• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

aditya das 11
ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଧରାପଡ଼ିବ କିଏ କହୁଛି ମିଛ !

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପୁଣି ଜେରା ହୋଇପାରେ। ଜୁଲାଇ ୭ ରେ ରେଲ୍‌ୱେ ଟ୍ରାକ୍‌ରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ହେଲେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି […]

  • Monday, 05 July 2021
drown
ନଦୀରେ ବୁଡ଼ିଗଲେ ୩ ଶିଶୁ

ଉମରକୋଟ: ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କ ସଳିଳ ସମାଧି। ନବରଙ୍ଗପୁର ଉମରକୋଟ ତୋହରା କୋଟଲ ଡିହି ଗାଁରୁ ଆସିଛି ଏହି ମର୍ମନ୍ତୁଦ ଖବର। ଗାଧୋଇବାକୁ ଯାଇ ନଦୀରେ ୩ ଶିଶୁ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ […]

  • Monday, 05 July 2021
police
'ମୋତେ ଛାଡିଦିଅ, ଆଉ ଚୋରି କରିବିନି'

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଧରାପଡିଲା ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ଲେଡି ଲୁଟେରାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ତାକୁ ପୋଲିସରେ ଜିମା ଦେଇଛନ୍ତି। ଚୋରି କରୁଥିବା ବେଳେ ଧରାପଡିବା ପରେ ଲୋକଙ୍କୁ ଛାଡ଼ିଦେବା ଲାଗି ଲୁଟେରା ଗୁହାରୀ କରୁଥିଲା। ସେହି ଭିଜୁଆଲ ଏବେ ଭାଇରାଲ ହେଉଛି। ଗତ ଅଗଷ୍ଟ ୨ରେ ୟୁନିଟ-୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିଲା। ସାମ୍ବାଦିକଙ୍କ ମେନ୍ […]

  • Monday, 05 July 2021
binika
ପୋଲ ଉପରେ ଆଣ୍ଠୁଏ ପାଣି, ଯାତାୟତ ଠପ୍

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି I ଯେଉଁଥିପାଇଁ ଏହି ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତାଦେଇ ଦୈନିକ ଶହଶହ ଲୋକ ଯିବାଆସିବା କରିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଲ ଉପରେ ବର୍ଷାପାଣି ପ୍ରବାହିତ […]

  • Monday, 05 July 2021
pregent leady
ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ। ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ […]

  • Monday, 05 July 2021
kulane
‘ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜ’

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ ମାନିବା ଉଚିତ୍। ଯେଉଁମାନେ କଟକଣାକୁ ନମାନିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍‌ଡାଉନ ରହିବ। […]

  • Monday, 05 July 2021
berut exploson ex[reinece
ଲେବାନନ୍‌ ବିସ୍ଫୋରଣର ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରବାସୀ ଓଡ଼ିଆ

ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ’ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ। ସେ ରହୁଥିବା ଆପାର୍ଟମେଣ୍ଟରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସେ କହିଛନ୍ତି। ପରଦିନ ସଂଧ୍ୟା ୬ଟାରେ ହଠାତ୍ ବିସ୍ଫୋରଣ ହୋଇଥିଲା। କାଳେ ଭୂମିକମ୍ପ […]

  • Monday, 05 July 2021
covid
ଗୁଜରାଟ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା

ଭୁବନେଶ୍ୱର: ଗୁଜରାଟରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଓଡ଼ିଶାର ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ସୁରକ୍ଷାର ଯାଞ୍ଚ କରାଯିବ ବୋଲି ଆଜି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ ହସ୍ପିଟାଲ ଥିବା ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ଫାୟାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ସେମାନେ ଯାଞ୍ଚ କରି କିଛି ଅସୁବିଧା ଥିଲେ ଅବଗତ କରାଇବା ସହ ସ୍ଥାନୀୟ ଅଗ୍ନିଶମ ଅଫିସ […]

  • Monday, 05 July 2021
rain
୯ରେ ଆଉ ଏକ ଲଘୁଚାପ; ବର୍ଷାରେ ବେହାଲ୍ ଓଡ଼ିଶାର ଏହି ଅଞ୍ଚଳ

ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ମୁହାଁଣ ବନ୍ଦ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।ଫଳରେ ଏହି ପଞ୍ଚାୟତର ୫ଟି ଗାଁର […]

  • Monday, 05 July 2021
tsunami
ଓଡ଼ିଶାର ୨ ଗାଁକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ […]

  • Monday, 05 July 2021
accident
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୩ ଜୀବନ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ରଥିଆ ଛକ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ କାର୍‌ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ୩ଜଣ ପୁରୁଷ ଓ ସେମାନଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ କାର୍‌ରେ ୫ଜଣ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ […]

  • Monday, 05 July 2021
ଡାକ୍ତରଙ୍କୁ ଠକିଦେଲେ ସୁନ୍ଦରୀ ଯୁବତୀ, ନେଇଗଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ତାଳଚେର ପୋଲିସ୍‌ ଜଣେ ଯୁବତୀଙ୍କୁ ଗିରଫ କରିଛି। ଢେଙ୍କାନାଳ ପର୍ଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନଙ୍କ ଅଜାଣତରେ ଗତ ୧୧ ଡିସେମ୍ବରରେ ତାଙ୍କ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଥିଲା। ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ’ ମାସରେ ସେ ତାଳଚେର ଆଇଟିଆଇ ଛକରେ ଥିବା ଏକ ସୁନା […]

  • Monday, 05 July 2021
ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ୍‌

କୋଣାର୍କ: ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ୍‌। ଗତକାଲି ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତକୁ ଧରିବାକୁ ପୁରୀ ଜିଲ୍ଲା ଗୋପର ରେଢୁଆ ଗାଁକୁ ଗୋପ ଥାନା ଆଇଆଇସିଙ୍କ ସମେତ ୧୦ ଜଣ ପୋଲିସ୍‌ କର୍ମଚାରୀ ଯାଇଥିଲେ। ହେଲେ ପୋଲିସ୍‌ କର୍ମଚାରୀ ଅଭିଯୁକ୍ତକୁ କ’ଣ ଧରିବେ ଓଲଟା ସେମାନଙ୍କୁ ହଟହଟା ହେବାକୁ ପଡ଼ିଥିଲା। ୬ ଘଣ୍ଟା ଧରି ଗାଁଲୋକେ ପୋଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି […]

  • Monday, 05 July 2021
pregenet-nurse
କରୋନା ଲଢେଇରେ ଦୁଇ ଯୋଦ୍ଧା; ୭ ମାସ ଗର୍ଭବତୀ ଥାଇ ବି ଯୋଗାଉଛନ୍ତି ସେବା

-ବଲାଙ୍ଗିରର ଦୁଇ ଗର୍ଭବତୀ କରୋନା ଯୋଦ୍ଧା  -୭ ମାସର ଗର୍ଭବତୀ ଥାଇ ବି କରୁଛନ୍ତି ରୋଗୀସେବା  -ଦୁଇ କରୋନା ଯୋଦ୍ଧା ପ୍ରଗତି ଏବଂ ଜ୍ୟୋତ୍ସ୍ନାମୟୀ ବଲାଙ୍ଗିର: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢୁଛି । ଆଉ ଏଇ ଲଢେଇର…

  • Monday, 05 July 2021
Odisha Weather News
ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆସନ୍ତା ୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ ହୋଇପାରେ। ଏହାର ପ୍ରଭାବରେ ଝଡ଼ ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଝଡ଼ ତୋଫାନ, ବର୍ଷା ସହ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ହେବାର […]

କାଳ ହେଲା ନାଳ, ଛାତିରେ ପଶିଗଲା ଲୁହା ରଡ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ପଣ୍ଡା କଲୋନୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଜଣେ ଯୁବକ ଏକ ନିର୍ମାଣାଧୀନ ନାଳରେ ଖସି ପଡ଼ିଥିଲେ। ଫଳରେ ନାଳରେ ଲାଗିଥିବା ଲୁହା ରଡ଼ ଯୁବକଙ୍କ ଛାତିରେ ପଶି ଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଲାଞ୍ଜିପଲ୍ଲୀ ତୋଟାସାହିର ପୂର୍ଣ୍ଣଚନ୍ଦ୍ର ରାୟ। ଆଜି ସକାଳେ ସେ ନିର୍ମାଣାଧୀନ ନାଳ‌ରେ ପଡ଼ିଥିବା ସ୍ଥାନୀୟ […]

  • Monday, 05 July 2021
ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ। ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା ଦୁଇ ଭାଗ ହେବ। ସେହିପରି ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ବି ଦୁଇ ଭାଗ ହେବ। ଓଡ଼ିଶା ପୋଲିସର ୯୦୫ ପଦବୀର rationalisationକୁ ବି ମଞ୍ଜୁରୀ ମିଳିଛି।

  • Monday, 05 July 2021
coro
ଏସ୍‌ପିଙ୍କ ସଂସ୍ପର୍ଶରେ ଆସିବା ପରେ ଜିଲ୍ଲାପାଳଙ୍କର ହେଲା କରୋନା ଟେଷ୍ଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସନତ୍‌ ମହାନ୍ତିଙ୍କର କରୋନା ଟେଷ୍ଟ କରାଯାଇଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବାପରେ ନୂଆ କରି ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କ କୋଭିଡ ଟେଷ୍ଟ କରାଯାଇଛି। ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସପି ସ୍ୱାଇଁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସିଧାସଳଖ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଜିଲ୍ଲାପାଳଙ୍କ କରୋନା ଟେଷ୍ଟ କରାଯାଇଛି। ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସ୍‌ର ଅନ୍ୟାନ୍ୟ କର୍ମଚାରୀଙ୍କର ମଧ୍ୟ କୋଭିଡ ଚେଷ୍ଟ କରାଯାଇଛି। […]

  • Monday, 05 July 2021
santosh-saluja
'କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: କରୋନା ପରିଚାଳନାଗତ ତ୍ରୁଟି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଅଫିସରମାନେ ଲୋକସେବା ଭବନ ଯାଉନାହାନ୍ତି। ଜଣେ ଦୁଇଜଣ ପ୍ରମୁଖ ଶାସନ ସଚିବଙ୍କୁ ଛାଡ଼ି ଲୋକସେବା ଭବନରେ କାହାରି ଦେଖା ନାହିଁ। ସବୁ ବିଭାଗରେ ପିଅନ ବୁଲୁଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ସମାଲୋଚନା କରିଛନ୍ତି। ରାଜ୍ୟରେ କରୋନା ଦୁର୍ନୀତି ଚାଲିଥିବା କହିଛନ୍ତି ସାଲୁଜା। ସରକାର କରୋନା ତଥ୍ୟ ଲୁଚାଉଛନ୍ତି। ଏହିଭଳି […]

  • Monday, 05 July 2021
ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ। ଏ ନେଇ ଆଜି ସୂଚନା ଦେଇଛନ୍ତି  ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ଦୁଇ ଦିନ ତଳେ ଏନେଇ ବାଚସ୍ପତିଙ୍କ ସହ ଆଲୋଚନା ହୋଇଥିଲା। ଖୁବ୍‌ ଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି ସେ କହିଛନ୍ତି

  • Monday, 05 July 2021
jaya-narayan-mishra
ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆସନ୍ତା ୨୩ ତାରିଖରେ ନୂଆଁଖାଇ ପଡୁଛି। ସମ୍ବଲପୁରରେ ୨୨ ଓ ୨୩ ତାରିଖରେ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାର ପ୍ରଭାବ ପଡ଼ିବ ନୂଆଖାଇରେ ପର୍ବ ପାଳନ ସହିତ କିଣାବିକା ଓ ଯାଆସ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ସଟ୍‌ଡାଉନ୍ ସମୟରେ ପରିବର୍ତ୍ତନ କରି ଦୁଇ ଦିନ ପୂର୍ବରୁ […]

  • Monday, 05 July 2021
coronavius
ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧା: କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା। ଆଜି ରାଜ୍ୟରେ ୧୮ ଶହ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଗଞ୍ଜାମକୁ ଟପିଯାଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଗଞ୍ଜାମରୁ ୨୭୯ ପଜିଟିଭ୍ ବାହାରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୨୪ ପଜିଟିଭ୍ ବାହାରିଛି ଥିବା ବେଳେ ରାୟଗଡ଼ାରୁ ୧୫୨, ସୁନ୍ଦରଗଡ଼ରୁ ୧୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆଜି ରାଜ୍ୟରେ […]

  • Monday, 05 July 2021
adibasi family
ଜଙ୍ଗଲ ଭିତରେ ଆଦିବାସୀଙ୍କୁ ପିଟିଲେ, ୪୦ ପରିବାରକୁ ବେଘର କରିଲେ

ଜଙ୍ଗଲ ଭିତରେ ଆତଙ୍କରାଜ ୪୦ ପରିବାରକୁ ପିଟିଲେ, ଘର ଭାଙ୍ଗି ଦେଇଦେଲେ ଜଙ୍ଗଲରେ ମକା ଚାଷକୁ ବିରୋଧ କରି ଗଣ୍ଡଗୋଳ ସାହାଜଖୋଲ ଜଙ୍ଗଲରେ ରହୁଥିବା ୪୦ ପରିବାରକୁ ଆକ୍ରମଣ ଉମରକୋଟ/ଧର୍ମଗଡ: ଗୋଟଏ ପଟେ ଜୀବିକା ଆଉ ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା।…

  • Monday, 05 July 2021
lokayukta
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର: ପିପିଇ ଓ ମାସ୍କ କିଣାର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ଶୁଣାଣି ଘୁଞ୍ଚିଛି। କାରଣ ସେତେବେଳେ ପ୍ରୋକ୍ୟୁରମେଣ୍ଟ କମିଟିର ଅଧ୍ୟକ୍ଷ ଥିବା ଆଇଏଏସ୍ ହେମନ୍ତ ଶର୍ମା ଆଜି ଲୋକାୟୁକ୍ତଙ୍କ ନିକଟରେ ନିଜେ ହାଜର ହେଲେ ନାହିଁ କି ନିଜ ପକ୍ଷ ରଖିଲେ ନାହିଁ। ଯେଉଁଥିପାଇଁ ଆଜି ଶୁଣାଣି ହୋଇପାରିଲା ନାହିଁ। ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ପକ୍ଷଭୁକ୍ତଙ୍କୁ ନୋଟିସ କରିଛନ୍ତି ଲୋକାୟୁକ୍ତ। ତେବେ ଏହାକୁ ନେଇ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ […]

  • Monday, 05 July 2021