ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଏକ ପାହାଡ଼ରୁ ସୁନାର ଭଣ୍ଡାର ମିଳିବା ପରେ, ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋନଭଦ୍ରରେ ଥିବା ଏକ ଗାଁରେ ୩ ହଜାର ଟନ୍ରୁ ଅଧିକ ସୁନାର ଭଣ୍ଡାର ମିଳିଛି। ଏହି ସୁନାର ଭଣ୍ଡାର ମିଳିବା ପରେ ଏବେ ଚର୍ଚ୍ଚା ହେଉଛି ଯେ, ବର୍ତ୍ତମାନ ଦେଶର ଅର୍ଥବ୍ୟବସ୍ଥା ଯେଉଁଭଳି ଭାବରେ ଅଛି ଏଥିରେ ଏହା ସହାୟକ ହେବ। ୱାର୍ଲଡ୍ ଗୋଲ୍ଡ କାଉନ୍ସିଲ୍ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତ ପାଖରେ ପାଖାପାଖି […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ସହ ପୁଲିସ୍ ତାଙ୍କୁ ଗିରଫ କରିଛି। ପୁଲିସ ତାଙ୍କୁ ଗିରଫ କରି ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ବେଙ୍ଗାଲୁରୁରେ ସିଏଏ ଓ ଏନଆରସି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଉଦବୋଧନ ଦେଇ ଏଆଇଏମ୍ଆଇଏମ୍ ମୁଖ୍ୟ […]
ନୂଆଦିଲ୍ଲୀ: ବଗି ଛାଡ଼ି ପଳାଇଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍। ଥରେ ନୁହେଁ ଦୁଇ ଦୁଇଥର ଏହି ଏକ୍ସପ୍ରେସ୍ ଟ୍ରେନ୍ର ବଗି ଅନ୍ୟ ଏକ ବଗିରୁ ଅଲଗା ହୋଇଯାଇଥିଲା। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀ ଆନନ୍ଦବିହାର ଷ୍ଟେସନରୁ ଛାଡିବାର କିଛି ସମୟ ପରେ ଦୁଇ ବଗି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହେବାରୁ ଟ୍ରେନଟି ଦୁଇ ଭାଗ ହୋଇଯାଇଥିଲା। ପରେ ସଙ୍ଗେସଙ୍ଗେ ଟ୍ରେନ୍ ସହ ବିଚ୍ଛିନ୍ନ ହୋଇଥିବା ବଗିକୁ ସଂଯୋଗ କରାଯାଇଥିଲା। ତେବେ ଟ୍ରେନ୍ଟି କିଛି […]
ସମ୍ବଲପୁର/ରାଇପୁର: ଦୀର୍ଘ ୨୨ ବର୍ଷ ହେଲା ଗୋଟିଏ ସ୍ଥାନରେ ଧ୍ୟାନମୁଦ୍ରାରେ ବସିଛନ୍ତି ଜଣେ ବାବା। ନା ସେ କିଛି ଖାଦ୍ୟ ଗ୍ରହଣ କରୁଛନ୍ତି ନା ସ୍ନାନ କରୁଛନ୍ତି। ଏପରିକି କାହାସହ କଥାବାର୍ତ୍ତା ମଧ୍ୟ କରୁ ନାହାନ୍ତି। କେବଳ ଇସାରା କରିଥାନ୍ତି। ଖରା ହେଉ କି ବର୍ଷା ଏପରିକି ହାଡ଼ଭଙ୍ଗା ଶୀତରେ ମଧ୍ୟ ଖୋଲା ଆକାଶ ତଳେ ବାବା ସତ୍ୟନାରାୟଣ ଏମିତି ଧ୍ୟାନମୁଦ୍ରାରେ ବସିଥାନ୍ତି। ଛତିଶଗଡ଼ର ରାଇଗଡ଼ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ୧୯୯୮ ମସିହାରୁ […]
ବେଙ୍ଗାଲୁରୁ: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ୍ ଓୱେସୀଙ୍କ ସାମ୍ନାରେ ଜଣେ ଯୁବତୀ ପାକିସ୍ତାନ ଜିନ୍ଦାବାଦ ନାରା ଦେବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ବେଙ୍ଗାଲୁରୁରେ ସିଏଏ ଓ ଏନଆରସି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଉଦବୋଧନ ଦେଇ ଓୱେସୀ ପଳାଇ ଯାଉଥିବା ବେଳେ ହଠାତ ସମ୍ପୃକ୍ତ ଯୁବତୀ ଜଣଙ୍କ ମଞ୍ଚ ଉପରକୁ ଉଠି ଆସି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ଜିନ୍ଦାବାଦର ନାରା ଦେଇଥିଲେ। ଏହା ଶୁଣି ଓୱେସୀ ଉକ୍ତ […]
ଚେନ୍ନାଇ: ସାଉଥ୍ ସୁପରଷ୍ଟାର କମଲ୍ ହାସନ୍ଙ୍କ ଅଭିନୀତ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ସେଟ୍ରେ ଏକ ଦୁଃଖଦ ଘଟଣା ଘଟିଛି। ଚେନ୍ନାଇର ଇଭିପି ଫିଲ୍ମ ସିଟିରେ ଫିଲ୍ମର ଶୁଟିଂ ଚାଲିଥିବା ସମୟରେ କ୍ରେନ୍ ଖସି ପଡ଼ିବାରୁ ୩ ଜଣ ଆସିଷ୍ଟାଣ୍ଟ୍ ଡାଇରେକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଫେବୃଆରୀ ୧୯ ତାରିଖ ରାତି ୯.୩୦ ମିନିଟ୍ରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯୟୀ, ଏହି ଅଘଟଣ ଘଟିବା ସମୟରେ କମଲ୍ ଶୁଟିଂ ସେଟ୍ର ଅନ୍ୟ ଏକ […]
ଜଳେଶ୍ୱର(ଅଜିତ ଦାସ): ସଡ଼କ ସୁରକ୍ଷା ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ମାଲ୍ବୁହା ଗାଡ଼ିରେ ବେଧଡ଼କ ଭାବେ ଯାତ୍ରୀ ବୋଝେଇ ହୋଇ ଯାଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। କାମ ସନ୍ଧାନରେ ପ୍ରତିଦିନ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାଉଛନ୍ତି ଶ୍ରମିକ। ଯେଉଁଠି ବସିବା ତ’ ଦୂରର କଥା ଛିଡ଼ା ହେବା ବି ମୁସକିଲ୍। ଯେନତେନ ପ୍ରକାରରେ ଏମାନଙ୍କୁ ବୁହା ହୁଏ। ପିକ୍ଅପ୍ ଭ୍ୟାନରେ ଖୁନ୍ଦାଖୁନ୍ଦି ହୋଇ ୪୦ରୁ ଅଧିକ ଶ୍ରମିକଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ଦୈନିକ […]
ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍ କୋର୍ଟ ଜାରି କରିଛନ୍ତି ସାନି ଡେଥ୍ ୱାରେଣ୍ଟ। ନୂଆ ଡେଥ୍ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ ଫାଶି ଦିଆଯିବ। ହେଲେ ତା’ପୂର୍ବରୁ ଦୋଷୀମାନେ ତାଙ୍କର ଗୋଟିଏ ପରେ ଗୋଟିଏ ଚାଲ୍ ଚଳାଇବାରେ ଲାଗିଛନ୍ତି। ୪ ଜଣ ଦୋଷୀଙ୍କ ମଧ୍ୟରୁ […]
ଚେନ୍ନାଇ: ତାମିଲନାଡ଼ୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍- କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ଜଣାପଡ଼ିଛି। ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ତିରୁପୁର ଜିଲ୍ଲା ଅବିନାଶୀ ନିକଟରେ ଆଜି ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। କେରଳ ପରିବହନ ବିଭାଗର ଏହି ବସ୍ରେ ୪୮ଜଣ […]
ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ।
ଚନ୍ଦ୍ରପୁର(ମହାରାଷ୍ଟ୍ର): କାର୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଟି ଏତେ ଜୋରରେ ହୋଇଛି ଯେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ହେଲେ ଲଞ୍ଚ୍ ପୂର୍ବରୁ ଏହି 5G ସ୍ମାର୍ଟଫୋନ୍ର ଫଟୋ ସାମ୍ନାକୁ ଆସିଛି। ଗିଜ୍ଚାଇନାର ସୂଚନା ଅନୁସାରେ, ଲଞ୍ଚ୍ ପୂର୍ବରୁ iQOO 3 ର ଫଟୋ ଶେଆର୍ କରାଯାଇଛି। କୁହାଯାଉଛି ଯେ, ଫୋନ୍ଟି ଲଞ୍ଚ୍ ହେବା ପୂର୍ବରୁ ଏହାର ପ୍ରମୋ ପେଜ୍ ଲାଇଭ୍ କରାଯାଇଛି। ଯେଉଁଠି ଏହି ଫୋନ୍ର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଫୋନ୍ଟି ଲଞ୍ଚ୍ […]
ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ଲଞ୍ଚ୍ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ iQOO 3 ଫେବୃଆରୀ ୨୫ ତାରିଖ ଦିନ ୧୨ଟାରେ ଲଞ୍ଚ୍ ହେବ। ଫୋନ୍ଟି ଲଞ୍ଚ୍ ହେବାପରେ ଏହା Flipkart and IQOO.comରେ ଉପଲ୍ଲବ୍ଧ ହେବବୋଲି ଜଣାପଡ଼ିଛି। ଏହି ଫୋନ୍ରେ ଲାଟେଷ୍ଟ୍ ପ୍ରୋସେସର୍ snapdragon 865 ରହିଛି। ଯଦିଓ ଏହାର ମୂଲ୍ୟ କେତେ ଜଣାପଡ଼ିନାହିଁ ତେବେ […]
ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପାଇଁ ଟ୍ରେନ୍ରେ ରିଜର୍ଭ ହେଲା ସିଟ୍। କଥାଟା ଯେକେହିବି ଶୁଣିବେ ଆଶ୍ଚର୍ଯ୍ୟ ଲାଗିବ। ପ୍ରକୃତରେ ଘଟଣାଟି ହେଲା- ୩ ଜ୍ୟୋତିର୍ଲିଙ୍ଗ ସହରକୁ ସଂଯୋଗ କରୁଥିବା କାଶୀ ମହାକାଲ୍ ଏକ୍ସପ୍ରେସ୍କୁ ଲୋକାର୍ପିତ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ଏହି ଏକ୍ସପ୍ରେସ୍ ଟ୍ରେନ୍ର ଲୋକାର୍ପଣ କରିଛନ୍ତି। ଟ୍ରେନ୍ର B5 ବଗିର ୬୪ ନମ୍ବର ସିଟ୍କୁ ସ୍ୱତନ୍ତ୍ର ଭାବେ ରିର୍ଜଭ ରଖାଯିବା ସହ ଟ୍ରେନ୍ ବଗିରେ ଏକ ଛୋଟ ମନ୍ଦିର ସଦୃଶ କରାଯାଇ ମହାଦେବଙ୍କୁ […]
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ପୁଲିସ୍ର ବର୍ବରତା। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ପୁଲିସ୍ ଲାଠିମାଡ଼ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଶନିବାର ଦିନ ଜାମିଆ କୋର୍ଡିନେସନ କମିଟି ଏହି ଭିଡିଓ ସୋଶାଲ୍ ମିଡିଆରେ ଶେଆର କରିଛି। ଜାମିଆର ଛାତ୍ରଛାତ୍ରୀ ଲାଇବ୍ରେରୀରେ ପଢୁଥିବା ବେଳେ ହଠାତ୍ ପୁଲିସ୍ ସେଠାରେ ପହଞ୍ଚି ଛାତ୍ରଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। ସିଏଏକୁ […]
ମାଙ୍ଗାଲୁରୁ: ପବନ ବେଗରେ ଦୌଡ଼ିଲେ, ଆଉ ରାତାରାତି ଷ୍ଟାର୍ ବନିଗଲେ। ଏମିତି ଜଣେ ଯୁବକ କ୍ଷୀପ୍ର ବେଗରେ ଦୌଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି। କର୍ଣ୍ଣାଟକର ଯୁବକ ଶ୍ରୀନିବାସ ଗୌଡ଼(୨୮)ଙ୍କ ଦୌଡ଼କୁ ଏବେ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ତଥା ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ଦୌଡ଼ ସହ ତୁଳନା କରାଯାଉଛି। ସେ ବୋଲ୍ଟଙ୍କଠୁ କ୍ଷୀପ୍ର ବେଗରେ ଦୌଡ଼ୁଥିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀନିବାସ, କର୍ଣ୍ଣାଟକ ମେଙ୍ଗାଲୁରୁର ଏକ ଗାଁରେ କାମ୍ବାଲା ରେସ୍(ବଳଦଙ୍କୁ ନେଇ କରାଯାଉଥିବା ଏକ ରେସ୍)ରେ ବଳଦଙ୍କ ସହ […]
ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରିୱାଲ୍ ସରକାରଙ୍କ ତୃତୀୟ ଇନିଂସ୍ ଆଜିଠୁ ଆରମ୍ଭ ହୋଇଛି। ଲଗାତାର ୩ୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ୍ ଆଜି ଶପଥ ଗ୍ରହଣ କରିଛନ୍ତି। Lieutenant ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। କେଜ୍ରିୱାଲ୍ଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି ୬ଜଣ ମନ୍ତ୍ରୀ ହେଲେ-ମନୀଷ […]
ସୁରତ: ସୋଶାଲ୍ ମିଡିଆରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ଏମିତିରେ ବି ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ଟିକ୍ଟକ୍ ଭିଡିଓ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି। ହେଲେ ସେମାନେ ଜାଣି ନାହାନ୍ତି ସେମାନଙ୍କର ଏହି ଟିକ୍ଟକ୍ ନିଶା କେଉଁଦିନ ସେମାନଙ୍କୁ ଅଡ଼ୁଆରେ ପକାଇଦେବ। ଏମିତି ଏକ ଘଟଣା ଘଟିଛି ଜଣେ ଟିକ୍ଟକ୍ ଷ୍ଟାରଙ୍କ ସହ। ଟିକ୍ଟକ୍ ଷ୍ଟାର କୀର୍ତ୍ତି ପଟେଲ୍ ଏକ ପେଚା ସହ ଭିଡିଓ କରି ଅଡ଼ୁଆରେ ପଡ଼ି […]
ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ, ଫେବୃଆରୀ ୧୪ ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସିଆରପିଏଫ ଯବାନଙ୍କ ବସ୍ ଉପରକୁ ଆତଙ୍କବାଦୀଙ୍କ ଆତ୍ମଘାତୀ କାର ଆସି ଧକ୍କା ଦେବା ଫଳରେ ୪୦ ଯବାନ ସହିଦ ହୋଇଥିଲେ। ଏବେ ଏହି ଘଟଣାକୁ ନେଇ ସାରା ଦେଶ ସହିଦ ଯବାନଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ କିଛି ପ୍ରଶ୍ନ ପଚାରିଛନ୍ତି। ଯାହାକୁ ନେଇ ଏବେ […]
ବେଜିଂ: ଚୀନରେ ଘାତକ ସାଜିଥିବା କରୋନା ଭାଇରସରେ ଗୋଟିଏ ଦିନରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବେଇ ଅଞ୍ଚଳର। ଯାହାକୁ ନେଇ ଚୀନ ସରକାର ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି। ଗତ ୨ ମାସରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପହଞ୍ଚିଛି। ଚୀନର ମିଡିଆ ରିପୋର୍ଟ ଅନୁଯାୟୀ ୨୫୪ ମୃତକଙ୍କ ମଧ୍ୟରେ ଅଧିକାଂଶ ହୁବେଇର। ଗତ ୨ ମାସରେ କରୋନାରେ ୧,୩୬୭ […]
ଗୁୱାହାଟୀ: ଅଭିନେତା କିମ୍ବା ଅଭିନେତ୍ରୀଙ୍କ ପାଇଁ ଫ୍ୟାନ୍ମାନଙ୍କ ପାଗଳାମି କିଛି ନୂଆ କଥା ନୁହେଁ। ଏହି ପାଗଳାମି ଯୋଗୁ ଫ୍ୟାନ୍ମାନେ କେତେ କ’ଣ କରି ବସନ୍ତି। ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ଏବେ ପୁଣି ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କୁ ଦେଖିବା ପାଇଁ ଜଣେ ଫ୍ୟାନ୍ ୬୦୦ କିଲୋମିଟର ସାଇକେଲ୍ ଚଲାଇ ଗୁୱାହାଟୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଫିଲ୍ମଫେୟାର ଆୱାର୍ଡସ୍ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ସଲମାନ୍ ଯୋଗ […]
କରାଚି: ତୃତୀୟ ବିବାହ କରିବାକୁ ଯାଉଥିଲେ, ହେଲେ ଠିକ୍ ସମୟରେ ପହଞ୍ଚିଗଲେ ପ୍ରଥମ ପତ୍ନୀ। ଏହାପରେ ଯୁବକଙ୍କୁ ନିଧୂର୍ମ ପିଟିଲେ ପ୍ରଥମ ପତ୍ନୀ। ଏଭଳି କିଛି ଘଟଣା ଘଟିଛି ପାକିସ୍ତାନ କରାଚି ସହରର ଉତ୍ତର ନିଜାମାବାଦ ଅଞ୍ଚଳରେ। ସୂଚନା ଅନୁସାରେ, ଜଣେ ଯୁବକ ତୃତୀୟ ବିବାହ କରିବାକୁ ଯାଉଥିବା ବେଳେ ଏହି ସମୟରେ ତାଙ୍କର ପ୍ରଥମ ପତ୍ନୀ ବିବାହ ସ୍ଥଳରେ ପହଞ୍ଚି ଯାଇଥିଲେ। ସ୍ୱାମୀ ତୃତୀୟ ବିବାହ କରୁଥିବା ଦେଖି ପତ୍ନୀ ଏଥିରେ ରାଗିଯାଇ ତାଙ୍କୁ(ଯୁବକଙ୍କୁ) ନିର୍ଧୂମ […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଫେବୃଆରୀରେ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା। ସମସ୍ତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଇ ସହିଦ ଯବାନଙ୍କ ସ୍ମୃତିରେ ଲେଥ୍ପୋରା କ୍ୟାମ୍ପରେ ଏକ ସ୍ମାରକୀ ନିର୍ମାଣ କରାଯାଇଛି। ଆଜି ଏହି ସ୍ମାରକୀ ଉଦ୍ଘାଟନ ହେବ। ଉଦ୍ଘାଟିତ ହେବାକୁ ଥିବା ସ୍ମାରକୀରେ ସହିଦ ଯବାନଙ୍କ […]
ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କି ? ତା’ହେଲେ ଆଉ ବିଳମ୍ବ ନ କରି Oppoର ଦାମୀ ଫୋନ୍ ପୂରା ଶସ୍ତାରେ କିଣନ୍ତୁ। Flipkart ଗ୍ରାହକଙ୍କୁ ଏହି ସୁବିଧା ଦେଉଛି। ‘ବେଷ୍ଟ୍ ସେଲିଙ୍ଗ୍ ଫୋନ୍ସ’ କ୍ୟାଟାଗରିରେ Oppo F11 Pro ଫୋନ୍ ଆପଣଙ୍କୁ ଶସ୍ତାରେ ମିଳିପାରିବ। Flipkartରେ ଦିଆଯାଇଥିବା ସୂଚନା ଅନୁସାରେ, Oppo F11 Pro ଫୋନ୍ରେ ଆପଣଙ୍କୁ ୧୩ ହଜାର ଟଙ୍କାର ଡିସ୍କାଉଣ୍ଟ୍ ମିଳିବ। ଫୋନ୍ର ପ୍ରକୃତ ମୂଲ୍ୟ ୨୮,୯୯୦ ଟଙ୍କା ଥିବାବେଳେ କମ୍ପାନୀ […]
ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେର ଭାଦନରେ ଏକ ଟ୍ରକ୍କୁ ପଛପଟୁ ବସ୍ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଇଟାୱା ସ୍ଥିତ ସାଇଫାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏହି ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ସ୍ଲିପର୍ କୋଚ୍ ବସ୍ଟି ଦିଲ୍ଲୀରୁ ମୋତିହାରୀ(ବିହାର) ଅଭିମୁଖେ ଯାଉଥିବା ବେଳେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେର […]