• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gopla
ଗୋପାଳ କାଣ୍ଡାଙ୍କୁ ନେଇ ଅଡ଼ୁଆରେ ବିଜେପି

ନୂଆଦିଲ୍ଲୀ: ହରିଆଣାରେ ସରକାର ଗଠନ କରିବା ପୂର୍ବରୁ ହିଁ ଅଡ଼ୁଆରେ ପଡ଼ିଛି ବିଜେପି। ଏଚ୍‌ଏଲପିର ବିଧାୟକ ଗୋପାଳ କାଣ୍ଡା ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଦଳର ଅଡ଼ୁଆ ବଢ଼ିଛି। ଗୋପାଲ କାଣ୍ଡାଙ୍କୁ ଦିନେ ଗରିଫ କରିବା ପାଇଁ ବିଜେପି  ରାଜରାସ୍ତାକୁ ଓହ୍ଲାଇଥିଲା। ହେଲେ ଏବେ ସେହି ଗୋପାଳ କାଣ୍ଡାଙ୍କୁ ନିଜ ସହ ସାମିଲ କରି ବିଜେପି କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ସେହିପରି ଯେଉଁ ଗୀତିକା […]

  • Friday, 23 July 2021
u-2
'ଯିଏ ଦଳର ପଲିସିକୁ ସମ୍ମାନ ଦେବ ତାକୁ ସମର୍ଥନ କରିବୁ'

ଚଣ୍ଡୀଗଡ଼: ହରିଆଣାରେ ବିଜେପିକୁ ଆଞ୍ଚଳିକ ଦଳ ଜେଜେପି ସମର୍ଥନ ଦେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗତକାଲି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ମନହୋର ଲାଲ ଖଟ୍ଟରଙ୍କ ବିଜେପିକୁ ସମର୍ଥନ ଦେବ ବୋଲି କୁହାଯାଉଥିଲା। ହେଲେ ଆଜି ଜେଜେପିର ବିଧାୟକ ଦଳ ବୈଠକ ପରେ ଦ୍ୟୁଷନ୍ତ ପୂରା ଘଟଣାକୁ ଆହୁରି ସସପେନ୍ସ କରିଦେଇଛନ୍ତି। ବିଜେପି ୪୦ଟି ଆସନ ଜିତିଥିବା ବେଳେ ସରକାର ଗଠନ କରିବାକୁ ଆହୁରି ୬ଟି ଆସନ ଦରକାର। ଜେଜେପି ୧୦ଟି ଆସନ […]

  • Friday, 23 July 2021
modi
ଜମ୍ମୁ-କାଶ୍ମୀର ବିପୁଳ ପରିମାଣରେ ଭୋଟିଂ ଦେଖି ମୋଦି କହିଲେ ଗର୍ବର ବିଷୟ

ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରେ ବିପୁଳ ପରିମାଣରେ ମତଦାନ ଦେଖି ବେଶ୍‌ ଖୁସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଜମ୍ମୁ-କାଶ୍ମୀର ବ୍ଲକ୍‌ ଉନ୍ନୟନ ପରିଷଦ ନିର୍ବାଚନରେ ପ୍ରଥମ ଥର ପାଇଁ ୯୮% ମତଦାନ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ ଥିଲା। ଏହି ଏତେ ପରିମଣରେ ମତଦାନକୁ ଖବର ଶୁଣି ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦିଓ ପ୍ରମୁଖ ରାଜନୀତିକ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଛି ଏହାର ପ୍ରଭାବ ମତଦାନ […]

  • Friday, 23 July 2021
khttar
ପୁଣି ବିଜେପି ସରକାର; ୨୪ ଘଣ୍ଟାରେ ହାତ ମୁଠାକୁ ଆଣିଲା ୯ ସ୍ୱାଧୀନ ବିଧାୟକ

ଚଣ୍ଡୀଗଡ଼: ହରିଆଣାରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଦଳ ପାଖରେ ମ୍ୟାଜିକ୍‌ ନମ୍ବର୍‌ ନଥିଲେ ମଧ୍ୟ ଦଳ ସରକାର ଗଢ଼ିବାକୁ ଯାଉଛି। କାରଣ ବିଜେପିକୁ ସମର୍ଥନ କରିଛନ୍ତି ୯ ସ୍ୱାଧୀନ ବିଧାୟକ। ହରିଆଣାରେ ମୋଟ ୯୦ଟି ବିଧାନସଭା ସିଟ୍‌ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର୍‌ ହେଉଛି ୪୬। ଆଉ ଏଥର ବିଜେପି ଜିତିଛି ୪୦ଟି ଆସନ। ତେଣୁ ମ୍ୟାଜିକ୍‌ ନମ୍ବର ପାଇବା ପାଇଁସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ପାଖକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା ବିଜେପି। […]

