• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

abhijt
' ନୋବେଲ୍‌ ବିଜେତା ଅଭିଜିତ ବାନାର୍ଜୀ ବାମ ବିଚାରର ଲୋକ'

ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ୍‌ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍‌ ଇନ୍‌କମ୍‌ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା। ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର […]

  • Friday, 23 July 2021
court
ମସ୍‌ଜିଦରେ ନମାଜ୍ ପଢ଼ିଲା ବେଳେ ଶକ୍ତିଶାଳୀ ବିସ୍ଫୋରଣ; ୬୨ ମୃତ ୩୬ ଆହତ

କାବୁଲ: ମସ୍‌ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ। ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଏଭଳି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା […]

  • Friday, 23 July 2021
mobile
ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ନେଇ ଯାଇପାରିବେନି ଛାତ୍ରଛାତ୍ରୀ

ଲକ୍ଷ୍ନୌ: ଏଣିକି କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ମୋବାଇଲ୍‌ ଫୋନ୍‌ ନେଇ ଯାଇପାରିବେନି ଛାତ୍ରାଛ୍ରାତ୍ରୀ। କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟ କଲେଜ୍‌ରେ ମୋବାଇଲ୍‌ ମନା ହେବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଥିବା ସମସ୍ତ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରେ ମୋବାଇଲ୍ ଫୋନ୍‌ ବ୍ୟାନ୍‌ କରିଛନ୍ତି। ଉତ୍ତର ପ୍ରଦେଶ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି। ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି, କୌଣସି ବି […]

  • Friday, 23 July 2021
Yongqing-Bao
ଏମିତି ବେଳରେ ଫଟୋ ଉଠାଇଲେ ଯେ ଆୱାର୍ଡ ପାଇଲେ

ନୂଆଦିଲ୍ଲୀ: ଗୁଣ୍ଡୁଚିମୂଷା ତା କାମରେ ଯାଉଥିଲା। କିନ୍ତୁ ପଛରୁ କୋକିଶିଆଳୀ ଦେଖି ହଠାତ୍ ଚମକି ପଡ଼ିଲା। ଆଉ ଡରିମରି ଏତେବଡ଼ ଆଁ କରି କୋକି ଆଡ଼କୁ ଚାହିଁଲା। ଏହି ସମୟର ଫଟୋ କ୍ୟାମେରାରେ କଏଦ୍‌ କଲେ ଫଟୋଗ୍ରାଫର୍ ୟୋଙ୍ଗନିକ୍‌ ବାଓ। ଆଉ ଏହି ଫଟୋ ପାଇଁ ଏବେ ତାଙ୍କୁ ଶ୍ରେଷ୍ଠ ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ୨୦୧୯ ମିଳିବାକୁ ଯାଉଛି। ଉପରୋକ୍ତ ଫଟୋକୁ ଦେଖନ୍ତୁ। କୋକିଶିଆଳି ସହିତ ହଠାତ୍ ଭେଟ ହୋଇଯିବା ପରେ ଯେମିତି ଭୟରେ ଗୁଣ୍ଡୁଚିମୂଷାର ଆଖିଟେରା […]

  • Friday, 23 July 2021
lion
ଚିଡ଼ିଆଖାନାର ସିଂହ ଖୁଆଡ଼କୁ ଡେଇଁ ପଡ଼ିଲେ ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀର ଚିଡ଼ିଆଖାନାରେ ଫିଲ୍ମର ଦୃଶ୍ୟ। ନୂଆଦିଲ୍ଲୀରେ ଥିବା ଚିଡ଼ିଆଖାନାର ସିଂହ ଖୁଆଡ଼ ପାଖରେ ବୁଲୁ ବୁଲୁ ହଠାତ୍‌ ଜଣେ ଯୁବକ ଖୁଆଡ଼ ଭିତରକୁ ଡେଇଁପଡ଼ିଲେ। ଆଉ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ମୁହଁ ପାଖରେ ବସିପଡ଼ିଥିଲେ। ତା’ପରେ କଣ ହେଇଥିବ ବୋଲି ଆପଣ ଭାବୁଛନ୍ତି ? କାରଣ ୨୦୧୪ରେ ମଧ୍ୟ ଜଣେ ବ୍ୟକ୍ତି ଏମିତି ବାଘ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ବାଘ କିଛି ସମୟ ଅପେକ୍ଷା ପରେ ହଠାତ୍ ଯୁବକଙ୍କ ବେକକୁ […]

  • Friday, 23 July 2021
deadbody-
ଦୁଇଥର ମରି ବଞ୍ଚିଥିଲେ, ପୁଣି ମରିଗଲେ

ଚଣ୍ଡିଗଡ଼: ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଦୁଇଥର ମୃତ ଘୋଷଣା ପରେ ବଞ୍ଚିଥିଲେ ମହିଳା। କିନ୍ତୁ ତୃତୀୟଥର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ। ଖବର ଅନୁସାରେ ୪୫ ବର୍ଷୀୟା ଏହି ମହିଳାଙ୍କୁ ଗୋଟିଏ ହସ୍‌ପିଟାଲ୍‌ରେ ମୃତ ଘୋଷଣା କରାଯିବା ପରେ ପୁଣିଥରେ ତାଙ୍କୁ ଚଣ୍ଡିଗଡ଼ ହସ୍‌ପିଟାଲ-୩୨କୁ ଅଣାଯାଇଥିଲା। କାରଣ ମହିଳାଙ୍କ କାରୋଟିଡ୍ ଧମନୀ ନାଡ଼ି ସ୍ପନ୍ଦିତ ହେଉଥିଲା। ଇସିଜିରେ ଜଣାପଡ଼ିଲା ଯେ ମହିଳାଙ୍କ ହାର୍ଟ ସ୍ପନ୍ଦନ ହେବା ସହିତ […]

  • Friday, 23 July 2021
arvind-daughter
ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାକିରିରୁ ୫ ମାସ ଛୁଟି ନେଲେ ଝିଅ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଶାସକ ଦଳ ଆପ୍ ମଧ୍ୟ ତାର ପ୍ରଚାର ପ୍ରସ୍ତୁତି ଚଳାଇଛି। ଏଥର ଅରବିନ୍ଦ କେଜରିୱାଲ୍‌ଙ୍କ ପାଇଁ ପ୍ରଚାର କରିବେ ତାଙ୍କ ଝିଅ ହରସିତ କେଜରିୱାଲ୍। ଏଥିପାଇଁ ସେ ତାଙ୍କ ଚାକିରିରୁ ୫ ମାସ ଛୁଟି ନେଇଛନ୍ତି। ତାଙ୍କ ଝିଅ ହରସିତ କେଜ୍ରିଓ୍ୱାଲ ଏବେ ଏକ ଏମଏନସି କମ୍ପାନୀରେ ଚାକିରି କରୁଛନ୍ତି। ଗତକାଲି ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏହି ସୂଚନା […]

  • Friday, 23 July 2021
mdeui
ଅଯୋଧ୍ୟା ମାମଲାରେ ଟ୍ୱିଷ୍ଟ୍; ବିବାଦୀୟ ସ୍ଥାନକୁ ଛାଡ଼ିଦେବ ମୁସ୍‌ଲିମ ପକ୍ଷ !

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଏହାକୁ ଉପସ୍ଥାପନ କରିଛି। ତେବେ ମଧ୍ୟସ୍ଥତା ପ୍ୟାନେଲ ତା’ ରିପୋର୍ଟରେ ଆପୋଷ […]

  • Friday, 23 July 2021
sc
ବାବର ମସ୍‌ଜିଦ୍‌ ନିର୍ମାଣ ନେଇ ପ୍ରାମାଣ ନାହିଁ; ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ସୁନ୍ନି ୱାକଫ୍ ବୋର୍ଡ ଓ ଅନ୍ୟ ମୁସଲିମ ପକ୍ଷଗୁଡ଼ିକ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି। ଆଜି ଅଯୋଧ୍ୟା ବିବାଦର ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ହିନ୍ଦୁ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ସିଏସ୍‌ ବୈଦନାଥ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଥିଲେ ଯେ “ମସଜିଦ୍‌ ବାବର ନିର୍ମାଣ କରିଥିଲେ କି ନାହିଁ, […]

  • Friday, 23 July 2021
SupremeCourt
କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ନେଇ ଆଜି କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଅଗଷ୍ଟ ୫ରୁ ଜମ୍ମୁ-କାଶ୍ମୀରରେ କଟକଣା ଲଗାଇଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ହୋଇଥିଲା। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଜମ୍ମୁ-କାଶ୍ମୀର ପ୍ରଶାସନକୁ ଜବାବ ତଲବ କରିଥିଲେ। ହେଲେ କେନ୍ଦ୍ର କିମ୍ବା କାଶ୍ମୀର ପ୍ରଶାସନ ରିପୋର୍ଟ ନ ଦେବାରୁ ଆଜି ସୁପ୍ରିମକୋର୍ଟ […]

