• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

n
ଆଜି ଗୋଟିଏ ଦିନରେ ଦୁଇଥର ଆତଙ୍କବାଦୀ ଆକ୍ରମଣ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆଜି ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇ ସାରିଲାଣି। ପ୍ରଥମେ ସୋପରରେ ଥିବା ଏକ ବସ୍‌ ଷ୍ଟାଣ୍ଡ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ୧୫ ଜଣ ସାଧାରଣ ଲୋକ ଗୁରୁତୁର ଆହତ ହୋଇଥିଲେ। ଏବେ ପୁଣିଥରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ତାଙ୍କ ନାଁ ନାରାୟଣ ଦତ୍ତ। ସେ ଜମ୍ମୁର ରେଇସି ଅଞ୍ଚଳରେ ରହୁଥିଲେ। ଆଜି ସେ କଶ୍ମୀରର ଅନନ୍ତନାଗରେ ଟ୍ରକ୍‌ରେ ସେଓ ନେଇ ଯାଉଥିବା ବେଳେ […]

  • Friday, 23 July 2021
d
ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ବର୍ତ୍ତମାନ ଇଡି ହେପାଜତରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଆଜି ଏମସରେ ଭର୍ତ୍ତି ହୋଇଥିଲେ। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଇଡି କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହାପୂର୍ବରୁ ଆଜି ସକାଳେ ଚିଦାମ୍ବରମଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିଦାମ୍ବରମଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସ୍ୱତନ୍ତ୍ର […]

  • Friday, 23 July 2021
gokul
ନିର୍ବାଚନ ହାରିଗଲା ପରେ ଖାଲିପାଦରେ ଚାଲି ଭୋଟରଙ୍କୁ ଧନ୍ୟବାଦ ଦେଲେ ଏହି ନେତା

ସିରସା: ନିର୍ବାଚନରେ ହାରିବା ପରେ ସାଧାରଣତଃ ନେତାମାନେ ନିଜ ନିର୍ବାଚନ ମଣ୍ଡଳିକୁ ଯିବା ତ ଦୂରର କଥା ମାଟି ସୁଦ୍ଧା ବି ମାଡ଼ନ୍ତି ନାହିଁ। ବାହାଘର ପରେ ବେଦୀ ମୁହଁ ପୋଡ଼ା ଭଳି ନିର୍ବାଚନ ପରେ ନିର୍ବାଚନମଣ୍ଡଳି ଅବସ୍ଥା ବି ଠିକ୍‌ ସେମିତି ହୁଏ। କିନ୍ତୁ ଆମ ନଜରରେ ଏକ ବ୍ୟତିକ୍ରମ ଘଟଣା ପଡ଼ିଛି। ଜଣେ ନେତା ନିର୍ବାଚନ ହାରିବା ପରେ ନିଜ ନିର୍ବାଚନ ମଣ୍ଡଳିକୁ ଯାଇଛନ୍ତି। ଆଉ ଖାଲି ପାଦରେ ଜଣକ ପରେ ଜଣେ କରି […]

  • Friday, 23 July 2021
khattar
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର, ଉପମୁଖ୍ୟମନ୍ତ୍ରୀ ହେଲେ...

ଚଣ୍ଡିଗଡ଼: ହରିୟାଣାରେ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମନୋହର ଲାଲ୍‌ ଖଟ୍ଟର।  ଖଟ୍ଟରଙ୍କ ସହ ଜନନାୟକ ଜନତା ପାର୍ଟି JJP ନେତା ଦୁଷ୍ୟନ୍ତ ସିଂହ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।  ରାଜଧାନୀ ଚଣ୍ଡିଗଡ଼ରେ ଶପଥଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା। କର୍ନାଲରୁ ବିଧାୟକ ଭାବେ ନିର୍ବାଚିତ ମନୋହର ଲାଲ ଖଟ୍ଟର ଏକଦା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର […]

  • Friday, 23 July 2021
ff
ISIS ମୁଖ୍ୟ ବାଗ୍‌ଦାଦିର ମୃତ୍ୟୁ ନେଇ ସ୍ପଷ୍ଟ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦିର ମୃତ୍ୟୁ। ଗତକାଲି ରାତିରେ ସିରିଆରେ ଆମେରିକା ସେନାର ସାମରିକ କାର୍ଯ୍ୟାନୁଷ୍ଠାନରେ ବାଗଦାଦିର ମୃତ୍ୟୁ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏନେଇ ସ୍ପଷ୍ଟ କରିଛନ୍ତି। ସିରିଆର ଇଦ୍ଲିବ ଅଞ୍ଚଳରେ ISIS ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିକୁ ଘେରିଥିଲା ଆମେରିକା ସେନା।  ତେବେ ଜୀବନ ବଞ୍ଚାଇବାକୁ ଯାଇ ଏକ ସୁଡ଼ଙ୍ଗ ଭିତରେ ଲୁଚିଯାଇଥିଲା ବାଗ୍‌ଦାଦି । ଏହାପରେ ଆମେରିକା ସେନା ତାର ପିଛା […]

  • Friday, 23 July 2021
president
ଭାରତ ପାକିସ୍ତାନ ମୁହାଁମୁହିଁ ଗୋହୀ ଖୋଳାଖୋଳି

ନୂଆଦିଲ୍ଲୀ: ଏନ୍‌ଏଏମ୍‌ ସମ୍ମିଳନୀରେ ଭାରତ ଏବଂ ପାକିସ୍ତାନକୁ ମୁହାଁମୁହିଁ ହେବାର ଆଜି ଦେଖିବାକୁ ମିଳିଛି। ପାକିସ୍ତାନ ୩୭୦ ଧାରା ଉଚ୍ଛେଦକୁ ବେଆଇନ ଏବଂ ଅନୈତିକ କହିଥିବାବେଳେ ଭାରତ କହିଛି ପାକିସ୍ତାନ ଆତଙ୍କବାଦର ଉତ୍ପତିସ୍ଥଳ। ସୂଚନାଯୋଗ୍ୟ ଯେ, ପାକିସ୍ତାନ ଭାରତକୁ ଟାର୍ଗେଟ୍‌ କରୁଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନର ନାମ ନେବାରୁ ବିରତ ହୋଇଥାଏ। କିନ୍ତୁ ଏଥର ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏଥିରେ ପରିବର୍ତ୍ତନ ଆଣି ପଡ଼ୋଶୀ ଦେଶ ପାକିସ୍ତାନକୁ ଆତଙ୍କବାଦର ଉତ୍ପତି କେନ୍ଦ୍ର କହିଛନ୍ତି। […]

  • Friday, 23 July 2021
modi
ମୋଦିଙ୍କ ବିମାନକୁ ବାଟ ଛାଡ଼ିବନି ପାକିସ୍ତାନ

ଇସଲାମାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ସାଉଦି ଆରବ ଗସ୍ତରେ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିବା ପାଇଁ ଭାରତର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ମୋଦିଙ୍କ ଭିଭିଆଇପି ବିମାନ ଅନ୍ୟ ମାର୍ଗ ଦେଇ ସାଉଦି ଯିବାକୁ ପରୋକ୍ଷରେ କହିଛି। ଜମ୍ମୁ-କାଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ଏପରି କହିଛି ପାକିସ୍ତାନ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି କହିଛନ୍ତି, ପାକିସ୍ତାନ ନିଷ୍ପତ୍ତି ନେଇଛି ମୋଦିଙ୍କ ବିମାନକୁ ଦେଶର ଆକାଶ ମାର୍ଗରେ ଉଡ଼ିବାକୁ […]

  • Friday, 23 July 2021
trump
ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍‌ର ହ୍ୱାଇଟ୍‌ହାଉସ୍‌ରେ ଦୀପାବଳି ପାଳିଛନ୍ତି। ସେ ନେଜେ ଦୀପ ଲଗାଇବାର ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ସେ ଏହି ଟ୍ୱିଟ୍‌ରେ ଲେଖିଛନ୍ତି, “ଦୀପାବଳି ଆରମ୍ଭ ହୋଇଯାଇଛି। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ମୁଁ ଏହି ଆଲୋକ ଉତ୍ସବର ଅଭିନନ୍ଦନ ଜଣାଉଛୁ। ସମସ୍ତ ଆନନ୍ଦର ଏହି ଉତ୍ସବ ମନାନ୍ତୁ। ଦୀପବଳିର ଶୁଭେଚ୍ଛା।” As Diwali commences, @FLOTUS Melania and I wish those […]

  • Friday, 23 July 2021
modi-1
ଯବାନଙ୍କ ସହ ଦୀପାବଳି ପାଳିବାକୁ ରଜୌରୀରେ ପ୍ରଧାମନ୍ତ୍ରୀ

ଜମ୍ମୁ: ରବିବାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ରଜୌରୀଠାରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଇନ୍‌ଫାଣ୍ଟ୍ରି ଦିବସ ପାଳନ କରାଯାଉଛି। ୧୯୪୭ ମସିହାର ଏହିଦିନରେ ଭାରତୀୟ ସେନା ଜମ୍ମୁ-କାଶ୍ମୀର ପହଞ୍ଚି ପାକିସ୍ତାନୀ ସେନାକୁ ପଛକୁ ହଟାଇଦେବାରେ ସମର୍ଥ ହୋଇଥିଲା। ମୋଦି ସିଧା ସେନା ବ୍ରିଗ୍ରେଡ୍‌ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ସେଠାରେ ଏଲ୍‌ଓସିରେ କାର୍ଯ୍ୟରତ ସେନାବାହିନୀ ସହ ଆଲୋଚନା କରିବେ ଏବଂ ମିଠା ବାଣ୍ଟି ଦୀପାବଳିର ଶୁଭେଚ୍ଛା […]

  • Friday, 23 July 2021
sringar
ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ କରନ୍‌ ନଗରଠାରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କରନ୍‌ ନଗରର କାକାସରାଇ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ନାକା ଡ୍ୟୁଟିରେ ଥିବା ସମୟରେ ଆତଙ୍କବାଦୀମାନେ ଏଭଳି ଟାର୍ଗେଟ୍‌ କରିଛନ୍ତି। କରନ୍‌ନଗର ପୁଲିସ୍‌ ଷ୍ଟେସନ୍‌ ନିକଟରେ ଏଭଳି ଗ୍ରେନେଡ୍‌ ମାଡ଼ ହେବାପରେ ଗୁଳି ବିନିମୟ ହୋଇଥିଲା। ସନ୍ଧ୍ୟା ୬.୫୦ ସମୟରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳକୁ […]

  • Friday, 23 July 2021
modi
ଏଲ୍‌ଓସିରେ ସେନାବାହିନୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ !

ଶ୍ରୀନଗର: ଏଥର ଏଲ୍‌ଓସିରେ କାର୍ଯ୍ୟରତ ସେନାବାହିନୀଙ୍କ ସହ ଦୀପାବଳି ପାଳିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକର ପର୍ବ ଦୀପାବଳିରେ କାଶ୍ମୀର ସୀମା ଯିବାର ଅଛି। ପୂର୍ବରୁ ମଧ୍ୟ ମୋଦି ଚାଇନା ଏବଂ ପାକିସ୍ତାନର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ମୋଦି ଦୀପାବଳି ପାଳନ କରିସାରିଛନ୍ତି। ଗତବର୍ଷ ଉତ୍ତରାଖଣ୍ଡଠାରେ ଲାଗିଥିବା ସୀମାରେ ଦୀପାବଳି ଉତ୍ସବା ପାଳିଥିଲେ। ସେ ପ୍ରଥମ ଥର ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ସିଆଚେନ୍‌ ଗ୍ଲେସିୟରରେ ଦୀପାବଳି ପାଳିଥିଲେ। ପ୍ରତିବର୍ଷ ତାଙ୍କ ଗସ୍ତକୁ ଗୋପନୀୟ […]

  • Friday, 23 July 2021
ffff
ଅଯୋଧ୍ୟାରେ ଜଳିଲା ୫.୫ ଲକ୍ଷ ମାଟି ଦୀପ

ନୂଆଦିଲ୍ଲୀ: ପୁରାଣ ବର୍ଣ୍ଣନା ଅନୁଯାୟୀ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ଆଉ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେ ପକାଇ ପୌରାଣିକ ସହର ଅଯୋଧ୍ୟା ସରଯୂ ନଦୀ କୂଳରେ ‘ରାମ୍‌ କୀ ପୈଦୀ’ଠାରେ ପାଳିତ ହୋଇଛି ଆଲୋକର ଉତ୍ସବ ଦୀପାବଳି ବା ‘ଦୀପୋତ୍ସବ’। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ ମାଟି ଦୀପ ଜଳାଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ। ପରମ୍ପରା […]

  • Friday, 23 July 2021
fff
ଏହି ସହିଦମାନଙ୍କୁ ଭାରତ ରତ୍ନ ଦେବାକୁ ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: ହିନ୍ଦୁ ନେତା ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ମନୀଷ ତିଓ୍ୱାରୀ। ସେ ଏନେଇ ଦାବି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ତିନି ସ୍ୱାଧିନତା ସଂଗ୍ରାମୀ ତାଙ୍କ ଜୀବନ କାଳରେ ଦେଶ ପାଇଁ ସଂଗ୍ରାମ କରିବା ସହ କୋଟି କୋଟି […]

  • Friday, 23 July 2021
nalini
ଜେଲ୍‌ରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରରନ୍‌

ଚେନ୍ନାଇ: ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଶନିବାର ଜଳଖିଆ ମଧ୍ୟ ଖାଇନାହାନ୍ତି। ସେ ଦାବିରେ କହିଛନ୍ତି, ସେ ଏବଂ ତାଙ୍କ ସ୍ୱାମୀ ଭି ଶ୍ରୀହରନ୍‌ ଓରଫ ମୁରୁଗାନ୍‌ ଗତ ୨୮ ବର୍ଷ ହେବ ଜେଲରେ ଅଛନ୍ତି। ତେଣୁ ତାଙ୍କୁ […]

  • Friday, 23 July 2021
acid-attack
ପ୍ରେମିକ ଉପରକୁ ଏସିଡ୍‌ ଫିଙ୍ଗିଲା ପ୍ରେମିକା

ଆଗ୍ରା: ଆଲିଗଡ଼ର ଜଣେ ୧୯ ବର୍ଷ ବୟସ୍କ ଯୁବତୀ ତାଙ୍କ ପ୍ରେମିକ ଉପରକୁ ଏସିଡ୍‌ ମାଡ଼ କରିଛି।  ପ୍ରେମିକ ବାହାହେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଘଟାଥିବା ଜଣାପଡ଼ିଛି। ଏହି ଘଟଣାରେ  ପୁଲିସ୍‌ ଯୁବତୀକୁ ଗିରଫ କରିଛି। ଭାରତୀୟ ପିଙ୍ଗଳ କୋଡ୍‌ର ୩୨୬ ଏ ଅନୁଯାୟୀ ଯୁବତୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କ ମା’ କହିବା ଅନୁଯାୟୀ, ଏହି ଯୁବତୀ […]

  • Friday, 23 July 2021