• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Central team
କରୋନା ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍‌

ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ଟ୍ରେଲର୍‌‌ ପଛରେ ପିଟି ହେଲା ସ୍କର୍ପିଓ, ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରେଲର୍‌‌ ପଛପଟେ ଏକ ସ୍କର୍ପିଓ ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁର୍ତୁଜା ଓ ଜମାଲ ସାହା। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କଟକ ବଡ଼ ଡାକ୍ତରଖାନା […]

  • Monday, 05 July 2021
ASSEMBLY
ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ଆଜି ରାଜ୍ୟ ପ୍ରଶାସନିକ ସ୍ତରରେ କିଛିଟା ଅଦଳବଦଳ କରାଯାଇଛି।  ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଦାୟିତ୍ୱ ଦିଆଯାଇଛି  ସୀତାଂଶୁ କୁମାର ରାଉତଙ୍କୁ । ତାଙ୍କ ସ୍ଥାନରେ ଖୋର୍ଦ୍ଧା ନୂଆ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ IAS କୀର୍ତ୍ତି ଭାସାନ ହେଲେ OSD, ଗଂଜାମ କୋଭିଡ଼ ମ୍ୟାନେଜମେଣ୍ଟ। ସେହିପରି IAS ଶୁଭଙ୍କର ମହାପାତ୍ରଙ୍କୁ ଦିଆଯାଇଛି ବାଲିଗୁଡ଼ା ଉପଜିଲ୍ଲାପାଳ ଦାୟିତ୍ୱ। IAS […]

  • Monday, 05 July 2021
arrest
ଦେହରେ ତେଲ ମାଖି କରୁଥିଲେ ଲୁଟ୍, ଶେଷରେ...

ଭୁବନେଶ୍ୱର: ଲୁଟ୍‌ କରି ଲୋକଙ୍କ କବଳରୁ ବଞ୍ଚିବା ପାଇଁ ଦେହରେ ତେଲ ଲଗାଉଥିଲେ ଲୁଟେରା। ଆଉ ଧରିବାକୁ କେହି ଚେଷ୍ଟା କଲେ ଖସି ପଳାଇବାରେ ସକ୍ଷମ ହେଉଥିଲେ। ହେଲେ ଶେଷରେ ପୋଲିସ୍ ହାତରେ‌ ଧରାପଡ଼ିଲେ। ଭୁବନେଶ୍ୱରରେ ୨ଟି ଲୁଟେରା ଗ୍ୟାଙ୍ଗ୍‌କୁ ପୋଲିସ୍ ଧରିଛି। ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳନଗର ପୋଲିସ୍ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ର ମିଳିତ ଉଦ୍ୟମରେ ୮ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ‌୭୦ଟି ମୋବାଇଲ, ୨୨ଟି ଲାପଟପ୍, ୯ଟି ଚୋରା ବାଇକ ଜବତ କରାଯାଇଛି। […]

  • Monday, 05 July 2021
sill
ସିଲ୍ ହେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ରାଉରକେଲା: ରାଉରକେଲା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ରଖାଯାଇଛି। କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି। ସେହିପରି ତହସିଲ କାର୍ଯ୍ୟାଳୟକୁ ସାନିଟାଇଜ୍‌ କରିବା ସହିତ ଲୋକମାନଙ୍କ ଯାଆସ ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ ରାଉରକେଲା ଉଦିତନଗରରେ ଥିବା ଯୋଗାଣ […]

  • Monday, 05 July 2021
bmpur
ମିଳୁନି ଅକ୍ସିଜେନ୍‌, ଆଖି ସାମ୍ନାରେ ଚାଲି ଯାଉଛି ଜୀବନ

ବ୍ରହ୍ମପୁର: ବ୍ରହ୍ମପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଠାରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ସ୍ୱାସ୍ଥ୍ୟସେବାରେ ଚରମ ଅବହେଳା ଦେଖିବାକୁ ମିଳୁଛି। ଏଠାରେ ଏମ୍‌କେସିଜି ମେଡିକାଲ୍‌ରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ଆଖି ବୁଜୁଛନ୍ତି ଅନେକ କରୋନା ରୋଗୀ । ଏବେ ରାଜ୍ୟରେ କରୋନା ହଟସ୍ପଟ ଜିଲ୍ଲା ହେଉଛି ଗଞ୍ଜାମ। ପ୍ରତିଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଏପରି ପରିସ୍ଥିତିରେ ଏମ୍‌କେସିଜିରେ  ଅକ୍ସିଜେନ୍‌ର ଅଭାବ […]

  • Monday, 05 July 2021
waterrr
ଚାଷ ଜମିରେ ମାଡ଼ିଆସିଲା ୪ ଫୁଟ୍‌ର ପାଣି

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିବା ବେଳେ ଗୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡ଼ିବନ୍ଧ ଭୁଶୁଡି […]

  • Monday, 05 July 2021
abash yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି

ଭବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ କରି ଅଭିଯୋଗ କରିଛନ୍ତି…

  • Monday, 05 July 2021
rainfall
ବଙ୍ଗୋପସାଗରରେ ଲଘୁଚାପ, ୭ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇପାରେ। ଏହାର ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ମୟୂରଭଞ୍ଜକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ାରେ ବି କାଲି ପ୍ରବଳ ବର୍ଷା ହୋଇପାରେ। ସମ୍ବଲପୁର, ବରଗଡ଼ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ […]

  • Monday, 05 July 2021
rakha
ଏଇ ଥିଲା ଶେଷ ରାଖୀ, ଅଧା ରହିଗଲା କଥା

ସୋର: କେତେ ନିର୍ଦ୍ଦୟ ଏ ଦଇବ! କିଏ ଜାଣିଥିଲା ହସଖୁସିରେ ଉଛୁଳି ପଡୁଥିବା ଘର ମୁହୂର୍ତ୍ତକ ଭିତରେ କାନ୍ଦ ବୋବାଳିରେ ଫାଟିଯିବ। ଭାଇ ହାତରେ ଭଉଣୀ ରାଖୀ ବାନ୍ଧିବା ବେଳେ ବୋଧହୁଏ ସେମାନେ ଜାଣିନଥିଲେ ଏଇ ଥିଲା ଶେଷ ରାଖୀ, ଆଉ ଏଇଠୁ ହିଁ ଅଧା ରହିଯିବ କଥା। ରାଖୀ ବାନ୍ଧିବାକୁ ଯିବାବେଳେ ଭାଇଭଉଣୀର ଚାଲିଗଲା ଜୀବନ। ଅଧାରେ ରହିଗଲା ରାଖୀ ପାଉଣା। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡ ଗ୍ରାମରେ। […]

  • Monday, 05 July 2021
accident--heavy
ଧକ୍କା ଦେଇ ଖସିଯାଉଥିବା‌ ଡ୍ରାଇଭର ଉପରେ ଚଢିଗଲା କାର୍‌

ଯାଜପୁର: ପ୍ରଥମେ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ। ପରେ ଖସିଯାଉଥିବା ଟ୍ରକ୍‌ ଡ୍ରାଇଭର ଉପରେ ଚଢିଗଲା କାର। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଶ୍ରୀହରୀ କଟେଜ ସମ୍ମୁଖରେ। ସୂଚନା ଅନୁସାରେ ପ୍ରଥମେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରକର ଚାଳକ ଦୌଡି ପଳାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାର ଧକ୍କାରେ ଟ୍ରକ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମୃତ ବାଇକ […]

  • Monday, 05 July 2021
light
ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ବଜ୍ରପାତ ନେଲା ୬ ଜୀବନ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମଣ୍ଡଗାଁରେ ଆଜି ବଜ୍ରାଘାତରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଏହି ଗାଁର ଭାସ୍କର ବେହେରାଙ୍କ ୧୨ ବର୍ଷର ଝିଅ ଆଶା ସମ୍ପର୍କୀୟ ଭାଇ ହାତରେ ରାଖି ବାନ୍ଧି ସାରି ଏକାଠି ଖାଉଥିବା ବେଳେ ଉଭୟ ବଜ୍ରାଘାତର ଶିକାର ହୋଇଛନ୍ତି। ଏହି ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସେହିଭଳି ଭଦ୍ରକ ଚାନ୍ଦବାଲିରେ ମଧ୍ୟ ଦୁଇ ଜଣଙ୍କ ଜୀବନ ଯାଇଛି। ମଠସାହି ଗାଁର ମଥୁରୀ […]

  • Monday, 05 July 2021
bank
ଅଧା କର୍ମଚାରୀରେ ଚାଲିବ ବ୍ୟାଙ୍କ

ଭୁବନେଶ୍ୱର: ୫୦ ପ୍ରତିଶତ  ଷ୍ଟାଫରେ ଚାଲିବ ବ୍ୟାଙ୍କ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କୁ ଘରକୁ ଯାଇ ସେବା ଦେବେ ବ୍ୟାଙ୍କ ଷ୍ଟାଫ୍। ଏ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଖୋଲିବା ନେଇ ଆସିଛି ଗାଇଡଲାଇନ୍। ଏ ନେଇ ଜିଲ୍ଲାପାଳ, ଏସପି, ଟ୍ୱିନ ସିଟିର ଡିସିପିଙ୍କୁ ଅର୍ଥ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନିୟମିତ ସମୟରେ ବ୍ୟାଙ୍କ ଖୋଲା ରହିବ। […]

  • Monday, 05 July 2021
restrurant
ଖୋଲିବ ଢାବା, ହୋଟେଲ, ରେଷ୍ଟ୍ରୁରାଣ୍ଟ

ବୁବନେଶ୍ୱର: ଖୋଲିବ ହୋଟେଲ୍ ଓ ରେଷ୍ଟ୍ରୁରାଣ୍ଟ। ରାସ୍ତା କଡ଼ରେ ଥିବା ଢାବା ବି ଖୋଲିବ। ଏନେଇ ସର୍ତ୍ତ ରଖି ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସର୍ତ୍ତଅନୁସାରେ ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ […]

  • Monday, 05 July 2021
rain
ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ

ଭୁବନେଶ୍ୱର: ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ। ଏହାର ପ୍ରଭାବରେ ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସେହିପରି ସମ୍ବଲପୁର, ବରଗଡ଼ […]

  • Monday, 05 July 2021
mo-bus-2
ଟ୍ୱିନ୍ ସିଟିରେ ଗଡ଼ିଲା ମୋ ବସ୍‌

ଭୁବନେଶ୍ୱର: ଆଜିଠାରୁ ଟ୍ୱିନ୍ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା। ଲକ୍‌ଡାଉନ୍‌ ପରେ  ପୁଣି ରାଜଧାନୀରେ ଗଡ଼ିଛି ମୋ ବସ୍। ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍‌ରେ ଗଡ଼ିଛି ନନ୍-ଏସି ବସ୍। ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଗଡ଼ିଛି ବସ୍। ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଚଳାଚଳ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଏହି ସମୟରେ ହିଁ ମୋ ବସ୍ ସେବା ଚାଲି ପାରିବ। ତେବେ […]

  • Monday, 05 July 2021
dis
ପାଣି ମାଗିବାରୁ ପରିସ୍ରା ପିଆଇଲେ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଭଦ୍ରକ: ପାଣି ମାଗିବାରୁ ଯୁବକଙ୍କ ପରିସ୍ରା ପିଆଇଦେଲେ ଦୁର୍ବୃତ୍ତ। ଏଭଳି ଅମାନବୀୟ ଘଟଣା ଘଟିଛି ତିହିଡ଼ି ଥାନା ବାଉଁଶବାଗ ଗାଁରେ। ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଗତକାଲି ଦୁର୍ବୃତ୍ତମାନେ ଯୁବକଙ୍କୁ ଘରୁ ଟାଣି ଆଣି ଆକ୍ରମଣ କରିଥିବା କୁହାଯାଉଛି। ଯୁବକଙ୍କୁ ଲଣ୍ଡା କରିବା ସହ ଜୋତାମାଳ ପିନ୍ଧାଇ ଯୁବକଙ୍କୁ ଗାଁ ଦାଣ୍ଡରେ ବୁଲାଇଥିଲେ। ଏପରିକି ପାଣି ମାଗିବାରୁ ଯୁବକଙ୍କ ମୁହଁରେ ପରିସ୍ରା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକଙ୍କ ପତ୍ନୀ ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। […]

  • Monday, 05 July 2021
miikdf
୫ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ଗଞ୍ଜାମ: ଗଂଜାମ ବୁଗୁଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁ ଦୀର୍ଘ ୫ ଘଣ୍ଟା ବେଡ୍‌ରେ ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ। ବୁଗୁଡା ହସ୍ପିଟାଲକୁ ନେଇ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ କେନାଲ ସାହିର ୬୦ ବର୍ଷୀୟ ନିରଂଜନ ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅକ୍ସିଜେନ୍ ଲଗାଇବା ସହ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ ୧୦୮ […]

  • Monday, 05 July 2021
rain-1
ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ; ବାଲିପାଟଣାରେ ୧୨୪ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ। ବର୍ତ୍ତମାନ ପାଇଁ ଉତ୍ତର ବଙ୍ଗୋପ ସାଗରରେ ଏହି ଲଘୁଚାପ ହିଁ ରହିଛି। ଏହି ଲଘୁଚାପ ସମୁଦ୍ରପତ୍ତନ ଠାରୁ ୭. ୬ କିଲୋମିଟର ପର୍ଯ୍ୟନ୍ତ ବାୟୁମଣ୍ଡଳରୁ ଲମ୍ବିଛି ଏହି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ବାଲିପାଟଣାରେ ୧୨୪ ମିଲିମିଟର ଏବଂ ଚାନ୍ଦବାଲିରେ ୯୬ ମିମି ବର୍ଷା ରେକର୍ଡ ହୋଇଛି। ଆଜିଠାରୁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବୌଦ, ଢେଙ୍ଗାନାଳ, କଳାହାଣ୍ଡି, […]

  • Monday, 05 July 2021
representational-imaghe
ଗ୍ରୁପ୍‌ରେ ଅଶ୍ଳୀଳ ଲିଙ୍କ୍‌ ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନ ଶିକ୍ଷକ

କଟକ: ଅନଲାଇନ ପାଠପଢ଼ା ଚାଲିଥିବାବେଳେ ଅଶ୍ଳୀଳ ଲିଙ୍କ୍‌ ଆସିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ। ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବାରୁ ଏଭଳି ଭୁଲ୍ ହୋଇଥିବା ସେ କହିଛନ୍ତି। ତେବେ ସେ ଏଥିପାଇଁ ଦାୟୀ ନୁହଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ତାଙ୍କ କାମ ହେଲା, ପାଠପଢ଼ାଇବା ପାଇଁ ଯେଉଁସବୁ ଲିଙ୍କ୍‌ ଆସିଥାଏ, ତାକୁ ସଂପୃକ୍ତ ବିଷୟର ଶିକ୍ଷକଙ୍କ ପାଖକୁ ପଠାଇଥାନ୍ତି। ହେଲେ ସେ ଲିଙ୍କର କଣ୍ଟେଣ୍ଟ ଦେଖିନଥିଲେ, ଯାହା ଆସିଥିଲା ଫରଓ୍ୱାର୍ଡ କରି ଦେଇଥିଲେ […]

  • Monday, 05 July 2021
sameer
ଏଇ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଚଳିତ ମାସ ବାହାରିବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା ଶେଷ ହୋଇଛି। ଟାବୁଲେସନ ଚାଲିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ଫଳ ପ୍ରକାଶ ପାଇବ ବୋଲି ସମୀର ଦାଶ ସୂଚନା ଦେଇଛନ୍ତି। […]

