• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Chandabali
"ବିଧାୟକ ଏମିତି ସାମ୍ବାଦିକ ସମ୍ମିଳନୀ କରିବା ଠିକ୍‌ ନୁହେଁ"

ନୀଳଗିରିରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟ ଯୋଗାଣରେ ଅନିୟମିତତା ପ୍ରସଙ୍ଗରେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ବିଜେପି ବିଧାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

  • Saturday, 03 July 2021
otv check
ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । […]

  • Saturday, 03 July 2021
gupchup
ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ସୁନ୍ଦରଗଡ଼: ଗୁପ୍‌ଚୁପ୍‌ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଫୁଲମତି କିସାନ। ସୂଚନା ଅନୁସାରେ, ଫୁଲମତି ଘରେ ପରିବାର ଲୋକଙ୍କ ସହ ବସି ଗୁପ୍‌ଚୁପ୍‌ ଖାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କୁ ତୁରନ୍ତ ଲେଫ୍ରିପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖାଇବା ବେଳେ […]

  • Saturday, 03 July 2021
ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

ବାଲେଶ୍ୱର: ବାଲେଶ୍ୱର ସଦର ବିଧାନସଭା ଆସନ ଉପନିର୍ବାଚନ ଲାଗି ଦଳର ବରିଷ୍ଠ ନେତା ଅନନ୍ତ ଦାସଙ୍କୁ ନିର୍ବାଚନ ତଦାରଖ ଦାୟିତ୍ୱ ଓ ଜୀବନ ପ୍ରଦୀପ ଦାସଙ୍କୁ ଉପନିର୍ବାଚନ ନେତା ଭାବେ ଦାୟିତ୍ୱ ମିଳିବା ପରେ ଏହାକୁ ନେଇ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ଓ ବିଜେଡି ଛାଡୁଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା। ସେ କହିଛନ୍ତି, ‘ଦଳର ଯିଏ ଜିଲ୍ଲା ସଭାପତି ରହିବେ, ତାଙ୍କ ହାତରେ […]

  • Saturday, 03 July 2021
ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମା’ର ମୃତଦେହ। ସୂଚନାଥାଉ କି, ଗତ ୧୯ ତାରିଖରେ ମା’ ନିଖୋଜ ହେବା ପରେ ତାଙ୍କୁ ଖୋଜିବାକୁ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ ଝିଅ। ୧୯ରେ ମା’ଙ୍କ ଓ ୨୦ ତାରିଖରେ ଝିଅର ମୃତଦେହ […]

  • Saturday, 03 July 2021
୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ବାରିପଦା: ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ପଡ଼ୋଶୀଙ୍କ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କୁ ପଡ଼ୋଶୀ ମହିଳା, ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ନାବାଳକଙ୍କୁ ପିଟିଥିବା ସ୍ୱୀକାର କରିଥିଲେ ମଧ୍ୟ କେମିତି ନାବାଳକଙ୍କ […]

  • Saturday, 03 July 2021
high-court
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ବଡ଼ ଶୁଣାଣି କରିଛନ୍ତି ହାଇକୋର୍ଟ। ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଟଙ୍କା ୭ ଦିନ ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏହି କ୍ଷତିପୂରଣ ଟଙ୍କା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଦୁଷ୍କର୍ମ ପରେ ଭିନ୍ନକ୍ଷମ ଯୁବତୀ ଜଣକ […]

  • Saturday, 03 July 2021
rain
୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୨୫ରୁ ୨୮ ତାରିଖ ଯାଏ ବର୍ଷା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ସେହିପରି ୧୫ଟି ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏଥିପାଇଁ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ […]

  • Saturday, 03 July 2021
ips
ବରିଷ୍ଠ IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଜି ଗୃହ ବିଭାଗ ପକ୍ଷରୁ ୯ଜଣ ବରିଷ୍ଠ ଆଇପିଏସଙ୍କୁ ନୂଆ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୩ଜଣଙ୍କୁ ନିଯୁକ୍ତି ମିଳିଥିବାବେଳେ ଅନ୍ୟ ୬ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅରୁଣ କୁମାର ରାୟ, ୧୯୯୪ ବ୍ୟାଚର ଯଶବନ୍ତ ଜେଠୁୱାଙ୍କୁ ଆଇନଶୃଙ୍ଖଳା ଏଡିଜି ଓ ୧୯୯୫ ବ୍ୟାଚର ଆଇପିଏସ୍ ରୀତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଭାବେ […]

  • Saturday, 03 July 2021
elecricity-bill
ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ସାରା ଦୁନିଆରେ କରୋନା ମହାମାରୀର ଆତଙ୍କ ଦେଖା ଦେଇଛି। କିନ୍ତୁ ଏଭଳି ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ୍‌ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ବିଦ୍ୟୁତ୍ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛି। ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି। ନୂଆ ନିର୍ଦ୍ଧାରିତ ଦର ଅନୁଯାୟୀ, […]

  • Saturday, 03 July 2021
OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ପଟ୍ଟାମୁଣ୍ଡାଇ: OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି ଗାଡ଼ି ଲୁଟ୍ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା। ସୂଚନା ଅନୁଯାୟୀ, ୪ ଜଣ ଯୁବକ ମଙ୍ଗଳବାର ରାତି ପ୍ରାୟ ୩ଟା ୪୦ ମିନିଟ୍‌ରେ ଭୁବନେଶ୍ୱରରୁ OLA କାର୍‌ ବୁକ୍ କରିଥିଲେ। ପରେ ସେମାନେ OLA ଗାଡ଼ି ଡ୍ରାଇଭରଙ୍କୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯିବାକୁ କହିଥିଲେ। ହେଲେ ସାଲେପୁର ବଜାର ପୂର୍ବରୁ OLA ଡ୍ରାଇଭରଙ୍କ ହାତଗୋଡ଼ ଓ ମୁହଁ ବାନ୍ଧିବା ସହ ଗାଡ଼ି ଡିକିରେ ଭର୍ତ୍ତି କରି କାର୍‌ ଚଳାଇଥିଲେ ଲୁଟେରା। ତେବେ […]

  • Saturday, 03 July 2021
former-minister
ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମତଲୁବଙ୍କ ଦେହାନ୍ତ ନେଇ ପୁଅ ମାସୁଦ ଅଲ୍ଲୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶେଖ୍ ମତଲୁବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୭୪, ୧୯୮୦, ୧୯୮୫, ୧୯୯୫ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ […]

  • Saturday, 03 July 2021
odisha
ଅନଲାଇନ୍‌ରେ ଇଞ୍ଜେକ୍ସନ କିଣିବାକୁ ଯାଇ ଠକାମୀର ଶିକାର, ଆକାଉଣ୍ଟରୁ ୪୮ ହଜାର ଟଙ୍କା ଗାଏବ

ଭୁବନେଶ୍ୱର: ଅନଲାଇନ୍‌ରେ ଇଞ୍ଜେକ୍ସନ କିଣିବାକୁ ଯାଇ ଠକାମୀର ଶିକାର। ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ନିକଟରୁ ୪୮ ହଜାର ଟଙ୍କା ଠକି ନେଇ ଯାଇଛନ୍ତି ଠକ। ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ…

  • Saturday, 03 July 2021
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ଆଜି ଏହି ସୂଚନା ଦେଇଛନ୍ତି ଟ୍ୱିନ୍‌ ସିଟି ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ। ତେବେ ସମ୍ପୃକ୍ତ ପୋଲିସ୍ କର୍ମଚାରୀ ଚିହ୍ନଟ ହୋଇଛନ୍ତି କି ନାହିଁ, ସେ ସଂପର୍କରେ କମିଶନର୍ କୌଣସି ଉତ୍ତର ଦେଇନଥିଲେ। କେବଳ କହିଛନ୍ତି, ଏହି ମାମଲାରେ ତଦନ୍ତ ଠିକ୍ ଭାବେ ଚାଲିଛି, ଠିକ୍ ସମୟ ଆସିଲେ ସୂଚନା ଦିଆଯିବ। ବର୍ତ୍ତମାନ ଏ ସଂପର୍କରେ କିଛି ବକ୍ତବ୍ୟ […]

  • Saturday, 03 July 2021
trolly
ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନୟାଗଡ଼: ମୃତଦେହକୁ ମିଳିଲାନି କାନ୍ଧ। ଶେଷରେ ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁରେ। କୁରାଳ ଗାଁର ବେଙ୍ଗେଇ ସାହିର ୭୨ବର୍ଷୀୟ ଚନ୍ଦ୍ରଶେଖର ଆଚାରି ତାଙ୍କ ପତ୍ନୀ ଏବଂ ପୁଅ କରୋନା ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ପୁଅ ଓ ପତ୍ନୀ ଘରକୁ ଆସିଥିବା ବେଳେ ଚନ୍ଦ୍ରଶେଖର ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରାତିରେ ଚନ୍ଦ୍ରଶେଖରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଘରେ ଛାଡି […]

  • Saturday, 03 July 2021
two-anganwadi
ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

ଚିତ୍ରକୁଣ୍ଡା: ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି। ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କ ସେବା କରିବା ଲାଗି ୨ କର୍ମୀ ଅଣ୍ଟାରେ […]

  • Saturday, 03 July 2021
୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ପୋଲିସ୍‌ଙ୍କୁ ସମ୍ମାନିତ କରିବ ରାଜ୍ୟ ପୋଲିସ୍‌‌। ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୋଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। […]

  • Saturday, 03 July 2021
naveen patnaik
ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶା ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ୮୮୮.୮୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧୧୮.୫୬ କୋଟି ଟଙ୍କା ରହିଛି। ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିଲା ପରେ ସେତୁ […]

  • Saturday, 03 July 2021
cm-naveen
'ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା'

ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ସରକାରୀ ଘୋଷଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କଥା ମନେପଡ଼େ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ବିଜେପୁର ଉପନିର୍ବାଚନ ବେଳେ ଯାହା ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ ହେଲା ନାହିଁ। ବିଜେଡିର ଚେହେରା ଓ ତାଙ୍କ ନେତାଙ୍କ ଚେହେରା ଲୋକେ ଜାଣିସାରିଲେଣି ଓ ବାଲେଶ୍ୱର ସଦର […]

  • Saturday, 03 July 2021
bidhansabha
ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ହୋଇଛି ସର୍ବଦଳୀୟ ବୈଠକ। ବୈଠକରେ ଗୃହକାର୍ଯ୍ୟ କିଭଳି ହେବ ସେନେଇ ଆଲୋଚନା ହୋଇଛି। ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ। ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ […]

  • Saturday, 03 July 2021
ambulance
ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଯାଜପୁର: ଆମ୍ବୁଲାନ୍ସ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ନେଉଳପୁର ନିକଟରେ ଆମ୍ବୁଲାନ୍ସ- ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ତିନି ତିନିଟା ଜୀବନ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ପୁରୁଷ, ମହିଳା ଓ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡ଼ି ଯାଉଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ତେବେ ଧକ୍କା ଦେବା ପରେ ଆମ୍ୱୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। […]

  • Saturday, 03 July 2021
car
ନାଳରେ ପଶିଗଲା ଚଳନ୍ତା କାର

କଟକ: କଲ୍ୟାଣୀନଗରରେ ନାଳରେ ପଶିଗଲା ଚଳନ୍ତା କାର୍। ତାଳଦଣ୍ଡା କେନାଲକୁ ଲାଗି ଯାଇଥିବା ନାଳରେ ପଶିଗଲା କାର୍। କାର ପଶିଯିବା ପରେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଖବର ଦେଇଥିଲେ। ଓଡ୍ରାଫ୍ ଟିମ୍ ଓ ମଧୁପାଟଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକଙ୍କୁ ଉଦ୍ଧାର କରିଛି। କାରରେ ଏକମାତ୍ର ଚାଳକ ଥିବା ପୋଲିସ ସୂଚନା ଦେଇଛି। ତେବେ ଷଣ୍ଢ ଲଢେଇରୁ ବର୍ତ୍ତିବାକୁ ଯାଇ କାର୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।

  • Saturday, 03 July 2021
cm-naveen
ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ଏଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି,  ଓଡ଼ିଶୀ ସଙ୍ଗୀତ ୨ ହଜାର ବର୍ଷ ପୁରୁଣା। ଆଉ ଏହା ନିଜସ୍ୱ ଲିଖିତ ଶାସ୍ତ୍ର ଓ ସ୍ୱତନ୍ତ୍ର ରାଗ ଉପରେ ଆଧାରିତ। ଏହାର ଶୈଳୀ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତଠାରୁ  ସମ୍ପୂର୍ଣ୍ଣ ଅଲଗା ଅଟେ। ଭାରତୀୟ ସଂସ୍କୃତି ଉପରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ପ୍ରଭାବ ରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ […]

  • Saturday, 03 July 2021
ASSEMBLY
ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର:ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି । ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି। ଯେଉଁ […]

  • Saturday, 03 July 2021