ନୂଆଦିଲ୍ଲୀ: ନୂଆବର୍ଷରେ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ନାହିଁ। ଗତକାଲି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି, ଭୁଟାନ ରାଜା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ହେଲେ ଇମ୍ରାନ୍ଙ୍କୁ ନା ଫୋନ୍ କଲ୍ କିମ୍ବା ପିଏମ୍ଓରୁ କୌଣସି ପ୍ରକାର ଶୁଭେଚ୍ଛା ଇମ୍ରାନଙ୍କୁ ଜଣାଯାଇନାହିଁ। ଗତ ବର୍ଷ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତିକୁ ଆଜି ବଣ୍ଟନ କଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟିମକୁରୁରେ ଏକ ସାଧାରଣ ସଭାରେ ଏହି କିସ୍ତି ବଣ୍ଟନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପର୍ଯ୍ୟନ୍ତ ୨ ହଜାର ଲେଖାଏ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧୀକାରୀ ଏଥିରେ ଲାଭବାନ ହେବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ […]
ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଶିବସେନାର ବରିଷ୍ଠ ନେତା ଓ ମେଣ୍ଟ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଜୟ ରାଉତ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଧାସଳକ ନ ହେଲେ ବି ଦଳର ମୁଖପତ୍ର ସାମନାରେ ସେ ଏନେଇ ଉଲ୍ଲେଖ କରିଛନ୍ତି। ସରକାରରେ ଅସଲି ଶିବସୈନିକ ସ୍ଥାନ ପାଇନାହାନ୍ତି ବୋଲି ଏଥିରେ ଲେଖାଯାଇଛି। ଏମିତି ବି ଚର୍ଚ୍ଚା ହେଉଛି ଯେ ସଞ୍ଜୟଙ୍କ ଭାଇ ସୁନିଲ ରାଉତ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ସୁରତକୁ ଉଡ଼ିବ ବିମାନ। ଆସନ୍ତା ୨୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ଉଷା ପାଢ଼ୀ। ସପ୍ତାହକୁ ଚାରି ଦିନ ଚାଲିବ ଏହି ବିମାନ। ଏୟାର ଇଣ୍ଡିଆ ବିମାନ ସୋମବାର, ଗୁରୁବାର ଦିନ ଭୁବନେଶ୍ୱରରୁ ସକାଳ ୮ଟା ୪୦ରେ ବାହାରି ସୁରତରେ ୧୦ଟା ୪୦ରେ ପହଞ୍ଚିବ। ସେହିଭଳି ଶୁକ୍ରବାର ଓ ରବିବାର […]
ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ସାଧାରଣ ସ୍ଥାନରେ ସୁରକ୍ଷା ଦେବାକୁ ଯବାନ ସବୁବେଳେ ଆଗଭର। ସେଥିପାଇଁ ତ ସାରା ଦେଶ ଯବାନଙ୍କୁ ସଲ୍ୟୁଟ୍ କରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍ରେ। ଦୁଇ ଜଣ ସେନା କ୍ୟାପଟେନ୍ ହାୱଡ଼ା ଏକ୍ସପ୍ରେସ୍ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା ସହଯାତ୍ରୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେମାନେ ଏହା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେମାନେ ଏ ବାବଦରେ ଜାଣିବା ପରେ ଆସନରେ ଆଉ […]
ଥିରୁଭନନ୍ଥପୁରମ: ପ୍ରେମ ମାନେ ନି ବୟସ। ସୀମା ସରହଦ। ଆଉ ପ୍ରେମ ଯଦି ସଚ୍ଚା ହୁଏ ତେବେ ତାଙ୍କୁ ଏକ କରିବାକୁ ଲାଗି ପଡ଼ନ୍ତି ସାରା ବିଶ୍ୱ। ଏଭଳି କିଛି ଘଟଣା କେରଳ ଥିସୁର୍ରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ୬୭ ବର୍ଷୀୟ କୋଚାନିଆନ୍ ଓ ୬୫ ବର୍ଷୀୟା ଲକ୍ଷ୍ମୀ। ଥିସୁରରେ ରହୁଥିବା ଏକ ବୃଦ୍ଧାଶ୍ରମରେ ଏମାନଙ୍କ ବିବାହ ହୋଇଛି। ହେଲେ ଏହି ବିବାହ ପଛରେ ଲୁଚି ରହିଛି ଏକ ପୁରୁଣା ଏବଂ ନିବିଡ଼ ପ୍ରେମ […]
ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି ବିଧାନସଭା ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ୨୦୧୪ ମସିହାରେ ଏଥିରୁ ୧୧ଟି ଆସନ ଜିତିଥିବା ବିଜେପି ଏଥର ମାତ୍ର ୨ଟି ଜିତିଛି। ନିକଟରେ କରାଯାଇଥିବା […]
ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ତାନୀ ଯବାନ ଅଶାନ୍ତି ସୃଷ୍ଟି କରୁଥିବାବେଳେ, ଗୁଜରାଟ ଓ ରାଜସ୍ଥାନରେ ଚାଷୀଙ୍କ ନିଦ ହଜାଇ ଦେଲେଣି ପାକିସ୍ତାନୀ ପଙ୍ଗପାଳ। ଦୁଇ ସପ୍ତାହ ଧରି ଦକ୍ଷିଣ-ପୂର୍ବ ଭାଗକୁ ପବନ ବହିବା ଯୋଗୁଁ ପାକିସ୍ତାନରୁ ଶହ ଶହ କୋଟି ପଙ୍ଗପାଳ ମାଡ଼ି ଆସି ଗୁଜରାଟରେ ଉପଦ୍ରବ କରୁଛନ୍ତି। ରାଜ୍ୟର ବନସକାଣ୍ଠା, ସାବରକାଣ୍ଠା, କଛ, ପଟାନ ଓ ମେହସାଣା ଜିଲ୍ଲାର ହଜାର ହଜାର ହେର ଜମିରେ ଚାଷ ନଷ୍ଟ କରିଦେଲେଣି। ଜଡ଼ା, ନଖଜଡ଼ା, ଜିରା, ସୋରିଷ, ପାନମଧୁରୀ, […]
ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ସାଧାରଣତଃ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି। ସୋଶାଲ୍ ମିଡିଆରେ ଯେତେ ଟ୍ରୋଲ୍ କଲେ କି କେହି କମେଣ୍ଟ କଲେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ ଅଜୟ। କିନ୍ତୁ ଏଥର ବିଲଉଡ୍ର ଏହି ସିଂଘମ ଖୁବ୍ ରାଗିଯାଇଛନ୍ତି। ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ତାଙ୍କ ମନ ଖରାପ ଥିବା ଦେଖିବାକୁ ମିଳିଥିଲା। ଏଠାରେ ସେ ତାଙ୍କ ଝିଅଙ୍କୁ ସୋଶାଲ୍ ମିଡିଆରେ […]
ନୂଆଦିଲ୍ଲୀ: ଆସୁଛି ନୂଆ ବର୍ଷ। ନ୍ୟୁ ୟର୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ନୂଆ ନୂଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେମିତି ସରକାର ବି କେତେକ କ୍ଷେତ୍ରରେ ତାଙ୍କ ପୁରୁଣା ନିୟମକୁ ପରିବର୍ତ୍ତନ କରି କିଛି ନୂଆ ନିୟମ ଆଣିବାକୁ ଯାଉଛନ୍ତି। ସରକାରଙ୍କର ୬ଟି ନିୟମ ଏବେ ବଦଳିବାକୁ ଯାଉଛି। ପାନ୍ ଆଧାର ଲିଙ୍କ୍ ନିୟମ, ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ, SBIର Magnetic stripe କାର୍ଡ, ସବ୍କା ବିଶ୍ୱାସ ଯୋଜନା ଏବଂ ଏନଇଏଫଟି ଟ୍ରାଞ୍ଜାକ୍ସନ୍ […]
ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି। ହିମାଚଳପ୍ରଦେଶର ଶିମ୍ଲାରେ ଏକ କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ: ବାରମ୍ବାର ପାକିସ୍ତାନ କରୁଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନର ଏବେ କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକ୍ ଯେତେବେଳେ ବି ଟାର୍ଗେଟ୍ କରୁଛି ସେତେବେଳେ ପ୍ରବଳ ଛେଚା ଖାଉଛି। ଗତକାଲି ପାକିସ୍ତାନ ସେନା ରଜୌରୀ ଓ ପୁଞ୍ଚ ସେକ୍ଟରରେ ଭାରତୀୟ ସେନାକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଏହାର ଜବାବରେ ଭାରତ ବି କଡ଼ା ପ୍ରହାର କରିଥିଲା। ଏଥିରେ ୩ରୁ ୪ ଜଣ ପାକ୍ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି। ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]
ଇସଲାମାବାଦ: ଭାରତକୁ ଡରିଲାଣି କି ପାକିସ୍ତାନ ? ଭାରତରେ ହେଉଥିବା ପରିବର୍ତ୍ତନକୁ ଦେଖି ଛାନିଆ ହେଲେଣି ପାକିସ୍ତାନ ୱାଜିର-ଏ- ଆଜମ ଇମ୍ରାନ ଖାନ। ଭାରତୀୟ ସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ଓ ଭାରତ ସରକାରଙ୍କ ପିଓକେ ଦଖଲ କରିବାର ଦମ୍ଭୋକ୍ତିକୁ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭୟଭୀତ ହୋଇ ପଡ଼ିଛନ୍ତି। ଭାରତୀୟ ସେନା ପିଓକେ ଦଖଲ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା କରି ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେ ପାକିସ୍ତାନ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଖସିଲା ସର୍ବୋଚ୍ଚ ତାପମାତ୍ରାର ହାର। ବିଗତ ଶହେ ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀରେ ଚଳିତ ଡିସେମ୍ବରରେ ସର୍ବୋଚ୍ଚ ତାପମାତ୍ରା ହାର ୧୯. ୫ ଡିଗ୍ରୀ ରହିଛି। ମାସ ଶେଷ ଆଡ଼କୁ ଏହା ୧୯ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହା ପୂର୍ବରୁ ୧୯୯୭ରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ହାର ଖସି ୧୭. ୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ୧୯୯୭ ପରେ ଚଳିତ ଡିସେମ୍ବରରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରାର […]
ଭୁବନେଶ୍ୱର: ରାଜଧାନୀରେ ବଢୁଛି ବଂଲାଦେଶୀ ଯୁବତୀଙ୍କ ଦେହ ବ୍ୟବସାୟ। ନୂଆ ବର୍ଷକୁ ନଜରରେ ରଖି ଦଲାଲଙ୍କ ଦ୍ୱାରା ହେଉଛନ୍ତି ଚାଲଣ। ଟେନ୍ସନ୍ରେ କମିଶନରେଟ୍ ପୁଲିସ। କିଛି ଦିନ ପୂର୍ବେ ଦଲାଲଙ୍କ ଜରିଆରେ ଜଣେ ବେଙ୍ଗୀୟ ସୁନ୍ଦରୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ହୋଟେଲ୍ର ରୁମ୍ରେ ରହିଥିଲେ। ୭ ଦିନ ପାଇଁ ହୋଟେଲ୍ରେ ରୁମ୍ ବୁକିଂ ହୋଇଥିଲା। ତେବେ ଏଠାରେ ରହଣୀ ସମୟରେ ହୋଟୋଲର ମ୍ୟାନେଜର ବଳପୂର୍ବକ ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇ ଥିଲା। […]
ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ସନ୍ତାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ […]