ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍ଡିଏ ସରକାର ବୃହତ୍ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍ଏସ୍ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍ଏସ୍ପିରେ କ୍ୱିଣ୍ଟାଲ ପ୍ରତି ୩.୭% […]
ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ବୈଠକ ପରେ କହିଛନ୍ତି। ସେ କହିଛନ୍ତି, ଏହି […]
ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନର ଜଣେ ପପ୍ ସିଙ୍ଗର ଆତ୍ମଘାତୀ ହମ୍ଲା ପାଇଁ ବ୍ୟବହୃତ ହେଉଥିବା ଏକ ଜ୍ୟାକେଟ୍ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ରାବି ପିର୍ଜାଦା ନାମକ ଏହି ସିଙ୍ଗର ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ […]
ଲଣ୍ଡନ: ବ୍ରିଟିଶ ପୁଲିସ୍ ପୂର୍ବ ଲଣ୍ଡନର ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରକ୍ ଡାଲାରୁ ୩୯ଟି ମୃତଦେହ ଠାବ କରିଛି। ଟ୍ରକ୍ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଟ୍ରକଟି ୱାଲେସରେ ଥିବା ହୋଲିହେଡ୍ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିଥାଆନ୍ତା। ଏହି ଘଟଣାରେ ନର୍ଥନ ଆୟର୍ଲ୍ୟାଣ୍ଡର ୨୫ ବର୍ଷୀୟ ଟ୍ରକ୍ ଡ୍ରାଇଭରଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ଏତେ ଲୋକଙ୍କୁ ହତ୍ୟା କରିଥିବା ମାମଲା ମଧ୍ୟ ରୁଜୁ ହୋଇଛି। […]
ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍ଏନ୍ଏଲ୍, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏବଂ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (ଏମ୍ଟିଏନ୍ଏଲ୍ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଛି। ଏହା ପୂର୍ବରୁ ଆଜି ସକାଳ ସମୟରେ ହିଁ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କର ସେପ୍ଟେମ୍ବର ମାସର ଦରମା […]
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ […]
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହରିଚନ୍ଦନପୁର-ଦୈତାରୀ ଜଙ୍ଗଲରେ ଏକ ଚିତା ବାଘ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ ଦୈତାରୀ ଟାଉନସିପ୍ରୁ ବଳି ପର୍ବତ ମଧ୍ୟରେ ଥିବା ଘାଟି ରାସ୍ତା କଡ଼ରେ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ରାତିରେ ଓଆଇଏସ୍ଏଫ୍ ଯବାନମାନେ ଏହି ରାସ୍ତାରେ ଯିବା ସମୟରେ ନିଜ ଗାଡ଼ି ଭିତରୁ ବାଘର ଭିଡିଓ ଉତ୍ତୋଳନ କରିଥିଲେ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ କଲରାପତରିଆ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ୍ ଏକ୍ସପ୍ରେସ ଷ୍ଟେସନରେ ଶନିବାର ବିଳମ୍ୱରେ ପହଞ୍ଚିଥିଲା। ତେଣୁ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରେଳବାଇ କ୍ଷତିପୂରଣ ଦେବ ବୋଲି ଜଣାପଡ଼ିଛି। ଗତକାଲି ଲକ୍ଷ୍ନୌ-ଦିଲ୍ଲୀ ତେଜସ୍ ଏକ୍ସପ୍ରେସ ଟ୍ରେନ ଉଭୟ ଅପ୍ ଏବଂ ଡାଉନରେ ବିଳମ୍ୱରେ ଚାଲିଥିଲା। ତେଣୁ ରେଳ ବିଭାଗର ନିୟମ ମୁତାବକ ଯାତ୍ରୀମାନଙ୍କୁ କ୍ଷତିପୂରଣ ମିଳିବ ବୋଲି ଘୋଷଣା ହୋଇଛି। ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ୪୫୧ ଜଣ ଯାତ୍ରୀ ଥିବାବେଳେ ଦିଲ୍ଲୀରୁ ଲକ୍ଷ୍ମୌ ଯାଉଥିବା […]
ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ୍ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍ ଇନ୍କମ୍ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା। ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର […]
କାବୁଲ: ମସ୍ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ। ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍ରେ ଆଜି ଏଭଳି ଭୟଙ୍କର ଆତଙ୍କବାଦୀ ହମ୍ଲା ହୋଇଛି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା […]