ଥିରୁଭନନ୍ତପୁରମ୍: ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍। କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍ ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍ କିଛି ଲୋକଙ୍କ ହୃଦୟ ଜିତପାରିଛି। […]
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ସେହି ସୁପାରିସ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ରାଜ୍ୟପାଳଙ୍କ ସୁପାରିସକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବକୁ […]
ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର। ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲା। ଅନ୍ୟ ଅଭିଯୁକ୍ତ ହେଉଛି ପଞ୍ଜାବ ହୋସିଆରପୁରର ଲଖବୀର ସିଂହ। ଏହି ଦୁଇ ଆତଙ୍କବାଦୀଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିଠାରୁ ଶିବସେନା ଅଲଗା ହେବା ପରେ ଝାରଖଣ୍ଡରେ ମଧ୍ୟ ଦଳକୁ ଧକ୍କା ଲାଗିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେପି ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ନିଷ୍ପତ୍ତି ନେଇଛି। ଆସନ ବୁଝାମଣା ନେଇ ବିଜେପି ଓ ଏଲ୍ଜେପି ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲା। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ଏଲ୍ଜେପି ଚଳିତ ନିର୍ବାଚନରେ ୫୦ଟି ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି ଏଲ୍ଜେପି […]
ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି। ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, […]
ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି। ସୋଶାଲ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ କବାଟ ଲାଗିବାର ଅଛି। ସୁରକ୍ଷା ଦୃଷ୍ଟିରୁ ଏତେ ଖର୍ଚ୍ଚ ହେବାକୁ ଥିବାବେଳେ ଗତ ମାସରେ ସରକାର ଏଥିପାଇଁ ଅନୁମୋଦନ ଦେଇଛନ୍ତି। ଏହାପରେ ଟିଡିପି ମୁଖ୍ୟ ତଥା ଜଗନ୍ଙ୍କ […]
ନୂଆଦିଲ୍ଲୀ: ଯାମିନ ଆବେଦନ ଖାରଜ ହେବା ପରେ ପଞ୍ଜାବ ନ୍ୟାସ୍ନ୍ୟାଲ୍ ବ୍ୟାଙ୍କ ଠକେଇ ମାମଲାରେ ଗିରଫ୍ ହୋଇଥିବା ନିରବ ମୋଦୀଙ୍କ କୋର୍ଟଙ୍କୁ ଆତ୍ମହତ୍ୟା ଧମକ। କହିଲେ, ଭାରତ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି। ବୁଧବାର ୟୁକେ(ୟୁନାଇଟେଡ୍ କିକଂଡମ୍)ର ଏକ କୋର୍ଟ ନିରବ ମୋଦିଙ୍କ ଯାମୀନ ଆବେଦନକୁ ଖାରଜ୍ କରିଦେଇଥିଲେ। ଏହାକୁ ମିଶାଇ ୪ଟି ଯାମିନ ଆବେଦନ ଖାରଜ ହେବାପରେ ନିରାଶ ନିରବ ମୋଦୀ ଆତ୍ମହତ୍ୟା ଧମକ୍ ଦେଇଛନ୍ତି। ତେବେ ଏହାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ […]
ନୂଆଦିଲ୍ଲୀ: ନିଜ କଥାରୁ ଓହରିଲା ପାକିସ୍ତାନ। କର୍ତ୍ତାରପୁର କରିଡର ଯାତ୍ରା ପାଇଁ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କୁ ପାସ୍ପୋର୍ଟ ବାଧ୍ୟତାମୂଳକ ବୋଲି ଘୋଷଣା କଲେ ପାକିସ୍ତାନ ସେନା ପ୍ରବକ୍ତା ମେଜର୍ ଜେନେରାଲ୍ ଅସିଫ୍ ଗଫୁର। ନଭେମ୍ବର ଏକ ତାରିଖରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କର୍ତ୍ତାରପୁର ଗୁରୁଦ୍ୱାର ଦରବାର ସାହିବ ତୀର୍ଥ ଯାତ୍ରୀଙ୍କ ପାଇଁ ଦୁଇଟି ବ୍ୟବସ୍ଥା କୋହଳ କରିଥିଲେ। ସେ କହିଥିଲେ, କର୍ତ୍ତାରପୁର ତୀର୍ଥଯାତ୍ରୀଙ୍କ ପାଇଁ କୌଣସି ପାସ୍ପୋର୍ଟର ଆବଶ୍ୟକ ପଡ଼ିବ ନାହିଁ। ସେମାନେ କୌଣସି ଏକ […]
ଭଡୋଦରା: ଘୂର୍ଣ୍ଣିଝଡ଼ ମହା ପ୍ରଭାବରେ ଗୁଜରାଟରେ ଲାଗି ରହିଛି ବର୍ଷା। ଆଉ ପ୍ରବଳ ବର୍ଷା ଯୋଗୁ ଭଡୋଦରାରେ ସହର ଭିତରକୁ ପଶି ଆସିଛନ୍ତି କୁମ୍ଭୀର। ଆଉ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ୍ୟଯନ୍ତୁ କାର୍ଯ୍ୟ କର୍ତ୍ତା ଓ ସ୍ୱେଚ୍ଛାକର୍ମୀ। ତେବେ ଦୀର୍ଘ ୧୨ ଘଣ୍ଟା ମଧ୍ୟରେ ୫ଟି କୁମ୍ଭୀର ଉଦ୍ଧାର ହୋଇ ସାରିଲାଣି। ତେବେ ପ୍ରଥମେ ଏକ କୁମ୍ଭୀରକୁ ଡ୍ରେନ ଭିତରେ ପସିଥିବା ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୨ ଘଣ୍ଟାକାଳ କସରତ ପରେ […]
ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍ବୁଲ୍’ ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଥିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ମହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଗୁଜରାଟ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଆଶଙ୍କା ରହିଛି। ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଗତି କରୁଥିବା ମହା ଡିଉ ଓ ପୋରବନ୍ଦର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ […]