ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। […]
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ୧୧ ଜଣିଆ ବଡ଼ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ନଗଦ ୫ଲକ୍ଷ ୮୯ ହଜାର ଟଙ୍କା ସହ ୭୬ ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତ ୬ ତାରିଖ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାଠାରେ ଏକ ଜୁଏଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି […]
ଲମତାପୁଟ: ରାତିରେ ପାଟ୍ରୋଲିଂ ବେଳେ ଏକ ନମ୍ବର ନ ଥିବା ଗାଡ଼ିକୁ ପୋଲିସ୍ ୫ କି.ମି. ପର୍ଯ୍ୟନ୍ତ ପିଛା କରି ଶେଷରେ ଗାଡ଼ିକୁ ଅଟକାଇଥିଲେ। ପରେ ଜଣାପଡ଼ିଥିଲା ଯେ, ଏଥିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଏକ ନମ୍ବର ନ ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ପୋଲିସ୍ ଗାଡ଼ିକୁ ପିଛା କରି ସହ ୭ କ୍ୱିଣ୍ଟାଲ୍ ୧୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ତେବେ ଅନ୍ଧାର ରାତି ହୋଇଥିବାରୁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ମହୁଲଡିହା ଥାନା ଧାତିକିଡିହାର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି। ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ତେଣୁ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ବ୍ୟାରେଜ ରାସ୍ତାରେ ଆନନ୍ଦପୁର ମେଡିକାଲକୁ ନେଇ ଆସିବା ବାଟରେ ତାଙ୍କର ପ୍ରସବ ହୋଇଛି। ବାଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁଁ ଅଟୋ ଟି ଫସି ଯାଇଥିଲା। ଅଟୋ […]
କୋରାପୁଟ: ଲଘୁଚାପକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଓ ୨୦ ତାରିଖରେ କୋରାପୁଟ୍ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଜିଲ୍ଲାକୁ ସତର୍କ କରାଯାଇଛି। ଏଥିସହ ଏହାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଛି। ବର୍ଷା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଇନ୍ଦ୍ରାବତୀ, ଅପରକୋଲାବ ଓ ତେଲେଙ୍ଗିରି ଜଳଭଣ୍ତାରରେ ଜଳସ୍ତର ବହୁତ କମ ଥିବାରୁ ଏହା ସମସ୍ୟା ସୃଷ୍ଟି କରିବ ନାହିଁ […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୧ ତାରିଖ ଯାଏ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ […]
କନ୍ଧମାଳ: ଦୁଇ ଯୁବକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା। କନ୍ଧମାଳ ତୁମୁଡ଼ିବନ୍ଧ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ସ୍ଥାନୀୟ ବୁଦୁଲିପଦର ଘାଟିରେ ଦୁଇ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି। ଯାହା ପରେ ଲୋକଙ୍କ ମଧ୍ୟରେ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯୁବକଙ୍କ ମୃତ୍ୟୁ କାରଣ କଣ ଏବଂ ଏହାର ତଦନ୍ତ ଦାବି କରି ୫୯ ନମ୍ବର ଜାତୀୟ ରାଜପଥ ତୁମୁଡ଼ିବନ୍ଧ ହସ୍ପିଟାଲ୍ ସମ୍ମୁଖ ରାସ୍ତା ଅବରୋଧ ହୋଇଛି। ଫଳରେ ତୁମୁଡ଼ିବନ୍ଧ-ବାଲିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ […]
ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ବିରାଟ ଅଭିଯାନ ଆରମ୍ଭ ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ବିରାଟ ଅଭିଯାନ…
ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ନେତ୍ରୀ ଇମରତୀ ଦେବୀଙ୍କୁ ‘ଆଇଟମ୍’ ବୋଲି କହିବା ସରଗରମ ହୋଇଛି ରାଜନୀତି। ଇମରତୀ ଦେବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସୋନିଆଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ମଧ୍ୟପ୍ରଦେଶରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। କମଳନାଥ ଡବରାରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ଯାଇଥିଲେ। ଏହି ସମୟରେ ସେ ସବୁ ମର୍ଯ୍ୟାଦା ଭୁଲି ବିଜେପି ପ୍ରାର୍ଥୀ ଇମରତୀ ଦେବୀଙ୍କୁ ଆଇଟମ୍ କହିଥିଲେ। ସେହିପରି ଅଜୟ ସଂହ ମଧ୍ୟ ଜଲେବି […]