ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସହଯୋଗ କରିବାର ୩ ଦିନ ପରେ ଦୁର୍ନୀତି ମୁକ୍ତ ହେଲେ କି ଅଜିତ ପାୱାର୍ ? ଜଳସେଚନରେ ଅନିୟମିତତା ନେଇ ତାଙ୍କ ବିରୋଧରେ ଚାଲିଥିବା କେତେକ ମାମଲାର ତଦନ୍ତ ଏବେ ବନ୍ଦ ହୋଇଯାଇଛି।ତେଣୁ ଗଣମାଧ୍ୟମରେ ଏମିତି ଖବର ପ୍ରସାରଣକୁ ଦେଖି ମହାରାଷ୍ଟ୍ର ଦୁର୍ନୀତି ବିରୋଧୀ ସଂସ୍ଥାର(ଏସିବି) ଏହାକୁ ସମ୍ପୂର୍ଣ୍ଣ ଭିତ୍ତି ହୀନ କହିଛି। ଯେଉଁ ୯ଟି ମାମଲା ବନ୍ଦ କରାଯାଇଛି, ସେଗୁଡ଼ିକରେ ପାୱାର୍ ସମ୍ପୃକ୍ତ ନାହାନ୍ତି ବୋଲି ଏସିବି […]
କୋଲାକାତା: ପଶ୍ଚିବଙ୍ଗରେ ଜଣେ ବିଜେପି ନେତାଙ୍କୁ ଆଜି କିଛି ଦୁର୍ବୃତ୍ତ ରାସ୍ତାକଡ଼ରେ ଥିବା ଏକ ବୁଦା ଭିତରକୁ ଠେଲିତାଙ୍କୁ ଗାଳିଗୁଲଜ୍ କରିବା ସହିତ ଗୋଇଠା ମାରିବା ଭଳି ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ଜିଲ୍ଲାରେ ଉପନିର୍ବାଚନ ଚାଲିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବିଜେପି ନେତା ହେଲେ କରୀମପୁର ସିଟ୍ରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳର ରାଜ୍ୟ ଉପାଧ୍ୟକ୍ଷ ଜୟପ୍ରକାଶ ମଜ୍ମୁଦାର। ରାସ୍ତାକଡ଼ରେ ବୁଦା ବିତରେ ଫସି ରହିଥିବା ବେଳେ […]
ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଙ୍କୁ ଜଳକା କରି ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଡ଼ନାଭିସ୍ ଯେଉଁଭଳି ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ ନେଇ ସାଂସଦରୁ ନେଇ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି। ହେଲେ ଆଜି ଫଡ଼ନାଭିସ୍ ଦାୟିତ୍ୱ ଗ୍ରହଣ କରି ପ୍ରଥମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଚେକ୍ରେ ଦସ୍ତଖତ କରିଛନ୍ତି। ରାଜ୍ୟ ସଚିବାଳୟ ଭାବେ […]
ମୁମ୍ବାଇ; ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏମିତି ବଦଳୁଛି ଯେ କେତେବଳେ କ’ଣ ହେବ କିଛି କହି ହେବନି। ଏନ୍ସିପି ସୁପ୍ରିମୋ ଅଜିତ୍ ପାୱାରଙ୍କ ପୁତୁରା ତଥା ଏନ୍ସିପିର ପୂର୍ବତନ ବିଧାୟକ ଦଳର ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ ହେଉଛି। ଅଜିତ୍ଙ୍କ ଏହି ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ନା ଏହା ପଛରେ ସୁପ୍ରିମୋ ଶରଦ ପାୱାରଙ୍କ ହାତ ରହିଛି ତାହା ଏବେ ଖୁବ୍ ଚର୍ଚ୍ଚା ହେଉଛି। […]
ଜୟପୁର: ରାଜସ୍ଥାନର ନାଗଉର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ମିନିବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କଚମାନ ସହରରେ ଯାତ୍ରୀମାନେ ଯାଉଥିବା ବେଳେ ମିନବସ୍ ଦୁଇଟି ନିୟନ୍ତ୍ରଣ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଏହା ପରେ ଗୋଟିଏ ମିନି ବସ୍ ଏକ ଗଛକୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅହମ୍ମଦାବାଦ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସମସ୍ତଙ୍କ ଅଜାଣତରେ ବିଦେଶ ପଳାଇଥିବାବେଳେ ଏହା ପରେ ତତ୍ପରତା ପ୍ରକାଶ କରିଛି ଗୁଜରାଟ ପୁଲିସ୍। ନିତ୍ୟାନନ୍ଦଙ୍କୁ ଖୋଜିବା ପାଇଁ ପୁଲିସ୍ ପକ୍ଷରୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବା ସହ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନିଆଯାଉଛି। ତାଙ୍କ ନାମରେ ନାବାଳକଙ୍କୁ ଅପହରଣ କରି ତାଙ୍କ ଦ୍ୱାରା ଆଶ୍ରମ ପାଇଁ ଚାନ୍ଦା ସଂଗ୍ରହ କରାଉଥିବା ଆଦି ଅନେକ ଅଭିଯୋଗ ରହିଥିଲା। ଗୁଜରାଟ ପୁଲିସ୍ ଗୁରୁବାର ହିଁ କହିଥିଲା ନିତ୍ୟାନନ୍ଦ ବିଦେଶ […]
ନୂଆଦିଲ୍ଲୀ: ଭାରତୀୟ ଯବାନମାନେ କିପରି ହ୍ୱାଟ୍ସଆପ୍ ସେଟିଂ ଚେଞ୍ଜ୍ କରି ପାକିସ୍ତାନୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆଡ୍ ହେବାରୁ ରକ୍ଷା ପାଇବେ ସେ ନେଇ ଆଜି ଭାରତୀୟ ସେନା ପକ୍ଷରୁ ଏକ ଉପଦେଶନାମା ଜାରି କରାଯାଇଛି। ହ୍ୱାଟ୍ସଆପ୍ରେ ସେଟିଂ ଅପସନ୍କୁ ଯାଇ ଗୋଟିଏ ଛୋଟିଆ ପରିବର୍ତ୍ତନ କରି ଏଥିରୁ ରକ୍ଷା ପାଇ ହେବ ବୋଲି ଉପଦେଶନାମାରେ କୁହାଯାଇଛି। କେହି ଜଣେ ଦୁର୍ବୃତ୍ତ ଏକ ଶେବା ବହିର୍ଭୁତ ପାକିସ୍ତାନୀ ନମ୍ବର ଦ୍ୱାରା ଭାରତୀୟ ଯବାନଙ୍କୁ ପାକିସ୍ତାନୀ ଗ୍ରୁପ୍ରେ ଆଡ୍ କରିଥିଲେ। ପରେ […]
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ କୁଏତ, ସାଉଦି ଆରବ, ବାହରିନ, କତାର, ଓମାନ ଓ ୟୁଏଇରେ ପ୍ରତିଦିନ ୧୫ ଜଣ ଭାରତୀୟଙ୍କ ଜୀବନ ଯାଉଛି। ଏହି ଭାରତୀୟମାନେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ପ୍ରାଣ ହରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଗଲ୍ଫ ଦେଶରେ ୩୩,୯୮୮ ଜଣ ଭାରତୀୟଙ୍କ ଜୀବନ ଯାଇଛି। କେବଳ ଚଳିତ ବର୍ଷ ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୪,୮୨୩ ଜଣଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଦେଶର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ସ୍ୱତନ୍ତ୍ର ପ୍ରୋଟେକସନ୍ ଗ୍ରୁପ କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେନାହିଁ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଏସପିଜି ଆକ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବାର ପ୍ରାବଧାନ ରହିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାକୁ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଏସପିଜି ଆଇନ୍ ସଂଶୋଧନ ବିଲକୁ ଅନୁମୋଦନ ଦେଇଛି। ଆସନ୍ତା […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍ଗେଟ୍ରେ ଫାସଟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଛନ୍ତି। ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ଏନ୍ଏଚ୍ଆଇ ପକ୍ଷରୁ ଏହି ଫାସ୍ଟ୍ୟଗ୍ ସେବା ଯୋଗାଇ ଦିଆଯିବ। ତେବେ ଏହା ଖାଲି ଟୋଲ୍ ଗେଟରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ବି ଉପଲବ୍ଧ ହେବ। ଏ ନେଇ […]
