• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bombing
ପୁଣି ଖୋର୍ଦ୍ଧାରେ ଫୁଟିଲା ବୋମା

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ବୋମାମାଡ଼। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଥାଉ କି, ଅଗଷ୍ଟ ୫ରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇଚ୍ଛାବପୁର ଗାଁରେ ବୋମାମାଡ଼ ହୋଇଥିଲା। […]

  • Monday, 05 July 2021
ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଅଜୟ କୁମାର ଦାସଙ୍କ ଟଙ୍କପାଣି ରୋଡ ସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ଘର, ଭୁବନେଶ୍ୱର ନୂଆଗାଁ ଆଉଟ୍‌ ହାଉସ୍ ଓ ପଟିଆ ଫ୍ଲାଟ୍‌ରେ‌ ଚଢ଼ାଉ କରାଯାଇଛି। ଏବେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଭିଜିଲାନ୍ସ ରେଡ୍‌ରେ ଏବେ […]

  • Monday, 05 July 2021
odisha
ଅଡିଓ ଭାଇରାଲ୍‌ ମାମଲା: ଗିରଫ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍‌ଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିବା ଅଡିଓ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର SDJM କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀ ସୂଚନା ଦେଇଛନ୍ତି। ପୋଲିସ୍‌ ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ତେବେ ରିମାଣ୍ଡ ସରିବା ପୂର୍ବରୁ […]

  • Monday, 05 July 2021
nilagiri
୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ

ନୀଳଗିରି: ୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ। ବାଲେଶ୍ୱର ନୀଳଗିରି ନିଛନ୍ଦପୁର ଗାଁରୁ ଅଭିଯୁକ୍ତ ରାଜା ଦଲେଇକୁ ନିଜ ହେପାଜତକୁ ନେଲା ପୋଲିସ୍। ଗ୍ରାମବାସୀଙ୍କୁ ବୁଝାସୁଝା ପରେ ପୋଲିସ ଅଭିଯୁକ୍ତ ଓ ତାଙ୍କ ମାଆଙ୍କୁ ହେପାଜତକୁ ନେଇଛି। ଅଭିଯୁକ୍ତକୁ ନେଇ ନିଛନ୍ଦପୁର ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ବାରମ୍ବାର ଗଣ୍ଡଗୋଳ କରୁଥିବା ଯୁବକକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏନେଇ ଯୁବକଙ୍କୁ ପାନେ ଦେବାକୁ ଘର ଆଗରେ ଅଡ଼ି ବସିଥିଲେ ଗ୍ରାମବାସୀ। ତେବେ ଘଟଣା […]

  • Monday, 05 July 2021
.jpg
ଲେବାନନ୍ ବିସ୍ଫୋରଣ ପରେ ସବୁ ଫ୍ୟାକ୍ଟ୍ରିକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି। ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ […]

  • Monday, 05 July 2021
nabalika
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ରାଉଲକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଘଟଣାରେ ଆଉ କାହାର ହାତ ଅଛି  କି ନାହିଁ,ଏ ନେଇ ମଧ୍ୟ ଖୋଳତାଡ଼ କରିପାରେ କ୍ରାଇମବ୍ରାଞ୍ଚ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା […]

  • Monday, 05 July 2021
d brothers
କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

କଟକ: କଟକର କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ। କଟକର ଲାଲବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁଇ ଅପରାଧୀଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମ୍ୟାଗଜିନ ଜବତ ହୋଇଛି। ଏହି ଦୁଇ ଜଣ ଗିରଫ ହେବା ପରେ ଡି ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଥିବା ଜଣାପଡୁଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି […]

  • Monday, 05 July 2021
jajpur
ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ପୁଲିସକୁ ବି ଛାଡ଼ିଲେନି

ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍‌ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର […]

  • Monday, 05 July 2021
asit trupathy
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜିର ନିଷ୍ପତ୍ତିରେ ମୋଟ ୨୦ଟି ପ୍ରସ୍ତାବ ମଂଜୁରୀ ପାଇଥିବା ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ, ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ, କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ୩ ମାସରେ […]

  • Monday, 05 July 2021
nua-khai
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ: ଅଗଷ୍ଟ ୨୩ରେ ନବାନ୍ନ ଭକ୍ଷଣ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୩ ତାରିଖ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ। ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏହି ଲଗ୍ନ ଘୋଷଣା ହୋଇଛି। ନୂଆଁଖାଇ ଲଗ୍ନ ବାହାର କରିବାକୁ ଆଜି ସମ୍ବଲପୁର […]

  • Monday, 05 July 2021
mahapasada
ମହାପ୍ରସାଦକୁ ମହା ଅସମ୍ମାନ; କିଏ ଫିଙ୍ଗିଦେଲା କାଳିଆର ପ୍ରିୟ ଭୋଗ ?

ପୁରୀ: ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ। ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି, ବିହିତ ପଦକ୍ଷେପ ନେବୁ। ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର। ମହାପ୍ରସାଦକୁ ପୁଣି ଏତେ […]

  • Monday, 05 July 2021
odisha
କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମ୍‌ସି ବେଳକୁ ନିଦ ନାହିଁ, ଅନ୍ୟ କାହା ପାଇଁ ଚିନ୍ତା ନାହିଁ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମସି ବେଳକୁ ନିଦ ନାହିଁ, ହେଲେ ଅନ୍ୟ କାହା ପାଇଁ ଚିନ୍ତା ନାହିଁ। ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ଘଟଣାରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏମସି ଏତଲା ଦେବାର ଦୁଇ ଘଣ୍ଟା ଭିତରେ ମାମଲା ରୁଜୁ ସହ ରାତି ୧୨ଟା ସୁଦ୍ଧା ନୋଟିସ ପହଞ୍ଚିଥିଲା। ହେଲେ ଓଟିଭି ପକ୍ଷରୁ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ରେଜିଷ୍ଟ୍ରେସନ୍ କରିନି କମିଶନରେଟ୍ ପୋଲିସ। […]

  • Monday, 05 July 2021
prescription
ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ପରାମର୍ଶ

କଟକ: ମେଡିକାଲ୍‌ ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ ଏହାକୁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏକ ଜାମିନ୍ ଆବେଦନ ମାମଲାର ରାୟ ପ୍ରକାଶ କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ସବୁ ଡାକ୍ତର ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ କ୍ୟାପିଟାଲ୍‌ ଲେଟରରେ ଲେଖିବା ସହ ଭଲ ଅକ୍ଷରରେ ଲେଖିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଫଳରେ ଏହାକୁ ଜଣେ ଭଲ ଭାବରେ ପଢ଼ି ପାରିବେ।

  • Monday, 05 July 2021
mkcg hospital 11
୧୫ରୁ ଖୋଲିବ ଏମ୍‌କେସିଜି OPD

ବ୍ରହ୍ମପୁର: ଆସନ୍ତା ୧୫ରୁ ଖୋଲିବ MKCG OPD। ଅଗଷ୍ଟ ୧୫ ତାରିଖରୁ MKCG ମେଡିକାଲ୍‌ କଲେଜର ଜେନରାଲ OPD ଖୋଲିବା ନେଇ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଲୋକେ ମେଡିକାଲ୍‌ ଆସିବା ବେଳେ OPDରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ  MKCG ଜେନରାଲ OPDକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ଦିନ […]

  • Monday, 05 July 2021
rainfall 44
ପୁଣି ବଙ୍ଗୋପସାଗରରେ ଲଘୁଚାପ ! ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସହ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଉତ୍ତର ବିହାରରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୀୟ ଉପକୂଳ, ଝାଡ଼ଖଣ୍ଡ, ଗାଙ୍ଗେୟ ଉପକୂଳ ଏବଂ ଉତ୍ତରପଶ୍ଚିମ ବଙ୍ଗୀୟ ଉପକୂଳକୁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, […]

ganesh
ଏ ବର୍ଷ କଟକ, ଭୁବନେଶ୍ୱରରେ ହେବନି ଗଣେଶ ପୂଜା

ଭୁବନେଶ୍ୱର: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜାକୁ ବାରଣ କରାଯାଇଛି। ଟ୍ୱିନ୍‌ ସିଟିର କୌଣସି ପୂଜା ମଣ୍ଡପରେ ଚଳିତ ବର୍ଷ ହୋଇପାରିବନି ଗଣେଶ ପୂଜା। ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜା ବାରଣ କରାଯାଇଛି। ଏପରିକି ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ପାଳନ ହେଉନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବା ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ […]

  • Monday, 05 July 2021
bibhu prasad
ପୂର୍ବତନ ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ବିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର।  OAS ବିଭୂ ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ତାଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ସୂଚନାଥାଉ କି, ଜୁଲାଇ ୯ରେ ବିଭୂ ପ୍ରସାଦଙ୍କୁ ମହିଳା ଥାନା ପୋଲିସ୍‌ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପଢ଼ନ୍ତୁ: ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶକ  

  • Monday, 05 July 2021
ମାଲକାନଗିରିରେ ବନ୍ୟା ପରିସ୍ଥିତି; ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ଗତକାଲିଠୁ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ସେହିପରି କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ମଧ୍ୟ […]

  • Monday, 05 July 2021
school
ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ହୋଇଛି। ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଏନେଇ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ରେଜଲ୍ଟ ହେଲା, ସେନେଇ ୭ ଦିନ ଭିତରେ ଜବାବ ରଖିବାକୁ ନୋଟି କରି ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନହେବ, ସେଥିପାଇଁ କାରଣ ଦର୍ଶାଇବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନହେବ […]

  • Monday, 05 July 2021
weather-update
ସୃଷ୍ଟି ହେଲା ଲଘୁଚାପ; ଆହୁରି ୪ ଦିନ ବର୍ଷା

ଭୁବନେଶ୍ୱର: ଉତ୍ତର–ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଦୁଇ ଜିଲ୍ଲା ହେଉଛି- ମାଲକାନଗିରି ଓ କୋରାପୁଟ। ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।   ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ […]

  • Monday, 05 July 2021
ଓଗୂବୋ
ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା ପିପୁଲ୍ସ ଫର୍‌ ସେବା ସଂଗଠନ

ଭୁବେନଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପିପୁଲ୍ସ ଫର ସେବା ସଂଗଠନର କର୍ମକର୍ତ୍ତା। କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି। ଘଟଣା ଘଟିବାର ୪୫ ଦିନ ପରେ ବି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟିନାହିଁ। ତେଣୁ ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ମାନବ ପିପୁଲ୍ସ ଫର ସେବା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି। ଆଜି ରାଜଧାନୀରେ ସଂଗଠନର ସଦସ୍ୟମାନେ ପ୍ଲାକାର୍ଡ ଧରି ବିକ୍ଷୋଭ […]

  • Monday, 05 July 2021
udalll
ଡାଆଣୀ କହି ମହିଳାଙ୍କୁ ଆକ୍ରମଣ

ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର। ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଛି। ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ […]

  • Monday, 05 July 2021
balasore
ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦାଣ୍ଡପଳସା ଗାଁରେ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ବାଣ୍ଟିବା ପାଇଁ ଯାଇଥିବାବେଳେ ଲୋକେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକାଇଥିଲେ। ଗାଁରେ ଗରିବଶ୍ରେଣୀର ଲୋକଙ୍କୁ ଇନ୍ଦିରାଆବାସ ଦିଆନଯାଇ ଧନୀ ଶ୍ରେଣୀର ଲୋକଙ୍କୁ ଦିଆଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସରକାରୀ ଯୋଜନା ଆବଣ୍ଟନରେ ପାତରଅନ୍ତର ହୋଇଥିବାରୁ ଏହାର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଟକ […]

  • Monday, 05 July 2021
ganesh-puja
ଯାଜପୁରରେ ବି ହେବନି ଗଣେଶ ପୂଜା

ଯାଜପୁର: କରୋନାର ଭୟାବହତାକୁ ଲକ୍ଷ୍ୟ କରି ଚଳିତ ବର୍ଷ ଯାଜପୁର ଜିଲ୍ଲାର ବିଭିନ୍ନ ମଣ୍ଡପରେ ହେବାକୁ ଥିବା ଗଣେଶ ପୂଜାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଭିନ୍ନ ମଣ୍ଡପରେ ଲୋକମାନଙ୍କ ଭିଡ଼ ଜମିବା ଯୋଗୁଁ କରୋନା ବ୍ୟାପିବାର ଅଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ […]

  • Monday, 05 July 2021
madua
ମଦୁଆ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଜଗତସିଂହପୁର: ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ । ମୃତକ ଜଣକ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀଙ୍କ ନାଁ କବିତା ସାମଲ। ପୋଲିସର ଖବର ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ଜୋରେ ରାଗି ଯାଇଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା […]

  • Monday, 05 July 2021