  • Monday, 05 July 2021
deabody
ଜାତିପ୍ରଥା ଯାତନା; ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ଶବ ଛୁଇଁଲାନି ପରିବାର

ରେଢ଼ାଖୋଲ: ଜାତିପ୍ରଥାର ଯାତନା ଯେ କେତେ ହୃଦୟ ବିଦାରକ ହୁଏ ତାହା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବୟସ୍କଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ଦ୍ୱିତୀୟ ପତ୍ନୀ ଏକ ଗଛ ମୂଳେ କିଛି ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରିଛନ୍ତି। ରେଢ଼ାଖୋଲ ବ୍ଲକ ଶିଶୁପନ୍ନ ଗାଁର ୬୫ ବର୍ଷୀୟ ଅଭିରାମ ବେହେରା ଘରୋଇ କଳିରୁ ପ୍ରଥମ ସ୍ତ୍ରୀ ଓ ତିନି ପୁଅ,ଝିଅଙ୍କୁ […]

  • Monday, 05 July 2021
download
ଟାର୍ଗେଟ ଥିଲେ ସୁରକ୍ଷାକର୍ମୀ, ଚାଲିଗଲା ୨ ନୀରିହ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ମାଇନ ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି।  ମୃତକ ୨ ଜଣ ହେଲେ କେନ୍ଦୁରୁମ ଗାଁର ମୋହନ ରାଓ ଓ ଚୁନ୍ତାଳବେଦୀ ଗାଁର ଅଜୟ କୁମାର । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲେ। ଶୀକାର ହେଲେ ସାଧାରଣ ନୀରିହ ଜନତା। ଏବେ ଚାଲିଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ।  ତେଣୁ ସୁରକ୍ଷାକର୍ମୀମାନେ ଏବେ ମାଓବାଦୀଙ୍କ ଟାର୍ଗେଟରେ। ଆନ୍ଧ୍ରପ୍ରଦେଶ ପୋଡେରୁ ଥାନା ଇଂଜିରି […]

  • Monday, 05 July 2021
crocodile
ଘୁଷୁରି ଖାଇବାକୁ ଆସି ଫସିଗଲା କୁମ୍ଭୀର

କେନ୍ଦ୍ରାପଡ଼ା: ଘୁଷୁରି ଖାଇବାକୁ ଆସି ଫଶିଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଇନ୍ଦୁପୁର ସ୍ଥିତ ବିରୂପା ନଦୀ ପଠାରେ ଏକ ଖାଲରେ ଫସି ଯାଇଥିଲା କୁମ୍ଭୀର। ସୋମବାର ଏକ ଘୁଷୁରିକୁ ଟାଣି ନେଇଥିଲା ଏହି କୁମ୍ଭୀର। ଅଧା ଖିଆ ଘୁସୁରିକୁ ଛାଡି ଚାଲିଯିବା ପରେ ଘୁଷୁରି ଜଗୁଆଳି ଏହି ମୃତ ଘୁଷୁରିକୁ ଏକ ଖାଲରେ ରଖି ଫାଶ ବସାଇଥିଲେ। ସଂଧ୍ୟାରେ କୁମ୍ଭୀର ମୃତ ଘୁସୁରିକୁ ଖାଇବା ପାଇଁ ଆସିଥିବା ବେଳେ ଫେରିବା ବାଟରେ ମାଟି ପକାଇ ଅବରୋଧ କରି ଦେଇଥିଲେ […]

  • Monday, 05 July 2021
rain
ବର୍ଷା ଆସୁଛି, ସତର୍କ ରୁହ: SRC

ଭୁବନେଶ୍ୱର: ବର୍ଷା ଆସୁଛି, ସତର୍କ ରୁହ। ଲଘୁଚାପଜନିତ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି କରିଛନ୍ତି। ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। ମୟୂରଭଂଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁରକୁ ଆଲର୍ଟ କରାଯାଇଛି। ତେବେ ଏନେଇ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି। ସତର୍କ କରିବା ସହ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି। ତଳିଆ […]

  • Monday, 05 July 2021