ଶ୍ରୀନଗର: ଭାରତୀୟ ସୀମାକୁ ଚାଲିଆସିଥିବା ପାକ୍ ନାଗରିକଙ୍କୁ ପାକିସ୍ତାନକୁ ହସ୍ତାନ୍ତର କଲେ ଭାରତୀୟ ସେନା। ମାନବିକତା ଦୃଷ୍ଟିରୁ ଭାରତୀୟ ଯବାନ ପାକ୍ ନାଗରିକଙ୍କୁ ତାଙ୍କ ସେନାକୁ ହସ୍ତାନ୍ତର କରିଛନ୍ତି। ଭାରତୀୟ ସୀମାକୁ ପଶି ଆସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସବିର ଅହମ୍ମଦ। ସେ ପାକ୍ ଅଧିକୃତ କାଶ୍ମୀର ମୁଜାଫରବାଦ ପଞ୍ଜକୋଟର ବାସିନ୍ଦା। ସବାରୀ ଭୁଲ୍ରେ ଭାରତର ଟଙ୍ଗଧାର ସେକ୍ଟର ଦେଇ ଭାରତୀୟ ସୀମାକୁ ପଶି ଆସିଥିଲେ। ଗତ ୧୭ ତାରିଖରେ ସେ ଏଲ୍ଓସି ପାର କରିଥିବାବେଳେ ଖବର […]
ଭୋପାଲ୍: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।” ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍ବ୍ୟତୀତ ବାୟୋ ପ୍ଲାଷ୍ଟିକ୍ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ […]
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଶିବସେନା […]
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ବିଶ୍ୱର ଷଷ୍ଠ ସର୍ବବୃହତ୍ ତୈଳ କମ୍ପାନୀ ହୋଇପାରିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍କୁ ପଛରେ ପକାଇ ଦେଇଛି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍ ଡଲାର ଥିଲା। ଏହା ବୁଧବାର ୧୩୮ ବିଲିଅନ୍ ଡଲାର ଅତିକ୍ରମ କରିଯାଇଛି। ବ୍ଲୁମ୍ବର୍ଗର ସୂଚନା ଅନୁଯାୟୀ ଭାରତର ହାରାହାରି ବ୍ୟବସାୟ ଅଭିବୃଦ୍ଧି ତୁଳନାରେ ଚଳିତ ବର୍ଷ ରିଲାଏନ୍ସର ବ୍ୟବସାୟ ୩ ଗୁଣା […]
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଚିଟ୍ ଫଣ୍ଡ (ସଂଶୋଧନ) ବିଲ୍ ୨୦୧୯ ପାରିତ ହୋଇଛି। ଏହା ନିବେଶକମାନଙ୍କର ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଥିରେ ଚିଟ୍ ଫଣ୍ଡ ବ୍ୟବସ୍ଥାରେ ସୁଧାର ଆଣିବାର ଉଦ୍ଦେଶ୍ୟ ରହିଛି। ସୂଚନାଯୋଗ୍ୟ ଯେ, ଚିଟ୍ ଫଣ୍ଡ କମ୍ ଆୟକାରୀ ପରିବାରଙ୍କ ଭିତରେ ଲୋକପ୍ରିୟ ହୋଇଥିଲା। ଗ୍ରାମୀଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ରହିଥିବା ଚିଟ୍ ଫଣ୍ଡ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଚିଟ୍ […]
କାଙ୍କେର: ବାଘକୁ ମହଙ୍ଗା ପଡ଼ିଲା କୁକୁଡ଼ା ଲୋଭ। କୁକୁଡ଼ା ଖାଇବାକୁ ଆସି ଯନ୍ତ୍ରାରେ ଫସିଲା ଚିତା ବାଘ ଛୁଆ। ଛତିଶଗଡ଼ କାଙ୍କେର ଠେଲକାବୋଡା ଗାଁରେ ଘଟିଛି ଏଭଳି ଘଟଣା। ଗତ କିଛି ଦିନ ଧରି ଗାଁର ଜଣକ ଫାର୍ମରୁ କୁକୁଡ଼ା ଗାଏବ ହେଉଥିଲା। ନିକଟରେ ଥିବା ଜଙ୍ଗଲରୁ କିଛି ଜନ୍ତୁ ଖାଉଥିବା ଅନୁମାନରେ ବନ ବିଭାଗ ପିଞ୍ଜରା ଲଗାଇଥିଲେ। ହେଲେ ଆଜି ସକାଳୁ ଦେଖିବା ବେଳେ ଯନ୍ତ୍ରାରେ ବାଘ ଛୁଆ ଫଶିଥିଲା। ଏହାପରେ ବାଘକୁ ଉଦ୍ଧାର କରିବା […]