ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଡିଲ୍ ଘଟଣାରେ ଆଜି ସୁପ୍ରିମକୋର୍ଟ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ତେବେ ଏହି ଡିଲ୍ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ତଥାପି ମୋଦି ସରକାରଙ୍କ ଏହି ବିରାଟ ବିଜୟ ବୋଲି କୁହାଯାଉଛି। ବିଜେପିର ନେତୃବୃନ୍ଦ ମଧ୍ୟ କଂଗ୍ରେସକୁ ସୁପ୍ରିମକୋର୍ଟ ରାୟ ପରେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। […]
ଭୁବନେଶ୍ୱର: ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଆଉ ୬ଟି ନୂଆ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖଡ଼ିଆଳଠାରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଜିଲ୍ଲା ଓ ସେସନ୍ କୋର୍ଟ ଖୋଲିବା ଦ୍ୱାରା କଟକରେ ଏହି କୋର୍ଟ ସଂଖ୍ୟା ୪ […]
ଅହମ୍ମଦାବାଦ: ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା। ମଶା ସଂଖ୍ୟା ବଢ଼ିବା ପାଇଁ ତାଙ୍କ ସ୍ୱାମୀକୁ ଦାୟୀ କରି ଅହମ୍ମଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ସ୍ୱାମୀଙ୍କୁ ହେମଦସ୍ତାରେ ମାଡ଼ ମାରିଥିବା ସୂଚନା ମିଳିଛି। କେବଳ ମହିଳା ନୁହେଁ ଏଥିରେ ତାଙ୍କ ଝିଅବି ମାଆକୁ ସାହାଯ୍ୟ କରିଛନ୍ତି। ମଶା ନିବାରଣରେ ବିଫଳ ହୋଇଥିବା ଏହି ବ୍ୟକ୍ତିଙ୍କୁ ମାଆ ଝିଅ ଉଭୟ ମିଶି ନିସ୍ତୁକ ମାରିଛନ୍ତି। […]
ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି ଅଯୋଧ୍ୟା ମଧ୍ୟରେ ହିଁ ମୁସଲିମ ପକ୍ଷଙ୍କୁ ମିଳିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ଜମି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ନୂଆ ଦାବି ଜଣାଇଛନ୍ତି। […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମହାରାଷ୍ଟ୍ରରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ପାଇଁ ସେ ସିଧାସଳଖ ଶିବସେନାକୁ ହିଁ ଦାୟୀ କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପଛରେ କେନ୍ଦ୍ରର ହାତ ଥିବା ନେଇ ବିରୋଧୀ କରୁଥିବା ଅଭିଯୋଗର ଜବାବ ମଧ୍ୟ ଶ୍ରୀ […]
ଥିରୁଭନନ୍ତପୁରମ୍: ଈଶ୍ୱର ତାଙ୍କୁ ହୁଏତ ଅଧା ଗଢ଼ିଥାଇପାରନ୍ତି, କିନ୍ତୁ ସେ ଯେ ଈଶ୍ୱରଙ୍କ ଦିବ୍ୟ ସୃଷ୍ଟି ଏକଥାର ପ୍ରମାଣ ଦେଇପାରିଛନ୍ତି ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରଣବ ବାଲାସୁବ୍ରମଣ୍ୟମ୍। କେରଳରେ ବାତ୍ୟା ପରେ ସ୍ଥିତି ସାଂଘାତିକ ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦାନ କରିବାକୁ ପହଞ୍ଚିଥିଲେ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ସେ ବିତାଇଥିବା କିଛି ମୁହୂର୍ତ୍ତ କ୍ୟାମେରାରେ କଏଦ୍ ହୋଇ ଗଣମାଧ୍ୟମକୁ ଆସିବା ପରେ ବେଶ୍ କିଛି ଲୋକଙ୍କ ହୃଦୟ ଜିତପାରିଛି। […]
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।
ମୁମ୍ବାଇ: ମହାରାଷ୍ଟ୍ରରେ ୧୯ ଦିନର ସରକାର ଗଠନ କସରତ ପରେ ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟପାଳଙ୍କ ସୁପାରିସ ଆଧାରରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କୌଣସି ଦଳ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ସେହି ସୁପାରିସ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଥିଲା। ବୈଠକରେ ରାଜ୍ୟପାଳଙ୍କ ସୁପାରିସକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଥିଲା। ଏହି ପ୍ରସ୍ତାବକୁ […]
ଚଣ୍ଡିଗଡ଼: ନର୍ସ ବେଶରେ ଖଲିସ୍ତାନୀ ଆତଙ୍କବାଦୀ। ପଞ୍ଜାବ ପୁଲିସର ଷ୍ଟେଟ୍ ଅପରେସନ ସେଲ୍ ୨ ଜଣ ଖଲିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲଖବୀର ସିଂ ଓ ସୁରେନ୍ଦର କୌର। ମହିଳା ଅଭିଯୁକ୍ତ ସୁରେନ୍ଦର କୌରର ଘର ପଞ୍ଜାବର ଫରିଦକୋଟ୍ରେ। ସେ ଲୁଧିଆନାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲା। ଅନ୍ୟ ଅଭିଯୁକ୍ତ ହେଉଛି ପଞ୍ଜାବ ହୋସିଆରପୁରର ଲଖବୀର ସିଂହ। ଏହି ଦୁଇ ଆତଙ୍କବାଦୀଙ୍କୁ ୨ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପିଠାରୁ ଶିବସେନା ଅଲଗା ହେବା ପରେ ଝାରଖଣ୍ଡରେ ମଧ୍ୟ ଦଳକୁ ଧକ୍କା ଲାଗିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ବିଜେପି ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ନିଷ୍ପତ୍ତି ନେଇଛି। ଆସନ ବୁଝାମଣା ନେଇ ବିଜେପି ଓ ଏଲ୍ଜେପି ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲା। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ହେବାରୁ ଏଲ୍ଜେପି ଚଳିତ ନିର୍ବାଚନରେ ୫୦ଟି ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି ଏଲ୍ଜେପି […]
ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜ୍ୟୋଜ ସିଂହ ସିଦ୍ଧୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍ରେ ଥରେ ଉତ୍ତର ଦେବାପାଇଁ ଚିଠିରେ କହିଛନ୍ତି। ଏହି ଚିଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି। ବାରମ୍ବାର ଚିଠି ପରେ ଉତ୍ତର ନ ଆସିବାରୁ ସେ ଲେଖିଛନ୍ତି, […]
ଜୟପୁର: ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଛନ୍ତି। ରାଜସ୍ଥାନର ଜୟପୁର ରେଲଓ୍ୱେ ଷ୍ଟେସନରୁ ମଙ୍ଗଳବାର ବିଚିତ୍ରଙ୍କୁ ପୁଲିସ ଅଟକ ରଖିଥିଲା। ଏହାପରେ ଗତକାଲି ଦେଶର ତଥ୍ୟ ଚୋରି ଲିକ୍ କରିବା ମାମଲାରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଅନ୍ୟ ଜଣେ ଯବାନ ମଧ୍ୟ ଏହି ମାମଲାରେ ସାମିଲ୍ ଥିବା ଜଣାପଡ଼ଛି। ହେଲେ ତାଙ୍କ ବିରୋଧରେ ପ୍ରମାଣ ମିଳିନଥିବାରୁ ଗିରଫ କରାଯାଇନଥିବା ସୂଚନା ରହିଛି। ସୋଶାଲ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ କବାଟ ଲାଗିବାର ଅଛି। ସୁରକ୍ଷା ଦୃଷ୍ଟିରୁ ଏତେ ଖର୍ଚ୍ଚ ହେବାକୁ ଥିବାବେଳେ ଗତ ମାସରେ ସରକାର ଏଥିପାଇଁ ଅନୁମୋଦନ ଦେଇଛନ୍ତି। ଏହାପରେ ଟିଡିପି ମୁଖ୍ୟ ତଥା ଜଗନ୍ଙ୍କ […]
ନୂଆଦିଲ୍ଲୀ: ଯାମିନ ଆବେଦନ ଖାରଜ ହେବା ପରେ ପଞ୍ଜାବ ନ୍ୟାସ୍ନ୍ୟାଲ୍ ବ୍ୟାଙ୍କ ଠକେଇ ମାମଲାରେ ଗିରଫ୍ ହୋଇଥିବା ନିରବ ମୋଦୀଙ୍କ କୋର୍ଟଙ୍କୁ ଆତ୍ମହତ୍ୟା ଧମକ। କହିଲେ, ଭାରତ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି। ବୁଧବାର ୟୁକେ(ୟୁନାଇଟେଡ୍ କିକଂଡମ୍)ର ଏକ କୋର୍ଟ ନିରବ ମୋଦିଙ୍କ ଯାମୀନ ଆବେଦନକୁ ଖାରଜ୍ କରିଦେଇଥିଲେ। ଏହାକୁ ମିଶାଇ ୪ଟି ଯାମିନ ଆବେଦନ ଖାରଜ ହେବାପରେ ନିରାଶ ନିରବ ମୋଦୀ ଆତ୍ମହତ୍ୟା ଧମକ୍ ଦେଇଛନ୍ତି। ତେବେ ଏହାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ […]