ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ ମଧ୍ୟ ଦାଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, କରୋନା ବ୍ୟାପିବାରେ ଲାଗିଥିବାବେଳେ ହଜାର ହଜାର ଲୋକ ବିଭିନ୍ନ ଜରୁରୀକାଳୀନ ସେବା କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଧନ୍ୟବାଦ ଜଣାଇବା […]
ରାୟପୁର: ସାରା ଦେଶ ମହାମାରୀ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି। ଛତିଶଗଡ଼ ସୁକ୍ମାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୧୭ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ନକ୍ସଲଙ୍କ ସହ ଯବାନଙ୍କର ଏପରି ମୁହାଁମୁହିଁ ହୋଇଥିଲା। ଏଥିରେ ଏହି ୧୭ ଯବାନଙ୍କ ପତ୍ତା ମିଳିନଥିଲା। ରବିବାର ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯବାନମାନେ ଶନିବାର ନକ୍ସଲଙ୍କ […]
ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ। ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୩୮ ବର୍ଷିୟ ଯୁବକ। ଯୁବକଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପାଟନା ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ଦୁଇ ଦିନ ତଳେ ହିଁ ସେ କୋଲକାତାରୁ ଫେରିଥିଲେ। ଗତ ସପ୍ତାହରେ ସେ କତାର୍ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପୂର୍ବରୁ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍ କମିଟି ଏବଂ ପୂର୍ବତନ ଛାତ୍ର ସଂଗଠନ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ କୋଅର୍ଡିନେସନ୍ କମିଟି ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ଘୋଷଣା କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି, “ଅନେକ କୋହ ଏବଂ ଆଶା ନେଇ ଆମେ ସାମୟିକ ଭାବେ ଗେଟ୍ […]
ନୂଆଦିଲ୍ଲୀ: କୋରନା ଭାଇରସର ମୁକାବିଲା ଲାଗି ସାମାଜିକ ଦୁରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆସନ୍ତାକାଲି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ଧରି ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ପୂରା ଦେଶ। ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ ସ୍ୱାସ୍ଥ୍ୟ, […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍ଓ) ରାଷ୍ଟ୍ରମାନଙ୍କୁ ‘ଟେଷ୍ଟ, ଟେଷ୍ଟ ଏବଂ ଟେଷ୍ଟ’ର ପରାମର୍ଶ ଦେଇଛି। ଏହାପରେ ବିଭିନ୍ନ ଗବେଷକମାନେ ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା ଏବଂ ଉନ୍ନତ ପରୀକ୍ଷା ପ୍ରକ୍ରିୟା ଆଦି ବାବଦରେ ଗବେଷଣା ଚଳାଇଛନ୍ତି। ଏବେ ଆମେରିକାର କିଛି ବୈଜ୍ଞାନିକ ଏକ ଆଣ୍ଟିବଡି ପରୀକ୍ଷା ବିକଶିତ କରିଛନ୍ତି ଯାହାକି କୋଭିଡ୍-୧୯ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିପାରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କିଛି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ନୂଆ ଏବଂ ନିର୍ଭୁଲ ପରୀକ୍ଷା ପାଇଁ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରୀ ପରୀକ୍ଷା କରାଇବେ। ନିର୍ଦ୍ଧାରିତ ଗାଇଡ୍ଲାଇନ୍ ଅନୁଯାୟୀ ଏହି ଡାକ୍ତରୀ ପରୀକ୍ଷା କରାଯିବ। ରାଷ୍ଟ୍ରପତି ଭବନ ସୂତ୍ରରୁ କୁହାଯାଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଷ୍ପତ୍ତି ନେଇଛନ୍ତି ପୂର୍ବରୁ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବୈଠକ ଆଦି ସ୍ଥଗିତ ରଖାଯିବ। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ଆକ୍ରାନ୍ତ କଣ୍ଠଶିଳ୍ପୀ କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ଦୂଷ୍ୟନ୍ତ ସିଂହ ରାଷ୍ଟ୍ରପତି ଭବନ ଯାଇଥିଲେ। କନିକା କରୋନା ଆକ୍ରାନ୍ତ ହୋଇଥିବା ବାବଦରେ ଜଣାପଡ଼ିବା ପରେ […]
ବେଜିଂ: ମହାମାରୀ କରୋନା ଭାଇରସ ଏବେ ଚାଇନା ବାହାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ୱର ସବୁ ରାଷ୍ଟ୍ର ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ଏଯାଏ ସେତେଟା ସଫଳତା ମିଳିନାହିଁ। ପ୍ରତିଦିନ କରୋନା ଭାଇରସ ଶହଶହ ମୁଣ୍ଡ ନେଇ ଚାଲିଛି। କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ମୃତ୍ୟୁସଂଖ୍ୟା କମିଥିଲେ ହେଁ ଅନ୍ୟ ଦେଶ ଗୁଡ଼ିକରେ ଲୋକମାନେ ଜୀବନ ହରାଇବାରେ ଲାଗିଛନ୍ତି। ବିଶେଷ କରି ଇରାନ, ଇଟାଲୀ ଓ […]