• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sarala-puraskar
୪୧ତମ ଶାରଳା ପୁରସ୍କାର ଘୋଷଣା

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ଏଥରର ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍କ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ସେ ପୁରସ୍କୃତ ହେବେ। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ କରାଯିବ। ଏଥିସହ ରାଜ୍ୟର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ […]

  • Saturday, 03 July 2021
PETROLL
ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯା'ଆସ ମନା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି କରିଛି କମିଶନରେଟ ପୋଲିସ। ଆଜି ଅପରାହ୍ନରେ ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ […]

  • Saturday, 03 July 2021
narayana
ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା

ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍‌କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି।  ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଥିବା ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା କହିଛନ୍ତି […]

  • Saturday, 03 July 2021
sarua
ଗୋଟିଏ ମିଛ ଧରାପଡ଼ିବା ପରେ ଓଟିଭି ନାଁରେ ଆଉ ଏକ ଅଭିଯୋଗ

ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଓଟିଭି ବିରୋଧରେ ଗୋଟିଏ ବି ଅଭିଯୋଗ ନଥିଲା ବେଳେ ଏବେ ଘନ ଘନ ଅଭିଯୋଗ ପଛର କାରଣକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧା ସାରୁଅ […]

  • Saturday, 03 July 2021
ଭୁବନେଶ୍ୱରରେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କାଦେଲେ ଲୁଟେରା

ଭୁବନେଶ୍ୱର: କ୍ରାଇମ୍‌ ସିଟି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌ ବଢ଼ିବାରେ ଲାଗିଛି। ମୋବାଇଲ୍ ଫୋନ୍‌ ଲୁଟ୍‌ କରିବା ପରେ ଜଣେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କା ଦେଇନ୍ତି ଲୁଟେରା। ବ୍ୟସ୍ତବହୁଳ ପଳାଶୁଣୀ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର […]

  • Saturday, 03 July 2021
ପେଟ୍ରୋଲ୍‌ ପମ୍ପରେ ବ୍ଲାଷ୍ଟ୍‌ ଘଟଣା; ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଥିଲା। ତେବେ ୨ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ […]

  • Saturday, 03 July 2021
raj bhavan
ରାଜଭବନ ରାସ୍ତାରେ ଲାଗୁ ହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଗତକାଲି ଅପରାହ୍ନରେ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍‌ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଏ ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି। […]

  • Saturday, 03 July 2021
puri
ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ

ପୁରୀ: ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ। କୋଭିଡ୍‌ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୱିଟ୍‌ କରି ମୁଖ୍ୟ ଶାସନ ସଚିବ ଆଜି ଏହି ନିର୍ଦ୍ଦେଶନାମା ଜାରି […]

  • Saturday, 03 July 2021
ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବ୍ଲାଷ୍ଟ୍‌ ଘଟଣା: ଏହି କାରଣ ଯୋଗୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର: ଏଲ୍‌ପିଜି ଲିକେଜ୍‌ରୁ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ Petroleum and Explosives Safety Organisation(PESO)ର ଉପମୁଖ୍ୟ କଣ୍ଟ୍ରୋଲର ଏହି ସୂଚନା ଦେଇଛନ୍ତି। PESOର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି, ‘ଟାଙ୍କିରେ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଏହାପରେ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲ୍‌ପିଜି ରହିଥିଲା। ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତ ସରିଛି। […]

  • Saturday, 03 July 2021
cycle
ଆରମ୍ଭ ହେବ ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍

ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲ୍‌ଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବ।  ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ […]

  • Saturday, 03 July 2021
covid
କୋଭିଡ୍‌ରେ କାର୍ଯ୍ୟରତ କନଷ୍ଟେବଳଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କର କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ କନେଷ୍ଟବଳଙ୍କ ନା ବାଲି କହଁର। ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାରେ। ଗତ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଜଣା ପଡିବା ପରେ ସେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ […]

  • Saturday, 03 July 2021
ଭୁବନେଶ୍ୱର ପେଟ୍ରୋଲ ପମ୍ପ ବ୍ଲାଷ୍ଟ୍‌ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ପୋଲିସ୍‌ କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୋଲିସ୍‌ କମିଶନର କହିଛନ୍ତି, ‘ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ […]

  • Saturday, 03 July 2021
biraja
ମା’ ବିରଜାଙ୍କ ରଥଯାତ୍ରା ନେଇ କ'ଣ କହିଲେ ହାଇକୋର୍ଟ ?

କଟକ: ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି। ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ସୂଚନାଥାଉକି, ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଏନେଇ ରାଜ୍ୟ ସରକାର ଅଦାଲତରେ ପ୍ରତି ଜବାବ ଦାଖଲ ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ […]

  • Saturday, 03 July 2021
lootera
ଧରାପଡ଼ିଲେ ୫ ରାଜଧାନୀ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ  ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍ ତାଇ ଓ ଲୁଟ୍‌ରେ ସାମିଲ ଥିଲେ ଏହି ୫ ଜଣ ଲୁଟେରା। ଏକୁଟିଆ ରାତିରେ ଫେରୁଥିବା ଲୋକେ ଏବଂ ସାମଗ୍ରୀ ନେଇ ଯାଉଥିବା […]

  • Saturday, 03 July 2021
petroll
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ନିଖୋଜ୍ ଅଭିଯୋଗ

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଗଂଜାମ ଜିଲ୍ଲାର ସିମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ସିମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ ଏଭଳି ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର। ଏଲ୍‌ପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। ଭଉଣୀଙ୍କ କହିବାନୁସାରେ, କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସିମାଞ୍ଚଳଙ୍କ […]

  • Saturday, 03 July 2021
petrollf
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ଘୋଷଣା କଲା IOCL

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କଲା ଭାରତୀୟ ତୈଳ ନିଗମ ବା ଆଇଓସିଏଲ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କମ୍ପାନୀ ଏହି ସହାୟତା ରାଶି ଘୋଷଣା କରିଛି।   ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ […]

  • Saturday, 03 July 2021
bhubaneswar-blast-IOCL-anno
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ; ଖୋଲିଲା ରାସ୍ତା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଥିବା ନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ସଂଧ୍ୟା ୭ଟାରୁ ରାସ୍ତା ଖୋଲିଛି। କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ଏବେ ବି ମନା ହୋଇଛି। ଅପରେସନ ସରିବା ପରେ ଏଥିରେ ସହଯୋଗ କରିଥିଇବାରୁ  ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ପୋଲିସ। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ନିଜ ଆଡୁ ମାମଲା କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ […]

  • Saturday, 03 July 2021
odisha farmar bill
କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି ବିଜେଡି ?

ଭୁବନେଶ୍ୱର: କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍‌କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ […]

  • Saturday, 03 July 2021
minor girl
ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା

ଭୁବନେଶ୍ୱର: ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। କମିଶନରେଟ୍ ପୋଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ। ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସ୍‌ର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ […]

  • Saturday, 03 July 2021
ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପତି। ସେ ଜଣେ ମେଜର ବୋଲି ଜଣାପଡ଼ିଛି। ପତ୍ନୀଙ୍କ ଏତଲା ଆଧାରରେ ପୋଲିସ୍ ସୌମ୍ୟରଞ୍ଜନଙ୍କୁ‌ ଗିରଫ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ଫରିଦାବାଦରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍‌ ତାଙ୍କୁ ଗିରଫ […]

  • Saturday, 03 July 2021
vigilance raid
ଫସିଲେ ପୂର୍ବତନ ଉଦ୍ୟାନ କୃଷି ଅଧିକାରୀ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ରେଡ୍ ଚାଲିଛି। କଟକ ଜ୍ୟୋତି ବିହାର, ବିଡ଼ାନାସୀ ଏବଂ ସିଡିଏ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଜଗତସିଂହପୁର ଏରସମାରେ ଥିବା ରମେଶଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

  • Saturday, 03 July 2021
john nayak
କରୋନାରେ ଆଖି ବୁଜିଲେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ କରୋନାରେ ପରଲୋକ ହୋଇଯାଇଛି। ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଡିଜିପି  ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଡିଜି ଜନ୍‌ ନାୟକଙ୍କୁ ୭୮ ବର୍ଷ ହୋଇଥିଲା। ୧୯୬୫ ବ୍ୟାଚର IPS ଅଫିସର ଜନ୍‌ ୨୦୦୨ରେ ଅବସର ନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଜିଲ୍ଲାର ଏକ ଗାଁରୁ ଆସି ଡିଜି ପଦବୀରେ ଆସୀନ ହୋଇଥିଲେ ଜନ୍‌ ନାୟକ। ସେ ଅତ୍ୟନ୍ତ […]

  • Friday, 02 July 2021
rainfall
ଆସୁଛି ଆଉ ଏକ ଲଘୁଚାପ, କାଲି ସୁଦ୍ଧା ନେବ ଅବପାତର ରୂପ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ୧୧ରୁ ଓଡ଼ିଶାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସକାଳ ୧୦ ସୁଦ୍ଧା ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଅବପାତରେ ପରିଣତ ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କାଳକ୍ରମେ ତୀବ୍ର ଅବପାତରେ ପରିଣତ ହୋଇ ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର […]

  • Friday, 02 July 2021
rape
ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ !

କଟକ: ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ। ଜଙ୍ଗଲିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ବେଳେ ଧରିଲେ ଗାଈ ଚରାଳି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। କେନ୍ଦ୍ରାପଡ଼ାର ଜଣେ ଯୁବତୀ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସୁଥିଲେ। କଟକ ଲିଙ୍କରୋଡରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଯାଉଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଏକୁଟିଆ ଥିବା ଯୁବତୀଙ୍କୁ ଭୁଲାଇ ଡ୍ରାଇଭର ଜଣକ ଅନ୍ୟ ରାସ୍ତାରେ ନେଇଥିଲା। […]

  • Friday, 02 July 2021
train
ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିବ ଆଉ ୨ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଓଡ଼ିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ। ୧୭ରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡ଼ିବ। ୧୯ରୁ ପ୍ରତି ସୋମବାର ସକାଳ ୭ଟା ୫ରେ ଆନନ୍ଦବିହାରରୁ ଛାଡିବ। ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡ଼ିବ। ୨୨ରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ନୂଆଦିଲ୍ଲୀରୁ ଛାଡ଼ିବ।

  • Friday, 02 July 2021