• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cut-off
ପ୍ରକାଶ ପାଇଲା ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ଆଡମିଶନ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା। କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା, ବାଣିଜ୍ୟରେ ବ୍ୟାସନଗର ପ୍ରଥମରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ ପ୍ରତିଶତ କଟ୍ଅଫ୍ ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି। ଏପଟେ ବାଣିଜ୍ୟରେ ୭୯.୬୭ ପ୍ରତିଶତ ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନ ନେଇଛି। ଯୁକ୍ତ ୨ […]

  • Saturday, 03 July 2021
rain
୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁବର୍ଣ୍ଣପୁର। ଏସବୁ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। […]

  • Saturday, 03 July 2021
cp
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କଣ କହିଲେ ସିପି?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଘଟଣାରେ ଜଣେ ପୋଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ।  ସେମାନେ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଛନ୍ତି ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି। ସେ ବିଷୟରେ ଯାଞ୍ଚ କରାଯାଉଥିବା ସିପି କହିଛନ୍ତି। ସେହିଭଳି ଆସନ୍ତା ୭ ତାରିଖ […]

  • Saturday, 03 July 2021
corona-died
କରୋନାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

କଟକ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ଉପରେ ରୋକ୍ ଲାଗାଇ ପାରୁନାହାନ୍ତି ସରକାର। ଦିନକୁ ଦିନ ବଢ଼ି ଚାଲିଛି ମୃତକଙ୍କ ସଂଖ୍ୟା। ଏପଟେ କଟକର ସ୍ଥିତି ମଧ୍ୟ ଖରାପ ହୋଉଯାଉଛି। ଖୋଦ୍ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ହୋଉଛି। କଟକ ମହାନଗର ନିଗମ ବା ସିଏମ୍‌ସିର ଜଣେ କର୍ମଚାରୀ କରୋନାରେ ଆଖି ବୁଜିଛନ୍ତି। ତାଙ୍କ ନାମ ବିଶ୍ୱନାଥ ଲେଙ୍କା ହୋଇଥିବା ବେଳେ ସେ କଟକର ବାସିନ୍ଦା ଅଟନ୍ତି। ତାଙ୍କର ଗତକାଲି ଅଶ୍ୱିନୀ କୋଭିଡ୍ […]

  • Saturday, 03 July 2021
sabu-neigale
ଋଣ ବାବଦରେ ହଡପ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ଦୁର୍ନୀତିରେ ମନ୍ତ୍ରୀଙ୍କ ଭାଇ ?

କଟକ:  ଜମି ବୋଲି ତାଙ୍କର ଜମାରୁ ୫ ଗୁଣ୍ଠ ହେଲେ ଏ ବୟସରେ ସେ ଜଣେ ପୋଖତ ଚାଷୀ। ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୮ ମସିହାରେ କଟକ ଜିଲ୍ଲା ଗୁରୁଡିଝାଟିଆ ସେବା ସମୟବାୟ ସମିତିରୁ ଥର ଥର କରି କୃଷି ଋଣ ବାବଦରେ ଆସିଛି ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଟଙ୍କା ଯେଉଁ ଯେଉଁ ଦିନ ଆସିଛି, ଠିକ୍ ତା ପରେ ପରେ ଚଟାପଟ୍ ପି.ଆର୍.ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ […]

  • Saturday, 03 July 2021
paradip
କୋଷ୍ଟଗାର୍ଡ ଜାହାଜ ଭିତରେ ନାବିକଙ୍କ ଆତ୍ମହତ୍ୟା

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜରେ ଜଣେ ନାବିକଙ୍କ ଆତ୍ମହତ୍ୟା। ରେଜିୟା ସୁଲତାନା ନାମକ ଜାହାଜରେ ଜଣେ ନାବିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ନାବିକଙ୍କ ନାଁ ଗୌତମନ୍ ଏ. କେ। କୋଷ୍ଟଗାର୍ଡ ଅଧିକାରୀଙ୍କ ରିପୋର୍ଟ ପରେ ମେରାଇନ୍ ଥାନାର ତଦନ୍ତ ଆରମ୍ଭ କରିଛି। ଜାହାଜରୁ ମୃତଦେହକୁ ନେଇ ବ୍ୟବଚ୍ଛେଦ ଲାଗି ପୋଲିସ୍ ପଠାଇଛି।

