ଇସ୍ଲାମାବାଦ: ଜମ୍ମୁ-କଶ୍ମୀର ସମ୍ପର୍କିତ ଧାରା ୩୭୦ର ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗ କରିବାର ପ୍ରଭାବ ଏବେ ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ପଡ଼ିଛି। ଭାରତ ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବାରୁ ପାକିସ୍ତାନ ଆଜି ଏହାର ରାଗ ଶୁଝାଇଛି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ପାକିସ୍ତାନ ସରକାର ଇସ୍ଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ନିଜ ଦେଶରୁ ବହିଷ୍କୃତ କରିଛନ୍ତି। ଖାଲି […]
ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫କୁ ପଡ଼ୋଶୀ ପାକିସ୍ତାନ କଳାଦିବସ ଭାବେ ପାଳନ କରିବ। ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ଏବେ ପାକିସ୍ତାନ ଏହାର ପ୍ରତିଶୋଧକୁ ନେବାକୁ ପଣ କରିଛି। ଏଥିପାଇଁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଭାରତ ସହ […]
ନୂଆଦିଲ୍ଲୀ: ଆତଙ୍କୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଜମ୍ମୁକଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ସହ ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଉପରେ ନଜର ପକାଇଛି। ପୂର୍ବରୁ ବହୁ ଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ମୁମ୍ବାଇ ସହରକୁ ବିପଦ ରହିଥିବା ଖୋଦ୍ ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି। ଏଭଳି ଖବର ଆସିବାର ଗୋଟିଏ ଦିନ ପୂର୍ବରୁ ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକିସ୍ତାନର ସଂସଦରୁ ବିଷ ମଞ୍ଜି ବୁଣିଥିଲେ। ଭାରତ […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏବେ ହାଇଆଲର୍ଟ ଜାରି କରାଯାଇଛି। ହିଂସାକାଣ୍ଡ ଘଟିବା ଆଶଙ୍କାରେ ପୂରା ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କ ଛାଉଣିରେ ପରିବର୍ତ୍ତନ କରାଯାଇଛି। ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ସେ କିଛି ସ୍ଥାନୀୟ ଲୋକଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଖାଲି ସେତିକି ନୁହେଁ, କଶ୍ମୀରବାସୀଙ୍କ ହୃଦୟ ଜିତିବା ପାଇଁ ଶ୍ରୀ ଡୋଭାଲ ସେମାନଙ୍କ ସହ […]
ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଇ ଆସିଥିବା ଧାରା ୩୭୦ ଉଚ୍ଛେଦ କରିବା ଘଟଣାକୁ ପାକିସ୍ତାନ ଏଯାଏ ହଜମ କରୁପାରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ସରକାର ଦୁଇଥର ଜାତୀୟ ସୁରକ୍ଷା କମିଟିର ବୈଠକ ଡାକି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଜାତୀୟ ସୁରକ୍ଷା କମିଟି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଧ୍ୟକ୍ଷତା କରିଥିଲେ। ଭାରତ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇ […]
ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଅଘୋଷିତ ଜରୁରୀ ପରିସ୍ଥିତି ସମ୍ପର୍କରେ ଏବେ ତଥ୍ୟ ସାମ୍ନାକୁ ଆସିଛି। ପୁଞ୍ଚରେ ପୁଲିସ୍ କର୍ମୀମାନଙ୍କୁ ଲୋକମାନେ ପଥର ମାଡ଼ କରିଥିବା ଖବର ମିଳିଛି। ଏଥିରେ ଏକାଧିକ ପୁଲିସ୍ କର୍ମୀ ଆହତ ହୋଇଥିବା ବେଳେ ଜଣେ ଅଧିକାରୀ ଗୁରୁତର ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ଏହି ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବା ବେଳେ ଲଦାଖ ଆଉ […]
ନୂଆଦିଲ୍ଲୀ: ଅଯୋଧ୍ୟାର ଜମି ବିବାଦ ମାମଲା ଶୁଣାଣିର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ା ଉପରେ କ୍ଷୁବ୍ଧ ହୋଇଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ଦୀର୍ଘ ବର୍ଷ ହେଲା ଗୋଟିଏ ପକ୍ଷ ରହି ଆସିଥିବା ନିର୍ମୋହୀ ଆଖଡ଼ାକୁ ସୁପ୍ରିମକୋର୍ଟ ନିଜର ଦାବିକୁ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ମାଗିଥିଲେ। ହେଲେ ଆଖଡ଼ା ପକ୍ଷରୁ ଜମିର ମାଲିକାନା ସମ୍ପର୍କରେ କୌଣସି ଦସ୍ତାବିଜ ବା ପ୍ରମାଣ ଦାଖଲ କରାଯାଇ ନାହିଁ। ଏଥିପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ […]
ନୂଆଦିଲ୍ଲୀ: ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କର ସୁଅ ଛୁଟିଥିଲା। ତେବେ ଏମ୍ଡିଏଚ୍ ମସଲା ପ୍ରତିଷ୍ଠାତା ମହାଶୟ ଗୁଲାଟି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାବ ବିହ୍ୱଳ ହେବାର ଦୃଶ୍ୟ ସବୁଠାରୁ ନିଆରା ଥିଲା। ଏହି ୯୬ ବର୍ଷ ବୟସ୍କ ବ୍ୟକ୍ତି ସୁଷମାଙ୍କ ମର ଶରୀର ତଳେ ବସି କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଥିଲେ। ସୁଷମାଙ୍କର ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସଠାରେ ହାର୍ଟଆଟାକ୍ରେ […]
ଇସଲାମାବାଦ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆତଙ୍କବାଦୀ ସଂଗଠନ ଓ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିବା ହାଫିଜ ଆଜି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ଆତଙ୍କବାଦ ନିରୋଧ ବିଭାଗ ପକ୍ଷରୁ ହାଫିଜ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା କୋର୍ଟଙ୍କୁ ଜଣା ଯାଇଥିଲା। ଏହାପରେ ବିଭାଗ ପକ୍ଷରୁ ହାଫିଜକୁ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ହାଫିଜକୁ ଜାତିସଂଘ ପକ୍ଷରୁ […]
ନୂଆଦିଲ୍ଲୀ: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ୍ ଶ୍ମସାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ କରାଯାଇଛି। ସୁଷମାଙ୍କ ଝିଅ ବାଂଶୁରୀ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି କରିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ଲୋଧି ରୋଡ ଶ୍ମସାନରେ ସୁଷମା ଶେଷକୃତ୍ୟ କରାଯିବ। ଦିନ ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର ରଖାଯାଇଥିଲା। ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ତେବେ ବିଜେପି ମୁଖ୍ୟାଳୟରୁ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ିକୁ ନିଆଯିବା […]
ନୂଆଦିଲ୍ଲୀ: ସମସ୍ତଙ୍କୁ କନ୍ଦେଇ ସବୁଦିନ ପାଇଁ ଚାଲି ଯାଇଛନ୍ତି କାଳଜୟୀ ନେତ୍ରୀ ସୁଷମା ସ୍ୱରାଜ। ଗତକାଲି ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ ପାଇଁ ଆଜି ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ନେତାଙ୍କ ଭିଡ଼ ଲାଗିଥିଲା। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ରାଜନେତାମାନେ ସୁଷମାଙ୍କୁ ଶେଷ ଦର୍ଶନ କରିଛନ୍ତି। ଏହି ଅନ୍ତିମ ଦର୍ଶନ ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମର ଶରୀର ଏବେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ବିଜେପି ସଭାପତି ଅମିତ ଶାହ ଦଳୀୟ ପତାକା ତାଙ୍କ ମର ଶରୀର ଉପରେ ଘୋଡ଼ାଇ ଅନ୍ତିମ ଦର୍ଶନ କରିଛନ୍ତି। ସୁଷମାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଗଭୀର ଶୋକ ପ୍ରକାଶ କରିଛନ୍ତି। BJP President Amit Shah and BJP Working President JP […]
ଲକ୍ଷ୍ନୌ: କଂଗ୍ରେସ ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବେଳେ ଦଳର ଜଣେ ବିଧାୟିକା କିନ୍ତୁ ଏହାକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ ହେଲେ ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତି ସିଂହ। ଅଦିତି ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛନ୍ତି। ଦେଶର ସୁରକ୍ଷା ସହ ଜମ୍ମୁ ଓ କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଏହା ଆବଶ୍ୟକ ଥିଲା ବୋଲି ଅଦିତି କହିଛନ୍ତି। ୩୭୦ ଉଚ୍ଛେଦକୁ ରାଜନୀତି ଦୃଷ୍ଟିକୋଣରୁ ନଦେଖି ଏହାକୁ ଦେଶର ସ୍ୱାର୍ଥ ହାସଲ ଦିଗରେ ବ୍ୟବହାର କରିବା ଉଚିତ୍ ହେବ […]
ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସ୍ଥିତିର ସମୀକ୍ଷା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ବର୍ତ୍ତମାନ ସୁଦ୍ଧା ଜାମ୍ମୁ ଓ କାଶ୍ମୀରର ସ୍ଥିତି ସ୍ୱାଭାବିକ ରହିଥିବା ଡୋଭାଲ କହିଛନ୍ତି। କେନ୍ଦ୍ରର ନିଷ୍ପତ୍ତିକୁ କଶ୍ମୀରବାସୀ ସ୍ୱାଗତ କରିଛନ୍ତି। ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରକୁ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ ଲାଗି ନିଷ୍ପତ୍ତି ହୋଇଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କରାଯାଉଛି। […]