ପାଟନା: ବିହାର ସରକାର ସଚିବାଳୟରେ ଜିନ୍ସ ଓ ଟି-ଶାର୍ଟକୁ ବ୍ୟାନ୍ କରିଛନ୍ତି। ଏଣିକି ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସ ଆସିପାରିବେ ନାହିଁ। ଜିନ୍ସ ଓ ଟି-ଶାର୍ଟ ବଦଳରେ ସେମାନେ ଭଦ୍ର ଓ ସାଧାସିଧା ପୋଷାକ ପରିଧାନ କରିବେ। ବିହାର ସରକାରଙ୍କ ସଚିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ହୋଇଛି। ଏଥିରେ କୁହାଯାଇଛି ଯେ, “ଅନେକ ସମୟରେ ଅଫିସକୁ ପିନ୍ଧିକି ଆସୁଥିବା କର୍ମଚାରୀଙ୍କ ପୋଷାକ ଅଫିସରେ ପ୍ରଚଳିତ ସଂସ୍କୃତିକୁ […]
ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ୍ ଗେଟ୍ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଓଁର ଏକ ଟୋଲ୍ ଗେଟ୍ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଟୋଲ୍ ଗେଟ୍ରେ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍ ହୋଇଯାଇଥିଲେ। ପୁଣି ଥରେ ଗୁରଗାଓଁରେ ସମାନ ଘଟଣା ଦେଖିବାକୁ ମିଲିଛି। ଗୁରଗାଓଁର ଖେରକି ଦୌଲା ଟୋଲ୍ ଗେଟ୍ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଉଦ୍ଧାର କରିଛି। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜହାଁପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲ୍ଏଲ୍ବି ପଢ଼ୁଥିବା ଉକ୍ତ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ନାଟକୀୟ ଭାବରେ ଛାତ୍ରୀ ଜଣଙ୍କ କେଉଁଆଡ଼େ […]
ନୂଆଦିଲ୍ଲୀ: ଜଳପଥରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର। ଏବେ ଗୁଇନ୍ଦା ବିଭାଗ […]
ଶ୍ରୀନଗର: ଖୁବ୍ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍ତି। ୨ ସପ୍ତାହ ଭିତରେ ଗୃହବନ୍ଦୀରୁ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ରାଜନୈତିକ ନେତାଙ୍କୁ ବି ମୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଧାରା ୩୭୦ ଉଚ୍ଛେଦର ଠିକ୍ ପୂର୍ବରୁ ଏହି ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ପରିସ୍ଥିତି ସୁଧୁରୁଥିବାରୁ ଧୀରେ ଧୀରେ ଲାଗୁ […]
ମୁମ୍ବାଇ: ଅଭିନେତ୍ରୀ ହେବାକୁ ଚାହୁଁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ତାଙ୍କ ଆପାର୍ଟମେଣ୍ଟ୍ର ଟେରାସ୍ରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ତାଙ୍କ ବୟସ ପାଖାପାଖି ୨୦ ବର୍ଷ ହେବବୋଲି ଅନୁମାନ କରାଯାଉଛି। ସେ ଫିଲ୍ମରେ ଅଭିନୟ କରିବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ ବୋଲି ଜଣାପଡ଼ିଛି। ଯୁବତୀ ଜଣକ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, […]
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସବୁଆଡ଼ୁ ନିରାଶ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ଧମକ ଦେଇ ଚାଲିଛି ପାକିସ୍ତାନ। ସୋମବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପରମାଣୁ ଯୁଦ୍ଧର ଧମକ ଦେବାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ପାକିସ୍ତାନ ଆଉ ଏକ ନୂଆ ଧମକ ଦେଇଛି। ଭାରତୀୟ ବିମାନ ପାଇଁ ନିଜ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ, ଏଥିସହ ଆଫଗାନିସ୍ତାନକୁ ପାକିସ୍ତାନର ସ୍ଥଳଭାଗ ଦେଇ ଭାରତୀୟ ବାଣିଜ୍ୟ ପାଇଁ ବନ୍ଦ କରିବା ନେଇ ପାକିସ୍ତାନ […]
ଇସ୍ଲାମାବାଦ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ରାଗରେ ବିଳିବିଳି ହେଉଛି ପାକିସ୍ତାନ। ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହତାଶ ହୋଇପଡ଼ିଛନ୍ତି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କଲା ‘ଚନ୍ଦ୍ରଯାନ-୨’। ‘ଚନ୍ଦ୍ରଯାନ-୨’ ସହ ଯାଇଥିବା ଟେରେନ୍ ମ୍ୟାପିଙ୍ଗ କ୍ୟାମେରା-୨ ଏହି ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠା ଯାଇଛି। ଅଗଷ୍ଟ ୨୩ରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋ ଗୁଡ଼ିକୁ ଛଡ଼ାଯାଇଛି। ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ବିଶେଷକରି ଚନ୍ଦ୍ରଯାନ-୨ ଜାକସନ୍, […]
ନୂଆଦିଲ୍ଲୀ/ଭୁବନେଶ୍ୱର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟର ସୁରକ୍ଷା ଓ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ଲୁଚକାଳି ନାଟକରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍ଙ୍କୁ ସିବିଆଇ ଗତକାଲି ତାଙ୍କୁ ତାଙ୍କ ଘରୁ ହିଁ ଉଠାଇ ନେଇଥିଲା। ଏହା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରୁ ସେ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ପଛେ […]
ୱାଶିଂଟନ୍: ଜଣେ ମହିଳା ପାଖାପାଖି ୯ ମାସର ଗର୍ଭବତୀ ଥିଲେ। ହେଲେ ତାଙ୍କୁ ଏହା ଜଣା ନଥିଲା। ତାଙ୍କୁ ଲାଗୁଥିଲା କି ତାଙ୍କ କିଡ୍ନୀରେ ଷ୍ଟୋନ୍ ହୋଇଛି। ଯାହା ଫଳରେ ତାଙ୍କୁ ଯନ୍ତ୍ରଣା ହେଉଛି। ଯେତେବେଳେ ଉକ୍ତ ମହିଳା ଜଣକ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେଠାରେ ସେ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାକୁ ନେଇ ଡାକ୍ତରଙ୍କଠୁ ଆରମ୍ଭ କରି ମହିଳାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ଜାଣିଲା ପରେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ଟ୍ରମ୍ପ ଗତକାଲି ଗଣମାଧ୍ୟମକୁ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ […]
ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି କହିଛନ୍ତି। ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ଉପରେ ଜେଡିୟୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗୋପାଲ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ଓ ଜେଡିୟୁ […]
ନୂଆଦିଲ୍ଲୀ: ସାଧାରଣ ବଜେଟ୍ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦ ଗୃହରେ ଇକନମିକ୍ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ବାବଦରେ ତଥ୍ୟ ଦିଆଯିବା ସହିତ ବିଭିନ୍ନ ସମସ୍ୟାର ମୁକାବିଲା କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ, ସେ ବାବଦରେ ମଧ୍ୟ ତଥ୍ୟ ରଖାଯାଇଛି। ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣିଅନ୍ ଏବଂ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ […]
ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ ବା କଷମେଟିକ୍ ଷ୍ଟେପ୍ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ ପାକିସ୍ତାନ ସରକାରଙ୍କ ଏହି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ବିଶ୍ୱାସଯୋଗ୍ୟ ନୁହେଁ। ଆତଙ୍କବାଦୀ […]
ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ […]
ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍ ଏସ୍ଓଏସ ନାମକ ଏନ୍ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା। ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି। ପିଲାଦିନରୁ ରାଜୁ ଲୁହା […]
ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି। ଜୁଲାଇ ୧ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୫ ଦିନ ଧରି ହେବାକୁ ଥିବା ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ସାମିଲ […]
ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କୁ ମିଳିଛି। ତାଙ୍କୁ ଡିଏମକେ ଯୁବ ବାହିନୀର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସଚିବ ପଦରେ ଷ୍ଟାଲିନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ […]
ଭୋପାଲ: ସରକାରୀ ହସ୍ପିଟାଲ୍ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍ରେ […]
ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ବାଚସ୍ପତି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବାକୁ ସୁଯୋଗ ଦେଇଛନ୍ତି। ବିତର୍କର ପ୍ରଥମ ଦିନରେ ସେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରାଯାଉ ।” ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଶଂସା କରିଛନ୍ତି। […]
ଅହମ୍ମଦାବାଦ: ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ। ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର […]
କୋଲକାତା: ପଶ୍ଚିମବଙ୍ଗ ଟିଏମସି ଦଳର ସାଂସଦ ତଥା ଅଭିନେତ୍ରୀ ନୁସ୍ରତ୍ ଜହାଁ ଆଜି କୋଲକାତା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସ୍ରତ୍ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ନୁସ୍ରତ୍ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଳତୀ କରିଥିଲେ। ଏହାପରେ ମମତାଙ୍କ ସହ ମିଶି ସେ ରଥ ଟାଣିଥିଲେ। ଏହି ସମୟରେ ନବବିବାହିତା ନୁସ୍ରତ୍ଙ୍କ ସ୍ୱାମୀ ନିଖିଳ ଜୈନ […]
ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ରେଳ ବିଭାଗରେ ସର୍ବାଧିକ ୨.୬ […]