• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

accident
ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ, ମାଡ଼ିଗଲା ଟ୍ରକ୍

ଯାଜପୁର: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା ଟ୍ରକ୍। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ଟ୍ରକ୍‌ ଓଭରଟେକିଂ କରୁଥିବା ବେଳେ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଟ୍ରକ୍‌ଟି ମାଡ଼ି ଯାଇଥିଲା। ଫଳରେ […]

  • Sunday, 04 July 2021
ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। ଉପଜିଲ୍ଲାପାଳ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ଜଣକ। ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିବେଦନ କରିଛନ୍ତି ସମ୍ପୃକ୍ତ ମହିଳା କର୍ମଚାରୀ। ଉପଜିଲ୍ଲାପାଳଙ୍କ ନାଁରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩ ଜଣିଆ […]

  • Sunday, 04 July 2021
odisha
ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ

ଢେଙ୍କାନାଳ: ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧିକାରୀ  ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଉକ୍ତ ଯୁବକଙ୍କ ପତ୍ନୀଙ୍କୁ ଟଣା ଓଟରା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଯୁବକଙ୍କ ପରିବାର ଲୋକେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଣ୍ଡି ଅଧିକାରୀ ଶିବ […]

  • Sunday, 04 July 2021
bjp
ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିଜେପି, କଂଗ୍ରେସର ବିରୋଧ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ। ଏହି ପ୍ରସଙ୍ଗରେ ବିଜେପି ପ୍ରେସ୍‌ମିଟ କରି କହିଛି ଏହା ତରବରିଆ ଓ ଆବଶ୍ୟକ ବିହୀନ ନିଷ୍ପତ୍ତି ଓ ଅଗଣତାନ୍ତ୍ରିକ। ସିନେଟ ହଟାଇବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସରକାର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରକରଣକୁ ବିରୋଧ କରାଯିବ ବୋଲି ବିଜେପି କହିଛି। ଉଚ୍ଚଶିକ୍ଷା ସପର୍କିତ […]

  • Sunday, 04 July 2021
ଦମଳନକୀଜୀମଦମୂମ
ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ

ଭୁବନେଶ୍ୱର: ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରମେଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି। ରମେଶଙ୍କ ଘରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରରେ ୪୧ ଲକ୍ଷର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷର କୋଠା, ପୁଡୁଚେରିରେ କୋଠା, ୬ ଶହ ଗ୍ରାମର ସୁନା ଓ ରୁପା ଠାବ ହୋଇଥିଲା। ରମେଶ ବେହେରାଙ୍କ […]

  • Sunday, 04 July 2021
bjp
'ଗର୍ଭବତୀ ଓ ଶିଶୁଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ'

ଭଦ୍ରକ: ଭଦ୍ରକ ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡ଼ି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ। ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛି ବିଜେପି। ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଟଙ୍କା ହଡ଼ପ କରାଯାଉଛି। ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳାମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି। କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି। ଏମିତିକି […]

  • Sunday, 04 July 2021
biscuit truck catch fire
ପୁଣି ଜଳିଲା ବିସ୍କୁଟ୍ ଟ୍ରକ

ଭଦ୍ରକ: ଭଦ୍ରକ ଜାତୀୟ ରାଜପଥରେ ପୁଣି ଜଳିଲା ବିସ୍କୁଟ୍ ଟ୍ରକ। ମୋଟେଲ୍ ଛକ ନିକଟରେ ଏକ ବିସ୍କୁଟ୍ ବୋଝେଇ କଣ୍ଟେନର ଜଳି ଯାଇଛି। ରାସ୍ତା କଡ଼ରେ କିଛି ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ଏହି ଟ୍ରକ୍‌ଟି ଥିଲା। ଗତ ୧୬ ତାରିଖରେ ଏଥିରେ ନିଆଁ ଲାଗିଥିଲା। ଯାହାକୁ ଅଗ୍ନିଶମ ବାହିନୀ କାବୁ କରିଥିଲେ। ତେବେ ଆଜି ପୁଣି ନିଆଁ ଲାଗିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଟ୍ରକ୍ ମାଲିକଙ୍କ କହିବା କଥା, ଆଜି ଅଚାନକ୍ ଭାବେ […]

  • Sunday, 04 July 2021
dumper
ହଠାତ୍ ମାଡ଼ି ଆସିଲା ଜୁଆର, ଫସିଗଲା ଡମ୍ପର

ବାରିପଦା: ଜୁଆରରେ ବୁଡ଼ି ଯାଇଛି ଡମ୍ପର। ବାଲେଶ୍ୱର ସୀମାବର୍ତ୍ତି ଦୀଘା ସମୁଦ୍ର କୂଳରେ ଜୁଆର ଆସିବା ପରେ ଏପରି ଘଟଣା ଘଟିଛି। ଗତକାଲି ଦୀଘା ସମୁଦ୍ରକୂଳରେ ପଥର ବନ୍ଧ ପାଇଁ ଯାଇଥିଲା ୫ଟି ଡମ୍ପର। ତେବେ ବନ୍ଧ ମରାମତି କାମ ଚାଲିବା ବେଳେ ହଠାତ୍ ସମୁଦ୍ରରେ ଜୁଆର ଆସିଥିଲା। ଯାହାପରେ ବାଲିରେ ଧସି ଯାଇଥିଲା ଡମ୍ପର। ପାଣିର ପରିମାଣ ବଢ଼ିବା ପରେ ଏହାକୁ ଉଦ୍ଧାର କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା। ଗୋଟିଏ ଡମ୍ପର ଉଦ୍ଧାର କରାଯାଇଥିବା ବେଳେ […]

  • Sunday, 04 July 2021
dear skin
ହରିଣ ଶିକାରୀ ରାକେଟ୍ ଗିରଫ୍

ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍‌କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ। ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ […]

  • Sunday, 04 July 2021
baripada engeneear
ITDA ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକଙ୍କ ନାଁରେ ଥାନାରେ ଏତଲା

ବାରିପଦା:  ITDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ ସମର୍ଥକ ବାରିପଦା ITDA ଅଫିସର ସହକାରୀ ର୍ନିବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ଏତଲା ହୋଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ ନିର୍ବାହୀ ସହକାରୀ […]

  • Sunday, 04 July 2021
kendujhar murder
ଗୁଣି ଗାରେଡ଼ି ଡବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ କେନ୍ଦୁଝର ଜଜାଙ୍ଗରାଜନ ବସ୍ତି ଡବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ। ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀକୁ ୫ ହଜାର ଟଙ୍କା ଜରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ। ୨୦୧୭ରେ ଘଟିଥିଲା ଏ ହତ୍ୟାକାଣ୍ଡ। ଜଜାଙ୍ଗରାଜନ ବସ୍ତିର ଦିବାଇ ନାଗରର ପୁଅ […]

  • Sunday, 04 July 2021
bus accident
କୋଭିଡ୍ ଟେଷ୍ଟ ପାଇଁ ସାମ୍ପୁଲ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ବାଲେଶ୍ୱର: କୋଭିଡ୍ ଟେଷ୍ଟ ପାଇଁ ବାଲେଶ୍ୱରରୁ ସାମ୍ପୁଲ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟେଷ୍ଟ ସାମ୍ପୁଲ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ନିକଟରେ ଘଟିଛି ଏ ଦୁର୍ଘଟଣା। ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ସାମ୍ନାରୁ ଧକ୍କା ଦେଇଥିଲା ଗୋଟିଏ ଟ୍ରକ। ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସର ହେଲପରକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିା ଏକ ଘରୋଇ ବସ୍‌ରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରୁ […]

  • Sunday, 04 July 2021
mla
TDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବିଧାୟକ

TDA କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ବିଧାୟକଙ୍କ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ।  ପ୍ରକାଶଙ୍କୁ ଗିରଫ କଲା ସଦର ଥାନା ପୁଲିସ।  ବିଧାୟକଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ସୂଚନା ମୁତାବକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ତାଙ୍କୁ ଭେଟିବାକୁ ଫୋନ କରି ଡକାଇଥିଲେ। ତେବେ […]

  • Sunday, 04 July 2021
sanjaya
ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଉପଜିଲ୍ଲାପାଳ ସସ୍‌ପେଣ୍ଡ

ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ ମିଶ୍ର ସସ୍‌ପେଣ୍ଡ। ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲାରେ ଉପଜିଲ୍ଲାପାଳଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ସସ୍‌ପେଣ୍ଡ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟାଳୟରେ ଜଣେ ମହିଳା କିରାଣୀ ଉପଜିଲ୍ଲାପାଳ ବିରୋଧରେ ଅଭିଯୋଗ କରିଥିଲେ। ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ମହିଳା କିରାଣୀ। ଘଟଣା ଅନୁସାରେ, ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି […]

  • Sunday, 04 July 2021
plus-three-admission
ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ରେ ଇ-ଆଡମିଶନ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖ ଆବେଦନର ଶେଷ ତାରିଖ ରହିବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେପ୍ଟେମ୍ବର ୮ରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।  ସେହି ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ। ସେହିପରି […]

  • Sunday, 04 July 2021
adity dash
ରହସ୍ୟମୟ ହେଉଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁଣ୍ଡ ଟେକିଛି ପୁରୁଣା ପ୍ରେମର ନୂଆ କାହାଣୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଏହାର ରହସ୍ୟ ଭେଦ କରିପାରୁନି କ୍ରାଇମବ୍ରାଞ୍ଚ। ଏପଟେ କିନ୍ତୁ  ଫେସ୍‌ବୁକ୍‌ ଫ୍ରେଣ୍ଡରୁ ଆଦିତ୍ୟଙ୍କ ପ୍ରେମିକା ବନିଥିବା ଚିନ୍ନୟୀ ମହାପାତ୍ର ମୁହଁ ଖୋଲିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି। ପରିବାର ଲୋକେ ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ। ହେଲେ ଆଦିତ୍ୟ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଚିନ୍ମୟୀ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗକୁ ଆଜି […]

  • Sunday, 04 July 2021
prakash-soren
ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ

ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍‌ଡିଜେଏମ୍। ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍‌ବଣ୍ଡ୍‌ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ନେଇ ଗିରଫ ହୋଇଥିଲେ ବିଧାୟକ ପ୍ରକାଶ ସୋରେନ୍। ଏହି ଘଟଣାରେ ଦଫା ୨୯୪, ୩୪୧, ୩୨୩, ୫୦୬ ଗିରଫ କରିଥିଲା ପୋଲିସ। ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି […]

  • Sunday, 04 July 2021
ashit-tripathy
ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ

ଭୁବନେଶ୍ୱର: ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ଏହି ପାର୍କ ସୃଷ୍ଟି କରାଯିବ। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କା ଦେଇଛନ୍ତି। ଏହି ପ୍ରକଳ୍ପରେ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇପାରିବେ। ସେପ୍ଟେମ୍ବେର ୨୫ ସୁଦ୍ଧା ପ୍ରକଳ୍ପର ପ୍ରସ୍ତାବ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ […]

  • Sunday, 04 July 2021
collage
ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ

ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍‌ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ ଏହି ଅନୁସାରେ ପଦବୀ ପୂରଣ ପାଇଁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। କୁଳପତି ପଦବୀ ପୂରଣ ପାଇଁ ଗଠିତ ସର୍ଚ୍ଚ କମିଟିକୁ ଅନେକ ଆବେଦନପତ୍ର ଆସିଛି। ହସ୍ତଗତ […]

  • Sunday, 04 July 2021
Aditya Das Death Mystery: ଚର୍ଚ୍ଚାକୁ ଆସିଥିବା ଯୁବତୀ କଲେ ନୂଆ ଖୁଲାସା

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ଯୁବତୀ ଚିନ୍ମୟୀ ମହାପାତ୍ର ଏକ ନୂଆ ଖୁଲାସା କରିଛନ୍ତି। ଚିନ୍ମୟୀ କହିଛନ୍ତି, ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜି ହୋଇଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ପ୍ରଥମେ ଫେସବୁକ୍‌ରୁ ସେମାନଙ୍କର ବନ୍ଧୁତା ଓ ପରେ ଭଲ ପାଇବା ଆରମ୍ଭ […]

  • Sunday, 04 July 2021
ଦୁର୍ଘଟଣା ପରେ ଜଳିଗଲା ଗାଡ଼ି

ଖୋର୍ଦ୍ଧା: ଦୁର୍ଘଟଣା ପରେ ଜଳିଗଲା ଟ୍ରଲର୍। ଖୋର୍ଦ୍ଧା-ବ୍ରହ୍ମପୁର ଜାତୀୟ ରାଜପଥ-୧୬ର ନାଚୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲର୍‌ରେ ନିଆଁ ଲାଗି ଯିବା ସହ ଟ୍ରଲର୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଆଜି ସକାଳୁ ଆନ୍ଧ୍ରପ୍ରଦେଶରୁ ବିହାର ଯାଉଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରଲର୍ ନାଚୁଣୀ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଏହାପରେ ତତ୍‌କ୍ଷଣାତ ଟ୍ରଲର୍‌ରେ ନିଆଁ […]

  • Sunday, 04 July 2021
former-mla
ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା। ସେଠାରେ ଶେଷଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ରବୀନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରବୀନ୍ଦ୍ର ନାଥ ୨୦୦୯ […]

  • Sunday, 04 July 2021
cm naveen patnaik
ରାଇପୁର ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ବସ୍‌ ଗତକାଲି ବିଳମ୍ବିତ ରାତି ସାଢ଼େ ୩ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ରାଇପୁର ମେଡିକାଲ କଲେଜ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।‌ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଆସିକା ଓ ଭଞ୍ଜନଗର ଅଞ୍ଚଳର ଶ୍ରମିକ ରହିଛନ୍ତି। ବସ୍‌ଟି ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବେଳେ ରାଇପୁର ଚେରିଖେଡ଼ି ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ […]

  • Sunday, 04 July 2021
drown
ପାଣିରେ ଓଲଟି ପଡ଼ିଲା କଦଳୀ ଭେଳା; ୨ ଭାଇ ମୃତ

ଯାଜପୁର: କଦଳୀ ଭେଳା ଓଲଟି ପଡିବାରୁ ପାଣିରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ମେଦୁଆକୁଳ ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ୨ଜଣ ମେଦୁଆକୂଳ ଗାଁର ଶୁଭ୍ରଜିତ ବେହେରା(୨୪) ଏବଂ ମିଟୁଲ ବେହେରା(୨୯)। ଏମାନେ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଏହି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ ଭେଳାରେ ଯାଉଥିବା ସମୟରେ ହଠାତ୍‌ ଭେଳାଟି ଓଲଟି ପଡ଼ିଥିଲା। ଫଳରେ ଏହି […]

  • Sunday, 04 July 2021
nadda
'ରାଜ୍ୟରେ ବିଜେପି ସରକାର ଗଠନ ଆଉ ବେଶୀ ଦୂର ନୁହେଁ'

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟକାରିଣୀରେ ମିଶନ ୨୦୨୪। ଲମ୍ବା ଲଢ଼େଇରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଛି ଏବଂ ସରକାର କରିବା ବେଶୀ ଦୂର ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆସନ୍ତା ନିର୍ବାଚନରେ ୫୦ ପ୍ରତିଶତ ଭୋଟ୍ ହାସଲ କରିବାକୁ ଟାର୍ଗେଟ ଦେଇଛନ୍ତି ନଡ୍ଡା। ସେ କହିଛନ୍ତି, ୨୦୧୪ ଲୋକସଭା ନିର୍ବାଚନରେ ଦଳ ମାତ୍ର ୨୧ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ବିଧାନସଭା […]

  • Sunday, 04 July 2021