  • Saturday, 03 July 2021
two bro
JEE Advanced: ଟପ୍‌ ୧୦୦ ତାଲିକାରେ ବଲାଙ୍ଗିରର ଦୁଇ ଭାଇ

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ। ଏଥିରେ  ବଲାଙ୍ଗିର ଜିଲ୍ଲାର ନାଁ ଉଜ୍ଜ୍ୱଳ କରିଛନ୍ତି ଦୁଇଭାଇ।  କଂଟାବାଞ୍ଜି ଅଞ୍ଚଳର ଦୁଇ ଭାଇ ପରୀକ୍ଷାରେ ରେକର୍ଡ କରିଛନ୍ତି । ବଡ଼ ଭାଇ ରୌନକ ଡାଲମିୟା ସର୍ବ ଭାରତୀୟ ସ୍ତରରେ ୫୨ତମ ରାଙ୍କ ହାସଲ କରିଛନ୍ତି। ସେହିପରି  ସାନ ଭାଇ ମନ୍ଥନ ଡାଲମିୟା ୧୦୦ତମ ରାଙ୍କ ହାସଲ କରିଛନ୍ତି । ବଡ଼ଭାଇ ରୌନକ IIT Kharagpur  ଜୋନ୍‌ର ୪ର୍ଥ ସ୍ଥାନରେ ଅଛନ୍ତି।  ଦୁଇ ଭାଇଙ୍କ ସଫଳତା ପାଇଁ ପରିବାରର […]

  • Saturday, 03 July 2021
depression
ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ !

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ମୁହାଁଇବ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।  ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ନଜର ରଖିବାକୁ […]

  • Saturday, 03 July 2021
nakali-police-3
STF କହି ନାଲିବତୀ ଗାଡ଼ିରେ ବୁଲୁଥିଲେ, କିନ୍ତୁ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ୱର ଜାତୀୟ ରାଜପଥ ସେରଗଡ଼ ଟୋଲ୍ ଗେଟ୍ ନିକଟରେ ଗତକାଲି(ସୋମବାର) ବିଳମ୍ବିତ ରାତ୍ରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଖନ୍ତାପଡ଼ା ପୋଲିସ୍ ଗିରଫ କରିଛି। ଖବର ନେବାରୁ  ଜଣାପଡ଼ିଛି ଯେ ଗତକାଲି ରାତିରେ ଗୋଟିଏ ସ୍କର୍ପିଓରେ ନାଲିବତୀ ଲଗାଇ ଭୁବନେଶ୍ୱର ଆଡୁ ଆସୁଥିବା ବେଳେ ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟ୍ ନିକଟରେ ପୋଲିସ୍ ଏହି ଗାଡ଼ିକୁ ଅଟକାଇଥିଲା। ଏହା ନକଲି ପୋଲିସ ଗାଡ଼ି ବୋଲି ଜଣାପଡିଥିଲା। ତେବେ […]

  • Saturday, 03 July 2021
serological
ମାଲକାନଗିରିରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ

ମାଲକାନଗିରି: ମାଲକାନଗିରିରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ। RMRCର ଏକ ଟିମ ମାଲକାନଗିରିରେ ସେରୋ ସର୍ଭେ କାମ ଆରମ୍ଭ କରିଛନ୍ତି। ଆସନ୍ତା ତିନିଦିନ ଯାଏ ଧରି ସେରୋ ସର୍ଭେ କରାଯିବ। ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ କରୋନାକୁ ନେଇ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଅର୍ଥାତ କେତେ ଲୋକଙ୍କ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ୍ କରାଯିବ। ଏଥିପାଇଁ  ଏକ ତାଲିକା ପ୍ରସ୍ତୁତ ହୋଇଛି। ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରିର ସଦର ମହକୁମାରେ କରାଯିବ। […]

  • Saturday, 03 July 2021
extra
JEE Advanced: ରାଉରକେଲାର ସମର୍ଥ ହେଲେ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଜେଇଇ ଆଡ୍‌ଭାନ୍ସଡ (JEE Advanced)ଫଳାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ରାଉରକେଲାର ସମର୍ଥ ଅଗ୍ରୱାଲ  IIT-Kharagpur zoneର ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ରାଙ୍କରେ ୨୫ ସ୍ଥାନରେ ରହିଛନ୍ତି। ଏଥିସହ ସମର୍ଥ ଓଡ଼ିଶା ଟପ୍ପର ମାନ୍ୟତା ମଧ୍ୟ ପାଇଛନ୍ତି। JEE Advancedରେ ମୁଁ ଭଲ କରିଥିଲି। ହେଲେ ସର୍ବଭାରତୀୟ ରାଙ୍କରେ ୨୫ତମ ସ୍ଥାନରେ ରହିବି ବୋଲି ଭାବି ନ ଥିଲି ବୋଲି ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତ ଦେଇ କହିଛନ୍ତି। ସେ କମ୍ପ୍ୟୁଟର ସାଇନ୍ସ ଏବଂ […]

  • Saturday, 03 July 2021
crime
ପ୍ରେମିକାର ବେକ କାଟିବା ପରେ ନିଜ ବେକ କାଟିଦେଲା ପ୍ରେମିକ

ଛତ୍ରପୁର: ପରକୀୟା ପ୍ରୀତିର କରୁଣ ପରିଣତି। ଅଭିଯୁକ୍ତ ପ୍ରେମିକ ପ୍ରଥମେ ପ୍ରେମିକାର ବେକ କାଟିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଝୋଲରି ଗାଁରେ। ଅଭିଯୁକ୍ତ ରୂପ ନାରାୟଣ ଦଳ ବେହେରାକୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ରୂପ ନାରାୟଣ ପ୍ରତିଶୋଧପରାୟଣ ହୋଇ ଏକ ଧାରୁଆ ଛୁରୀରେ ମହିଳାଙ୍କ ବେକ କାଟି ଦେଇଥିଲା। ଏପରିକି ମହିଳାଙ୍କ ୭ ବର୍ଷୀୟ ପୁଅର […]

  • Saturday, 03 July 2021
assemblyu
ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍; କଂଗ୍ରେସ କହିଲା 'କଳାଦିନ'

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦। ବିରୋଧୀଙ୍କ ହୋହଲ୍ଲା ଭିତରେ ଏହି ବିଲ୍ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍ ପାରିତ ହୋଇଛି। କିନ୍ତୁ ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିଲେ। ଆଜିର ଆଲୋଚନାରେ  ବିଜେପି ଭାଗ ନେଇ ନଥିଲା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ।  ଆଜିର […]

  • Saturday, 03 July 2021
1
ରାଜ୍ୟରେ କେବେ ଖୋଲିବ ସ୍କୁଲ ? ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ ଲାଇନ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ ଖୋଲିବ କି ନାହିଁ ସେ ନେଇ  ଅକ୍ଟୋବର  ଶେଷ ସପ୍ତାହରେ  ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,  ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରର କରୋନା ସ୍ଥିତି ଦେଖି […]

  • Saturday, 03 July 2021
minati
‘ଗଣଦୁଷ୍କର୍ମ ତଦନ୍ତ କରୁନୁ’

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ରାଜ୍ୟ ମହିଳା କମିଶନ୍‌ଙ୍କ ନିକଟରେ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ। କମିଶନ୍‌ଙ୍କ ନିର୍ଦ୍ଦେଶ ମୁତାବକ ଆଜି ନିର୍ଦ୍ଧାରିତ ସମୟରେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି ସମସ୍ତ କାଗଜପତ୍ର ଦାଖଲ କରିଥିଲେ। ଏସବୁ ନଥିପତ୍ରକୁ ମହିଳା କମିଶନଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଯାଞ୍ଚ କରିବ। ଯାଞ୍ଚ ପରେ ମାମଲାର ଶୁଣାଣି ଲାଗି ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ ବୋଲି କହିଛନ୍ତି ମହିଳା […]

  • Saturday, 03 July 2021
01
କୋଭିଡ୍-୧୯ ଟ୍ରାଇବାଲ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲା 'କୋରୋନା ତୁ ଫେରିଯା’

ନୂଆଦିଲ୍ଲୀ/ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ପୁଣି ଚମକିଲା ଓଡ଼ିଆ ଫିଲ୍ମ।   ଇଣ୍ଟରନାଶନାଲ୍ କୋଭିଡ୍-୧୯ ଟ୍ରାଇବାଲ୍ ସିନେମା ଫେଷ୍ଟିଭାଲରେ ଗଞ୍ଜାମର କ୍ଷୁଦ୍ର ଚଳଚ୍ଚିତ୍ର ‘କୋରୋନା ତୁ ଫେରିଯା ‘ ଶ୍ରେଷ୍ଠ ୫୦ତମ ସ୍ଥାନରେ ପ୍ରଦର୍ଶିତ ହୋଇଛି। ୩୬ଟି ଦେଶର ୪୫୦ଟି ସିନେମା ଏହି ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ଜୁରି ମାନଙ୍କ ଦ୍ୱାରା ବେଷ୍ଟ ରିଜିଓନାଲ ଫିଲ୍ମ ଓ ବେଷ୍ଟ ଷ୍ଟୋରୀ ଭାବରେ ଉକ୍ତ ଚଳଚ୍ଚିତ୍ର ମନୋନୀତ ହୋଇଛି।  କରୋନା ସାରା ବିଶ୍ୱରେ ତା’ର ତାଣ୍ଡବଲୀଳା ରଚିଛି। କରୋନା କବଳରେ […]

  • Saturday, 03 July 2021
politically
ଗଞ୍ଜାମ ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ; ଫାଟିଲା ପ୍ଲାଣ୍ଟ ଗ୍ୟାସ୍‌ ପାଇପ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗ୍ରାସିମ କମ୍ପାନିରେ ବଡ଼ ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଫାଟି ଯିବାରୁ ୪ ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ଇଂଜିନିୟର ଓ ଅନ୍ୟ ୩ ଜଣ କର୍ମଚାରୀ ଅଛନ୍ତି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର […]

  • Saturday, 03 July 2021
kartikeswara-patra
ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

ବାଲେଶ୍ୱର: ପୂର୍ବତନ ସାଂସଦ ଡକ୍ଟର. କାର୍ତ୍ତିକେଶ୍ୱର ପାତ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବାଲେଶ୍ୱରରୁ ଥରେ ସାଂସଦ ସହ ଭୋଗରାଇରୁ ତିନି ତିନିଥର ବିଧାୟକ ଥିଲେ କାର୍ତ୍ତିକେଶ୍ୱର ପାତ୍ର। ଏହା ସହିତ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି। ୫୦ରୁ ଅଧିକ ନାଟକ, ଗଳ୍ପ ସଂକଳନ ଓ ଗବେଷଣାମୂଳକ ପୁସ୍ତକର ଲେଖକ ଭାବେ ସେ ବେଶ୍ ପରିଚିତ। ଡକ୍ଟର ପାତ୍ରଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ର […]

  • Saturday, 03 July 2021
suara
ଶ୍ରୀମନ୍ଦିର ଖୋଲିବାକୁ ଧାରଣାରେ ବସିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ଧାରଣା ବସିଲେ ସେବାୟତ। ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ବର୍ତ୍ତମାନର ସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଶ୍ରୀମନ୍ଦିର ଖୋଲିବାକୁ ସେ କହିଛନ୍ତି। ମନ୍ଦିର ଚାରି ଦ୍ୱାରରେ ଡାକ୍ତର ନିୟୋଜିତ କରି ଥରକୁ ୫୦ ଜଣ ଲେଖାଏଁ ଭକ୍ତ ଦର୍ଶନ ପାଇଁ ଛାଡ଼ିବାକୁ ସେ କହିଛନ୍ତି। ସେବାୟତଙ୍କୁ ଦିଆଯାଉଥିବା ସହାୟତା ଅର୍ଥ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୁଆରମହାସୁଆର […]

  • Saturday, 03 July 2021
assembly w
ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଦିନକ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିଲା ବେଳେ ଆଜି ଗୋଟିଏ ଦିନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ ୫ଟି ବିଲ୍ ପାରିତ ହୋଇଛି। ଏଥିମଧ୍ୟରେ ରହିଛି ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଓଡ଼ିଶା ପୌରବିଧି ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବା ବିଲ୍ ଓ […]

  • Saturday, 03 July 2021
samching
ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ରାଜ୍। ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏଥର ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରାସ୍ତାରେ। ଅପରାହ୍ନ ସାଢ଼େ ୪ଟାରୁ ୫ଟା ଭିତରେ ଜଣେ ଯୁବତୀ ଆପୋଲୋ ହସ୍ପିଟାଲ୍ ନିକଟରେ ସ୍କୁଟିରେ ଯାଉଥିଲା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା। ଫଳରେ ଭାରସାମ୍ୟ ହରାଇ ତଳେପଡ଼ି ଆହତ ହୋଇଛନ୍ତି ଯୁବତୀ। ହସ୍ପିଟାଲ୍‌ରେ ଚିକିତ୍ସା ପରେ ସହିଦ ନଗର ଥାନାରେ ଆସି ଘଟଣା […]

  • Saturday, 03 July 2021
sarua
ଫସର ଫାଟିଲା ଷଡ଼ଯନ୍ତ୍ର: ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ

ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ […]

  • Saturday, 03 July 2021
univesity
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ କ'ଣ ?

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ । ଅଧ୍ୟାଦେଶ ଆସିବା ଦିନରୁ ବିଲ୍ ପାସ ପର୍ଯ୍ୟନ୍ତ ବିଧାନସଭା ବାହାରେ ଓ ଭିତରେ ପ୍ରବଳ ବିରୋଧ ସତ୍ତ୍ୱେ ଆଜି ଏହି ବିବାଦୀୟ ବିଲ୍‌କୁ ମଂଜୁରୀ ମିଳିଛି। ବିରୋଧୀ ବିଜେପି ଓ କଂଗ୍ରେସ ଏହି ଆଇନ୍‌କୁ କଳା ଆଇନ୍ ଏବଂ ବିଧାନସଭାର ଆଜିର ଦିନକୁ କଳା ଦିବସ ବୋଲି ବୋଲି କହିଛନ୍ତି। ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି ବିଲ୍ ପାରିତ […]

  • Saturday, 03 July 2021
ପୂରା ପ୍ଲାନିଂରେ ଆସିଥିଲେ, ହେଲେ ଭୟଭୀତ ହୋଇ ଦୌଡ଼ି ପଳାଇଲେ

ଦେବଗଡ଼: ପୂରା ପ୍ଲାନିଂରେ ଆସିଥିଲେ ବ୍ୟାଙ୍କ୍‌ରୁ ଲୁଟ୍‌ କରିବା ପାଇଁ। ହେଲେ ସବୁକିଛି ଫସର ଫାଟିଗଲା। ସାଇରନ୍ ବାଜିବା ଯୋଗୁ ଭୟଭୀତ ହୋଇ ପଳାଇଥିଲେ ଲୁଟେରା। ଦେବଗଡ଼ ଜିଲ୍ଲାରେ ଏଭଳି ଏକ ଲୁଟ୍‌ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମ ସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରେ ଲୁଟ୍‌ ପାଇଁ ତାଲା ଭାଙ୍ଗି ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍ ସାଇରନ୍‌ ବାଜିବାରୁ […]

  • Saturday, 03 July 2021