• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

office
ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ। ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଏବଂ କଟକରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ଗାଇଡଲାଇନ୍‌ରେ ଦର୍ଶାଯାଇଛି। ତେବେ କେଉଁ କର୍ମଚାରୀ ଆସିବେ, କିଏ ଆସିବେନି ସେନେଇ ସଂପୃକ୍ତ ବିଭାଗୀୟ ମୁଖ୍ୟ ସ୍ଥିର କରିବେ ବୋଲି ଗାଇଡଲାଇନରେ କୁହାଯାଇଛି। କିନ୍ତୁ SRC, ଓସଡମା, ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ କାର୍ଯ୍ୟ କରିବେ। […]

  • Saturday, 03 July 2021
nandnakanna
ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭିନ୍ନ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ ସିସିଏଫ୍ ତଥା ଚିଫ୍ ଓ୍ୱାଇଲଡ ଲାଇଫ୍ ଓ୍ୱାର୍ଡେନ। ଗାଇଡ୍‌ଲାଇନ୍‌ରେ କଣ ସବୁ ନିୟମ ରହିଛି ଜାଣନ୍ତୁ ପ୍ରାଣୀ ଉଦ୍ୟାନ ଖୋଲିବା ପୂର୍ବରୁ ସମସ୍ତ ଦର୍ଶକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ପ୍ରବେଶ ପଥ, ବାଥରୁମ୍ ଓ ଅନ୍ୟ ସ୍ଥାନରେ […]

  • Saturday, 03 July 2021
Betel Shop Owner Attacked
୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ: ବାକି ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ମୋଚିସାହି ଛକରେ ଦୁଇ ଭାଇ ପାନ ଦୋକାନ କରିଥିବା ବେଳେ ଜଣେ ଯୁବକ ବଡ଼ ଭାଇଙ୍କ ଠାରୁ ୬୦ ଟଙ୍କା […]

  • Saturday, 03 July 2021
111
ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

ଭୁବନେଶ୍ୱର:ଘରୁ DL ଆଣିବାକୁ ଭୁଲି ଯାଇଛନ୍ତି ? ଡରନ୍ତୁନି। ଆଉ ଫାଇନ ଗଣିବାକୁ ପଡ଼ିବନି। କାରଣ ଗାଡ଼ି ଚଳାଇବା ବେଳେ ଏଣିକି DL ଓ ଅନ୍ୟ କାଗଜପତ୍ର ଖୋଜା ପଡ଼ିବନି। ଯଦି ବି ଚାଳକ ଏସବୁ ନିଜ ସହ ନେଇନାହାନ୍ତି ତେବେ ଜୋରିମାନା ଗଣିବାକୁ ପଡ଼ିବନି। ଆଜିଠୁ ଏହି ନୂଆ ନିୟମ ଲାଗୁ ହୋଇଛି। ତେବେ ଚାଳକକୁ ଏସବୁକୁ ନିଜ ମୋବାଇଲର ଡିଜି ଲକ୍‌ର ଆପ୍ ଓ ଏମ୍. ପରିବହନ ଆପ୍‌ର ଡିଜିଟାଲ୍ କପି ରଖିବାକୁ ପଡ଼ିବ। […]

  • Saturday, 03 July 2021
ଆଜିଠୁ ଖୋଲିଲା ଭିତରକନିକା

ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ। ଆଜି ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ ବୁକ୍ କରିପାରିବେ। କଟେଜ ଓ ବୋଟ୍‌ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ […]

  • Saturday, 03 July 2021
maxresdefault (1)
ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସାମ୍ନାରେ ଆଜି ଜଣେ ଯୁବକଙ୍କ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ସାମ୍ନା ପିଏମ୍‌ଜି ଛକରେ ଜଣେ ଯୁବକ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଇଛନ୍ତି। ଏହି ଘଟଣା ପରେ ପିଏମ୍‌ଜି ଛକରେ ହଇଚଇ ଖେଳି ଯାଇଥିଲା। ସେତିକି ନୁହେଁ, ଯୁବକ ଜଣକ  ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେଉଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ […]

  • Saturday, 03 July 2021
Untitled-1
ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମା ଛତିଶଗଡ଼ ଜିଲ୍ଲା ବିଜାପୁରରେ ମାଓବାଦୀ ବର୍ବରକାଣ୍ଡ ରଚିଛନ୍ତି।  ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣ ଲୋକ ପ୍ରତିନିଧିଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ବିଜାପୁର ଜିଲ୍ଲା ଗଙ୍ଗଲା ଗାଁରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଥିବା ବିଜାପୁର ଏସ୍‌ପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ଗଙ୍ଗଲା ଗାଁର ଉପସରପଞ୍ଚ ଧନିରାମ କୋରସା ଏବଂ ଓ୍ୱାଡ଼ ମେମ୍ବର ଗୋପଲ କୁଡ଼ିୟମ । ପୋଲିସ୍ […]

  • Saturday, 03 July 2021
lady
ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ଭୁବନେଶ୍ୱର: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର। ଯୁବତୀଙ୍କ ମୋବାଇଲ ଝାମ୍ପିବା ବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ। ଯାହା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ରସୁଲଗଡ଼ କେନାଲ ରୋଡ୍ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଲୁଟ୍। ସ୍କୁଟି ଚଳାଇ ଏକୁଟିଆ ଯାଉଥିବା ଯୁବତୀଙ୍କୁ ଲୁଟେରା ଟାର୍ଗେଟ କରିଥିଲା। ତେବେ ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ନେଇ ଦୁର୍ବୃତ୍ତମାନେ ପଳାଇଥିଲା। ଦୁର୍ବୃତ୍ତର ଆକ୍ରମଣରେ […]

  • Saturday, 03 July 2021
jeee
ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରକାଶ ପାଇଲା OJEE ପରୀକ୍ଷା ସୂଚୀ। OJEE ପରୀକ୍ଷା ଦୈନିକ ତିନିଟି ସିଫ୍‌ଟରେ ହେବ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ OJEE ପରୀକ୍ଷା। ସକାଳ ୯ରୁ ୧୧, ଦିନ ୧୨ଟା୩୦ରୁ ୨ଟା୩୦ ଓ ୪ଟାରୁ ୬ଟା ଯାଏ ହେବ ପରୀକ୍ଷା। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମୋଡ୍‌ରେ ହେବ OJEE ପରୀକ୍ଷା। ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ ତାରିଖରୁ ଡାଉନ୍‌ଲୋଡ କରିପାରିବେ ଆଡ୍‌ମିଟ୍‌ କାର୍ଡ।  ଚଳିତବର୍ଷ ରେକର୍ଡ ୭୯ ହଜାର ୮ଶହ ପିଲା OJEE ପରୀକ୍ଷା […]

  • Saturday, 03 July 2021
heavy-rain-fall
ପ୍ରବଳ ବର୍ଷିବ, ସତର୍କ ରହିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ୨୦ ଜିଲ୍ଲାରେ ପ୍ରବଳ ବର୍ଷିବ। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାପ୍ରତି ନଜର ରଖିବାକୁ ପରାମର୍ଶ ଦେଲେ SRC। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜିଲ୍ଲାପ୍ରତି ନଜର SRC ପରାମର୍ଶ ଦେଇଛନ୍ତି। ବିଶେଷ କରି ଜଳ ନିଷ୍କାସନ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ପ୍ରତି ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଲଘୁଚାପ ଯୋଗୁଁ ଆସନ୍ତା […]

  • Saturday, 03 July 2021
Dr. Byomakesh Ray
ଦ୍ୱିତୀୟ ବିବାହ କଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ

ଚାନ୍ଦବାଲି: ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଫଟୋ ଶେଆର କରି ନିଜେ ବ୍ୟୋମକେଶ ଏହି ସୂଚନା ଦେଇଛନ୍ତି।  ଚିଲିକାର ଏକ ରିସର୍ଟରେ ବିବାହ ଉତ୍ସବର ଆୟୋଜନ…

  • Saturday, 03 July 2021
BSF ଯବାନଙ୍କୁ ବଡ଼ ସଫଳତା; ପଣ୍ଡ ହେଲା ମାଓ ଯୋଜନା

ମାଲକାନଗିରି: ମାଲକାନଗିରି BSF ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରୁ ୨୧ କିଲୋ ଜିଲୋଟିନ ଜବତ କରିଛନ୍ତି ଯବାନ। ଗତକାଲି ୭୬ BSF ବାଟାଲିୟନର ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ନେଇ ଖବର ପାଇଥିଲେ। ଏହାପରେ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନ ଜବତ କରିଥିଲେ ଯବାନ। ମାଓବାଦୀମାନେ ଏହାକୁ ଲ୍ୟାଣ୍ଡ୍‌ମାଇନରେ ବ୍ୟବହାର କରି […]

  • Saturday, 03 July 2021
rain
ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶାରେ ବର୍ଷା ଜାରି ରହିଛି।ଗତକାଲିଠୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ, ଭଦ୍ରକ, ପୁରୀ, ଜଗତସିଂହପୁର, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି […]

  • Saturday, 03 July 2021
ବିଧାନସଭା ସାମ୍ନାରେ ଯୁବକଙ୍କ ହାଇଡ୍ରାମା: ପୁଅର ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ବାପା

ଭୁବନେଶ୍ୱର: ଗତକାଲି ବିଧାନସଭା ସମ୍ମୁଖରେ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଥିଲା ? ସେ ମାନସିକ ଭାରସାମ୍ୟ ହରାଇଥିଲେ କି ? ନା ଏହା ପଛରେ ରହିଛି ଆଉ କିଛି କାରଣ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯୁବକଙ୍କ ବାପା। ‌ ପୁଅ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଘର ଭଡ଼ା ନେଇ ରହୁଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମା’ଙ୍କୁ ଭୁବନେଶ୍ୱର ଡାକିଥିଲେ। ପୁଅ କାହିଁକି ଏପରି କଲା, ତାହା ଜାଣି […]

  • Saturday, 03 July 2021
rain
କାଲି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତାକାଲି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ […]

  • Saturday, 03 July 2021
indrabati
ଇନ୍ଦ୍ରାବତୀ ପ୍ରକଳ୍ପରୁ ଆଜିଠୁ ବିଜୁଳି ପାଇବେ କଳାହାଣ୍ଡିବାସୀ

ଇନ୍ଦ୍ରାବତୀ: ଦୀର୍ଘ ଦୁଇ ଦଶନ୍ଧିର ପ୍ରତୀକ୍ଷା ପରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି ଆଲୋକ ପାଇଛନ୍ତି କଳାହାଣ୍ଡିବାସୀ । ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ ହୋଇଛି । ଏହାଦ୍ୱାର ୩୦ ହଜାର ଲୋକ ଉପକୃତ ହୋଇଛନ୍ତି।  ଏହାପରେ ସ୍ଥାନୀୟ […]

  • Saturday, 03 July 2021
nurse-strike
ଦରକାର ବେଳେ ନେଲେ, ଏବେ ବିନା ନୋଟିସରେ ବିଦା କଲେ

ବ୍ରହ୍ମପୁର: ଦରକାର ବେଳେ ନେଲେ, ଏବେ ବିନା ନୋଟିସରେ ବିଦା କରିଦେଲେ। ଏଭଳି ଅଭିଯୋଗ କରି ଗଂଜାମରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟ କର୍ମୀ। କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ […]

  • Saturday, 03 July 2021
bike-chora
କାର୍‌ରେ ବୁଲି ବୁଲି କରୁଛନ୍ତି ବାଇକ୍‌ ଚୋରି

ଭୁବନେଶ୍ୱର: ରାତି ଅଧରେ କାର୍ ଧରି ବୁଲୁଥିଲେ। ସୁଯୋଗ ପାଇବା ମାତ୍ରେ ଲକ୍ ଭାଙ୍ଗି ବାଇକ୍ ନେଇ ଯାଉଥିଲେ। ଏପରି ଏକ ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ। ବିଭିନ୍ନ ସିସିଟିଭିରୁ ଏମାନଙ୍କର ସୁରାଗ ସଂଗ୍ରହ କରି ୫ ଜଣିଆ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି। ସେମାନଙ୍କଠାରୁ ୧୯ଟି ବାଇକ୍ ଜବତ କରାଯାଇଛି। ଚୋରି ସମୟରେ ବ୍ୟବହାର କରାଯାଉଥିବା ଏକ କାର୍ ମଧ୍ୟ ଜବତ କରିଛି ପୋଲିସ। ଏହି ଲୁଟେରାମାନେ ଖୋର୍ଦ୍ଧା ସହିତ ନୟାଗଡ଼, ଭୁବନେଶ୍ୱର, ଫୁଲବାଣୀ […]

  • Saturday, 03 July 2021
dead
ପିଟି ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏପରି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ। ମୃତ ଜଣକ ହେଲେ ଗାଁର କଟିଆ ମୁର୍ମୁ। କଟିଆଙ୍କ ମାଆଙ୍କ କହିବା ଅନୁଯାୟୀ, ଗାଁର ଦୁଇ ଜଣ ବ୍ୟକ୍ତି ଆସି ତାଙ୍କ ପୁଅକୁ ପିଟିଛନ୍ତି। ଯେଉଁଥିପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ […]

  • Saturday, 03 July 2021
medical
ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା। ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ପରେ ଏହି ଘଟଣାକୁ ନେଇ ମେଡିକାଲ କର୍ମଚାରୀଙ୍କ ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ସୂଚନା ଅନୁଯାୟୀ, ଧୂଷୁରୀ ଥାନା ଠାକୁରପାଟଣା  ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲିକ ଗାଡ଼ିଆରେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ପ୍ରଥମେ ଧୂଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟ […]

  • Saturday, 03 July 2021
film-hall
କେନ୍ଦ୍ରର ଅନୁମତି ପରେ ବି ହଲ୍ ଖୋଲିବାରେ ଅସୁବିଧା କେଉଁଠି?

ଭୁବନେଶ୍ୱର: କରୋନାକୁ ପିଠି କରି କଟକଣା ସହ ଧିରେ ଧିରେ ସବୁ ଖୋଲୁଛି। ହାଟ ବଜାରରେ ଗହଳି ବଢୁଛି।  ହେଲେ ସିନେମା ହଲ୍ ଏବେ ବି ବନ୍ଦ। ଭୁବନେଶ୍ୱରର କେଶରୀ ଟକିଜ୍‌ରେ ଲାଗିଥିବା ଏ ପୋଷ୍ଟର। ୧୩ ମାର୍ଚ୍ଚରେ ଏଠି ରିଲିଜ୍ ହେବାର ଥିଲା ଏ ସିନେମା ଅଂଗ୍ରେଜି ମିଡିୟମ୍। ହେଲେ ମହାମାରୀ କରୋନା ପାଇଁ ସେଇ ଦିନଠୁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ଯେ କେବେ ଖୋଲିବ ସେ ଖବର କାହା ପାଖରେ ନାହିଁ। […]

  • Saturday, 03 July 2021
ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଜିଲ୍ଲାପାଳଙ୍କ ଚେତାବନୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଏବଂ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୧୫ ଓ ୪୯ର ମରାମତି ସହ ଉନ୍ନତୀକରଣ କାମକୁ ଯୁଦ୍ଧକାଳୀନ ଭିତ୍ତିିରେ ଶେଷ କରିବା ପାଇଁ କୁହାଯାଇଛି। ଯଦି ଏହି କାର୍ଯ୍ୟ ତୁରନ୍ତ ଶେଷ ନ ହୁଏ ତେବେ ରାସ୍ତାରେ ଯଦି ଧନଜୀବନ ହାନି ହୁଏ ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଏଥିସହ କର୍ତ୍ତୃୃପକ୍ଷଙ୍କ ବିରୋଧରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ […]

  • Saturday, 03 July 2021
heavy rain
ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୨ ଦିନ ଧରି ବର୍ଷା ଜାରି ରହିଛି। ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏପରି ପାଗ ଆସନ୍ତା ୫ ତାରିଖ ଯାଏ […]

  • Saturday, 03 July 2021
ସାବଧାନ ! ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି !

ନୟାଗଡ଼: ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ବେଳେ ସାବଧାନ ! କାରଣ ଲୋକମାନଙ୍କ ଆଖିରେ ଧୂଳି ଦେଇ ପେଟ୍ରୋଲ ବଦଳରେ ପାଣି ମିଶାଯାଉଛି। ନୟାଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ମିଶା ଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ତାଙ୍କର ଗାଡ଼ି ଆଉ ଷ୍ଟାର୍ଟ ହେଲାନାହିଁ। ଟାଙ୍କି ଫୁଲ୍‌ […]

  • Saturday, 03 July 2021
lightning 2
କଟକ ଓ ଭୁବନେଶ୍ୱରକୁ ବର୍ଷା, ଘଡ଼ଘଡ଼ି ୱାର୍ଣିଂ

ଭୁବନେଶ୍ୱର: ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଆଗାମୀ ୨/୩ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହୋଇପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ […]

  • Saturday, 03 July 2021