  • Friday, 23 July 2021
d
ବିନା ଭିସାରେ ବ୍ରାଜିଲ୍‌ ଯାଇପାରିବେ ଭାରତୀୟ

ସାଓ ପାଓଲୋ: ବ୍ରାଜିଲ୍‌ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ଏମାନେ ବିନା ଭିସାରେ ବ୍ରାଜିଲ୍‌ ଭ୍ରମଣ କରିପାରିବେ। କୌଣସି ସରକାରୀ କାର୍ଯ୍ୟରେ ଚାଇନା ଯାଇଥିବା ବେଳେ ଏପରି ଘୋଷଣା କରିଛନ୍ତି ବୋଲ୍‌ସୋନାରୋ। ଏଇ ବର୍ଷ ବୋଲ୍‌ସୋନାରୋ […]

  • Friday, 23 July 2021
amrindar
ପଞ୍ଜାବରେ ନାହିଁ ବିଜେପି ଯାଦୁ; କଂଗ୍ରେସ ଜିତିଲା ଆସନ

ଚଣ୍ଡୀଗଡ଼: ପଞ୍ଜାବରେ କିନ୍ତୁ ଦବ୍‌ଦବା କାଏମ୍‌ ରଖିଛି ଅମିରିନ୍ଦରଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ ଜିତିଛି କଂଗ୍ରେସ। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ। କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଦଳର ବିଜୟକୁ ଭୁରି ଭୁରି […]

  • Friday, 23 July 2021
phonio
ହରିଆଣା ରାଜନୀତିରେ ଟ୍ୱିଷ୍ଟ; ବିଜେପିକୁ ସମର୍ଥନ ଦେବ ଜେଜେପି

ଚଣ୍ଡିଗଡ଼: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ୍‌ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ ସମର୍ଥନ ଦେବ ବୋଲି ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦକୁ ଢାଲ କରି ହରିଆଣା ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ରାଜ୍ୟରେ ଶକ୍ତ […]

  • Friday, 23 July 2021
mm
ଯୌନ ନିର୍ଯାତନା ଦେଇ ଜାଳିଦେଇଥିଲେ; କାହାରିଙ୍କୁ ଛାଡ଼ିଲାନି ଦଇବ

ଢାକା:  ପ୍ରଥମେ ଯୌନ ନିର୍ଯାତନା, ପରେ କେସ୍‌ ଉଠାଇ ନେବାକୁ ଧମକାଇବା, ଆଉ ଶେଷରେ ନୁସ୍‌ରତଙ୍କୁ କିରୋସିନ୍‌ ଢାଳି ଜାଳି ମାରିଦେଇ ଆତ୍ମହତ୍ୟାର ରୂପେ ଦେଇ କେସ୍‌କୁ ଦଫାରଫା କରିବାକୁ ଚେଷ୍ଟା କରିବା। ମଣିଷ ମାଂଶ ଖିଆ ଶୈତାନଙ୍କର ଏହିସବୁ କୁକର୍ମକୁ ଦେଖୁଥିଲା ଦଇବ। ଆଉ ଧର୍ମ ନିକିତିରେ ଗୋଟା ଗୋଟା କରି ତଉଲି ଦେଲା ମୃତ୍ୟୁ ଦଣ୍ଡ। ଶେଷରେ ନୁସରତଙ୍କୁ ମିଳିଲା ନ୍ୟାୟ।  ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ତାଙ୍କୁ ଚତୁରତା ସହିତ […]

  • Friday, 23 July 2021
mcm
ଇତିହାସ ସୃଷ୍ଟି କଲେ ଆଦିତ୍ୟ ଠାକ୍‌ରେ; ମୁଖ୍ୟମନ୍ତ୍ରୀ ପଦ ଦାବିକଲା ଶିବସେନା

ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ୱର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ଆଦିଦ୍ୟ ଏନ୍‌ସିପି ନେତା ସୁରେଶ ମାନେଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେବେ ଏହି ୱର୍ଲି ଆସନଟି ଶିବସେନାର […]

  • Friday, 23 July 2021
pnkaja
ମହାରାଷ୍ଟ୍ରରେ ବିଜେପକୁ ଶକ୍ତ ଝଟ୍‌କା; ହାରିଲେ ପଙ୍କଜା

ମୂମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍‌କା। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ହେବି ୱେଟ୍‌ ତଥା ଫଡନାଭିସ୍‌ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି।  ବିଜେପି ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲା ପଙ୍କଜା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ଧନଞ୍ଜୟ ମୁଣ୍ଡେଙ୍କ ସହ ହୋଇଥିଲା। ଏଥିରେ ଧନଞ୍ଜୟ ବାଜିମାତ କରିଛନ୍ତି। ସେ ପଙ୍କଜାଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। […]

  • Friday, 23 July 2021
mod
ଗହମ ଏବଂ ଡାଲିଜାତୀୟ ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍‌ଡିଏ ସରକାର ବୃହତ୍‌ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% […]

  • Friday, 23 July 2021
delhi
ଦିଲ୍ଲୀ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି।  ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ବୈଠକ ପରେ କହିଛନ୍ତି। ସେ କହିଛନ୍ତି, ଏହି […]

  • Friday, 23 July 2021
rabi
ସୁଇସାଇଡ୍‌ ଜ୍ୟାକେଟ ପିନ୍ଧି ମୋଦିଙ୍କ ଉପରେ ଆକ୍ରମଣ କରିବାକୁ ଧମକ ଦେଲେ ଏହି ସିଙ୍ଗର୍

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେବଳ ପାକିସ୍ତାନ ସରକାର ନୁହନ୍ତି ଦେଶର ନାମାଦାମୀ କଳାକାର ମଧ୍ୟ ବିଚଳିତ ହୋଇପଡ଼ିଛନ୍ତି। ଏଥିପାଇଁ ସେମାନେ ଭାରତ ସରକାରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନର ଜଣେ ପପ୍‌ ସିଙ୍ଗର ଆତ୍ମଘାତୀ ହମ୍‌ଲା ପାଇଁ ବ୍ୟବହୃତ ହେଉଥିବା ଏକ ଜ୍ୟାକେଟ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ରାବି ପିର୍ଜାଦା ନାମକ ଏହି ସିଙ୍ଗର ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ […]

  • Friday, 23 July 2021
police
ଟ୍ରକ୍‌ ଡାଲାରୁ ବାହାରିଲା ୩୯ ଶବ; ପୁଲିସ ଆଶ୍ଚର୍ଯ୍ୟ

ଲଣ୍ଡନ: ବ୍ରିଟିଶ ପୁଲିସ୍‌ ପୂର୍ବ ଲଣ୍ଡନର ଶିଳ୍ପାଞ୍ଚଳରେ ଥିବା ଏକ ଟ୍ରକ୍‌ ଡାଲାରୁ ୩୯ଟି ମୃତଦେହ ଠାବ କରିଛି। ଟ୍ରକ୍‌ଟି ଏତେ ଗୁଡ଼ିକ ଶବ ଧରି ବୁଲଗେରିଆରୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ଟ୍ରକଟି ୱାଲେସରେ ଥିବା ହୋଲିହେଡ୍‌ ଅଞ୍ଚଳ ଦେଇ ବ୍ରିଟେନରେ ପ୍ରବେଶ କରିଥାଆନ୍ତା। ଏହି ଘଟଣାରେ ନର୍ଥନ ଆୟର୍ଲ୍ୟାଣ୍ଡର ୨୫ ବର୍ଷୀୟ ଟ୍ରକ୍‌ ଡ୍ରାଇଭରଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ବିରୋଧରେ ଏତେ ଲୋକଙ୍କୁ ହତ୍ୟା କରିଥିବା ମାମଲା ମଧ୍ୟ ରୁଜୁ ହୋଇଛି। […]

  • Friday, 23 July 2021
bsnl
BSNL ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପାଇବେ 4G ସେବା

ନୂଆଦିଲ୍ଲୀ: ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌, ବରଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହାକୁ ସକ୍ରିୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ୍‌ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌ର) ମିଶ୍ରଣ ପାଇଁ ଏବେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ଏହାକୁ ଅନୁମୋଦନ ଦେଇଛି। ଏହା ପୂର୍ବରୁ ଆଜି ସକାଳ ସମୟରେ ହିଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କର ସେପ୍ଟେମ୍ବର ମାସର ଦରମା […]

  • Friday, 23 July 2021
t
ଭାରତ ସହ ପଙ୍ଗା ହେଲା ମହଙ୍ଗା; ଗଡ଼ିଲା ୫ ପାକିସ୍ତାନ ଯବାନଙ୍କ ମୁଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ […]

  • Friday, 23 July 2021
keonjhar-12345-750x430
ସାବଧାନ! ରାତିର ବୁଲୁଛି ବାଘ, ବାହାରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ହରିଚନ୍ଦନପୁର-ଦୈତାରୀ ଜଙ୍ଗଲରେ ଏକ ଚିତା ବାଘ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତିରେ  ଦୈତାରୀ ଟାଉନସିପ୍‌ରୁ  ବଳି ପର୍ବତ ମଧ୍ୟରେ ଥିବା ଘାଟି ରାସ୍ତା କଡ଼ରେ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ରାତିରେ ଓଆଇଏସ୍‌ଏଫ୍‌ ଯବାନମାନେ ଏହି  ରାସ୍ତାରେ ଯିବା ସମୟରେ ନିଜ ଗାଡ଼ି ଭିତରୁ ବାଘର ଭିଡିଓ ଉତ୍ତୋଳନ କରିଥିଲେ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନାଗାପଲୀ ଜଙ୍ଗଲରେ କଲରାପତରିଆ […]

  • Friday, 23 July 2021