ନୂଆଦିଲ୍ଲୀ: ଶୁକ୍ରବାର ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ତୃତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ୧୧ଟି କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ […]
ବିଜୟୱାଡା: ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର୍ ନାଗୁଲୁପାଲାପାଡ୍ଡୁ ଗାଁରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ସମସ୍ତ ମୃତକଙ୍କ ପରିଚୟ ମିଳିଛି। ନାଗୁଲୁପାଲାପାଡ୍ଡୁ ପୁଲିସ୍ ସୂଚନା […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ ୮ ଜଣ ପ୍ରାର୍ଥୀ ଗୁରୁବାର ରାଜ୍ୟ ବିଧାନ ପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍କେ ଏବଂ ରମେଶ କରଦ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିଚ ହୋଇଛନ୍ତି। ତାଙ୍କ ସହିତ ଏନ୍ସିପିର ଶଶିକାନ୍ତ ସିନ୍ଦେ ଏବଂ ଅମୋଲ୍ ମିତକାରୀ ଏବଂ କଂଗ୍ରେସର ରାଜେଶ ରାଠୋଡ୍ ମଧ୍ୟ […]
ନୂଆଦିଲ୍ଲୀ: ଗୁରବାର ୨୦ ଲକ୍ଷ କୋଟି ଆତ୍ମ ନିର୍ଭର ଭାରତ ଯୋଜନାର ଦ୍ୱିତୀୟ ପର୍ଯ୍ୟା ଅର୍ଥ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ଅର୍ଥ ଘୋଷଣା ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି, ବ୍ୟବସାୟୀ, ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜିର ଏହି ପ୍ୟାକେଜ୍ରେ ପ୍ରାବାଶୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ଭୋକ ଉପାସରେ ନାନା ଅସୁବିଧା ଭୋଗ କରୁଥିବା […]
ନୂଆଦିଲ୍ଲୀ: ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତକାଲି ପ୍ରଥମ ପର୍ଯ୍ୟାୟ ଆର୍ଥିକ ଘୋଷଣାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଘୋଷଣା ହୋଇଥିଲା। Today’s initiatives include a total of 9 measures: ✅3 […]
ନୂଆଦିଲ୍ଲୀ: ଆଜି ପୁଣି ୪ ବେଳେ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବାସୀ ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି ଓ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆଜିର ପ୍ୟାକେଜ୍ର ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଏହି ଅର୍ଥ ରାଶି ଘୋଷଣା କରାଯିବ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି […]
ନୂଆଦିଲ୍ଲୀ: କେନ୍ଦ୍ରର ଆର୍ଥିକ ସହାୟତା ପ୍ୟାକେଜ୍କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ଶ୍ରମିକଙ୍କ ପାଇଁ କିଛି ନାହିଁ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ। ସେ ହିଛନ୍ତି, ଗରିବ ଓ ପ୍ରବାସୀ ଶ୍ରମିକ ଯେଉଁମାନେ ଦେଶର ବଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଓ ଚାଲି ଚାଲି ନିଜ ଘରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ସେହିପରି ଗରିବଙ୍କ ହାତକୁ ଟଙ୍କା ଦେବା ଲାଗି ପ୍ୟାକେଜ୍ରେ କୌଣସି […]
ନୂଆଦିଲ୍ଲୀ: ଆୟକର କ୍ଷେତ୍ର ପାଇଁ ରିହାତି ବ୍ୟବସ୍ଥା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସମସ୍ତ ଆୟକର ଦାଖଲର ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି। ଟାକ୍ସ ଅଡିଟ୍ ଲାଗି ଥିବା ସମୟସୀମାକୁ ମଧ୍ୟ ୩୦ ସେପଟେମ୍ବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ। ସେହିପରି ଚଳିତ ଆର୍ଥିକ ବର୍ଷ ଲାଗି TDS ଏବଂ TCS ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ଆସନ୍ତାକାଲିଠାରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ […]
ନୂଆଦିଲ୍ଲୀ: ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବା ଏବଂ ଦେଶକୁ ଆତ୍ମନିର୍ଭଶୀଳ କରିବା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମିଶନ ଆତ୍ମନିର୍ଭର ଭାରତର ରୂପରେଖ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦ ହଜାର ଲକ୍ଷ କୋଟିର ଏହି ବୃହତ ଅର୍ଥିକ ପ୍ୟାକେଜରୁ କେଉଁ କ୍ଷେତ୍ର ପାଇଁ କେତେ ସହାୟତା ଦିଆଯାଇଛି ନିର୍ମଳା ତାର ହିସାବ ଦେଇଛନ୍ତି। ଅର୍ଥନୀତିର ମେରୁଦଣ୍ଡ ଲଘୁ,ମଧ୍ୟମ ଓ କ୍ଷୁଦ୍ର ଶିଳ୍ପସଂସ୍ଥା ପ୍ୟାକେଜର ଫୋକସରେ ରହିଛନ୍ତି। ତେବେ ରିୟଲ ଇଷ୍ଟେଟ୍, ଠିକାସଂସ୍ଥା, ଘରୋଇ […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ୍, ବେଙ୍ଗଳୁରୁ, ହାଇଦ୍ରାବାଦ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ବିମାନ ଚାଲିବ। ଜୁନ୍ ୨ ତାରିଖ ଯାଏଁ ଏହି ସେବା ଜାରି ରହିବ। ଦେଶରେ ବିଭିନ୍ନ ସହରରେ ଅଟକି ଥିବା ଲୋକଙ୍କ ବ୍ୟତିତ ବିଦେଶରୁ ଆଣାଯାଇଥିବା ଲୋକେ ମଧ୍ୟ ଏହି ଫ୍ଲାଇଟରେ ନିଜ ନିଜ […]
