ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ […]
ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, […]
କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ […]
ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି। […]
ରେଢ଼ାଖୋଲ: ଜାତିପ୍ରଥାର ଯାତନା ଯେ କେତେ ହୃଦୟ ବିଦାରକ ହୁଏ ତାହା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବୟସ୍କଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ଦ୍ୱିତୀୟ ପତ୍ନୀ ଏକ ଗଛ ମୂଳେ କିଛି ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରିଛନ୍ତି। ରେଢ଼ାଖୋଲ ବ୍ଲକ ଶିଶୁପନ୍ନ ଗାଁର ୬୫ ବର୍ଷୀୟ ଅଭିରାମ ବେହେରା ଘରୋଇ କଳିରୁ ପ୍ରଥମ ସ୍ତ୍ରୀ ଓ ତିନି ପୁଅ,ଝିଅଙ୍କୁ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ମାଇନ ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ କେନ୍ଦୁରୁମ ଗାଁର ମୋହନ ରାଓ ଓ ଚୁନ୍ତାଳବେଦୀ ଗାଁର ଅଜୟ କୁମାର । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲେ। ଶୀକାର ହେଲେ ସାଧାରଣ ନୀରିହ ଜନତା। ଏବେ ଚାଲିଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ। ତେଣୁ ସୁରକ୍ଷାକର୍ମୀମାନେ ଏବେ ମାଓବାଦୀଙ୍କ ଟାର୍ଗେଟରେ। ଆନ୍ଧ୍ରପ୍ରଦେଶ ପୋଡେରୁ ଥାନା ଇଂଜିରି […]
କେନ୍ଦ୍ରାପଡ଼ା: ଘୁଷୁରି ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ ଫସି ଯାଇଥିଲା କୁମ୍ଭୀର। ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର। ଅଧା ଖିଆ ଘୁସୁରିକୁ ଛାଡି ଚାଲିଯିବା ପରେ ଘୁଷୁରି ଜଗୁଆଳି ଏହି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାଶ ବସାଇଥିଲେ। ସଂଧ୍ୟାରେ କୁମ୍ଭୀର ମୃତ ଘୁସୁରିକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟରେ ମାଟି ପକାଇ ଅବରୋଧ କରି ଦେଇଥିଲେ […]
ଭୁବନେଶ୍ୱର: ବର୍ଷା ଆସୁଛି, ସତର୍କ ରୁହ। ଲଘୁଚାପଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି କରିଛନ୍ତି। ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁରକୁ ଆଲର୍ଟ କରାଯାଇଛି। ତେବେ ଏନେଇ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ତଳିଆ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ହୋଟେଲ/ରେଷ୍ଟୁରାଣ୍ଟ ଓ ଢାବା। ଏନେଇ ଗାଇଡଲାଇନ ଜାରି କରିଛି ବିଏମ୍ସି। ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ। ହୋଟେଲ/ରେଷ୍ଟୁରାଣ୍ଟ ବସାଇ ଖାଦ୍ୟ ଖୁଆଇ ପାରିବେନି, ପାର୍ସଲ ଦେବେ। ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ୍ କେବଳ […]
ସମାଜ ପାଇଁ ଆପଣ ପ୍ରଥମେ ଭଲ ମଣିଷ ହେବା ଆବଶ୍ୟକ। ଆମେ ସମାଜଠାରୁ କିଛି ଆହରଣ କରିଛୁ, ଆମର ମଧ୍ୟ ସମାଜ ପାଇଁ କିଛି କରିବାର ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ରହିଛି। ସମାଜ ପାଇଁ କିଛି କରିବାକୁ ହେଲେ ସିଭିଲ୍ ସର୍ଭିସ୍ ଗୋଟିଏ ବେଷ୍ଟ ଅପ୍ସନ୍ ବୋଲି କହିଛନ୍ତି UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ପୁଅ ଅନୁପ ଦାସ। ଏହି ଅବସରରେ ଅନୁପଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ଚନ୍ଦନ କୁମାର। ପ୍ର: ଯେତେବେଳେ ସିଭିଲ ସର୍ଭିସ୍ରେ […]
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି। ଆଗକୁ ଆହୁରି କମିବ । କରୋନା ସ୍ଥିତି ନେଇ ସୂଚନା ଦେଇ ଏହା କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ । କିଛି ଜିଲ୍ଲାରେ…
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଗଜପତି, କୋରାପୁଟ, ଭଦ୍ରକ ଓ ଯାଜପୁର। ଆଜି ସକାଳ ୯ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଚିତ୍ରକୋଣ୍ଡା: ନିଜ ସର୍ଭିସ୍ ରିଭଲ୍ଭର୍ରୁ ଗୁଳି ଫୁଟାଇ ଜଣେ BSF ଯବାନ ଆତ୍ମହତ୍ୟା କରିଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ନିକଟ BSF କ୍ୟାମ୍ପରେ ଏହି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ। ତାଙ୍କ ଘର ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ଚିତ୍ରକୋଣ୍ଡା ୯ ନମ୍ବର ବାଟାଲିଅନ୍ରେ ସେ କାର୍ଯ୍ୟରତ ଥିଲେ। ତେବେ କେଉଁ କାରଣରୁ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା ପାର୍ଶ୍ୱରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବାଘଟି ଗାଁରେ ପଶି ଲୋକମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ହେମଗିରି ମେଡିକାଲ୍ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ସକାଳେ ରମ୍ପିଆ ନିକଟ ରେଳ ଧାରଣା ପାର୍ଶ୍ୱରୁ ବାଘର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ସହ ସୁନ୍ଦରଗଡ଼ ଡିଏଫ୍ଓ […]
ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିରେ ୨ ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍। ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍କୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି। କରୋନା ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଲାଗି ଏପରି ପଦକ୍ଷେପ ନିଆଯାଇଛି । ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। Traffic will stop from 6PM to 6:02PM today for facilitating people to […]
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ ସେସବୁ ଆଜି ଖୋଲିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି। ଉଭୟ ଯୋଗ ଶିବିର ଏବଂ ଜିମ୍ ସେଣ୍ଟରରେ ୬୫ […]
ବଲାଙ୍ଗୀର: ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ସହର ରାଧାରାଣୀପଡ଼ାରେ ଘଟିଛି ଏ ଅମାନବୀୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନୃସଂଶ ସ୍ୱାମୀ। ପାରିବାରିକ କଳିକୁ କେନ୍ଦ୍ରକରି ଏ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ଟାଉନଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଡିଜିପି ଏସ୍.ଏନ୍. ତିୱାରୀଙ୍କ ପରଲୋକ ହୋଇଛି। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏସ୍.ଏନ୍. ତିୱାରୀଙ୍କ ପରଲୋକକୁ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ରାଜ୍ଖରିଆର୍ ସେ ଜନ୍ମଗ୍ରହଣ କରିଥିଲେ। ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପରେ ୧୯୬୫ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏସ୍.ଏନ୍. […]
ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୫ ରହିଛି। ସେଥିମଧ୍ୟରୁ ୩୨୧୭ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନାକୁ ରୋକିବା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ । ଏନେଇ ଭୁବନେଶ୍ୱର ପୋଲିସ ଭବନରେ ସମସ୍ତ ପୋଲିସ କର୍ମଚାରୀଙ୍କ ସେରୋଲୋଜିକାଲ […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଆଜି ସକାଳେ ଏହି ଚଢ଼ଉ କରାଯାଇଛି। ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର, ଭୁବନେଶ୍ୱର ମହାଭୋଇ ନଗରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ ସାମିଲ ହୋଇଛି ।
ଭୁବନେଶ୍ୱର: ଗତକାଲି ପ୍ରକାଶିତ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଆଉ ଜଣେ ଓଡିଆ। ଭିଲାଇରେ ରହୁଥିବା ଏହି କୃତୀ ପରୀକ୍ଷାର୍ଥୀ ହେଉଛନ୍ତି ସିମି କରଣ। ୩୧ ରାଙ୍କ ହାସଲ କରିଥିବା ସିମି ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି। ସିମି ହେଉଛନ୍ତି ଆଇଆଇଟି ମୁମ୍ବାଇର ଛାତ୍ରୀ। ୨୦୧୯ରେ ସେ ସେଠାରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ସନ୍ତୋଷପୁର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି। ୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ […]
ସୁନ୍ଦରଗଡ଼: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଁଳାବାହାଲ ଗାଁରେ। ଗତ ୧ ତାରିଖ ଶନିବାର ରାତିରେ ଏହି ଘଟଣା ଘଟିଛି। ସେହି ଗାଁର ଯୁବକ ସାକ୍ଷୀଗୋପାଳ ପୋଢ଼ ରାତିରେ ଖାଈ ସାରି ଗାଁର କ୍ଲବ ଘର ବାରଣ୍ଡାରେ ଶୋଇଥିଲେ। କ୍ଲବ ଘର ସମ୍ମୁଖରେ ରହୁଥିବା କାନ୍ତ ବେଶନଙ୍କ ସହିତ ସାକ୍ଷୀଗୋପାଳଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି […]
କୋଣାର୍କ: ସଂଯୋଗକାରୀ ଟ୍ରେନ ନ ଆସିବା ଯୋଗୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛି। ସେହିପରି ମୁମ୍ବାଇର ରେଲ୍ୱେ ଟ୍ରାକ୍ରେ ପାଣି ଜମିରହିଥିବା ଯୋଗୁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛିI ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ୍ ମନ୍ଦିର ହୁଣ୍ଡି ତଳେ ଏହି ବିରାଟ ସାପଟିକୁ ଦେଖିଥିଲେ। ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଓ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ […]