ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନ୍ ବଗି ଭିତରେ ଫଡ଼ିଥିବା ଖାଲି ପ୍ଲାଷ୍ଟିକ୍ ବୋତଲ ଏବେ ଆପଣଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବ। ତେଣୁ ଯଦି ଖାଲି ପ୍ଲାଷ୍ଟିକ୍ ବୋତଲ ଦେଖୁଛନ୍ତି ତେବେ ତୁରନ୍ତ ଆଣି ଜମା କରନ୍ତୁ। ଭାରତୀୟ ରେଳ ବିଭାଗ ପକ୍ଷରୁ ଏପରି ସୁବିଧା ଉପଲବ୍ଧ କରାଯାଉଛି। ସ୍ୱଚ୍ଛତା ଏବଂ ପ୍ରଦୂଷଣ ରହିତ ପରିବେଶକୁ ଆଖିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ପ୍ଲାଷ୍ଟିକ୍ ବୋତଲକୁ ନେଇ ରେଳ ବିଭାଗ କରିବ କ’ଣ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖା ଦେଇଥିବା ଅସ୍ଥିରତା ଶେଷ ରେଜଲ୍ଟ କଣ ହେବା ତାହା ଆଜି ସ୍ପଷ୍ଟ ହୋଇପାରେ। କାରଣ ଆଜି ଗୃହରେ ଆସ୍ଥା ଭୋଟ ହେବ ବୋଲି ସୂଚନା ରହିଛି। ଆସ୍ଥା ଭୋଟ ଆଜି କରାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ ଏଚ୍ ଲାଗେଶ ଓ ଆର୍. ଶଙ୍କର। ଅନ୍ୟପଟେ ବିଦ୍ରୋହୀଙ୍କୁ ମନାଇବାରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସବୁ କୌଶଳ ଫେଲ୍ ମାରିଛି। କୁମାରସ୍ୱାମୀ ସରକାରଙ୍କୁ ଉଚିତ ଶିକ୍ଷା ଦେବା ଏକମାତ୍ର ଲକ୍ଷ୍ୟ ବୋଲି […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଏକ ବାହାଘରର ଫଟୋ ଟ୍ରେଣ୍ଡ କରୁଛି। ଚାରିଆଡ଼େ ଏହି ବାହାଘରକୁ ନେଇ ଜୋର୍ସୋର୍ ଚର୍ଚ୍ଚା ମଧ୍ୟ। ଏହି ବାହାଘର କୌଣସି ସେଲେବ୍ରିଟିଙ୍କର ନୁହେଁ। ଏହି ବାହାଘର ହେଉଛି ଦୁଇ ଭାରତୀୟ ଅମିତ ଶାହ ଓ ଆଦିତ୍ୟ ମଦିରାଜୁଙ୍କର। ଏହି ସମଲିଙ୍ଗୀ କପଲ୍ ପରସ୍ପରକୁ ୧ ବର୍ଷ ଡେଟ୍ କରିବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। View this post on Instagram A post shared by Amit Shah (@amit_aatma) […]
ଶ୍ରୀହରିକୋଟା: ଆଜି ଉତ୍କ୍ଷେପଣ ହେବ ଚନ୍ଦ୍ରଯାନ-୨ ମହାକାଶ ଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯିବ। ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ନେଇ ଜହ୍ନ ରାଇଜକୁ ଯାତ୍ରା କରିବ ସବୁଠାରୁ ଶକ୍ତିଶାଳୀ ରକେଟ୍ GSLV ମାର୍କ -3। ୬୪୦ ଟନ୍ ଓଜନର ରକେଟ୍ର ନାଁ ହେଉଛି ବାହୁବଳୀ। ଗତ ୧୫ ତାରିଖରେ ଏହି ମିଶନ ହେବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍କ୍ଷେପଣକୁ ସ୍ଥଗିତ […]
ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। Haryana: Former Chhattisgarh Chief Minister and BJP leader Raman Singh admitted to a hospital in Gurugram, yesterday night after he complained of chest pain. (File pic) pic.twitter.com/yxEtJ1ijRB — ANI (@ANI) July […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ଆଜି ପୁଣି ଆସ୍ଥା ଭୋଟ୍ ନେଇ ଆଲୋଚନା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଆସ୍ଥା ଭୋଟ୍ ନେଇ ସୁପ୍ରିକୋର୍ଟ୍ରେ ଫେରାଦ୍ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଅବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୃହ କାର୍ଯ୍ୟରେ ସେ ହସ୍ତକ୍ଷେପ କରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହିତ ତତ୍କ୍ଷଣାତ ଭୋଟ୍ କରାଇବା ଲାଗି କୌଣସି ପରିସ୍ଥିତିରେ ବି ବାଚସ୍ପତିଙ୍କୁ କୁହାଯାଇ ପାରିବ ନାହିଁ […]
କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିରଞ୍ଜନୀ ଆଖଡ଼ା ମହାକୁମ୍ଭରୁ ଓହରି ଯିବା ପାଇଁ ଘୋଷଣା କରିଛି। ଯଦି ଆମେ ସାଧୁଙ୍କ ସଂଖ୍ୟା ବିଷୟରେ କହିବା, ତେବେ ନିରଞ୍ଜନୀ ଆଖଡ଼ା ଦେଶର ସବୁଠାରୁ ବଡ ଏବଂ ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ। ଜୁନା ଆଖଡ଼ା ପରେ ଏହାକୁ ସବୁଠାରୁ ଶକ୍ତିଶାଳି ବୋଲି ବିବେଚନା କରାଯାଏ। ଏହା ଦେଶର ୧୩ ପ୍ରମୁଖ ଆଖଡ଼ା ମଧ୍ୟରୁ ଗୋଟିଏ। ଏହାର ଆଉ ଏକ ପରିଚୟ ହେଉଛି, ଏଥିରେ ଡାକ୍ତର, ପ୍ରଫେସର ଏବଂ ବୃତ୍ତିଗତଙ୍କ […]
ଘରେ ବିବାହ ବ୍ରତ ଉତ୍ସବ କିମ୍ବା ସନ୍ତାନ ଜନ୍ମ ହେଲେ କିନ୍ନରମାନେ ଆସି ପହଞ୍ଚିଯାଆନ୍ତି। ସେ ତାଙ୍କ ଷ୍ଟାଇଲରେ ଗୀତ ବୋଲନ୍ତି, ନାଚ କରନ୍ତି ଆଉ ଆର୍ଶୀବାଦ ଦେଇ, ବକ୍ସିସ ଧରି ନିଜ ଦୁନିଆକୁ ଫେରିଯାଆନ୍ତି। ଏମିତିକି ଟ୍ରାଫିକ ସିଗନାଲରେ ମଧ୍ୟ କିନ୍ନର ମାନେ କାର କାଚ ବାଡ଼େଇ ପଇସା ମାଗୁଥିବା ସମସ୍ତେ ଦେଖିଛନ୍ତି। ତେବେ ସାଧାରଣ ଯୌନକ୍ରିୟାଠାରୁ ଭିନ୍ନ ଯୌନ ସମ୍ବନ୍ଧ ରଖିବାକୁ ପସନ୍ଦ କରୁଥିବା କିନ୍ନରମାନଙ୍କ ଦୁନିଆ କିଛି ଭିନ୍ନ। ଯେଉଁଠିକୁ ସାଧାରଣ ଲୋକଙ୍କ […]
ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗୁରୁବାର ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀର କଡ଼କଡ଼ଡ୍ଡୁମା କୋର୍ଟ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟ ଖାଲିଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ଉମର ଖାଲିଦ ନିଜ ମୋବାଇଲରେ ଆରୋଗ୍ୟ ଆପ୍ ଡାଉନଲୋଡ କରିବେ। ଏହାସହ ତାଙ୍କ ଫୋନ ସବୁବେଳେ ଅନ୍ ରଖିବାକୁ ବାଧ୍ୟ। ସୂଚନାଯୋଗ୍ୟ ଯେ ଡିସେମ୍ବର […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ଭାରତ, ପାକିସ୍ତାନ, ଋଷ, ଚୀନ୍ ଏବଂ ତୁର୍କୀ ଉପରେ ନିର୍ଭର କରେ। ଆଫଗାନିସ୍ତାନର ସ୍ଥିର ଭବିଷ୍ୟତ ପାଇଁ ଏହି ଦେଶମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ଦେଶମାନେ ଅଧିକ ଚେଷ୍ଟା କରିବା ଆବଶ୍ୟକ। ମିଳିଥିବା ସୂଚନାନୁଯାୟୀ, ଆମେରିକା ୧୧ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟମାନଙ୍କୁ ଫେରାଇ ନେବ। ଜୋ ବାଇଡେନ ଜାତୀୟ ସମ୍ବୋଧନ ବେଳେ […]
ଗୋଟିଏ ପଟେ ଆମେରିକାର ସିଭିଲ ସୋସାଇଟି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟରେ ଦାବି କରିଛି ଯେ, ଏକ ‘ଗ୍ଲୋବାଲ ଟିକା ଉତ୍ପାଦନ କାର୍ଯ୍ୟକ୍ରମ’ ଆରମ୍ଭ କରାଯାଉ। ଯେଉଁଥିରେ ଟିକା ସମ୍ବନ୍ଧୀୟ ଟେକ୍ନୋଲୋଜିକୁ ସମସ୍ତଙ୍କ ସହ ସେୟାର କରିହେବ। ଖାଲି ସେତିକି ନୁହେଁ କମ୍ପାନୀ ଏବଂ ସରକାରଙ୍କୁ ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଅନ୍ୟପଟେ ଋଷ ପୁଣିଥରେ ଘୋଷଣା କରିଛି ଯେ କୋଭିଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଏବଂ ଟେକ୍ନୋଲୋଜି ସେୟାର […]
aljazeeraନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ସୁରାକ ବି ପାଇନାହାନ୍ତି। ସେହିଭଳି ମଣିଷ ଜାତିରେ ଏମିତି ବି କିଛି ପ୍ରଜାତି ଅଛନ୍ତି, ଯାହା ବିଷୟରେ ସାଧାରଣ ଲୋକ ଏଯାଏଁ ଜାଣିନାହାନ୍ତି। କେବଳ ସେମାନଙ୍କୁ ନୁହେଁ, ସେମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ଅଦଭୁତ ଓ ଅବିଶ୍ୱସନୀୟ। ତାଙ୍କର ଚାଲିଚଳଣି, ରହଣି ଏବଂ ଖାଦ୍ୟ ପେୟ ବିଷୟରେ ଜାଣିଲେ ବି ଆମକୁ ବିଶ୍ୱାସ ହେବ ନାହିଁ। ତେବେ ସେମାନଙ୍କୁ […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କାରଣରୁ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ ଦାବି ହୋଇଆସୁଥିଲା। ଏନେଇ ଏପ୍ରିଲ ୧୪ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ନେଇ ଏକ ଗୁରୁତ୍ୱପୂବର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ସିବିଏସଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ। ଏହି ବୈଠକରେ ସିବିଏସଇ ବୋର୍ଡ ପରୀକ୍ଷା ରଦ୍ଦ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ବୋଲି ନିଷ୍ପତ୍ତି ନିଆଯାଇଛି। ବିନା […]
ଗୋଆରେ ବିଜେପିକୁ ଝଟକା। ଏନଡିଏରୁ ଅଲଗା ହେଲା ଜିଏଫପି। ଗୋଆ ଫରୱାର୍ଡ ପାର୍ଟି ପକ୍ଷରୁ ଆସିଲା ବଡ଼ ଅଭିଯୋଗ। ଗୋଆରେ ବିଜେପି ଗୋଆ ବିରୋଧୀ ନୀତି ଆପଣାଉଛି ବୋଲି ଅଭିଯୋଗ କରିଛି ଗୋଆ ଫରୱାର୍ଡ ପାର୍ଟି। ଦଳ ପକ୍ଷରୁ ସିଧାସଳଖ ଅରୋପ ଲଗାଯାଇଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗୋଆ ବିରୋଧୀ ନୀତି ଆପଣାଉଛି। ଏଭଳି ଅଭିଯୋଗ କରିବା ସହ ଦଳ ମଙ୍ଗଳବାର ଗୋଆରେ ଏନଡିଏଠାରୁ ଅଲଗା ମଧ୍ୟ ହୋଇଯାଇଛି। ତେବେ ଜିଏଫପି ଏନଡିଏରୁ ଅଲଗା […]
ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାରୁଲ ଇଫ୍ତା ଫରଙ୍ଗୀ ମହଲ ଏକ ଫତୱା ଜାରି କରିଛି। ଏଥିରେ କୁହାଯାଇଛି ଯେ ରୋଜା ସମୟରେ ମଧ୍ୟ କରୋନା ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ସପଷ୍ଟ କରାଯାଇଛି ଯେ, କରୋନା ଟିକା ନେବା ଦ୍ୱାରା ରୋଜା ନଷ୍ଟ ହେବ ନାହିଁ। ରମଜାନ ମାସରେ ଉପବାସ ସମୟରେ ମଧ୍ୟ ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ମଙ୍ଗଳବାର ଆହୁରି କୁହାଯାଇଛି ଯେ, […]
ସାରା ବିଶ୍ୱରେ ସବୁଠୁ ଭୟଙ୍କର ନରସଂହାର ମଧ୍ୟରୁ ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ଅନ୍ୟତମ। ଏହି ଘଟଣା ପରେ ପୁରା ଦେଶରେ କ୍ରୋଧ ଓ ପ୍ରତିଶୋଧର ବହ୍ନି ଦେଖିଥିବା ମିଳିଥିଲା। ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ। ଏହି କାଣ୍ଡ ଭିଆଇଥିବା ବ୍ରିଟିଶ ସରକାରର ମୁଣ୍ଡ ସାରା ବିଶ୍ୱରେ ତଳକୁ ହୋଇଯାଇଥିଲା। ପୁରା ବିଶ୍ୱରେ ବ୍ରିଟିଶ ସରକାର ବଦନାମ ହୋଇଯାଇଥିଲା। ଭାରତରେ ଶାସନ କରୁଥିବା ବ୍ରିଟିଶ ଅନ୍ୟ କେଉଁ ଦେଶ ଅଗରେ ନିଜର ମୁହଁ ଦେଖାଇପାରି ନଥିଲା। ଏହି ଘଟଣା […]
ନୂଆଦିଲ୍ଲୀ: ମିଆଁମାରରେ ବିବାଦ ଥମିବାର ନାଁ ଧରୁନି । ଏବେ ବି ଚାଲିଛି ରକ୍ତର ହୋଲି। ସାମରିକ ଶକ୍ତି ଓ ଦେଶର ଜନତାଙ୍କ ମଧ୍ୟରେ ଚାଲିଛି ଜୋରଦାର ଯୁଦ୍ଧ। ଶନିବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ପାଖାପାଖି ୮୨ ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାବଳ ଗୁଳି କରି ହତ୍ୟା କରିଛି। ଏକ ଘରୋଇ ସଂସ୍ଥା ଆସିଷ୍ଟାନ୍ସ ଆସୋସିଏସନ ଫର ପଲିଟିକାଲ ପ୍ରିଜନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ଏହି ସଂସ୍ଥା ପ୍ରତ୍ୟେକ ଦିନ ଏଭଳି ବିକ୍ଷୋଭକାରୀଙ୍କ […]
ଜୟପୁର: ରାଜସ୍ଥାନର ଅନେକ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କରୋନା ଟିକା ଶେଷ ହୋଇସାରିଛି କିମ୍ବା ଶେଷ ହେବାକୁ ଯାଉଛି। ଏଥିପାଇଁ ଗେହଲଟ୍ ସରକାର ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚାପ ପକାଉଛନ୍ତି। ଏଥିସହ ରାଜ୍ୟରେ ଟିକା କମ୍ ଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରବିବାର ସକାଳୁ ଜୟପୁରର ଏକ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ ଶେଷ ହୋଇଛି। ଯାହାଫଳରେ କରୋନା ଟିକା ନେବା […]