ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ। ଓଡ଼ିଶାର ସମ୍ ସମେତ ଦେଶରେ ୨୧ଟି ସଂସ୍ଥାରେ ଏହି ପରୀକ୍ଷଣ କରାଯିବ। ଦେଶର ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପରୀକ୍ଷଣରେ ସାମିଲ ହେବେ ବୋଲି ଓଡ଼ିଶା କ୍ଲିନିକାଲ ଟ୍ରାଏଲ ମୁଖ୍ୟ ଇ.ଭେଙ୍କଟରାଓ ସୂଚନା ଦେଇଛି। ଓଡ଼ିଶାର ୨ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। କୋଭାକ୍ସିନ୍ ଟିକା ରୋଗ ଏଡ଼ାଇ ପାରିଲା କି ନାହିଁ ୩ୟ ପର୍ଯ୍ୟାୟରେ ଜଣାପଡ଼ିବ। ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ […]
ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍କା ଭାଜି ଦିଅନ୍ତୁ। ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା […]
ଫରିଦାବାଦ: ଗତକାଲି ହରିୟାଣାର ଏକ କଲେଜ୍ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଭ୍-ଜିହାଦ୍ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ କହିଛନ୍ତି। ଘଟଣା ମୁତାବକ ଗତକାଲି ଫରିଦାବାଦ୍ର ବାଲାବଗଡ଼ଠାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଦୁଇଜଣ ଯୁବକ ତାଙ୍କ କଲେଜ୍ ସମ୍ମୁଖରେ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ବିଫଳ ହେବାରୁ ଯୁବକ ଜଣକ ଉକ୍ତ ଯୁବତୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। […]
ଭୁବନେଶ୍ୱର: ୧୯୯୯ କୋଲ୍ ବ୍ଳକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଗତକାଲି ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଇଥିବା ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍ପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମାଡିହ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଗତକାଲି […]