ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଦେଇଥିବାରୁ ଏବେ ତାଙ୍କ ଓ ସଂସଦରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କନିକା ବ୍ରିଟେନରୁ ଫେରି ଯେଉଁ ପାର୍ଟିର ଆୟୋଜନ କରିଥିଲେ, ସେଥିରେ ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହି ପାର୍ଟିରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ କନିକାଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେବେ […]
ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ନେଇ ପ୍ରାୟ ୨୦୦ଟି ଟ୍ରେନ୍କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍ ଚଳାଚଳ ବାତିଲ ହେବା ଯୋଗୁ ମାର୍ଚ୍ଚ ମାସରେ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ୫ମ ମୁଣ୍ଡ ନେଇଛି। ଆଜି ଜଣେ ଇଟାଲୀୟ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେ […]
ବେଜିଂ: ମହାମାରୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୯ ହଜାର ଅତିକ୍ରମ କରିଛି। ଚାଇନାରେ ଦିନକୁ ଦିନ ସ୍ଥିତିରେ ସୁଧାର ଆସୁଥିଲେ ହେଁ ବିଶ୍ୱର ଅନ୍ୟ ରାଷ୍ଟ୍ରରରେ କରୋନାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୫,୨୫୨ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୮୫ ହଜାର ୭୯୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି […]
ଅମୃତସର: ପଞ୍ଜାବର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚର ନିର୍ଦ୍ଦେଶକ ଜଗତା ରାମ କହିଛନ୍ତି, “ବୁଧବାର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ […]
ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଗୋରଖନାଥ ମନ୍ଦିରରେ ଯଜ୍ଞ ସହ ମନ୍ତ୍ର ପାଠ କରାଯାଇଛି। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ ଏହି ଯଜ୍ଞକାମ ସମ୍ପନ୍ନ ହୋଇଛି। ଏହି ଶାନ୍ତି ଯଜ୍ଞରେ ୫୧ […]
ନୂଆଦିଲ୍ଲୀ: ପୁଣିଥରେ ଭାରତରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁରୁଗ୍ରାମରେ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେଆ ୧୫୯ରେ ପହଞ୍ଚିଛି। ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ସେମାନଙ୍କ ରକ୍ତ ନମୁନାକୁ ଅଧିକ ପରୀକ୍ଷା ପାଇଁ ସୱାଇ ମାନସିଂ ହସ୍ପିଟାଲକୁ ପଠାଯାଇଛି। ସେହିପରି ମହାରାଷ୍ଟ୍ରର ପିମପିର ଛିଞ୍ଚୱାଡରେ ଜଣେ ୨୧ ବର୍ଷୀୟ ଯୁବକଙ୍କ […]
ନୂଆଦିଲ୍ଲୀ: ବିଶ୍ୱ ଶତ୍ରୁ କରୋନାକୁ ହରାଇବା ପାଇଁ, ରିତିମତ୍ ଯୁଦ୍ଧ ଚଳାଇଛି ଭାରତ। ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା, ସଚେତନତା ଓ ସାମାଜିକ ଦୂରତ୍ୱ। ଟ୍ରେନ୍, ଷ୍ଟେସନ୍, ବସ୍ ଆଉ ବସ୍ ଷ୍ଟାଣ୍ଡ୍ ସବୁଠି କରୋନା ସତର୍କତା। ଦେଶର ପାର୍ଲାମେଣ୍ଟରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସ୍ଥାନ, ସାନିଟାଇଜର ସ୍ପ୍ରେ ସହ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି। ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବି ନିଜ ଶରୀରର ତାପମାତ୍ରା ଯାଞ୍ଚ କରାଇ ନେଇଛନ୍ତି। […]