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଆତ୍ମନିର୍ଭର ଭାରତ ଅଭିଯାନ। ଏହାର ମୁଖ୍ୟ ଲକ୍ଷ୍ୟ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ସ୍ତରରେ ପହଞ୍ଚଇବା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା ପରେ ଏହି ପ୍ୟାକେଜ୍ ତିଆରି ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜ୍ ଦ୍ୱାରା ଅଭିବୃଦ୍ଧିହାର […]
ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅପରାହ୍ଣ ୪ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେବେ ସୀତାରମଣ। କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜ ଘୋଷଣା କରାଯାଇଛି। ଏହା ହେଉଛି ଦେଶର ଜିଡିପିର ୧୦ ପ୍ରତିଶତ। […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ଲକ୍ଡାଉନ୍-୪ ଘୋଷଣା କରିବା ସହିତ ଦେଶର ଅର୍ଥନୀତିକୁ ତୀବ୍ର ଗତି ଦେବାକୁ ୨୦ ଲକ୍ଷ କୋଟିର ବଡ଼ ଆର୍ଥିକ ପ୍ୟାକେଜ୍ର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ୟାକେଜ୍ରେ କୃଷିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ତା ସହିତ ଶିଳ୍ପ ପାଇଁ ମଧ୍ୟ ଘୋଷଣା ହୋଇଛି। ତେବେ ଆଜିର ସମ୍ବୋଧନରେ ଉତ୍ପାଦିତ ସ୍ୱଦେଶୀ ତଥା ସ୍ଥାନୀୟ ସାମଗ୍ରୀ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଗତ ସପ୍ତାହରେ ସିକ୍କିମ ସୀମାରେ ଚାଇନା ଯବାନ ଭାରତୀୟ ଯବାନଙ୍କ ସହିତ ସୀମାରେ ମାର୍ପିଟ୍ କରିଥିଲେ। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ଖବର ପ୍ରକାଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ଆଉ ଏକ ଚାଇନାର ସୀମା ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି। ଯେଉଁ ସପ୍ତାହରେ ଚାଇନା ଓ ଭାରତୀୟ ଯବାନ ମୁହାଁମୁହିଁ ହୋଇଥିଲେ, ସେହି ସମୟରେ ହିଁ ଭାରତର ଲଦାଖ ସୀମାରେ ହେଲିକପ୍ଟର ଉଡ଼ାଇଥିଲା ଚାଇନା। ଏହାର ତୁରନ୍ତ ପରେ ପାଟ୍ରୋଲିଂ […]
ନୂଆଦିଲ୍ଲୀ: ଏମ୍ସରୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ କୁହାଯାଇଛି। ମନମୋହନଙ୍କୁ ଆଜି ଦନ ୧୨ ଟା ବେଳେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। କାର୍ଡିଓ ଲୋଜୀର ପ୍ରେଫେସର ଡ. ନୀତୀଶ ନାୟକ ତାଙ୍କର ଚିକିତ୍ସା କରୁଥିଲେ ବୋଲି ପିଟିଆଇ ରିପୋର୍ଟରେ ଦର୍ଶାଇଛି। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା। ହସ୍ପିଟାଲାରୁ ଡିସ୍ଚାର୍ଜ୍ ହେବା […]
ନୂଆଦିଲ୍ଲୀ: ଦୀର୍ଘ ଦିନର ଲକ୍ଡାଉନ୍ ପରେ ଆରମ୍ଭ ହେବ ରେଳ ସେବା। ମେ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବା ନେଇ ଯୋଜନା କରୁଛି ଭାରତୀୟ ରେଳବାଇ। ଏନେଇ କାଲିଠୁ ଟିକେଟ୍ ବୁକିଂ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବା ନେଇ ରେଳବାଇ ଯୋଜନା କରୁଥିବା ବେଳେ କାଲି ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ତେବେ କେବଳ IRCTC ୱେବ୍ସାଇଟ୍ରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। […]
ନୂଆଦିଲ୍ଲୀ: ସୀମାରେ ଇଣ୍ଡିଆ ଓ ଚାଇନା ଯବାନ ମୁହାଁମୁହିଁ। ଶନିବାର ଉତ୍ତର ସିକ୍କିମର ନାକୁ ଲା ସେକ୍ଟରେ ଉଭୟ ସେନାର ଯବାନମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଛନ୍ତି। ନାମ ଗୋପାନ ସର୍ତ୍ତରେ ୨ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରେ ଚୀନର ୭ ଜଣ ସୈନ୍ୟ ଥିବାବେଳେ ୪ ଜଣ ଭାରତୀୟ ଯବାନ ଅଛନ୍ତି। ପାଖାପାଖି ୧୫୦ ଜଣ ଯବାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ପ୍ରଥମେ […]
ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଦିଲ୍ଲୀ। ରବିବାର ଦିନ ୧.୪୫ ମିନିଟ୍ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଏକ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୁତ। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୫ ରହିଥିଲା। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି। ଦିଲ୍ଲୀ ବିପର୍ଯ୍ୟୟ ସୂଚନା କେନ୍ଦ୍ରର ସୁଚନା ଅନୁସାରେ, ଏହି ଭୁମିକମ୍ପ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ଓ ୟୁପିର ସୀମାରେ ୧୫ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ […]
ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବିଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି, ମୁସଲମାନ କର୍ମଚାରୀଙ୍କ ଦ୍ୱାରା ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ବିଜ୍ଞାପନରେ ଧର୍ମୀୟ ଭେଦଭାବ ଥିବାରୁ […]