• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

supreme-court
ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ହିଂସା ଘଟଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି କ୍ୟାମ୍ପସରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୁଲିସ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆଲୁମନି ଆସୋସିଏସନ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍‌ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା କିମ୍ବା ହିଂସା ଭିଆଇବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକମାନେ ସେମାନଙ୍କ ଅଧିକାର ପାଇଁ […]

  • Friday, 23 July 2021
mamat
ସିଏଏ ମମତାଙ୍କ ବିଶାଳ ରାଲି

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ପ୍ରଥମରୁ ଏହାକୁ ବିରୋଧ କରି ଆସୁଥିବା ମମତା ଆଜି ବିଶାଳ ରାଲି ଆୟୋଜନ କରି ଏହାର ପ୍ରତିବାଦ କରିଛନ୍ତି। ମମତାଙ୍କ ସହ ଶତାଧିକ ଟିଏମସି କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ। ସମସ୍ତଙ୍କ ହାତରେ ସିଏଏ ବିରୋଧୀ ପୋଷ୍ଟର ରହିଥିଲା। କୋଲକାତାର ରେଡ୍‌ ରୋଡରେ ଥିବା ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ମମତା ପଦଯାତ୍ରା ଆରମ୍ଭ […]

  • Friday, 23 July 2021
taps
ସିଏଏ ଅନ୍ଦୋଳନ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ମୋଦୀ କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର […]

  • Friday, 23 July 2021
priynka
ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆ ଗେଟ୍‌ ସାମ୍ନାରେ ଧାରଣାରେ ବସିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ଓ ଅଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ଲାଠି ଛାର୍ଜକୁ ବିରୋଧ କରି ଦଳର ଅନ୍ୟ କାର୍ମକର୍ତ୍ତାଙ୍କ ସହିତ ୪ଟା ବେଳେ ଧରଣାରେ ବସିଛନ୍ତି ପ୍ରିୟଙ୍କା। ସରକାର ଦେଶର ସମ୍ବିଧାନ ଓ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ୟୁନିଭର୍ସିଟିରେ ପଶି ଛାତ୍ରାଛାତ୍ରୀଙ୍କ ଉପରେ ପୁଲିସ୍‌ ଆକ୍ରମଣ କରୁଛି। ଆମେ ସମ୍ବିଧାନ ପାଇଁ ଲଢ଼ୁଛୁ, […]

  • Friday, 23 July 2021
payal
୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ବଲିଉଡ ଅଭିନେତ୍ରୀ ପାୟଲ

ଜୟପୁର: ନେହେରୁ ପରିବାର ବିରୋଧରେ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ବୁନ୍ଦୀର ଏକ କୋର୍ଟ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଥିଲା। ଏ ନେଇ ପାୟଲ ଟୁଇଟ୍ କରି ସୂଚନା ଦେଇଥିଲେ। ପୁଲିସ ଅଧିକାରୀ କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ୧୦ ଅକ୍ଟୋବର ୨୦୧୯ରେ ଥାନାରେ ମାମଲା […]

  • Friday, 23 July 2021
sengar
ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅଭିଯୁକ୍ତ ମହିଳା ଶଶି ସିଂହକୁ ମଧ୍ୟ କୋର୍ଟ ଦୋଷୀ ପ୍ରାମାଣିତ କରିଛନ୍ତି। ଚାକିରି ଦେବ ବୋଲି କହି ପୀଡ଼ିତାଙ୍କୁ ଶଶି ସିଂହ କୁଳଦୀପ ସେଙ୍ଗର ଘରକୁ ନେଇ ଯାଇଥିଲା। ଯାହାର ସୁଯୋଗ ନେଇ ସେଙ୍ଗର ପୀଡ଼ିତାଙ୍କ ଦୁଷ୍କର୍ମ କରିଥିଲା। ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଳମ୍ବରେ ମାମଲା […]

  • Friday, 23 July 2021
h
ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

କୋଲକାତା: ନାଗରିକ ସଂସୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିଛି। ଅନେକ ସ୍ଥାନରେ ଲୋକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି। ତେବେ ଉତ୍ତେଜନାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ହେଲା- ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, ଏବଂ ହାୱାର୍ଡା। ଏଥିସହିତ ବରଷାତ ଏବଂ ଉତ୍ତର ୨୪ ପ୍ରଗଣାର ବସିରହାଟ ସବଡିଭିଜନ, ବରୁଇପୁର ଏବଂ ଦକ୍ଷିଣ ୨୪ ପ୍ରଗଣାରେ ଇଣ୍ଟର୍‌ନେଟ୍‌ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆଜି […]

  • Friday, 23 July 2021
milk
ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍‌ ଡିଜେଲ୍‌ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି କ୍ଷୀର ଏକ ବିଶେଷ ପ୍ରସ୍ତୁତି ) କ୍ଷୀର ଦାମ୍‌ ଲିଟର ପିଛା ୩ ଟଙ୍କା ବଢ଼ାଇଥିବା ବେଳେ ଅମୁଲ ୨ ଟଙ୍କା ଦାମ୍ ବଢ଼ାଇଛି। ଦିଲ୍ଲୀରେ ପୂର୍ବରୁ […]

  • Friday, 23 July 2021
od
ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ପଶ୍ଚିମବଙ୍ଗରେ ବ୍ୟାପକ ପୋଡ଼ାଜଳା ହୋଇଛି। ବିକ୍ଷୋଭକାରୀମାନେ ଲାଲଗୋଲା ଷ୍ଟେସନରେ ଅଟକି ରହିଥିବା ୫ଟି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ବିକ୍ଷୋଭକାରୀ ଏହି ଟ୍ରେନ୍‌ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ କେହି ଯାତ୍ରୀ ନଥିବାରୁ ସେମାନେ ଏଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗତକାଲି ଭଳି ଆଜି ମଧ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଲାଲଗୋଲା […]

  • Friday, 23 July 2021
savarkar
ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ

ଶ୍ରୀନଗର: ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ। ଆହୁରି ୩ ମାସ ନିଜ ଘରେ ବନ୍ଦୀ ରହିବେ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ଅବଧି ୩ ମାସ ବଢ଼ାଇ ଦିଆଯାଇଛି। ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ଫାରୁକ୍‌ଙ୍କ ଅଟକ ଅବଧି ବୃଦ୍ଧି ନେଇ ଶନିବାର ନିଷ୍ପତ୍ତି ହୋଇଛି। ସେ ସବ୍‌-ଜେଲ ଘୋଷିତ ତାଙ୍କ ଘରେ ହିଁ ଗୃହବନ୍ଦୀ ରହିବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ୫ ଥର ସାଂସଦ […]

  • Friday, 23 July 2021
smsung
ସାମସଙ୍ଗ Galaxy A71 ଓ Galaxy A51 ଲଞ୍ଚ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗମ କମ୍ପାନୀ ଗ୍ୟାଲେକ୍ସି ସିରିଜ୍‌ର Galaxy A71 ଓ Galaxy A51 ଦୁଇଟି  ଜବରଦସ୍ତ ଫୋନ୍ ଲଞ୍ଚ୍ କରିଛି। ଦୁଇଟି ଫୋନ୍‌ରେ ଇନଫିନିଟି-୦ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ମୋବାଇଲ୍‌ରେ ରିୟର ସାଇଡ୍‌ରେ କ୍ୱାଡ କ୍ୟାମେରା ସେଟ୍‌ଅପ୍‌ ରହିଥବା ବେଳେ ଫ୍ରଣ୍ଟ ପଞ୍ଚ୍‌ ହୋଲ୍‌ ଫ୍ରଣ୍ଟ କ୍ୟାମେରା ରହିଛି। Galaxy A51 ଡିଭାଇସ୍‌ଟି Galaxy A50ର ସକ୍‌ସେସର ହୋଇଥିବା ବେଳେ Galaxy A71 ସ୍ମାର୍ଟଫୋନ୍‌ଟି Galaxy A70ର ସକ୍‌ସେସର। ଦୁଇଟି ଫୋନ୍‌ର ବିଶେଷତ୍ୱ Galaxy A51- ଏଥିରେ […]

  • Friday, 23 July 2021
cab
ନାଗରିକ ସଂସୋଧନ ବିଲ୍‌କୁ କାହିଁକି ବିରୋଧ କରୁଛି ଆସାମ; ପୂରା ଇତିହାସ ଜାଣନ୍ତୁ

ନୂଆଦିଲ୍ଲୀ: ସୋମବାର ଲୋକସଭା ବୁଧବାର ରାଜ୍ୟସଭା ଉଭୟ ଗୃହରେ ଗୃହୀତ ହୋଇଛି ନାଗରିକତା ସଂସୋଧନ ବିଲ୍‌। କିନ୍ତୁ ଯେବେଠାରୁ ଏହି ବିଲ୍‌ ବିଷୟରେ ଆଲୋଚନା ହୋଇଛି ସେବେଠାରୁ ଦେଶର ଏକପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସଂସଦରେ ବିଲ୍ ଗୃହୀତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିନ୍ତୁ ସ୍ପଷ୍ଚ କରି କହିଛନ୍ତି ଯେ ଏହି ବିଲ୍ କାହାରି ନାଗରିକତ୍ୱ ନେବନି ବରଂ ପଡ଼ୋଶୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ […]

  • Friday, 23 July 2021
egg
ପିଆଜ ପରେ ଏବେ ଅଣ୍ଡା, ଚିକେନ୍ ଦର ବଢ଼ିବ !

ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକାଶ ଛୁଆଁ ହୋଇଛି। କେତେକ ସ୍ଥାନରେ ପିଆଜ ଦର କିଛି ସ୍ଥାନରେ ଦୁଇ ଶହ ପାର କରିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ […]

  • Friday, 23 July 2021
rupaa
ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ

କୋଲକାତା: ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାର ଉଦ୍ୟମ ହୋଇଥିଲା। ସେ ଯେତେବେଳେ ବାଂଲାଦେଶ ଦିନାଜପୁରର ଏକ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ କିଛି ଲୋକ ତାଙ୍କୁ ଅପହରଣ କରିବା ପାଇଁ ଆସିଥିଲେ। କିନ୍ତୁ କୌଶଳ କ୍ରମେ ରୂପା ଓ ତାଙ୍କ ମାଆ ବୁର୍ଖା ପିନ୍ଧି ଅପହରଣକାରୀଙ୍କୁ ଚକ୍‌ମା ଦେଇ ଖସି ପଳେଇ ଆସିଥିଲେ। ଆଉ ଯଦି ଖସି ନ ଆସିଥାନ୍ତେ ତେବେ ଆଜି ସେ ‘ଖାନ୍ ଟାଇଗର’ର […]

  • Friday, 23 July 2021
ks
ଭୟଙ୍କର ଆତଙ୍କବାଦୀ ଆକ୍ରମଣ; ୭୦ରୁ ଊର୍ଦ୍ଧ୍ୱ ଯବାନ ସହିଦ

ନିଆମେ:  ଆର୍‌ମି ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୭୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏଭଳି ଦୁଃଖ ଦାୟକ ଘଟଣା ଘଟିଛି। ସେଠାରେ ସକ୍ରିୟ ଥିବା ଇସ୍ଲାମିକ୍‌ ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥିବା ବୁଧବାର ନାଇଜର୍‌ ପ୍ରତିରକ୍ଷା ମନ୍ତ୍ରୀ କହୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ମଙ୍ଗଳବାର ରାତିରେ ବିପୁଳ ପରିମାଣରେ ବିସ୍ଫୋରକ […]

  • Friday, 23 July 2021
jue
ସିଏବି ବିରୋଧରେ ଜଳୁଛି ଆସାମ: କେନ୍ଦ୍ର ପଠାଇଲା ୫ ହଜାର ଯବାନ

ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ୨୪ […]

  • Friday, 23 July 2021
modi
ଗୁଜରାଟ ଦଙ୍ଗାରେ ମୋଦୀଙ୍କୁ କ୍ଲିନ୍‌ ଚିଟ୍

ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ସେତେବେଳେର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନ୍‌ ଚିଟ୍।  ଘଟଣାର ତଦନ୍ତ କରୁଥିବା ନାନାବତୀ କମିଶନ ମୋଦୀଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା […]

  • Friday, 23 July 2021