ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍ର ଦ୍ୱିତୀୟ ସ୍କ୍ୱାର୍ଡନ୍। ତାମିଲନାଡୁର ସୁଲୁର ଏୟାରବେସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍ ଭଦୋରିଆ। ଆଜି ଏହାକୁ ଉଡ଼ାଇଛନ୍ତି। ତେଜସ୍କୁ ଉଡ଼ାଉଥିବା ବାୟୁସେନାର ଏହା ଦ୍ୱିତୀୟ ସ୍କ୍ୱାର୍ଡନ୍। ଏହି ସ୍କ୍ୱାର୍ଡନ୍ର ନାଁ ଦିଆଯାଇଛି ଫ୍ଲାଇଙ୍ଗ୍ ବୁଲେଟ୍ସ। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଚତୁର୍ଥ ପିଢ଼ିର ହାଲକା ଯୁଦ୍ଧ ବିମାନ। ନେପାଳ ଓ ଚୀନ ସହ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ଏହା ବାୟୁସେନାର ବଳ […]
ନୂଆଦିଲ୍ଲୀ: ହାବାର୍ଡ ୟୁନିଭର୍ସିଟିର ପବ୍ଲିକ ହେଲ୍ଥ ଏକ୍ସପର୍ଟ ପ୍ରଫେସର ଆଶିଷ ଝାଙ୍କ ସହ ଭିଡିଓ କନଫରେନ୍ସ ରେ କଥା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଦିନକୁ ଦିନ ବଢ଼ୁଥିବା କରୋନା ସଙ୍କଟକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସାମାଜିକ ଦୂରତା ସହ ଘରେ ରହିବା ଉପରେ ଫୋକସ୍ ଦେଇଥିଲେ ଆଶିଷ ଝା। କରୋନା ଭ୍ୟାକ୍ସିନ୍ କେବେ ବାହାରିବ ସେ ନେଇ ଆଶିଷଙ୍କୁ ପ୍ରଶ୍ନ କରିଥିଲେ ରାହୁଲ୍। ଯବାବରେ ଆଶିଷ କହିଥିଲେ, ବିଭିନ୍ନ ଦେଶ ଭ୍ୟାକସିନ୍ […]
ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେଲାଣି। ରାଜ୍ୟରେ ୫୨ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୬୯୫ ଜଣଙ୍କ ଜୀବନ ନେଲାଣି କରୋନା ମହାମାରୀ। ସ୍ଥିତି ଏମିତି ହେଲାଣି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ବେଡ୍ ମଧ୍ୟ ନାହିଁ। ରୋଗୀ ଯେଉଁଠି ଅଛନ୍ତି ସେଠାରେ ହିଁ ମୃତଦେହ ରଖାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାର ଫେଲ୍ ମାରିବାକୁ ନେଇ ଘେରିଛନ୍ତି ବିରୋଧୀ। […]
ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତର କଲା ୭୬ ଜଣ ପ୍ୟାସେଞ୍ଜରକୁ ନେଇ ଉଡ଼ାଣ ଭରିଥିବା ବିମାନ। ଜୟପୁରରୁ ହାଇଦ୍ରାବଦ ଆସୁଥିବା ଏୟାର ଏସିଆ ବିମାନ ୧୫୧୫୪୩ ମଙ୍ଗଳବାର ମଧ୍ୟାହ୍ନରେ ହାଇଦ୍ରାବାଦରେ ଜରୁରୀ ଆବତରଣ କରିଛି। ବିମାନଟି ହାଇଦ୍ରାବାଦରେ ପହଞ୍ଚିବାର ତୁରନ୍ତ ପରେ ଏପରି ସମସ୍ୟା ବିଷୟରେ ଜଣାପଡ଼ିଥିଲା। ବିମାନ ଇଞ୍ଜିନରୁ ଇନ୍ଧନ ଲିକ୍ ହେବା ନେଇ ପାଇଲଟ୍ ଜାଣିବା ପରେ ଗୋଟିଏ ଇଞ୍ଜିନ୍କୁ ବନ୍ଦ କରିଦେଇଥିଲେ। ଅନ୍ୟ ଏକ ଇଞ୍ଜିନ୍ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଦେଶର ରେକର୍ଡ ସଂଖ୍ୟକ ୬ ହଜାର ୭୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଏବେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ମହାମାରୀ। ଫଳରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ […]
ନୂଆଦିଲ୍ଲୀ: ଭାରତକୁ ୩୬ଟି ରାଫେଲ୍ ବିମାନ ଦେବାକୁ କୌଣସି ବିଳମ୍ବ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ବିମାନ ସପ୍ଲାଏ ହେବ ବୋଲି ଫ୍ରାନ୍ସ ଆମ୍ବାସାଡର ଇମାନୁଏଲ୍ ଲେନାଇନ କହିଛନ୍ତି। ଅନ୍ୟ ଦେଶଗୁଡ଼ିକ ଭଳି ଫ୍ରାନ୍ସରେ କରୋନା ତାର ପ୍ରଭାବ ଜାରି ରଖିଛି। ଏଠାରେ ୧,୪୫,୦୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮,୩୩୦ରେ ପହଞ୍ଚିଛି। ତେଣୁ ଏଭଳି ପରିସ୍ଥିତିରେ ରାଫେଲ୍ ସପ୍ଲାଏ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଇମାନୁଏଲ୍ ଏହି […]
ମୁମ୍ବାଇ: କିଛି ସମୟ ପୂର୍ବରୁ ଘରୋଇ ବିମାନ ଉଡ଼ାଣ ନେଇ ମନା କରୁଥିବା ମହାରାଷ୍ଟ୍ର ସରକାର କଥା ବଦଳେଇଛନ୍ତି। ରାଜ୍ୟରେ ୨୫ ଘରୋଇ ବିମାନ ଉଡ଼ାଣ ନେଇ ଅନୁମତି ଦେଇଛନ୍ତି ସରକାର। ବିମାନ ଚଳାଚଳ ନେଇ ରାଜ୍ୟ ପ୍ରସ୍ତୁତ ନଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଦେଇଥିବା ସୂଚନାର କିଛି ସମୟ ପରେ ରାଜ୍ୟ ମନ୍ତ୍ର ନୱାବ୍ ମଲ୍ଲୀକ ୨୫ ବିମାନ ଉଡ଼ାଣ ଅନୁମତି ନେଇ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ […]
ନୂଆଦିଲ୍ଲୀ: ଦେଶରେ ସଂଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ଆଜି ଗୋଟିଏ ଦିନରେ ୧୩୭ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୩ ହଜାର ୭ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬ ହଜାର ୬୫୪ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଆଜି ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଛି। ସୁସ୍ଥ ହୋଇଛନ୍ତି ୧୨ ହଜାର ୫୮୩ ଜଣ। ସେହିପରି ଗୁଜରାଟରେ ୮୦୨ […]
ବାତ୍ୟା କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ: ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି,୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ, ୪୨ଟି ପୋଲ ଭାଙ୍ଗିଛି, ୬୪୬ ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ ପ୍ରାଥମିକ ସ୍କୁଲ କୋଠା ମଧ୍ୟ ଭାଙ୍ଗିଛି, ବାତ୍ୟାରେ ୨୯୮ଟି ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରିପୋର୍ଟ
ଇସଲାମାବାଦ: ପାକିସ୍ତାନ କରାଚିରେ ବଡ଼ ଧରଣର ବିମାନ ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି। ତେବେ ଦୁର୍ଘଟଣାରୁ ସୌଭାଗ୍ୟବସତଃ ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଛନ୍ତି ୩ ଜଣ ଯାତ୍ରୀ। ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରି […]
ନୂଆଦିଲ୍ଲୀ: ମହାବାତ୍ୟା ଅମ୍ପନକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ମିଳିତ ବିରୋଧୀ ଦଳ ବୈଠକରେ ଏହି ଦାବି ଉଠାଯାଇଛି। ଏନେଇ ୨୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ସଂକଳ୍ପ ପାରିତ ହୋଇଥିଲା। ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବୈଠକ ଡକାଯାଇଥିଲ। ଏଥିରେ ଏନ୍ସିପି, ଡିଏମ୍କେ ସହ ବାମଦଳର ନେତାମାନେ ସାମିଲ ହୋଇଥିଲେ। ପ୍ରଥମ ଥର ପାଇଁ ବିରୋଧୀଙ୍କ ଏହି ମେଳିରେ […]