  • Friday, 23 July 2021
laedes
କିସ୍‌ କରିବି କହି ପତ୍ନୀର ଜିଭ କାଟିଦେଲେ ସ୍ୱାମୀ

ଅହମ୍ମଦାବାଦ: ପତ୍ନୀଙ୍କ ଜିଭକୁ କିସ୍‌ କରିବାକୁ କହିଲେ ପତି। ଆଉ ପତ୍ନୀ ଜିଭ କାଢ଼ିବା ମାତ୍ରେ ଏକ ଚୁମ୍ବନ ଦେଇ ହଠାତ୍‌ ଲୁଚାଇ ରଖିଥିବା ଛୁରୀରେ ଜିଭ କାଟିଦେଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ। ୩୬ ବର୍ଷୀୟା ଏହି ମହିଳା ଭେଜାଲପୁର ପୁଲିସ ଷ୍ଟେସନ୍‌ରେ ଏକ ମାମଲା ଦାୟର କରିବା ପରେ ଏହି ଖବର ଜଣାପଡ଼ିଥିଲା। ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍‌ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ପେଶାରେ ଜଣେ […]

  • Friday, 23 July 2021
save
୨୫ ହଜାର ହୋମଗାର୍ଡଙ୍କ ଚାକିରି ଗଲା

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ରାଜ୍ୟରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ହୋମଗାର୍ଡଙ୍କୁ ଯୋଗୀ ସରକାର ଚାକିରିରୁ ହଟାଇ ଦେଇଛନ୍ତି। ଦୈନିକ କାର୍ଯ୍ୟ ହିସାବରେ ଟଙ୍କା ନେଉଥିବା ଏହି ହୋମଗାର୍ଡମାନଙ୍କୁ ଏବେ କୌଣସି କାମରେ ନିୟୋଜିତ କରୁନାହାନ୍ତି। ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପୁଲିସ୍‌ ମୁଖ୍ୟ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ହୋମଗାର୍ଡଙ୍କୁ କୌଣସି ପ୍ରକାରର ସରକାରୀ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ […]

  • Friday, 23 July 2021
pak
ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ଆମେରିକାର ତାଗିଦ୍

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଏବାର ସହ ସଂସ୍ଥାପକ ତଥା ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍‌କୁ ବାନ୍ଧି ଦଣ୍ଡ ଦେବା ଲାଗି ପାକିସ୍ତାନକୁ ତାଗିଦ୍ କରିଛି ଆମେରିକା। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ରିପୋର୍ଟ ଆସିବା ପୂର୍ବରୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛି ଆମେରିକା। ହାଫିଜ୍ ସୟିଦ୍ ସମେତ ଲସ୍କର ଅନ୍ୟ ୩ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କୁହାଯାଇଛି। ଅନ୍ୟପକ୍ଷରେ ଲସ୍କର ଓ ଜମାତ ଉଲ୍ ଦାଓ୍ୱାର […]

  • Friday, 23 July 2021
collceto
ଉପଜିଲ୍ଲାପାଳ ହେଲେ ଦୃଷ୍ଟିହୀନ ମହିଳା ପ୍ରଞ୍ଜଳ ପାଟିଲ

ଥିରୁବନନ୍ତପୁରମ: ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ଭିନ୍ନକ୍ଷମ ମହିଳା ଆଇଏଏସ ଅଧିକାରୀ ପ୍ରଞ୍ଜଳ ପାଟିଲ। କେରଳର ଥିରୁଅନନ୍ତପୁରମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଲାଦିନୁ ଆଖି ହରାଇଥିବା ମହାରାଷ୍ଟ୍ରର ଝିଅ ପ୍ରଞ୍ଜଳ ଦାୟିତ୍ୱ ଗ୍ରହଣ ପରେ ନିଜ କର୍ମସ୍ଥଳୀ ଥିରୁବଅନନ୍ତପୁରମର ଖୁବ୍ ପ୍ରଶଂସା କରିବା ସହିତ ପ୍ରଞ୍ଜଳ ଜୀବନରେ କେବେ ହାର ମାନିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଏର୍ଣ୍ଣାକୁଲମର ଅତିରିକ୍ତ ଜିଲ୍ଲାପାଳ ଭାବେ […]

  • Friday, 23 July 2021