ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ମଧ୍ୟ ଜଣାପଡୁନି। ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ ମୁକାବିଲାକୁ ନେଇ […]
କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି। ହାଇସ୍କୁଲ ଶିକ୍ଷା ପରେ ୨୪ % ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଛି
ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା […]
କଟକ: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ୮ ସପ୍ତାହ ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରିଜର୍ଭ ବ୍ୟାଙ୍କ ଏହାର ଲାଇସେନ୍ସ ରଦ୍ଦ କରିଥିଲେ କିନ୍ତୁ ଜମାକାରୀମାନେ ନିଜ ନିଜ ଟଙ୍କା ପାଇନଥିଲେ ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ […]
ବାଲିଗୁଡ଼ା: ସିଆର୍ପିଏଫ୍ କ୍ୟାମ୍ପକୁ ଫେରୁଥିବା ବେଳେ ଘଟିଲା ଅଘଟଣ। ଚାଲିଗଲା ସିଆରପିଏଫ୍ ଯବାନଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଘଟିଛି ବାଲିଗୁଡ଼ାରେ। ସିଆର୍ପିଏଫ୍ କ୍ୟାମ୍ପକୁ ଫେରୁଥିବା ବେଳେ ବୋଲେରୋଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁ ବରଣ କରିଥିବା ଯବାନ ଜଣକ ହେଲେ ରାଜେନ୍ଦ୍ର ଲୋଖଣ୍ଡେ। ସେହିପରି ଗୁରୁତର ଯବାନ ଦୁଇଜଣ […]
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଏହି ଅଞ୍ଚଳରେ ସୃଷ୍ଟ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ନେଇ […]
ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…
କେନ୍ଦ୍ରାପଡ଼ା: ହୃଦ୍ଘାତରେ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହୋଇଯାଇଛି। ସରକାରୀ ବାସଭବନରେ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୭ରେ ସେ ଗାଙ୍ଗପଡ଼ା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ୍ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ। ଅନାମବନ୍ଧୁଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଏନଏଚ୍ ୪୯ର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପଛପଟୁ ଧକ୍କା ଦେଇ ଟ୍ରକ୍ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀରୁ ଶୁଳିଆପଦାକୁ ୧୨ ଜଣ […]
ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ପରେ ସେମାନଙ୍କୁ କିପରି ସୁରକ୍ଷିତ ଢଙ୍ଗରେ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ ତାଉପରେ ଆରମ୍ଭ ହୋଇଛି ବିଚାରବିମର୍ଷ
କୋରାପୁଟ: କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏହି ବାଇକ୍ ଆମ୍ବୁଲାନ୍ସ ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। କୋରାପୁଟ ଜିଲ୍ଲାରେ […]
କଟକ: କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଅପରାହ୍ଣରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲ୍ବାହୀ ଟ୍ରେନ୍ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକ୍ରେ ଏହା ଲାଇନ୍ଚ୍ୟୁତ ହୋଇଛି। ରେଲ୍ୱେର ଟେକ୍ନିକାଲ ଟିମ୍ ଓ RPF ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଯିବା ଆସିବାରେ […]
କଟକ: ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଅ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ। ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି […]
ଭବାନୀପାଟଣା: କରୋନା ପାଇଁ ଫିକା ପଡିବ ଛତର ଯାତ୍ରା। ଏଥର ବିନା ଭକ୍ତରେ ପାଳନ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। କରୋନା ମାର୍ଗଦର୍ଶିକା ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି। ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ […]
ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି Kitchen Garden Concept।ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଆରମ୍ଭ ହେବ। ଏ ନେଇ ରାଜ୍ୟର ୪୩ହଜାର ସ୍କୁଲକୁ ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଦେବ। ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ […]
ବଲାଙ୍ଗିର: ମହିଳା ସରପଞ୍ଚଙ୍କ ଦବଙ୍ଗଗିରି। ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କଲେ ମହିଳା ସରପଞ୍ଚ। ଏହାସହ କ୍ୟାମେରା ଭଙ୍ଗାରୁଜା କରିଛନ୍ତି ମହିଳା ସରପଞ୍ଚ। ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ପଞ୍ଚାୟତର ସରପଞ୍ଚ ଓ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ରାମୋଡ଼ ଗାଁରେ ମନରେଗା ଦୁର୍ନୀତି ସଂପର୍କରେ ଅଭିଯୋଗ ଆସିଥିଲା। କ୍ଵାରେଣ୍ଟିନରେ ଥିବା ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ କରାଇଥିଲେ ବି ପାରିଶ୍ରମିକ ଦିଆଯାଇ ନଥିଲା। ଏନେଇ […]
ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବି। ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ସହ ପୀଡ଼ିକାଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି। ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠିଛି। […]
ଉଦଳା: କଲିଂ ବେଲ୍ ମାରି ଘର ଭିତରେ ପଶି ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନ୍ଏସିର ୧୨ ନମ୍ବର ୱାର୍ଡରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ୧୨ ନମ୍ବର ୱାର୍ଡରେ ରହୁଥିବା ଅଧ୍ୟାପକ ସପନ ମହାନ୍ତିଙ୍କ ଘରୁ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ଗତକାଲି ସେ ଘରେ ନ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ୭ଟାରୁ ୮ଟା ଭିତରେ ୫ […]
ବଣାଇ: ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମହିଳାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ତାଙ୍କ ଦେଢ଼ […]
ଅନୁଗୁଳ: ରାସ୍ତା ଉପରେ ପଡ଼ି ରହିଛି ଶିଶୁର କଟା ମୁଣ୍ଡ। ଅନୁଗୁଳ ଜିଲ୍ଲା ମିଶ୍ରପଡ଼ା ଛକ ନିକଟରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶିଶୁଟିର କଟାମୁଣ୍ଡ ପଡ଼ିଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ। ତେବେ ଶିଶୁଟିର ଶରୀର ଆଖପାଖରେ କେଉଁଠି ବି ଦେଖିବାକୁ ମିଳିନଥିଲା। ଏ ନେଇ ସ୍ଥାନୀୟ ଲୋକେ ଅନୁଗୁଳ ଥାନାକୁ ଖବର ଦେଇଥିଲେ। ତେବେ କଟା ମୁଣ୍ଡଟି କେଉଁଠୁ ଆସିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
କଟକ: ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ IPS ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି। କଟକ ପିଠାପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଅଶୋକଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଅଶୋକ ସାହୁ। ଅବସର ପରେ ରାଜନୀତିରେ ପାଦ ଦେଇ ସେ ବିଜେପିରେ ସାମିଲ ହୋଇଥିଲେ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି ୨ ନାବାଳକ ପୁଅ। ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ପୋଲିସ୍ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏୟାରଫିଲ୍ଡ ଥାନା ଅଞ୍ଚଳ ଏକ ଆପାର୍ଟମେଣ୍ଟ୍ରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ନିଶା […]
ଦେବଗଡ଼: ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଜଣେ IRB ଯବାନଙ୍କୁ ଗିରଫ କରାଯାଇଛି। ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତି ପ୍ରିୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଗତ ୧୧ ତାରିଖରେ ସେ ବିଷ ପିଇ ଥିବା ନେଇ ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ପରିବାରଲୋକେ ମୃତଦେହକୁ ଦେଖିବା ପରେ ଏନେଇ ସନ୍ଦେହ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା […]
ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉଏକ ଲଘୁଚାପ। ଯାହାର ପ୍ରଭାବରେ ଆସନ୍ତା ୨୦ ତାରିଖରୁ ତିନିଦିନ ଧରି ଅର୍ଥାତ୍ ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏପରିକି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ୨୦ ତାରିଖରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ […]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି। କଟକ ସହରର ୧୬୨ଟି ପୂଜା ମଣ୍ଡପ ବୁଲି ଦେଖିବା ପରେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ସୁପାରିସ କରିଛନ୍ତି। ପୋଲିସ୍ କମିଶନର କହିଛନ୍ତି, କଟକ ସହରର ୧୪୨ଟି ମଣ୍ଡପରେ ଏଯାଏ ମୂର୍ତ୍ତିଗଢା କାମ ଆରମ୍ଭ ହୋଇନାହିଁ। ୨/୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ଅମାନିଆଙ୍କୁ ଅନୁମତି ଦେଲେ ଅନ୍ୟମାନେ ଅସମ୍ମାନିତ ହେବେ […]