ନୂଆଦିଲ୍ଲୀ: ଆର୍ଥିକ ସଂକଟର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଯଦି କୌଣସି MSME ଋଣ ପରିଶୋଧରେ ଖିଲାପ କରିଛନ୍ତି, ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ଋଣକୁ NPA ଘୋଷଣା ନ କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟମାନଙ୍କ ସହିତ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ଏ ସଂପର୍କରେ ଆଗରୁ ରିଜର୍ଭ ବ୍ୟାଙ୍କ୍ ଏକ ସର୍କୁଲାର ମଧ୍ୟ […]
ନୂଆଦିଲ୍ଲୀ: ସରି ସରି ଆସୁଛି ଚନ୍ଦ୍ରଯାନ-୨ର ଡେଡ୍ଲାଇନ। ଆସନ୍ତାକାଲି ଭିତରେ ଯଦି ଲ୍ୟାଣ୍ଡର୍ ବିକ୍ରମର କିଛି ସୂଚନା ନ ମିଳେ, ତେବେ ତା ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। କାରଣ ଆସନ୍ତାକାଲି ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଶୀତ ରାତି। ଚନ୍ଦ୍ରପୃଷ୍ଠରେ ତାପମାତ୍ରା ୨୦୦ ଡିଗ୍ରୀ ତଳକୁ ଖସିଯିବ। ଏହା ପରେ ବିକ୍ରମ ଆଉ କାମ କରିବ ନାହିଁ। ବିକ୍ରମକୁ ଠାବ କରିବାରେ ନାସା ମଧ୍ୟ ଏକ ପ୍ରକାର […]
କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନ୍ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ଏଭଳି ଘଟାଇଛନ୍ତି। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଏକ ଭିଡିଓରେ ଦେଖାଯାଇଛି। ଏଥିରେ ଏତେ ସଙ୍ଗିନ୍ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି। ଏହି […]
ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ […]