ ଘର ଭିତରେ ଥିବା ଝିଅ ଶ୍ରାବଣୀ ଚଭନ।  ମୁମ୍ବାଇର ଦାଦ୍ରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ […]

  • Wednesday, 21 July 2021
www
ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ […]

  • Wednesday, 21 July 2021
w-6 (1)
ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେଉଁଭଳି ବେଶ ପକାଇଥିଲେ, ସେଥିରେ ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ […]

  • Wednesday, 21 July 2021
ss
ଯୋଗ୍ୟତା ନିର୍ଣ୍ଣୟ ପାଇଁ ହେଉଥିବା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଗ୍ୟତା ନିର୍ଣ୍ଣୟ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୌଣସି ପ୍ରକାରର ସଂରକ୍ଷଣ ଲାଗୁ ହୋଇ ପାରିବ ନାହିଁ। ଦକ୍ଷତା ଅନୁସାରେ ଛାତ୍ରଛାତ୍ରୀମାନେ ଯୋଗ୍ୟତା ପର୍ଯ୍ୟାୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ। ଆଜି ସୁପ୍ରିମକୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୧୯ ପରୀକ୍ଷାରେ ଆର୍ଥିକ ପଛୁଆ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚରେ […]

kugf
ଶ୍ରୀଲଙ୍କାରେ କର୍ଫ୍ୟୁ, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଇଷ୍ଟର ରବିବାର ଶ୍ରୀଲଙ୍କାରେ ସଂଘଟିତ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାକୁ ନେଇ ଏବେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଦଙ୍ଗା ଆରମ୍ଭ ହୋଇଯାଇଛି। ଏକାଧିକ ସ୍ଥାନରେ ମୁସଲିମ୍‌ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଆସିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାରୁ ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜି ଉତ୍ତର ପଶ୍ଚିମ ପ୍ରଦେଶରେ ଥିବା ଏକାଧିକ ମସଜିଦ୍‌ ଓ ମୁସଲିମ୍‌ ସଂପ୍ରଦାୟର ଲୋକଙ୍କ ଦୋକାନ ଗୁଡ଼ିକ ଉପରେ […]

lad
ଲାଲଗଡ଼ରେ ଲଢ଼ିବେ ଲେଡି କମାଣ୍ଡୋ

ଭୁବନେଶ୍ୱର: ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଲଢ଼ିବେ ମହିଳା। ଛତିଶଗଡ଼ର ବସ୍ତର ଏବଂ ଦନ୍ତେଓ୍ୱାଡ଼ାରେ ମୁହଁତୋଡ଼ ଜବାବ ଦେବେ ଲେଡି କମାଣ୍ଡୋ। ଏଥିପାଇଁ ଦନ୍ତେଶ୍ୱରୀ ଲଡ଼ାକେ ନାଁରେ ଗଠନ ହୋଇଛି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ । ଯେଉଁଥିରେ ୩୦ ଜଣ ସଦସ୍ୟା ଥିବାବେଳେ ମାଓ ଶିବିର ଛାଡ଼ି ଆତ୍ମସମର୍ପଣ କରିଥିବା ୧୦ ଜଣ ଯୁବତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସମସ୍ତଙ୍କୁ ବର୍ତ୍ତମାନ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଏମାନେ ଯେପରି […]

sax
ସଞ୍ଜୀବ ପୁରୀ ହେଲେ ନୂଆ ଆଇଟିସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର ଅଧ୍ୟକ୍ଷ କରାଯାଇଛି। ମେ’ ୧୧ରେ ୭୨ ବର୍ଷୀୟ ଦେବେଶ୍ୱରଙ୍କ ଦେହାନ୍ତ ହୋଇଥିଲା। ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି […]

  • Wednesday, 21 July 2021
11_05_2019-navjot-singh-sidhu_19212789
୨୮ ଦିନରେ ୮୦ ରାଲି, ଆଉ ତା’ ପରେ ବସିଗଲା ସିଦ୍ଧୁଙ୍କ ତଣ୍ଟି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ  ନବଜ୍ୟୋତ  ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି। ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ […]

  • Wednesday, 21 July 2021
kamal haasan
ନାଥୁରାମଙ୍କୁ ‘ଉଗ୍ରବାଦୀ’ କହିଲେ ଅଭିନେତା କମଲ ହାସନ

ଚେନ୍ନାଇ:ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ରାଜନେତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ଘଟଣା ବାବଦରେ କହିବାକୁ ଯାଇ ନାଥୁରାମ ଗଡ଼୍‌ସେଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ। ତାମିଲନାଡୁ ବିଜେପି ସଭାପତି ତାମିଲିସାଇ ସୌନ୍ଦରାଜନ କମଲ ହାସନଙ୍କ ଏଭଳି ପ୍ରତିକ୍ରିୟାକୁ […]

  • Wednesday, 21 July 2021
Neelam-Mishra-alleged-Congress-workers-were-humiliated-by-party-General-Secretary-Priyanka-Gandhi
ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଲେ କଂଗ୍ରେସ ନେତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟ୍‌କା । ଏଠାରେ କେତେକ ଆସନରେ ଶେଷ ପର୍ଯ୍ୟାୟରେ ହେବ ନିର୍ବାଚନ। ତା ପୂର୍ବରୁ  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟବହାରକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ। ଏପରିକି ଏହି କାରଣ ଦର୍ଶାଇ ଜଣେ ନେତ୍ରୀ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଭଡ଼ୋହି ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ବିଜେପି ନେତା ରମାକାନ୍ତ ଯାଦବଙ୍କୁ ପ୍ରାର୍ଥୀ କରିଛି। ଏଠାରେ ଟିକଟ ଆଶାୟୀ ଥିଲେ ନୀଲମ ମିଶ୍ରା। ସେ ସ୍ଥାନୀୟ […]

  • Wednesday, 21 July 2021
vote
ଷଷ୍ଠ ପର୍ଯ୍ୟାୟରେ ୬୩ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ

ନୂଆଦିଲ୍ଲୀ:  ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନରେ ୬୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସବୁଠୁ କମ୍ ଭୋଟ୍ ପଡ଼ିଛି। ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ  ୮୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ୮ଟି ଆସନରେ ୮୪.୯୮ ପ୍ରତିଶତ ମତଦାନ ହୋଇଥିଲା। ଉତ୍ତର […]

  • Wednesday, 21 July 2021
digvijaya-singh
କାହିଁକି ଭୋଟ୍‌ ଦେଲେନି ଦିଗ୍‌ବିଜୟ ସିଂହ

ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି। ଭୋପାଲରୁ […]

  • Wednesday, 21 July 2021