ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]
ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ […]
ହାଇଦ୍ରାବାଦ: ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ୍ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍ଙ୍କ ହତ୍ୟା ପାଇଁ ଆରଏସ୍ଏସ୍ ଦାୟୀ। ସେ ଆହୁରି […]
ଭୁବନେଶ୍ୱର: ବିଧାନସଭା ସଦସ୍ୟ ଭାବେ ଶପଥ ନେଲେ ପାଟକୁରାର ନବ ନିର୍ବାଚିତ ବିଧାୟିକା ସାବିତ୍ରୀ ଅଗ୍ରଓ୍ୱାଲ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ସାବିତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ବିଜେଡିର ବହୁ ମହିଳା ବିଧାୟକଙ୍କ ସହ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ପାଟକୁରା ନିର୍ବାଚନରେ ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ବିଜେପିର ବିଜୟ ମହାପାତ୍ରଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍ ଏହାର ତଦନ୍ତ କରି ଚାର୍ଜଶିଟ୍ ପ୍ରସ୍ତୁତ କରିଛି। ଚାର୍ଜଶିଟ୍ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ ଥିବା ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ବିବାଦୀୟ ଇସ୍ଲାମ ଧର୍ମ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସ୍ଲାମାବାଦରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ ଥିବା ସ୍ୱୀକାର କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଇମ୍ରାନ୍ଙ୍କ ଏହି ସ୍ୱୀକାରୋକ୍ତିକୁ ନେଇ ଆଜି ଭାରତ ସରକାର ପାକିସ୍ତାନ ଉପରେ ପଞ୍ଝା କଷିଛନ୍ତି। ଆତଙ୍କବାଦୀଙ୍କ ଉପରେ ଏବେଠାରୁ ହିଁ ଇମ୍ରାନ୍ ସରକାର କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଵୀଶ କୁମାର କହିଛନ୍ତି। ସେ କହିଛନ୍ତି, “ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀ କ୍ୟାମ୍ପ ରହିଛି। ଏଥିସହ […]
ବେଙ୍ଗାଲୁରୁ: ଆସ୍ଥା ଭୋଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ପରାସ୍ତ ହେବାର ୨ ଦିନ ପରେ ଆଜି ବାଚସ୍ପତି କେଏମ ରମେଶ କୁମାର ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିବା ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୩ ଜଣ ଯାକ ବିଧାୟକ କଂଗ୍ରେସ ଦଳର। ସେମାନେ ହେଲେ ଆର ଶଙ୍କର,ରମେଶ ଝରକିହୋଲି ଓ ମହେଶ କୁମାଥାହାଲ୍ଲି। ଏମାନଙ୍କୁ ବାଚସ୍ପତି ଦଳ ବଦଳ ଆଇନ୍ର ସେଡ୍ୟୁଲ ୧୦ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ୍। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବୟାନ ଉପରେ କ୍ରୋଧ ପ୍ରକାଶ କରି ପାକିସ୍ତାନ ମୁଖା ଖୋଲିଛନ୍ତି ବିପିନ। ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହିଁ ହାତ ରହିଛି। ଏନେଇ ଭାରତ ପକ୍ଷରୁ ଯଥେଷ୍ଟ ପ୍ରମାଣ ପ୍ରଦାନ କରାଯାଇଛି। ତଥାପି ପାକିସ୍ତାନ ମାନିବାକୁ ନାରାଜ। ପାକ୍ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ସହ ପାକିସ୍ତାନ ଭାରତରେ ଲଗାତର ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କଥାକୁ ପାକିସ୍ତାନ […]
ଲକ୍ଷ୍ନୌ: ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସୁଥିବା ରାମପୁର ସମାଜବାଦୀ ସାଂସଦ ଆଜମ ଖାନ୍ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥର ବାଚସ୍ପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ୍। ଲୋକସଭାରେ ଟ୍ରିପଲ ତକାଲ ବିଲ୍କୁ ନେଇ ତର୍କ ଚାଲିଥିବା ବେଳେ ବାଚସ୍ପତିଙ୍କ ଚୌକିରେ ବସିଥିବା ବରିଷ୍ଠ ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଆଜମ ଖାନ। ଏହି ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ସେ କୌଣସି ଅଶାଳୀନ […]